Browsing category

ମହାନଗର

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]

ନନ୍ଦନକାନନକୁ ଆସିଲେ ନୂଆଅତିଥି

ବାରଙ୍ଗ,୩୧ା୮(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ଗୁରୁବାରଦିନ ହାଇଦ୍ରାବାଦରୁ ହଳେ ଗୋଲଡେନ୍ ହ୍ୟାଣ୍ଡ୍ ତାମରିନ୍ ଓ ହଳେ ଗୁଣ୍ଡୁଚିମାଙ୍କଡ କ୍ରୟ କରି ନନ୍ଦନକାନନ କର୍ତୁପକ୍ଷ ଆଣିଛନ୍ତି ।ଯାହାଫଳରେ ନନ୍ଦନକାନନ ତାଲିକାରେ ପଶୁପକ୍ଷୀମାନଙ୍କ ସଂଖ୍ୟା ବୃଦ୍ଧିପାଇଛି । ତେଲେଙ୍ଗାନାର ଜନ୍ ଗ୍ରୋଭ୍ ଆଣ୍ଡ ଫାର୍ମଏହି ନୁତନ ଅତିଥିଙ୍କୁ ଆଣି ନନ୍ଦନକାନନରେ ପ୍ରଦାନ କରିଛି ।ଏହି ନୁଆ ଅତିଥି ନନ୍ଦନକାନନକୁ ଆସିବାପରେ ସେମାନଙ୍କ ସ୍ୱସ୍ଥ୍ୟ ପରୀକ୍ଷା ଏଠାକାର ଡାକ୍ତରମାନଙ୍କଦ୍ୱାରା କରାଯାଇଛି ।ଆସିଥିବା ୪ଜଣଅତିଥିଙ୍କୁ କ୍ୱାରେଟଂଟାଇନରେ ଡାକ୍ତରମାନଙ୍କ ନଜରବନ୍ଦିରେ ୧ମାସ ପର୍ଯ୍ୟନ୍ତ ସେମାନଙ୍କ ଉପରେ ତିକ୍ଷଣ […]

ଭାରତ ଆସିବେନି ଜିନପିଙ୍ଗ୍

ଭୁବନେଶ୍ୱର,୩୧।୮(ଏସଏସ ନିଉଜ)ଭାରତ ଆସିବେନି ଚୀନ୍ ରାଷ୍ଟ୍ରପତି ସି- ଜିନପିଙ୍ଗ୍।ଆସନ୍ତା ସପ୍ତାହରେ ହେବାକୁ ଥିବା ଜି-୨୦ ସମ୍ମିଳନୀକୁ ଆସିବେନି।ରଏଟର୍ସକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ପ୍ରଚାର ଚାଲିଛି।

୨୧ରେ ବାଚସ୍ପତି ନିର୍ବାଚନ

  ଭୁବନେଶ୍ୱର,୩୧।୮(ଏସଏସନିଉଜ)ଖୁବଶୀଘ୍ର ବଧାନସଭା ବାଚସ୍ପତି ପଦକୁ ନେଇ ହଟିବ ସସପେନ୍ସ। ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ବିଧାନସଭା ବାଚସ୍ପତି ନିର୍ବାଚନ । ଏଥିପାଇଁ ୧୮ରେ ନାମାଙ୍କନ ଦାଖଲ କରାଯିବ । ପ୍ରାୟ ୪ ମାସ ପରେ ପୂରଣ ହେବ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ । ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ବାଚସ୍ପତିପଦ ।ଏହାସହ ୨୨ରୁ ବିଧାନସଭା ଆରମ୍ଭ ହେବାକୁ ଯାଉଛି।ସେପ୍ଟେମ୍ବର ୨୨ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ୨୨ରୁ ଆରମ୍ଭ ହୋଇ […]

କଳାହାଣ୍ତିରୁ ଆରମ୍ଭହେଲା ବିମାନସେବା

କଳାହାଣ୍ତି,୩୧।୮(ଏସଏସନିଉଜ) କଳାହାଣ୍ତିବାସୀଙ୍କ ଅପେକ୍ଷାର ଅନ୍ତ ହୋଇଛି। ଆଜିଠୁ କାଳହାଣ୍ତିରେ ଆରମ୍ଭ ହୋଇଛି ବିମାନସେବା। କଳାହାଣ୍ତିଜିଲ୍ଲା କେସିଙ୍ଗାବ୍ଲକ ଉତ୍କେଲା ବିମାନ ବନ୍ଦରରୁ ଆଜିଠୁ ପ୍ରଥମ ଥର ଲାଗି ବିମାନ ସେବା ଆରମ୍ଭ ହୋଇଛି । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଭିଡିଓ କନଫରେସିଂ ମାଧ୍ୟମରେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି। ଏହାସହ ବିମାନ ବନ୍ଦରରୁ ସାଂସଦ ବସନ୍ତ ପଣ୍ଡା ପତାକା ଦେଖାଇ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ଇଣ୍ଡିଆ ୱାନଏୟାରର ଏକ […]

