Browsing category

ମହାନଗର

ବଢିଲା ମୁଖ୍ୟ ଶାସନସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ବଢ଼ିଛି ।ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇଲେ ରାଜ୍ୟ ସରକାର ।୨୦୨୪ ଜୁନ୍ ୩୦ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଛନ୍ତି ରାଜ୍ୟସରକାର ।ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା ।

ପୁଣି ୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ଗତକାଲି ରାଜ୍ୟରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚି ଥିବାବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗାକରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁନେଇ ଏବେ ଚିନ୍ତା ବଢିବା ଆରମ୍ଭ କରିବାକୁ ଲାଗିଥିବାବେଳେ ଦେଶରେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]

କଟକ ସହରକୁ ଗଡ଼ିବ ମେଟ୍ରୋ

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ […]

ରଘୁକୁ ପୋଲିସର ଗୁଳି

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ବାଲିଯାତ୍ରାପଡ଼ିଆ ନିକଟରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି ।ପୋଲିସ ପିଛା କରିବା ବେଳେ ରଘୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିବାବେଳେ ତାର ଜଣେ ସହଯୋଗୀ କୈାଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ବରଥାନା ପୋଲିସ ।ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଥିବାର ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି ।

ନନ୍ଦନକାନନକୁ ଆସିବ ମେଘୁଆଚିତା

ବାରଙ୍ଗ,୨୭ା୧୨(ଏସଏସନିଉଜ)ପ୍ରାଣିଉଦ୍ୟାନନନ୍ଦନକାନନକୁ ଜାନୁଆରୀ ମାସରେ ମେଘୁଆ ଚିତା ଅସିବାନେଇ ଉଦ୍ୟମ ଆରମ୍ଭ କରିଛି ନନ୍ଦନକାନନ ।କେବଳ ଚିତାନୁହେଁ ଏହାସହ ଦୁବାଇରୁ ଧଳା ସିଂହମଧ୍ୟ ଆସିବାକୁ ଯାଉଛି ।ଅଦଳବଦଳପ୍ରକିୟା ଓ ଉପହାରରେ ଏହାକୁ ଆଣିବାପାଇଁ ଯୋଜନା କରିଛି ନନ୍ଦନକାନନ ।ଏହାସହ କଲିକତା ଅଲିପୁର ଚିଡ଼ିଆଖାନାରୁ ଆଉ ଏକ ଜିରାଫ ମଧ୍ୟ ଅଣାଯିବ ବୋଲି ସୁଚନା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦା

ଉଦ୍‌ଯାପିତ ହେଲା ଯୁବଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ

ବାରଙ୍ଗ,୨୭।୧୨(ଏସଏସନିଉଜ) ଓଡ଼ିଶା ସରକାରଙ୍କ ତରଫରୁ ରାଜା ମଧୁସୂଦନଦେବ ଡିଗ୍ରୀକଲେଜରେ ଚାଚାଲିଥିବା ଯୁବ ଓଡ଼ିଶା-ନବୀନ ଓଡ଼ିଶାକାର୍ଯ୍ୟକ୍ରମ ବୁଧବାର ଦିନ ଉଦଜାପିତ ହୋଇଯାଇଛି ।ସମନ୍ୱିତ ଯୁବବିକାଶଉତ୍ସବ ମାଧ୍ୟମରେ ଯୁବକମାନଙ୍କୁ ଉତ୍ସାହିତ କରିବା ପାଇଁ ଯୁବ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ  ବାରଦିନ ବ୍ୟାପୀ କଲେଜରେ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ୨୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।ଉଡ଼ ଜାପାନୀ ଉସବରେ ଭୁବନେଶ୍ୱର ଉତ୍ତର […]

