Browsing category

ମହାନଗର

ଭୁବନେଶ୍ୱର ରେ ପହଞ୍ଚିଲେ ପଶ୍ଚିମବଙ୍ଗCM

ଭୁବନେଶ୍ୱର,୨୧।୩(ଏସଏସନିଉଜ) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପଶ୍ଚିମବଙ୍ଗ CM । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗCM ।-ଭୁବନେଶ୍ବରରୁ ପୁରୀ ଯିବେ ମମତା ବାନାର୍ଜୀ ।ଓଡ଼ିଶାଗସ୍ତ ପୂର୍ବରୁ କୋଲକାତାରେ ମମତା  ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ନବୀନଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ।ଦେଖାଯାଉ କ’ଣ ହେଉଛି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯିବେ।

ସର୍ପିଓଚୋରକୁ ଧରିଲା ବାରଙ୍ଗପୁଲିସ

ବାରଙ୍ଗ,୧୯।୩(ଡିଏନଏ) ଶନିବାର ଦିନରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲ ଆଗରୁ ଚୋରି ହୋଇଥିବା ଏକ ସର୍ପିଓକୁ ବାରଙ୍ଗ ପୋଲିସ ଜବତ କରିବାସହ ଜଣଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।ଗିରଫ ଯୁବକ ହେଉଛନ୍ତି ବାଲିକୁଦାର ସୁବୁନି ଓରଫ ସିପ୍ତିରଞ୍ଜନ ନାୟକ । ପ୍ରକାଶଯେ,ଶନିବାର ଦିହିପହର ସମୟରେ ତ୍ରିଶୂଳିଆ ଛକରେ ଥିବା ଏକ ହୋଟେଲଆଗରେ କୃଷ୍ଣଚନ୍ଦ୍ରପୁରର ସୁବାସ ଚନ୍ଦ୍ର ବାରିକ ନାମକ ଵ୍ୟକ୍ତି ତାଙ୍କର ଓଡି୦୫-ଏଓ।ଈ -୧୭୪୫ ନମ୍ବର ସର୍ପିଓକୁ ରଖି ଖାଉଥିଲେ।ଗାଡିର ଚାବିକୁ ଖାଇବା ଟେବୁଲ ଉପରେ […]

ଏପ୍ରିଲ୍ ୩ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

କଟକ,୨୦ା୩(ଏସଏସନିଉଜ)ସରିଲା ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ରୁ ମାଟ୍ରିକଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।ସୁଚନାମୁତାବକ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକଖାତା ମୂଲ୍ୟାୟନ କରାଯିବ। ଆସନ୍ତା ୪୫ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନପ୍ରକ୍ରିୟା ଶେଷହୋଇ ପରୀକ୍ଷାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା।

ଆଉ ୨ଦିନ ବିଜୁଳି, ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଆସନ୍ତା ୨ ଦିନ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।୪୦ରୁ ୫୦ କିମି ବେଗରେ ପବନ ମଧ୍ୟ ବହିପାରେ।ଆସନ୍ତାକାଲି ପାଇଁ ରାଜ୍ୟର ୧୦ ଜିଲ୍ଲାକୁ ଓ ୨୧ ତାରିଖ ପାଇଁ ୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସନ୍ଦେହ ଘେରରେ ଡିଜେ ଆଜେକ୍ସ ମୃତୁ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଡିଜେ ଆଜେକ୍ସ ଅକ୍ଷୟ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।ମୃତଦେହ କ୍ୟାପିଟାଲ ହସ୍ପିଟାଲ ଶବାଗାରରେ ରହିଛି।କିପରି ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଥିବାବେଳେ ପୋଲିସର ଖୋଳତାଡ଼ ଆରମ୍ଭ ହୋଇଛି।ଏହାରିଭିତରେ ଡିଜେ ଆଜେକ୍ସଙ୍କ ମୃତ୍ୟୁରେ ସାମ୍ନାକୁ ଆସିଛି ଜଣେ ଯୁବତୀଙ୍କ ଫଟୋ lଯାହାକୁ ନେଇ ସନ୍ଦେହ ବଢିଯାଇଛି।ଏ ଯୁବତୀ ଜଣକ କିଏ ଓ ଅକ୍ଷୟଙ୍କ ସହ ତାଙ୍କ ସମ୍ପର୍କ କ’ଣ ତାହାକୁ ନେଇ ବଢ଼ିଛି ସନ୍ଦେହ l

