Browsing category

ମହାନଗର

ରାଜଧାନୀରେ ବିସ୍ଫୋରଣ!

ଭୁବନେଶ୍ୱର,୨।୧(ଏସଏସନିଉଜ)ରାଜଧାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି।ବିସ୍ଫୋରଣ ରେ ଝାରପଡା ଅଞ୍ଚଳରେ ଉଡିଛି ଛାତ ଓ ଭାଙ୍ଗିଛି କାନ୍ଥ।ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ।ପୂର୍ବଶତ୍ରୁତାରୁ ବୋମାମାଡ଼ ହୋଇଥିବା ନେଇ ଥାନାରେ ଏତଲା ହୋଇଛି।ସେପଟେ ବୋମାମାଡ଼ ଅଭିଯୋଗକୁ ପୋଲିସ ଖଣ୍ଡନ କରିଛି।ଘର ଭିତରେ ବ୍ୟାପକ ପରିମାଣର ଡିଓଡ୍ରାଣ୍ଟ ଥିବାରୁ ବିସ୍ଫୋରଣ ହୋଇଥିବା ସନ୍ଦେହ କରିଛି ପୋଲିସ।ପାରିପାର୍ଶ୍ବିକ ପରିସ୍ଥିତି ଓ ଘଟଣାସ୍ଥଳକୁ ଯାଇ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଛାନଭିନ ଆରମ୍ଭ କରାଯାଇଛି। ବିସ୍ଫୋରଣ ରେ ଝାରପଡା ଅଞ୍ଚଳର କବିରାଜ ସ୍ୱାଇଁ ଆହତ […]

ବଢୁଛି କରୋନା

  ଭୁବନେଶ୍ୱର,୨।୧(ଏସଏସନିଉଜ)ଆଉ ୫କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ ଦିନକରେ ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯୫ଜଣଙ୍କ କୋଭିଡ୍ ପରୀକ୍ଷା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଚିହ୍ନଟ ହୋଇଛନ୍ତି।ଯାହାଫଳରେ ରାଜ୍ୟରେ ସକ୍ରିୟ କରୋନା ରୋଗୀ ସଂଖ୍ୟା ୨୪କୁ ବୃଦ୍ଧି ପାଇଛି ବୋଲି ସୂଚନା ଦେଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ଧାରାକୁ ଛୁଇଁଲା ନୂଆବର୍ଷ

ଭୁବନେଶ୍ୱର,୩୧।୧୨(ଏସଏସନିଉଜ)ବିଶ୍ୱର ପ୍ରଥମ ଦେଶ ଭାବେ ନ୍ୟୁଜିଲାଣ୍ଡରେ ପାଳନ ହୋଇଛି ନୂଆବର୍ଷ। ରାତି ୧୨ ହେବା ପରେ ବାଣ ଫୁଟାଇ ସେଲିବ୍ରେସନ୍ ହୋଇଛି। ଅକଲାଣ୍ଡର କ୍ଲକ୍ ଟାୱାରରେ ବିଶାଳ ଆଖି ଝଲସା ଆତସବାଜି ସହ ୨୦୨୪କୁ ନ୍ୟୁଜିଲାଣ୍ଡବାସୀ ସ୍ୱାଗତ କରିଛନ୍ତି।ଆଉ କିଛି ସମୟ ପରେ ନୂଆବର୍ଷ ଉପନୀତ ହେବ।ଆମଦେଶରେ ନୂଆବର୍ଷକୁ ସ୍ୱାଗତ କରିବାପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତିପର୍ବ। ବିଶେଷକରି ଯୁବଗୋଷ୍ଟି ମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି।ଏହାଭିତରେ ଧରାକୁ ଛୁଇଁଛି ନୂଆବର୍ଷ।ଧରାପୃଷ୍ଠରେ ଏବେ ଉପଗତହେଲା ବର୍ଷ […]

ବଢୁଛି କରୋନା

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ)ଦୀର୍ଘଦିନର ବ୍ୟବଦାନପରେ ମହାମାରୀ କରୋନା ପୁଣି ତାର କାୟା ମେଲାଇବା ଆରମ୍ଭ କରିଛି । ସଂକ୍ରମଣଙ୍କ ସଂଖ୍ୟା ଧିରେଧିରେ ବିଭିର୍ଣ ରାଜ୍ୟରେ ବୃଦ୍ଧିପାଉଥିବାରୁ ସମସ୍ତଙ୍କୁ ସଜାଗ ରହିବାକୁ କେନ୍ଦ୍ର ସରକାର ସଜାଗ କରାଇଛନ୍ତି ।ଏହାସହ ସମସ୍ତ ରାଜ୍ୟକୁ ଚିଠି ଲେଖି ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ସର୍ଭେଲାନ୍ସ, ଟେଷ୍ଟିଂ ଓ ପ୍ରସ୍ତୁତି ବଢାଇବାସହ ଅକ୍ସିଜେନଯୁକ୍ତ ବେଡ୍ ପ୍ରସ୍ତୁତ ରଖିବାକୁ କୁହାଯାଇଛି ।ଏହାସହ ଆକ୍ରାନ୍ତଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ । […]

ହାଇଟେକ୍ ମେଡିକାଲରେ ବିସ୍ଫୋରଣ!

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ପାଣ୍ଡରା ସ୍ଥିତ ହାଇଟେକ୍ ମେଡିକାଲରେ ଏକ ବିସ୍ଫୋରଣ ଘଟିଥିବାର ଜଣାପଡିଛି । ହସ୍ପିଟାଲ ପରିସରରେ ନିର୍ମାଣ କାମ ଚାଲିଥିବା ବେଳେ ବିସ୍ଫୋରଣ ଘଟିଛି । ଅକ୍ସିଜେନ୍ ସିଲିଣ୍ଡର ଫାଟି ଏହି ବିସ୍ଫୋରଣ ଘଟିବାରୁ ୪ରୁ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଅନୁଯାୟୀ ଏସିରେ ଗ୍ୟାସ୍ ଫିଲିଂ ସମୟରେ ଏହି ବିସ୍ଫୋରଣ ଘଟିଥିଲା ।

ବଢିଲା ମୁଖ୍ୟ ଶାସନସଚିବଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର,୨୯ା୧୨(ଏସଏସନିଉଜ) ମୁଖ୍ୟ ଶାସନସଚିବ ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ବଢ଼ିଛି ।ପ୍ରଦୀପଜେନାଙ୍କ କାର୍ଯ୍ୟକାଳ ୬ମାସ ବଢ଼ାଇଲେ ରାଜ୍ୟ ସରକାର ।୨୦୨୪ ଜୁନ୍ ୩୦ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଛନ୍ତି ରାଜ୍ୟସରକାର ।ଆସନ୍ତା ୩୧ ତାରିଖରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା ।

ପୁଣି ୩ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ଗତକାଲି ରାଜ୍ୟରୁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୩ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୮ରେ ପହଞ୍ଚି ଥିବାବେଳେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗାକରୋନାରା ନୂଆ ସବ୍-ଭାରିଆଣ୍ଟ ଜେଏନ.୧କୁନେଇ ଏବେ ଚିନ୍ତା ବଢିବା ଆରମ୍ଭ କରିବାକୁ ଲାଗିଥିବାବେଳେ ଦେଶରେ ଆଜି ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିବା ସହିତ ୭୦୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  

ଖୋଲିଲା ଶିମିଳିପାଳ

ବାରିପଦା,୨୭ା୧୨(ଏସଏସନିଉଜ) ମାସେହେଲା ସ୍ଥାନୀୟବାସିନ୍ଦାଙ୍କ ରାସ୍ତାଅବରୋଧ ଯୋଗୁଁ ବନ୍ଦଥିବା ଶିମିଳିପାଳ ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି । ଗତକାଲି ମିଳିତ ବୈଠକରେ ନିଷ୍ପତ୍ତି ପରେ ଆଜିଠୁ ଖୋଲିଛି ଶିମିଳିପାଳା ଚଳିତବର୍ଷ ପର୍ଯ୍ୟଟକଙ୍କ ପାଇଁ ଅକ୍ଟୋବର୧୪ରେ ଶିମିଳିପାଳ ଖୋଲାଯାଇଥିଲା। ତେବେ ବିଭିନ୍ନ ସମସ୍ୟା ନେଇ ସ୍ଥାନୀୟ ଜନସାଧାରଣଙ୍କ ରାସ୍ତା ଅବରୋଧ ଫଳରେ ମାସ ହେଲା ଶିମିଳିପାଳ ବନ୍ଦ ରହିଥିଲା। ପୂର୍ବ ନିଷ୍ପତ୍ତି ଅନୁଯାୟୀ, ପିଠାବଟା ଫାଟକ ଦେଇ ୨୫ଟି ଓ କାଳିଆଣି ଫାଟକ ଦେଇ ୩୫ଟି ଗାଡ଼ି ଅତିବେଶିରେ […]

କଟକ ସହରକୁ ଗଡ଼ିବ ମେଟ୍ରୋ

କଟକ,୨୮ା୧୨(ଏସଏସନିଉଜ)ଏବେ ତ୍ରିଶୁଳିଆ ନୁହେଁ କଟକସହରକୁ ଗଡିବ ମେଟ୍ରୋ ଟ୍ରେନ୍ । ପ୍ରଥମପର୍ଯ୍ୟାୟରେ  ଭୁବନେଶ୍ବର ବିମାନବନ୍ଦରରୁ ତ୍ରିଶୂଳିଆଛକପର୍ଯ୍ୟାୟରେ  ମେଟ୍ରୋପ୍ରକଳ୍ପ ପାଇଁ ‌ଯୋଜନା କରାଯାଇଥିବାବେଳେ ଏବେ ଏହାକୁ ‌କଟକ ନେତାଜୀ ବସ୍ ଟର୍ମିନାଲପର୍ଯ୍ୟନ୍ତ ସଂପ୍ରସାରିତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଏଥିପାଇଁ କାଠଯୋଡି ପୋଲକୁଲାଗି ୨୨୦ କୋଟି ଟଙ୍କା ବ୍ୟୟବରାଦରେ ହେବାକୁଥିବା ଦ୍‌ବିତୀୟସେତୁ ପାଇଁ ଟେଣ୍ଡରକୁ ବାଜତିଲ କରି ଦିଆଯାଇଛି । ଏବେ କାଠ‌ଯୋଡ଼ି ଉପରେ ପ୍ରାୟ ୭୦୦ କୋଟି ଟଙ୍କା ବ୍ୟୟରେ ଏକ ବହୁବିଧ ପରିବହନ ବ୍ୟବସ୍ଥା ଥିବାା ସେତୁ […]

ରଘୁକୁ ପୋଲିସର ଗୁଳି

ଭୁବନେଶ୍ୱର,୨୮ା୧୨(ଏସଏସନିଉଜ) ବାଲିଯାତ୍ରାପଡ଼ିଆ ନିକଟରେ ପୋଲିସ-ଅପରାଧୀ ମୁହାଁମୁହିଁ ହୋଇଛନ୍ତି ।ପୋଲିସ ପିଛା କରିବା ବେଳେ ରଘୁ ପୋଲିସ ଉପରକୁ ଗୁଳିମାଡ଼ କରିଥିଲା ।ପୋଲିସର ପାଲଟା ଗୁଳିମାଡ଼ରେ ରଘୁ ଆହତ ହୋଇଥିବାବେଳେ ତାର ଜଣେ ସହଯୋଗୀ କୈାଶଳକ୍ରମେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।ରଘୁ ନିକଟରୁ ବନ୍ଧୁକ ଜବତ କରିଛି ମଞ୍ଚେଶ୍ବରଥାନା ପୋଲିସ ।ରଘୁ ନାଁରେ ୧୫ଟି ଥାନାରେ ଡକାୟତି ସହ ରାହାଜାନି ମାମଲା ରହିଥିବାର ପୋଲିସ ତଦନ୍ତବେଳେ ଜାଣିବାକୁ ପାଇଛି ।