Browsing category

ମହାନଗର

ସିଲିଆରିବାହାର ଗାଁରେ ବାଘ ଅସୁସ୍ଥ

ନୂଆପଡ଼ା, ୧୬ା୪(ଏସଏସନିଉଜ) ଧରମବନ୍ଧାସେକ୍ସନ ସିଲିଆରିବାହାରା ଗାଁରେ ବାଘ ଆତଙ୍କ ଦେଖା ଦେଇଥିବାବେଳେ ରବିବାର ସକାଳୁ କଲରାପତରିଆବାଘଟି ଗାଈକୁ ଶିକାର କରି ଶିକାରକୁ ଜଗି ରହିଛି। ଭୋକିଲା ବାଘ ଅଧିକ ଖାଦ୍ୟ ଖାଇଦେଇ ଜଙ୍ଗଲ ଭିତରକୁ ଯାଇ ପାରୁନଥିବାବେଳେ ବାଘଟି ଅସୁସ୍ଥ ଥିବାର ଲୋକେ ଅନୁମାନ କରିବା ସହ ମୋବାଇଲରେ ଫଟୋ ମଧ୍ୟ ଉଠାଇଥିଲେ ।ଖବରପାଇ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘକୁ ଉଦ୍ଧାର କରିଥିବା ଜଣାଯାଇଛି। .

ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ପିଏମ୍ ଆବାସରେ ଘରବଣ୍ଟା ବିଳମ୍ବକୁ ନେଇ ବିଜେପି ରାଜ୍ୟସରକାରଙ୍କୁ ସମାଲୋଚନା କରିଛି । ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପିନେତା ପୃଥ୍ୱୀରାଜ ହରିଚନ୍ଦନ ।ରାଜ୍ୟକୁ ଆସିଥିବା ୯.୫୯ ଲକ୍ଷ ଆବାସ ବଣ୍ଟା ନହୋଇ ପଡ଼ିରହିଛିାଅଯୋଗ୍ୟ ଲୋକଙ୍କଠୁ ବିଜେଡ଼ିନେତା ୨୦ହଜାର ଲେଖାଏଁ ନେଇଛନ୍ତି!ତେଣୁ ତାଙ୍କନାଁ କାଟି ପାରୁନାହାନ୍ତିା ଯେଉଁଥିପାଇଁ ଘରନବାଣ୍ଟି ସମୟ ଗଡାଉଛନ୍ତିାଇଛାଶକ୍ତି ଥିଲେ ୧୫ଦିନରେ ତାଲିକାକରି ଘରବାଣ୍ଟନ୍ତୁାବର୍ଷାଦିନପୂର୍ବରୁ କାର‌୍ୟ୍ୟାଦେଶସାରିବାକୁ ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।ବର୍ଷାଦିନ ପୂର୍ବରୁ ଘରନମିଳିଲେ ରାଜରାସ୍ତାରେ ନିଆଁଜଳିବ ବୋଲି ହରିଚନ୍ଦନ […]

ସିବିଆଇ ଅଫିସ୍‌ରେ କେଜରିୱାଲ

ଭୁବନେଶ୍ୱର,୧୬ା୪(ଏସଏସନିଉଜ) ସିବିଆଇ ଅଫିସ୍‌ରେ ପହଞ୍ଚିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ। ଦିଲ୍ଲୀ ମଦଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ କେଜରିୱାଲ ହାଜର ହୋଇଛନ୍ତି। ସିବିଆଇର ସମନପରେ ହାଜର ହୋଇଛନ୍ତି କେଜରିୱାଲ ।ମୁଁ କିଛି ଭୁଲ୍ କରିନାହିଁ ତ ଲୁଚେଇବି କଣପାଇଁ ବୋଲି କହିଛନ୍ତି । ଉଈଓ ଯାହା ବି ପଚାରିବେ ସଚ୍ଚୋଟ୍ ଭାବେ ଉତ୍ତର ଦେବି ବୋଲି କହିଛନ୍ତି ଦିଲ୍ଲୀମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲା  