ମାଗଣା ଦାନ୍ତ ଚିକିତ୍ସା ଶିବିର

ମେଣ୍ଢାଶାଳ,୨୭।୧୨(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତ ସଭାଗୃହରେ ବୁଧବାର ଦିନ ଏକ ମାଗଣା ଦନ୍ତଚିକିସା ଶିବିର ଅନୁଷ୍ଠିତ ହୋଇଯାଇଛି।ଶାଖା ଓ ଅନୁସନ୍ଧାନ ସଂସ୍ଥାର ଇଂନଚିତୁଟ ଅଫ ଡେଣ୍ଟାଲ ସାଇନ୍ସ ତରଫରୁ ଅନୁଷ୍ଠିତ ଏହି ଶିବିରରେ ୧୪୦ ଦନ୍ତରୋଗୀ ଆସି ସେମାନଙ୍କ ମାଗଣାରେ ଦନ୍ତ ପରୀକ୍ଷା ଓ ମାଗଣା ଔଷଧ ନେଇଥିଲେ।ଏଥିରେ ଡ଼ ସୌରଭ ଚନ୍ଦ୍ର ବିଦ୍ୟସାଗର,ଡ଼ ସୁବ୍ରଚନ୍ଦ୍ର ସାହା,ସଂଯୁକ୍ତା ମହାପାତ୍ର, ସମ୍ବିତକୁମାର ମହାପାତ୍ର,ପ୍ରିୟଙ୍କା ମଜନୁଦାର,ଅଭିବ୍ରତ ଦେ,ସୁଲଗ୍ନା ଦେ,ସ୍ମିତାପ୍ରଂଜ୍ଞ। ରାୟଗୁରୁ ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ। ମେଣ୍ଢାଶାଳ ଗ୍ରାମପଂଚାୟତ ସରମ୍ପଚ […]

ଉଦଘାଟିତ ହେଲା ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣଶିବିର

ଚନ୍ଦ୍ରଶେଖରପୁର,୨୭ା୧୨(ଏସଏସନିଉଜ) ଭାରତୀୟ ଶିକ୍ଷା ପରିଷଦ ଅନୁବନ୍ଧିତ ବିଦ୍ୟାଳୟଗୁଡିକର ରାଜ୍ୟସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ପଟିଆ, କାନନ ବିହାରସ୍ଥିତ ଶ୍ରୀ ଜୟଦେବଶିକ୍ଷାକେନ୍ଦ୍ର ପରିସରରେ ବୁଧବାରଦିନ ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁଧୀର କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସ୍‌ବରେ ପୂର୍ବତନବିଧାୟକ, ତଥା ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ପଦ୍ମଚରଣ ନାୟକ ,ସାମାଜିକକର୍ମୀ ଅପର୍ଣା ନାୟକ ଅତିଥିଭାବେ ଯୋଗଦେଇ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ସଂସ୍କୃତି ଓ ପରମ୍ପରା ମାଧ୍ୟମରେ ଶିକ୍ଷାଦାନ ପଦ୍ଧତିକୁ ଆହୁରି […]

ବନ୍ଧାହେଲେ ଅଭିନେତା

ଭୁବନେଶ୍ବର,୨୬ା୧୨(ଏସଏସନିଉଜ) ବ୍ଲକିଂବେଳେ ପୁଲିସକୁ ଆକ୍ରମଣକରିବା ଘଟଣାରେ ଭରତପୁରଥାନା ପୋଲିସ ଅଭିନେତା ବିରଞ୍ଚିନାରାୟଣନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ବିଳମ୍ଭିତରାତିରେ ବିରଞ୍ଚି କାର ଯୋଗେ ଫେରୁଥିବାବେଳେ ଷ୍ଟୁଡିଓ ଛକ ନିକଟରେ ପୋଲିସ ଅଟକାଇଥିଲା ।କାରକୁ ଯାଂଚ କରିବାକୁ କହିବାରୁ ସେ ପୋଲିସକୁ ଅସହଯୋଗ କରିବା ସହ କାରରୁ ଓହ୍ଲାଇନଥିଲେ ।କିଚିସମୟପରେ କାରରୁ ଓହ୍ଲାଇ ପୁଲିସକୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ।ଏହିଘଟଣାରେ ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରିବାସହ ଏକ ମାମଲା ରୁଜୁକରି ତାଙ୍କୁ କୋର୍ଟଚାଲାଣ କରିଛି। […]