ବାରୁଣୀସ୍ନାନ କଲେ ହଜାରହଜାର ଶ୍ରଦ୍ଧାଳୁ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଦଶାଶ୍ୱମେଧ ଘାଟରେ ବାରୁଣୀସ୍ନାନ କଲେ ହଜାର ହଜାର ଶ୍ରଦ୍ଧାଳୁ lବୈତରଣୀ ନଦୀକୂଳରେ ପିତୃପୁରୁଷଙ୍କୁ ପିଣ୍ଡଦାନ କଲେ ଶ୍ରଦ୍ଧାଳୁ।ବିଶ୍ୱାସ ରହିଛି ବୈତରଣୀ ଗଙ୍ଗା ନଦୀର ଅନ୍ୟ ଏକ ରୂପ। ତେଣୁ ଆଜିର ଦିନରେ ଏଠାରେ ସ୍ନାନ କଲେ କୋଟି ଜନ୍ମର ପାପ କ୍ଷୟ ହୋଇଥାଏ ବୋଲି କୁହାଯାଏ।ଏହି ଅବସରରେ ଅନୁଷ୍ଠିତ ମେଳା ଆସନ୍ତା ୭ ଦିନ ଧରି ଚାଲିବ।

ଏପ୍ରିଲ ୬ରୁ BJPର ଘରଘର ଚାଲ ଅଭିଯାନ

ଭୁବନେଶ୍ୱର,୧୯।୩(ଏସଏସ ନିଉଜ)ଏପ୍ରିଲ ୬ରୁ BJP ଓବିସି ମୋର୍ଚ୍ଚାର ଗାଁଗାଁ ଚାଲ, ଘରଘର ଚାଲ ଅଭିଯାନ ଆରମ୍ଭ ହେବାକୁ ଯାଉଛି lଏହି ୯ ଦିନିଆ ଅଭିଯାନରେ ୧ଲକ୍ଷଗାଁ ଓ ୧୦ ଲକ୍ଷ ଘରେ ପହଞ୍ଚିବ ଦଳ lମୋଦି ସରକାରଙ୍କ ଜନକଲ୍ୟାଣ ଯୋଜନାକୁ ନେଇ ଲୋକଙ୍କ ପାଖକୁ ଯିବ lପ୍ରେସମିଟରେ ଦଳର ଓବିସିମୋର୍ଚ୍ଚା ଜାତୀୟ ଉପାଧ୍ୟକ୍ଷ ସୂଚନା ଦେଇଛନ୍ତି l

ମୂଷା ପାଇଁ ମେସିନ

ପୁରୀ,୧୯।୩(ଏସଏସନିଉଜ)ମୂଷାଙ୍କୁ ଜଗିବା ପାଇଁ ଆସିଲା ମେସିନ୍ lଶ୍ରୀମନ୍ଦିର ଗର୍ଭଗୃହରେ ମୂଷାଙ୍କୁ ଜଗିବା ପାଇଁ ଆସିଲା ମେସିନ୍ । ଶ୍ରୀମନ୍ଦିର ପ୍ରଶାସନକୁ ମେସିନ ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ ।

ପଶ୍ଚିମାଝଡ଼ ପ୍ରଭାବରେ ଲାଗିଛି ବର୍ଷା

ଭୁବନେଶ୍ୱର,୧୮।୩(ଏସଏସନିଉଜ)ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି।ବିଜୁଳି, ଘଡ଼ଘଡ଼ି ସହ ଲାଗିରହିଛି ବର୍ଷା ଓ ପବନ।ବାଲେଶ୍ବର, ନୂଆପଡ଼ା, କୋରାପୁଟ, ମୟୂରଭଞ୍ଜରେ ବର୍ଷା ହେଉଥିବାବେଳେ ନୟାଗଡ଼ ଓ କନ୍ଧମାଳରେ କୁଆପଥର ବର୍ଷା ସହ ଝଡ଼ପବନ ଓ ବଲାଙ୍ଗିର ଓ ସମ୍ବଲପୁରରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଲାଗିରହିଛି।

ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍

ଭୁବନେଶ୍ୱର,୧୮।୩(ଏସଏସ ନିଉଜ)ତ୍ରିଶୁଳିଆରେ ହେବ ଦ୍ବିତୀୟ ବ୍ରିଜ୍ ।କାଠଯୋଡ଼ି ନଦୀରେ ତ୍ରିଶୁଳିଆଠାରେ ହେବ ଦ୍ବିତୀୟ ବ୍ରିଜ୍ lପ୍ରେସମିଟରେ ପୂର୍ତ୍ତମନ୍ତ୍ରୀ ଏବଂ ପୂର୍ତ୍ତସଚିବ ଦେଲେ ଏହି ସୂଚନା lଦ୍ବିତୀୟ ବ୍ରିଜ୍ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଛି lଚଳିତ ବର୍ଷ ବ୍ରିଜ୍ କାମ ଆରମ୍ଭହେବ କହିଲେ ପୂର୍ତ୍ତ ସଚିବ l