ମେଣ୍ଢାଶାଳରେ ଆରମ୍ଭ ହେଲା ଝୁଲଣଯାତ୍ରା

ମେଣ୍ଢାଶାଳ ,୨୯ା୮(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶହଶହ ବର୍ଷପୁର୍ବରୁ ଚାଲିଆସୁଥିବା ଗହ୍ମାପୁର୍ଣିମା ଉପଲକ୍ଷେ ଝୁଲଣଯାତ୍ରା ଚଳିତବର୍ଷ ମହା ସମାରୋହର ସହ ପାଳିତ ହୋଇଯାଇଛି ।ଗତକାଲିଠାରୁ ଆରମ୍ଭ ହୋଇ ଆଠଦିନଧରି ଚାଲିବାକୁଥିବା ଏହି ୍‌ଯାତ୍ରାରେ ପ୍ରତ୍ୟକରାତିରେ ଠାକୁରଙ୍କ ଝୁଲଣ ସମୟରେ ପାଲା ପରିବେଶଣ ର ବ୍ୟବସ୍ଥା ହୋଇଅଛି ।ରାଜ୍ୟର ନାମିଦାମୀ ପାଲାକଳାକାରମାନଙ୍କଦ୍ୱାରା ପାଲା ପରିବେଶଣର ବ୍ୟବସ୍ଥା ହୋଇଅଛି ।ଆସନ୍ତା୩ତାରିଖରେ ଏହା ଉଦଯାପିତ ହେବ ।ମନ୍ଦିର କମିଟିର କର୍ମକର୍ତାମାନେ ଏହାକୁ ପରିଚାଳନା କରୁଛନ୍ତି ।(ପଦ୍ମଚରଣବଡଜେନାଙ୍କ […]

ଜେମ ସ୍ପୋର୍ଟସଏକାଡେମୀ ପାଳନକଲା ଜାତୀୟକ୍ରୀଡାଦିବସ

ଭୁବନେଶ୍ବର ,୨୯ା୮(ଏସଏସନିଉଜ) ମଞ୍ଚେଶ୍ୱର,ସମେଇଗଡିଆରେଥିବା ରାଜ୍ୟର ଅଗ୍ରଣି ଜେମ ସ୍ପୋର୍ଟସଏକାଡେମୀ ଜାତୀୟକିଡାଦିବସ ପାଳନ କରିଛି ।ଏହିଅବସରରେ ଆଇନ ପରାମର୍ଶଦାତା ତଥା ଯୁବଓକିଲ ସୁବ୍ରତମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଭୁବନେଶ୍ୱରଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଗତ ଜୁନମାସରେ ଜେମ୍ ସ୍ପୋର୍ଟସ ଏକାଡେ଼ମୀରେ ହୋଇଥିବା ଦ୍ୱିତୀୟ କଳିଙ୍ଗଓପନ ଜାତୀୟଜିମ୍ନାଷ୍ଟିକପ୍ରତିଯୋଗିତାରେ ବିଜେତା ପ୍ରତିଯୋଗୀମାନଙ୍କୁ ମେଡାଲ ପ୍ରଦାନ କରିବାସହ କୁନିକୁନି ଖେଳାଳୀ ମାନଙ୍କୁ ପୁରସ୍କାର ପ୍ରଦାନକରି ସେମାନଙ୍କୁ ଉସ୍‌ାହିତ କରିଥିଲେ । ଏକାଡେ଼ମୀର ଅଧକ୍ଷା ମୀରାରାଣୀ ଦାସଙ୍କ ତତ୍ଵାବଧାନରେ ଆୟୋଜିତ […]

