Browsing category

ମହାନଗର

ଥାନାକୁ ଗଲା ବିରଳଏଣ୍ଡୁଅ

ଚନ୍ଦ୍ରଶେଖରପୁର,୨୨ା୩(ଏସଏସନିଉଜ)ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲପମ୍ପ ନିକଟରେ ଜଣେବ୍ୟକ୍ତି ଗୋଟିଏ ବିରଳ ଏଣ୍ଡୁଅକୁଧରି ଠିଆ ହୋଇଥିବାବେଳେ ପାଖରେଥିବା ଲୋକେ ପୋଲିସକୁ ଖବର ଦେଇଥିଲେ। ପରେ ପିସିଆରଭ୍ୟାନ ଆସି ଏଣ୍ଡୁଅ ଏବଂ ଉକ୍ତଯୁବକଙ୍କୁ ଥାନାକୁ ନେଇକି ଯାଇଥିବା ଦେଖିବାକୁ ମିଳିଛି।  

ଦିଦି ଦେଖିଲେ ଜଗା

ପୁରୀ, ୨୨ା୩(ଏସଏସନିଉଜ) ପଶ୍ଚିମବଙ୍ଗମୁଖ୍ୟମନ୍ତ୍ରୀ ମମତାବାନାର୍ଜୀ ପୁରୀଯାଇ ଶ୍ରୀମନ୍ଦିରରେ ଘଣ୍ଟାଏ କାଳ ରହି ପ୍ରଭୂ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ ।ଭିତରକାଠରେ ଜଗନ୍ନାଥଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇଯାଇଥିଲେ ।ମହାପ୍ରଭୁଙ୍କୁ ଭୋଗ ଅର୍ପଣ କରିଥିଲେ ମମତା ବାନାର୍ଜୀ। ମମତାଙ୍କ ନାଁରେ ମାନସିକ ବାନା ଚଢ଼ାଇଲେ କୌଳିକ ପଣ୍ଡାା

ଆସୁଛି ଆଉଏକ ପଶ୍ଚିମାଝଡ଼ !

ଭୁବନେଶ୍ୱର,୨୨ା୩(ଏସଏସନିଉଜ)ଆସୁଛି ଆଉ ଏକ ପଶ୍ଚିମା ଝଡ଼।କାଲି ଦେଶକୁ ପ୍ରଭାବିତ କରିପାରେ ଆଉ ଏକ ପଶ୍ଚିମା ଝଡ଼ାଏହାର ପ୍ରଭାବରେ ଝଡ଼ତୋଫାନ ସହ ବର୍ଷା ସମ୍ଭାବନା ରହିଥିବାବେଳେ କାଲି କିଛିଅଞ୍ଚଳରେ ହାଲୁକା ବର୍ଷା ଓ ପ୍ରାୟତଃ ଶୁଖିଲା ପାଗ ରହିବ ବୋଲି କୁହାଯାଇଛି ।ଦିନର ତାପମାତ୍ରା ୪ ଡିଗ୍ରୀ ବୃଦ୍ଧି ପାଇବା ମାର୍ଚ୍ଚ୨୫ରୁ ବଢ଼ିବ ବର୍ଷାର ବିସ୍ତୃତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

୨୪ରେ ଉରାଳୀ ଦଧିବାମନଜୀୟୁ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ

କଟକ,୨୨।୩(ଏସଏସ ନିଉଜ)ସଦରଥାନା ଅନ୍ତର୍ଗତ ଉରାଳୀ ଗ୍ରାମର ସର୍ବପୁରାତନ ଶ୍ରୀଶ୍ରୀ ଦଧିବାମନଜୀୟୁଙ୍କ ନୂତନ ମନ୍ଦିରର ସ୍ୱନକ୍ଷେତ୍ର ଉତ୍ସବ ଆସନ୍ତା ୨୪ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖରେ ଉଦଯାପିତ ହେବ ।ଚାରିଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୨୪ ତାରିଖରେ ଅଧିବାସ, ୨୫ ତାରିଖରେ କଳସ ଶୋଭାଯାତ୍ରା, ଅଗ୍ନି ସ୍ଥାପନ, ୨୬ରେ ସୂର୍ଯ୍ୟପୂଜା ଗୋପୂଜା, ଚଣ୍ଡୀପାଠ,୨୭ରେ ପୁର୍ଣ୍ଣହୁତି ,ନୃତ୍ୟ, ଭଜନ, ପ୍ରବଚନ,ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।ଏହାସହ ଆସୁଥିବା ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ, ମିନାବଜାର, ଚକ୍ରୀଦୋଷୀର ବ୍ୟବସ୍ଥା କରାଯାଇଛି […]

ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର,୨୨।୩(ଏସଏସ ନିଉଜ)ଭୁବନେଶ୍ବର ଶିଶୁଭବନ ଛକରେ ଅଭାବନୀୟ ଘଟଣା ଘଟିଛି।ହୋର୍ଡିଂଟାୱାର ଉପରେ ଚଢ଼ି ଜଣେ ବ୍ୟକ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ସ୍ଥାନୀୟ ଲୋକଙ୍କ ସୂଚନାପରେ ଅଗ୍ନିଶମ କର୍ମଚାରୀଙ୍କଦ୍ବାରା ଉଦ୍ଧାର କରାଯାଇଛି। ପ୍ରାୟ ୨ଘଣ୍ଟା ପରେ ଟାୱାର ଉପରୁ ଉଦ୍ଧାର ହେଲେ ସଂପୃକ୍ତ ବ୍ୟକ୍ତି।

ଚାଲିଛି ଜଙ୍ଗଲୀଶାସନ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ରାଜ୍ୟରେ ଜଙ୍ଗଲୀ ଶାସନ ଚାଲିଛି କହିଛନ୍ତି ନରସିଂହ ମିଶ୍ର।ଗୃହବିଭାଗ ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ସମାଲୋଚନା କରିଛନ୍ତି।ଜଙ୍ଗଲୀଶାସନର ପ୍ରମାଣ ନବ ଦାସ ହତ୍ୟା, ଷଢ଼ଯନ୍ତ୍ରକାରୀ ଧରାପଡ଼ିନି ବୋଲି କହିଛନ୍ତି।୫୦ଦିନ ପରେ ବି କାରଣ ଅସ୍ପଷ୍ଟ, ଷଢ଼ଯନ୍ତ୍ରକାରୀ କିଏ କୁହାଯାଉନି’ ବୋଲି କହିଛନ୍ତି।

୧୨ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ଘଡ଼ଘଡ଼ି, ବର୍ଷା, ପବନ ନେଇ କଟକ, ଭୁବନେଶ୍ୱରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ସଂଧ୍ୟା ପର୍ଯ୍ୟନ୍ତ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।ଟୁଇନ୍ ସିଟି ସହ ୧୨ଟି ଜିଲ୍ଲାକୁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି। ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ଗଂଜାମ, ମୟୂରଭଂଜ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ସୁନାଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର,୨୧।୩(ଏସଏସ ନିଉଜ)ମହିଳାଙ୍କଠୁ ସୁନାଚେନ ଝାମ୍ପିନେଇଛନ୍ତି ଲୁଟେରା । ସିସିଟିଭି ଆଧାରରେ ଘଟଣାର ତଦନ୍ତ କରୁଛି ପୋଲିସ । ମହିଳାଙ୍କୁ ଗୋଡ଼ାଇ ଗୋଡ଼ାଇ ତଳେ ପକାଇ ଛିଡ଼ାଇ ନେଲେ ସୁନା ଚେନ୍ । ଭୁବନେଶ୍ୱର ଲକ୍ଷ୍ମୀସାଗର ଓସ୍କାର ସିଟି ଘଟିଛି ଏହି ଘଟଣା । ମହିଳା ଜଣଙ୍କ ରାତି ୩ଟା ୪୦ରେ ଫୁଲ ତୋଳିବାକୁ ଯାଇଥିବା ବେଳେ ଲୁଟର ଶିକାର ହୋଇଥିଲେ ।

ଭୁବନେଶ୍ୱର ରେ ପହଞ୍ଚିଲେ ପଶ୍ଚିମବଙ୍ଗCM

ଭୁବନେଶ୍ୱର,୨୧।୩(ଏସଏସନିଉଜ) ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ପଶ୍ଚିମବଙ୍ଗ CM । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗCM ।-ଭୁବନେଶ୍ବରରୁ ପୁରୀ ଯିବେ ମମତା ବାନାର୍ଜୀ ।ଓଡ଼ିଶାଗସ୍ତ ପୂର୍ବରୁ କୋଲକାତାରେ ମମତା  ମୁଖ୍ୟମନ୍ତ୍ରୀ ନବୀନଙ୍କ ସାକ୍ଷାତକାରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।ନବୀନଙ୍କ ସହ ସାକ୍ଷାତକାର ସୌଜନ୍ୟମୂଳକ ।ଦେଖାଯାଉ କ’ଣ ହେଉଛି କହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଭୁବନେଶ୍ୱରରୁ ସଡ଼କ ପଥରେ ମମତା ପୁରୀ ଯିବେ।