Browsing category

ମହାନଗର

ଏଥର କର୍ଣ୍ଣାଟକରେ ବିଜେପି ସରକାର

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସେ କହିଛନ୍ତି କର୍ଣ୍ଣାଟକରେ ବିଜେପି ସ୍ପଷ୍ଟ ବହୁମତ ସହ ପୁଣି ସରକାର ଗଢ଼ିବ।

ମେ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

ଭୁବନେଶ୍ୱର,୨୯ା୩(ଏସଏସନିଉଜ)ମେ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ ନେଇ ସିଇସି ଘୋଷଣା କରିଛନ୍ତି । ଏପ୍ରିଲ୧୩ରେ ପ୍ରକାଶପାଇବ ନିର୍ବାଚନବିଜ୍ଞପ୍ତି । ଏପ୍ରିଲ୨୦ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ , ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର I ମେ୧୩ରେ ଭୋଟ ଗଣତି ହେବ । ନବ ଦାସଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଥିଲା ।    

ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ବାଜିବ କର୍ଣ୍ଣାଟକ ନିର୍ବାଚନ ବିଗୁଲ୍। ଘୋଷଣା ହେବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ। ସକାଳ ୧୧.୩୦ରେ ଘୋଷଣା କରିବେ ନିର୍ବାଚନ କମିଶନା

ଏପ୍ରିଲ ୧ ଯାଏଁ ରାଜ୍ୟରେ ଝଡ଼ବର୍ଷା !

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବାବେଳେ ଆଜିମଧ୍ୟ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଯାଜପୁର ଏବଂ ଢେଙ୍କାନାଳଜିଲ୍ଲାରେ ବର୍ଷାସମ୍ଭାବନା ରହିଛି । ଆଜିଠୁ ଆଉ ଏକ ପଶ୍ଚିମା ଝଡ଼ ଆସୁଥିବା ବେଳେ କାଲିଠୁ ଏପ୍ରିଲ୍ ପହିଲାଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ଝଡ଼-ପବନ ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।  

ଆସିଲା ରଥଦଉଡି ,ଟଣାହେବ ରୁକୁଣାରଥ

ଭୁବନେଶ୍ୱର, ୨୯ା୩(ଏସଏସନିଉଜ) ଆଜି ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାା ଅଢ଼େଇଘଣ୍ଟା ନୀତିବିଳମ୍ବରେ ଚାଲିଥିବା ବ୍ରାହ୍ମଣନିଯୋଗସମ୍ପାଦକ ବିରଞ୍ଚିପତି ଦେଇଛନ୍ତି ସୂଚନାା ରଥ ନିର୍ମାଣ ଓ ପ୍ରତିଷ୍ଠା ବିଳମ୍ବ ହେବାରୁ ଅନ୍ୟ ନୀତିରେ ବିଳମ୍ବ ହୋଇଛି ।ଧାର୍ଯ୍ୟସମୟ ସାଢ଼େ୩ଟାରେ ରଥଟଣା ଆରମ୍ଭ ସମ୍ଭବନୁହେଁ ବୋଲି ପତି କହିଛନ୍ତି ।ଅନୟପଟେ ଆସି ପହଁଚିଛି ରଥଦଉଡି । ଏଇଥିରେ ବନ୍ଧାହେଇ ଟଣାହେବ ରୁକୁଣାରଥ ।ରାମେଶ୍ୱରମନ୍ଦିର ଯିବେ ପ୍ରଭୁଲିଙ୍ଗରାଜ ।ଅପରାହ୍ଣ ୩ଟାରେ ଟଣାଯିବ ବାବାଲିଙ୍ଗରାଜଙ୍କ ରୁକୁଣାରଥ। ସାଢେ୧୨ଟାରୁ ହେବ ପହଣ୍ଡି ବୋଲି ପୁର୍ବ ନିଷ୍ପତି ହୋଇଥିଲା […]

