Browsing category

ମହାନଗର

ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର,୧।୧୦(ଏସଏସନିଉଜ) ଘର ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ଜିଜିପି କଲୋନୀର ଏକ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି।ପ୍ରେମବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।ମୃତକଙ୍କ ଶେଷ କଲ୍ ଓ ମେସେଜ୍‌କୁ ନେଇ ପୁଲିସର ଛାନଭିନ ଆରମ୍ଭ ହୋଇଛି।

ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଆସିଲା ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ।ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ପ୍ରତିଦ୍ୱନ୍ଦ୍ୱୀ ମହମ୍ମଦ ସଲିହଙ୍କୁ ହରାଇ ୫୪ ପ୍ରତିଶତ ଭୋଟ୍ ସହ ମୁଇଜୁ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତିି। ମହମ୍ମଦ ମୁଇଜୁ ଚୀନ୍ ସମର୍ଥକ ଭାବେ ଜଣାଶୁଣା। ବିପୁଳ ବିଜୟ ପରେ ମୁଇଜୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି।ଏହି ନିର୍ବାଚନ ଉପରେ ଉଭୟ ଭାରତ ଓ ଚୀନ୍‌ର ନଜର ଥିଲା। ରଣନୀତି ଦୃଷ୍ଟିକୋଣରୁ ମାଳଦ୍ୱୀପ ଉଭୟ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ବହନ କରିଛି । […]

ଆଫଗାନିସ୍ତାନ ଦୂତାବାସ ବନ୍ଦ!

ଭୁବନେଶ୍ୱର,୧ା୧୦(ଏସଏସନିଉଜ) ଭାରତରେ ନିଜ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ।ଦିଲ୍ଲୀ ସ୍ଥିତ ଦୂତାବାସ ବନ୍ଦନେଇ ଆଫଗାନିସ୍ତାନ ଘୋଷଣା କରିଛି ।ବନ୍ଦପାଇଁ ୨ଟି ପ୍ରମୁଖ କାରଣ ଦର୍ଶାଇଛି ଦୂତାବାସ।ବନ୍ଦ ନିଷ୍ପତ୍ତିକୁ ଅତ୍ୟନ୍ତ ଦୁଃଖଦ ଓ ନିରାଶଜନକ ବୋଲି ପ୍ରେସ୍‌ରିଲିଜ୍ ରେ କୁହାଯାଇଛି ।ପ୍ରେସ୍‌ରିଲିଜ୍‌ରେ ତାଲିବାନୀ ଶାସନକୁ ଦାୟୀ କରିଛି ଦୂତାବାସ। ତାଲିବାନୀ ଶାସନକୁ ଅବୈଧ ସରକାର କହି ସମାଲୋଚନା କରିବାସହ ଭାରତ ସରକାରଙ୍କ ପକ୍ଷରୁ ମଧ୍ୟ ଯଥେଷ୍ଟ ସମର୍ଥନ ମିଳି ନଥିବା କୁହାଯାଇଛି।୨୦୨୧ରେ ଭାରତ ମଧ୍ୟ ଆଫଗାନିସ୍ତାନରେ ନିଜ ଦୂତାବାସ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୧ତାରିଖ ରବିବାର । ସୁର୍ଯ୍ୟୋଦୟ- ଘ୫/୪୦/୫୭,ସୂର୍ଯ୍ୟାସ୍ତ- ଘ୫/୩୨/୯ ଆଶ୍ବିନମାସ,କୃଷ୍ଣପକ୍ଷ,ଆଦିତ୍ୟବାସ,ତିଥି- ଦ୍ବିତୀୟା ଦିବା ଘ୯/୪୬ମିପର୍ଯ୍ୟନ୍ତ ତଦନ୍ତ ତୃତୀୟା।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ଉତ୍ତରଦିଗରେ, ଦିବା ଘ୯/୪୬ମିପରେ ଆଗ୍ନେୟକୋଣରେ। ବିଷ୍ଟିକରଣ ଦୋଷ ହେତୁ ସୂର୍ଯ୍ୟୋଦୟରୁ ଦିବା ଘ୯/୪୬ମି ମଧ୍ୟେ ଉତ୍ତରଦିଗ, ବାୟୁକୋଣ, ପଶ୍ଚିମଦିଗକୁ ତ୍ୟାଗ, ଦିବା ଘ୯/୪୬ମି ପରେ ରାତ୍ରି ଘ୮/୩୮ମି ମଧ୍ୟେ ଅଗ୍ନିକୋଣ, ପୂର୍ବଦିଗ ଓ ଐଶାନ୍ୟକୋଣକୁ ତ୍ୟାଗକରି ଯାତ୍ରା କରାଯିବ।ଘାତଚନ୍ଦ୍ର–ମେଷରାଶିର ଘାତଚନ୍ଦ୍ର।ଘାତବାର-ମେଷରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ତୃତୀୟାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ। ମହାଳୟା ବିଧିରେ ହେବ।ନିଷିଦ୍ଧଖାଦ୍ୟ-ବୋଇତାଳୁ ଦିବା […]

ବଢ଼ିଲା ୨ହଜାରଟଙ୍କିଆ ନୋଟବଦଳ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ) ବଢ଼ିଲା ୨ହଜାର ଟଙ୍କିଆ ନୋଟ ବଦଳ ଅବଧି ।ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକୋବ୍ୟାଙ୍କରେ ୨ ହଜାର ଟଙ୍କିଆ ନୋଟ ବଦଳ କରିହେବାଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧିାସପ୍ତାହେ ବଦଳ ଅବଧି ବଢ଼ାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କା ୭ ପରେ ୨ ହଜାର ଟଙ୍କିଆ ନୋଟ ଏକ କାଗଜ ଖଣ୍ଡରେ ପରିଣତ ହେବାକୁ ଯାଉଛି ।