୧୭ରୁ ଖୋଲିବ ସ୍କୁଲ୍‌

ଭୁବନେଶ୍ୱର,୧୫ା୪(ଏସଏସନିଉଜ)ଏପ୍ରିଲ ୧୭ରୁ ଖୋଲିବାକୁ ଯାଉଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପଡିଲାମାନଙ୍କର ପୁଣି ପାଠପଢ଼ା ହେବ ।ତେବେ ପାଠପଢାର ସମୟକୁ ବଦଳାଯାଇଛି ।ସକାଳ ୬ଟା ୩୦ରୁ ଦିନ ୧୧ଟା ପର‌୍ୟ୍ୟନ୍ତ ଚାଲିବ କ୍ଲାସ ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମୟ ନିର୍ଘଣ୍ଟ ବଦଳାଇ ପାରିବେ ବୋଲି ପ୍ରେସ ବିଜ୍ଞପ୍ତି ଜରିଆରେ ସ୍ପଷ୍ଟ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ ।  

କଟକ ରେଲୱେଷ୍ଟେସନରେ ଅଘଟଣ

ଭୁବନେଶ୍ୱର,୧୪ା୪(ଏସଏସନିଉଜ) କଟକ ରେଲୱେଷ୍ଟେସନରେ ଅଘଟଣ ଘଟିଛି ।ଭାଙ୍ଗିଯାଇଛି ଏକ୍ସପ୍ରେସ ଟ୍ରେନର ବଫରାବାଙ୍ଗିରପୋଷି-ଭୁବନେଶ୍ବର ଟ୍ରେନର ଭାଙ୍ଗି୍‌ଯାଇଛି ବଫରାଟ୍ରେନଟି କଟକ ଷ୍ଟେସନରେ ପହଞ୍ଚିବା ପରେ ଏହି ଅଘଟଣ ଘଟିଛି ।ସକାଳ ପ୍ରାୟ ସାଢ଼େ୯ଟାରେ ଘଟିଛି ଘଟଣା ।ଟ୍ରେନରେ ଥିବା ସମସ୍ତଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଲିଥିବାବେଳେ ୧ନଂପ୍ଲାଟଫର୍ମରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ମାଲକାନଗିରିରେ ହେବ ପୁଷ୍ପା -୨ର ସୁଟିଂ

ମାଲକାନଗିରି,୯ା୩(ଏସଏସନିଉଜ)ତେଲୁଗୁସୁପରଷ୍ଟାର୍ ଆଲୁଅର୍ଜୁନଙ୍କ ନୂଆସିନେମା ପୁଷ୍ପା-୨ରସୁଟିଂ ମାଲକାନଗିରିର ସ୍ବାଭିମାନଅଞ୍ଚଳରେ କରାଯିବାନେଇ ପ୍ରଶାସନ ଓ ପୁଲିସ ପକ୍ଷରୁ ସବୁଜସଂକେତ ମିଳିଛି । ପ୍ରଡକସନ ମ୍ୟାନେଜର ପିଭିରାଓଙ୍କ ନେତୃତ୍ବରେ ଏକ ୬ଜଣିଆଟିମ ଗତ ୭ ଓ ୮ତାରିଖରେ ମାଲକାନଗିରିର ସ୍ବାଭିମାନ ଅଞ୍ଚଳର ହନ୍ତାଳଗୁଡା, ସାର୍କୁବନ୍ଧଝୋଲାପୋଲ ଆଦି ଅଂଚଳ ବୁଲିଦେଖିଛନ୍ତି। ସେମାନେ ଜିଲ୍ଲାପାଳ ଓ ଏସପିଙ୍କୁ ଭେଟି ସୁଟିଂ ପାଇଁ ଅନୁମତି ମଧ୍ୟ ଲୋଡ଼ିଛନ୍ତି। ଆଗାମୀ ମେମାସରେ ଫିଲ୍ମରସୁଟିଂ କରାଯିବ ବୋଲି ଜଣାଯାଇଛି।