୫ ଦିନ ଯାଏଁ ଘଡ଼ଘଡ଼ି ବର୍ଷା

ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ଘଡ଼ଘଡ଼ି ବର୍ଷା ନେଇ ଆକଳନ କରାଯାଇଛି।ଆସନ୍ତାକାଲି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବା ସମ୍ଭାବନା ।କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ,କେନ୍ଦୁଝର, ମୟୂରଭଂଜ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ବାଲେଶ୍ୱର କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଭୁବନେଶ୍ୱରରେ ପରିବହନବିଭାଗର ସ୍ୱତନ୍ତ୍ରଡ୍ରାଇଭ

  ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଭୁବନେଶ୍ୱରରେ ଜାରି ରହିଛି ଧରପଗଡ଼।ପରିବହନ ବିଭାଗ ପକ୍ଷରୁ ଚାଲିଛି ସ୍ୱତନ୍ତ୍ରଡ୍ରାଇଭ। ଅତିରିକ୍ତ କମିଶନର ଲାଲ ମୋହନ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ ରେ ହେଉଛି ଯାଞ୍ଚ। ମଦ୍ୟପ ଚାଳକଙ୍କ ପରେ ଏବେ କମବୟସ୍କଙ୍କ ଉପରେ ରହିଛି ସ୍ୱତନ୍ତ୍ର ନଜର। ଆଜିଠାରୁ ୩ ଦିନଧରି ରାଜ୍ୟବ୍ୟାପୀ ଚାଲିବ ଏହି ଡ୍ରାଇଭ।

ମୋବସରୁ ଚୋରି ହେଲା ୫୦ହଜାରେ

ଭୁବନେଶ୍ୱର,୧୮।୩(ଏସଏସ ନିଉଜ) ମୋବସ୍‌ରେ ଯାତ୍ରୀଙ୍କ ଠାରୁ ୫୦ ହଜାର ଚୋରି ହୋଇଥିବାର ଅଭିଯୋଗ ଆସିଛି। ୧୮ନଂରୁଟ୍‌ର ଜଗତପୁର-ବରମୁଣ୍ଡା ଯାଉଥିବା ବସ୍‌ରେ ଚୋରି ହୋଇଛି। ନବ ବିବାହିତଝିଅ ପାଇଁ ଶାଢ଼ୀ କିଣିବାକୁ ଆସିଥିବା ବେଳେ ହୋଇଛି ଚୋରି। ଚନ୍ଦ୍ରଶେଖ ରପୁରଥାନାରେ ଏନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

୧୦ବର୍ଷରେ ୬ମହାବଳବାଘ ମୃତ୍ୟୁ

ଭୁବନେଶ୍ବର,୨୮।୩(ଏସଏସ ନିଉଜ)ଗତ ୧୦ବର୍ଷ ମଧ୍ୟରେ ରାଜ୍ୟରେ ୬ ମହାବଳବାଘଙ୍କ ମୃତ୍ୟୁ ଘଟିଛି।ମୃତ ୬ଟି ମଧ୍ୟରୁ ୩ଟି ମହାବଳବାଘ ଶିକାରୀଙ୍କ ଦ୍ୱାରା ମରିଛନ୍ତି।ତାରା ବାହିନୀ ପତିଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି।

ଲିଭଇନରେ ରହି ସବୁ ଲୁଟିଲେ କନଷ୍ଟେବଲ

  ଭୁବନେଶ୍ୱର,୨୮।୩(ଏସଏସ ନିଉଜ)ଷଷ୍ଠବାଟାଲିୟନର କନଷ୍ଟେବଲ ପ୍ରୀତିରଂଜନ ବେହେରାଙ୍କ ନାଁରେ ପ୍ରତାରଣା ଅଭିଯୋଗ ଆଣି ଡିସିପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଯୁବତୀ। ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବାର ଅଭିଯୋଗରେ ଦର୍ଶାଇଛନ୍ତି।ଦୀର୍ଘଦିନ ଲିଭ୍ ଇନରେ ରହିବା ପରେ ୨୦ଲକ୍ଷ ଟଙ୍କା ଓ ସୁନାଗହଣା ନେଇ ପଳାଇଥିବା ଅଭିଯୋଗ ରେ କୁହାଯାଇଛି।