ବଢ଼ିଲା ମାଟ୍ରିକ ଫର୍ମପୂରଣ ଅବଧି

ଭୁବନେଶ୍ୱର,୩୦ା୯(ଏସଏସନିଉଜ)ଘୁଞ୍ଚିଲା ମାଟ୍ରିକ ଓ SOSC ପରୀକ୍ଷା ପାଇଁ ଫର୍ମ ପୂରଣ ଶେଷ ତାରିଖ ।ଅକ୍ଟୋବର ୫ ଯାଏ ଛାତ୍ରଛାତ୍ରୀ କରିପାରିବେ ଫର୍ମ ପୂରଣାSOSCରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାାଏହା ପରେ ଆଉ ଅବଧି ବଢ଼ିବନି ବୋଲି ବୋର୍ଡକର୍ତ୍ତୃପକ୍ଷ କହିଛନ୍ତି ।

ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା

ମେଣ୍ଢାଶାଳ,୩୦ା୯(ଏସଏସନିଉଜ) ଭୁବନେଶ୍ୱରବ୍ଲକ ଅଧିନସ୍ଥ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଶନିବାରଦିନ ଆୟୁଷ୍ମାନ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହୋଇଯାଇଛି ।ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟଚିକିସ୍‌କ ଡ.ମୋହନ ହେମ୍ରମଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ୱାସ୍ଥ୍ୟମେଳାକୁ ଖୋର୍ଦ୍ଧାଜିଲ୍ଲା ମୁଖ୍ୟଚିକିସା ଅଧିକାରୀ ଡ,ଆର୍ତବନ୍ଧୁନାୟକ ପ୍ରଦୀପପ୍ରଜ୍ୱଳନକରି ଉଦ୍‌ଘାଟନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଭି୍‌ନ୍ନପ୍ରକାରର ରୋଗର ବିଶେଷଜ୍ଞ ଡାକ୍ତରମାନେ ଯୋଗଦେଇ ପରାମର୍ଶ,ପରୀକ୍ଷା ଓ ମାଗଣା ଔଷଧ ରୋଗୀମାନଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମରେ ୪୦ଜଣ ସ୍ୱାସ୍ଥ୍ୟକର୍ମୀ ସହାୟତା ପ୍ରଦାନ କରିଥିଲେ ।(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଶୋଇଥିବାବେଳେ ମାଡିଗଲା କାର

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ରାଜମହଲ ଛକ ଫୁଟପାଥରେ ଶୋଇଥିବା ଶ୍ରମିକ ଉପରେ ମାଡ଼ିଯାଇଛି କାର । ଦ୍ରୁତ ଗତିରେ ଗାଡ଼ି ମାଡ଼ିଯିବା ଯୋଗୁଁ ରାସ୍ତା କଡ଼ରେ ଶୋଇଥିବା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥବାବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।ଅନ୍ୟପଟେ ସିସିଟିଭିକୁ ଯାଞ୍ଚ କରି ପୋଲିସ୍ ତଦନ୍ତ ଆରମ୍ଭ କରିଛି ।

୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ଭୁବନେଶ୍ବର, ୩୦ା୯(ଏସଏସନିଉଜ) ଭେଣ୍ଡିଂଜୋନ୍‌ଓ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ (ୟୁନିଟ୍‌୧ ହାଟ) ବିବାଦ ଯୋଗୁ ୧ନଂହାଟ ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ ହୋଇଛି ।ଭେଣ୍ଡିଂଜୋନ୍‌ବ୍ୟବସାୟୀମାନେ ମାଡ଼ି ବସିଥିବାଅଞ୍ଚଳ ଉଚ୍ଛେଦଦାବିରେ ୟୁନିଟ୍‌୧ହାଟକୁ ବ୍ୟବସାୟୀସଂଘ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦରଖିଛି। ବ୍ୟବସାୟୀମାନେ ବିଏମ୍‌ସିକାର୍ଯ୍ୟାଳୟ ଓ ୟୁନିଟ୍‌୧ହାଟ ସମ୍ମୁଖରେ ଧାରଣା ଦେଇଛନ୍ତି। ବିଏମ୍‌ସି ପକ୍ଷରୁ ଏଦୀଗରେ ଆଲୋଚନା ପାଇଁ କୁହାଯାଇଥିବାବେଳେ ମଙ୍ଗଳବାର ପର‌୍ୟ୍ୟନ୍ତ ହାଟ ବନ୍ଦରହିବ ବୋଲି ସଂଘକହିଛି।

ଆଜିଠୁ ୫ଦିନ ଯାଏ ବର୍ଷା

ଭୁବନେଶ୍ବର,୩୦ା୯(ଏସଏସନିଉଜ)ସକ୍ରିୟ ହୋଇଛି ଲଘୁଚାପ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ପରିଣତ ହୋଇଛି।ଯାହାଫଳରେ ଆଜିଠୁ ୫ଦିନ ଯାଏ ବର୍ଷା ହେବ ବୋଲି ପାଣିପାଗବିଭାଗ ପକ୍ଷରୁ କୁହାଯାଇଛି ।ଆଜିଠାରୁ ଆଗାମୀ ୫ଦିନପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଅକ୍ଟେବର ୧ରୁ ୪ ତାରିଖ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହ ପୁର, ଢ଼େଙ୍କାନାଳ, କଟକ, ବାଲେଶ୍ବର, […]