ଚତୁର୍ଥଥର ପାଇଁ ପ୍ରସନ୍ନ ହେଲେ ସଭାପତି

ଖୋର୍ଦ୍ଧା,୯ା୪(ଏସଏସନିଉଜ) ମାବରୁଣେଇପୀଠସ୍ଥିତ ଡାକବଙ୍ଗଳାଠାରେ ଖୋର୍ଦ୍ଧାଜିଲ୍ଲା ନିଖିଳଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀସଂଘ ପକ୍ଷରୁ ଜିଲ୍ଲାସମ୍ମିଳନୀ ଓ କର୍ମକର୍ତ୍ତାଚୟନ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ବରବ୍ଲକର ବରିଷ୍ଠକାର୍ଯ୍ୟନିର୍ବାହୀଅଧିକାରୀ ତଥା ସଂଘର ପୂର୍ବତନ ସଭାପତି ପ୍ରସନ୍ନ କୁମାରବାରିକଙ୍କ ସଭାପତିତ୍ବରେ ଆୟୋଜିତବୈଠକରେ ଖୋର୍ଦ୍ଧାଜିଲ୍ଲାର ୧୦ଟିବ୍ଲକର ୧୯୦ପଞ୍ଚାୟତରେ କାର୍ଯ୍ୟକରୁଥିବା ନିର୍ବାହୀଅଧିକାରୀଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନକର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସର୍ବସମ୍ମତିକ୍ରମେ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ବରିମୁଣ୍ଡପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀଅଧିକାରୀ ପ୍ରସନ୍ନକୁମାରବାରିକଙ୍କୁ ଚତୁର୍ଥଥରପାଇଁ ସଭାପତିଭାବେ ମନୋନୀତ କରାଯାଇଥିଲା ।ଉପ-ସଭାପତିଭାବେ ରବିନ୍ଦ୍ରକୁମାର ପୃଷ୍ଟି, ମନୋରଞନ ଜେନା,ଅନିତାମହାନ୍ତି,ସରସ୍ବତୀସେଠୀ,ସାଧାରଣ ସମ୍ପାଦକଭାବେ ଲାଲବିହାରୀର ଣଞିତ୍, କୋଷାଧ୍ୟକ୍ଷ […]

ଫେରାର କଏଦୀ ଧରାପଡ଼ିଲା

ମେଣ୍ଢାଶାଳ୯।୪(ଏସଏସନିଉଜ) ଜାମୁଝରିସ୍ଥିତ ବିଜୁପଟ୍ଟନାୟକ ମୁକ୍ତାକାଶ କରାଶ୍ରମରୁ ପ୍ରାତଃ ଭ୍ରମଣରେଯାଇ ଫେରାର ହୋଇଯାଇଥିବା କଏଦୀଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫକରି ରବିବାରଦିନ କୋର୍ଟ ଚାଲଣ କରିଛି।ଧରାପଡିଥିବା କଏଦୀ ହେଉଛନ୍ତି ସୁନ୍ଦରଗଡ଼ ହିମାଗିରିଥାନା ଅଧିନସ୍ତ ବାଙ୍ଗୁର କୋଲଗ୍ରାମର ନବୀନପାତ୍ର। ପ୍ରକାଶଯେ, ଗତ୨୩ ଡିସେମ୍ବର ୧୦୨୨ ମସିହାରେ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇ ସଜାକାଟୁଥିବା ନବୀନ ଏବଂ ତାଙ୍କର ଅନ୍ୟ ଜଣେ କାରାବାସରେ ସଜାକାଟୁଥିବା ସହଯୋଗୀଙ୍କ ସହ ପ୍ରାତଃ ଭ୍ରମଣରେ ଯାଇ ଆଶ୍ରମକୁ ଆଉ ଫେରିନଥିଲେ । […]

ଡହଡହ ଖରାରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ

ଭୁବନେଶ୍ୱର,୯ା୪(ଏସଏସନିଉଜ)ଡହଡହ ଖରାବେଳରେ ଦେଖଣାହାରୀଙ୍କୁ ବିମୋହିତ କଲା ସିଂହଦ୍ୱାରରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ।ଏହି ଦଣ୍ଡୁଆମାନେ ଖୋର୍ଦ୍ଧାଜିଲ୍ଲା ବେଗୁନିଆବ୍ଲକର ଗଡ଼ମାଣତିର ଗ୍ରାମରୁ ଆସିଥିଲେ ।ନରେନ୍ଦ୍ରପୁଷ୍କରିଣୀରେ ବୁଡ଼ଦେଇ ଏହି ଦଣ୍ଡୁଆମାନେ ପ୍ରଚଣ୍ଡଖରାରେ ଖାଲିପାଦରେ ଚାଲିଚାଲି ପତିତପାବନ ଦର୍ଶନକରିବା ସହ ବାବାଲୋକନାଥ ଦର୍ଶନର ସାନିଧ୍ୟମଧ୍ୟ ନେଇଥିଲେ । ଏହି ଦଣ୍ଡୁଆମାନେ ଗଡ଼ମାଣତିରଠାରୁ ପୁରୀଲୋକନାଥମନ୍ଦିରପର୍ଯ୍ୟନ୍ତ ବାବାକାମନା ଦେବଙ୍କୁ ନେଇ ଆସିଛନ୍ତି । ନରେନ୍ଦ୍ରପୁଷ୍କରିଣୀରେ ସ୍ନାନକରି ