୧୫ରୁ ପଶ୍ଚିମାଝଡ଼
ଭୁବନେଶ୍ୱର,୧୩ା୩(ଏସଏସନିଉଜ)ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ୧୫ରେ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।୧୬ ଓ ୧୭ରେ ବିଜୁଳି-ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଆକଳନ କରିଛି ।
Browsing category
ଭୁବନେଶ୍ୱର,୧୩ା୩(ଏସଏସନିଉଜ)ଆସନ୍ତା ୧୫ ତାରିଖରୁ ପଶ୍ଚିମାଝଡ଼ର ପ୍ରଭାବ ସମ୍ଭାବନା ରହିଛି । ୧୫ରେ ରାଜ୍ୟରେ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।୧୬ ଓ ୧୭ରେ ବିଜୁଳି-ଘଡ଼ଘଡ଼ି ବର୍ଷା ସହ ଝଡ଼ ପବନ ସମ୍ଭାବନା ରହିଥିବାର ପାଣିପାଗବିଭାଗ ଆକଳନ କରିଛି ।
ଭୁବନେଶ୍ୱର,୧୩ା୩(ଏସଏସନିଉଜ)ମାଟ୍ରିକ ପରୀକ୍ଷାରେ ପିଲା ଅନୁପସ୍ଥିତ ନେଇ ସରକାରଙ୍କ ଚିନ୍ତା ବଢ଼ିଲା । ୧୮ହଜାରରୁ ଅଧିକପିଲା ପ୍ରଥମଦିନ ଅନୁପସ୍ଥିତ ରହିଛନ୍ତି ।ଡ୍ରପଆଉଟ ପିଲାଙ୍କୁ ଚିହ୍ନଟ କରାଯିବ ବୋଲି କହିଛନ୍ତି ଗଣଶିକ୍ଷାସଚିବା ଘରକୁଘର ବୁଲି ସର୍ଭେ ହେବା ସହ ଡ୍ରପଆଉଟ ପିଲାଙ୍କୁ ଧନ୍ଦାମୂଳକଶିକ୍ଷା ଦେବାକୁ କାଉନସେଲିଂ କରାଯିବା ପ୍ରଥମ ପର୍ୟ୍ୟାୟରେ ୧୭ବର୍ଷରୁ ଅଧିକପିଲାଙ୍କୁ ଏଥିରେ ସାମିଲ କରାଯିବ।
ଭୁବନେଶ୍ୱର,୧୩।୩(ଏସଏସ ନିଉଜ)ବାରିପଦା-ବେତନଟୀ ରାସ୍ତାରେ ଓଲଟିଲା ବସ୍ ।ଯାହାଫଳରେ ୨୫ଜଣ ଆହତ ହୋଇଛନ୍ତି।NH-୧୮ର କୃଷ୍ଣଚନ୍ଦ୍ରପୁର ନିକଟରେ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିପଡିଥିଲା ।୨୫ ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାର ଜଣା ପଡିଛି।ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବାବେଳେ ସମସ୍ତେ PRMରେ ଭର୍ତ୍ତି।ବସ୍ଟି ରାଇରଙ୍ଗପୁରରୁ ଭୁବନେଶ୍ବର ଆସିବା ବେଳେ ଦୁର୍ଘଟଣା ଘଟିଛି।
ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. […]
ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଆସନ୍ତା୧୫ରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଛି। ସବୁବର୍ଗର ଡ୍ରାଇଭର ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହେବେ। ପ୍ରେସମିଟରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଓଡ଼ିଶାରେ H3N2 ସଂକ୍ରମିତ ଚିହ୍ନଟ ହେବା ଘଟଣାରେ ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି କରିଛନ୍ତି।ଇନ୍ଫ୍ଲୁଏଞ୍ଜା ଭଳି ଅସୁସ୍ଥତାର ସର୍ଭେଲାନ୍ସ ପାଇଁ ହୋଇଛି ଚିଠି।ଜଟିଳ ଫୁସ୍ଫୁସ ସଂକ୍ରମଣର ସର୍ଭେଲାନ୍ସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଜନସ୍ବାସ୍ଥ୍ୟ ରକ୍ଷା ଓ ଗହଳି ରୋକିବା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
ଭୁବନେଶ୍ୱର,୧୧।୩(ଏସଏସ ନିଉଜ)H3N2 ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।H3N2 ସଂକ୍ରମଣ ରେ H3N2ରେ କୋଭିଡ୍ ପରି ଲକ୍ଷଣ ଦେଖାଯାଉଛି।ସଂକ୍ରମଣ ଦ୍ବାରା ଜ୍ବର , କାଶ , ଥଣ୍ଡା , ତଣ୍ଟି ଓ ମୁଣ୍ଡ ବ୍ୟଥା , ହାଲିଆ ଲାଗେ।୩୦ ସେଣ୍ଟରରନମୁନା ପରୀକ୍ଷଣ ରୁ ଅଧିକାଂଶ ମାମଲା H3N2 ବୋଲି ଜଣାପଡିଛି।
ଭୁବନେଶ୍ୱର,୧୧ା୩(ଏସଏସନିଉଜ) ଆଜି ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍-ଗାଭାସ୍କର୍ ଟେଷ୍ଟମ୍ୟାଚର ୩ୟଦିନରେ ରୋହିତଶର୍ମା ୧୭,୦୦୦ଆର୍ନ୍ତଜାତିକ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।ଯାହାଫଳରେ ୧୭,୦୦୦ଆନ୍ତର୍ଜାତିକ ରନ୍ ପୂରଣକରିବାରେ ରୋହିତ ହେଉଛନ୍ତି ୭ମ ଭାରତୀୟ ବ୍ୟାଟ୍ସ୍ମ୍ୟାନ୍ । ପୂର୍ବରୁ ଆନ୍ତର୍ଜାତିକକ୍ରିକେଟ୍ରେ ୬୬୪ଟିମ୍ୟାଚ୍ରେ ସଚିନତେନ୍ଦୁଲକର୍ ,ବିରାଟ କୋହଲି , ରାହୁଲ୍ ଦ୍ରାବିଡ଼ , ସୌରଭ ଗାଙ୍ଗୁଲୀ , ଏମ୍ଏସ୍ ଧୋନିଙ୍କ ନାମ ରହିଥିଲା ।
ଭୁବନେଶ୍ୱର,୧୧ା୩(ଏସଏସନିଉଜ)ଅମିତଶାହା ଓଡ଼ିଶା ଆସୁଛନ୍ତି । ଦିନିକିଆ ଗସ୍ତରେ ୨୬ରେ ଓଡିଶା ଆସିବେ । ଭଦ୍ରକଜିଲ୍ଲା ଆରଡ଼ି ଆଖଣ୍ଡଳମଣୀପୀଠକୁ ଯାଇ ବାବାଙ୍କ ଦର୍ଶନ ଲାଭ କରିବାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁସମ୍ବୋଧିତ କରିବେ ଶାହା । ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ ।
ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।