ପୁଣି ନନ୍ଦନକାନନକୁ ଆସିବ ୫ନୂଆଜନ୍ତୁ

ବାରଙ୍ଗ,୨୭ା୮(ଏସଏସନିଉଜ)ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ନୂଆ ଜୀବଜନ୍ତୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଛି।ମିଜୋରାମର ଆଇଜଲ୍ ଚିଡିଆଖାନାରୁ ହଳେ ହୁଲକ୍ ଗିବନ୍,ହଳେ ଘୁଷୁରି ଲାଞ ମାକେକ୍ ଓ ଗୋଟିଏ ମାଈ ହିମାଳୟ କଳାଭାଲୁ ନନ୍ଦନକାନନ ଆସିବ।ଏହା ପ୍ରତିବଦଳରେ ନନ୍ଦନକାନନ କର୍ତ୍ତୁପକ୍ଷ ଗତ ମାର୍ଚ୍ଚମାସ ୨୭ତାରିଖରେ ପ୍ରାଣୀଉଦ୍ୟାନରୁ ଗୋଟିଏ ୫ବର୍ଷର ଅଣ୍ଡିରା ସାଧାରଣ ବାଘ କୁନ୍ଦନ ଓ ଅନ୍ୟଟି ୫ବର୍ଷର ମାଈ ସାଧାରଣ ବାଘୁଣୀ ଆଦ୍ୟାଶାକୁ ଜୀବଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଚିଡିଆଖାନାକୁ ପଠାଇସାରିଛନ୍ତି ବୋଲି ନନ୍ଦନକାନନ ଊପନିର୍ଦେଶକ […]

ଝିଅକୁ ଗ୍ରହଣକଲାନାହିଁ ଜନ୍ମକଲା ମାଆ

ବାରଙ୍ଗ,୨୬ା୮(ଏସଏସନିଉଜ)ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ବିବାହ କରିବାକୁ ବାଧ୍ୟ କରିବାରୁ ସେ ରାଜିନହେବାରୁ ତାକୁ ମାନସିକ ଓ ଶାରରୀକ ଜନ୍ତ୍ରଣା ଦେବାଭଳି ସଙ୍ଗିନ ଅଭିଯୋଗ ଆସିଛି ।ବାରଙ୍ଗର ଏକ ପ୍ରତିଷ୍ଠିତ ସରକାରୀ ବିଦ୍ୟାଳୟରେ ଅଧୟନକରୁଥିବା ଛାତ୍ରୀ ଜଣଙ୍କ ତାର ପରିବାରଲୋକ ଦେଉଥିବା ମାନସିକ ନିର‌୍ୟ୍ୟାତନା ଦେଉଥିବା କଥାକୁ ଶନିବାର ଦିନଶ୍ରେଣୀଶିକ୍ଷକଙ୍କ ପାଖରେ ବଖାଣିବାସହ ସୁରକ୍ଷା ମାଗିଛି ।ପରେ ପ୍ରଧାନଶିକ୍ଷୟତ୍ରୀଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟପରିଚାଳନାକମିଟି ଉପସ୍ଥିତିରେ ଛାତ୍ରୀର ପରିବାରଲୋକଙ୍କୁ ଡକାଯାଇ ପକୃତ ସତ୍ୟାସତ୍ୟ ଅନୁଧ୍ୟାନ କରାଯାଇଛି ।ଛାତ୍ରୀର ଜନ୍ମଦାତା ମାଆ […]

ଗୋରୁବୋଝେଇ ପିକଅପ ଜବତ

ବାରଙ୍ଗ,୨୬।୮(ଏସଏସନିଉଜ)ଶନିବାର ବଡିଭୋର ସମୟରେ ଗୋଚାଳଣ ହେଉଥିବାବେଳେ ନରାଜଗ୍ରାମବାସୀମାନଙ୍କ ହାତରେ ଧରାପଡିଛି ଗୋରୁବୋଝେଇ ପିକଅପଭ୍ୟାନ ।କୈାଶଳକ୍ରମେ ଗୋଚାଲଣକାରୀ ଖସି ପଳାଇଯାଇଥିବାବେଳେ ଗାଡିରେ ଥିବା ୮ଟିଗୋରୁମଧ୍ୟରୁ ଗୋଟିକର ମୃତ୍ୟୁ ଘଟିଛି ।ଏହିଘଟଣା ଶନିବାର ବଢିଭୋର ସମୟରେ ଗୋଡିସାହିଫାଣ୍ଡି ଅଧିନସ୍ଥ ନରାଜ ବଙ୍ଗଳାଛକ ନିକଟରେ ଦେଖିବାକୁ ମିଳିଛି । ଓଆର୦୯ଜେ୮୬୨୭ ନଂ ପିକଅପ ଭ୍ୟାନରେ ଗୋରୁ ବୋଝେଇ କରି ଆସୁଥିବାବେଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଦେଖିବାକୁ ପାଇଥିଲେ ।ଏହାପରେ ସଙ୍ଗବଦ୍ଧ ହୋଇ ଯୁବକମାନେ ପିକଅପଭ୍ୟାନକୁ ରୋକିବା କ୍ଷଣି ଗାଡିଚାଳକ ସହ […]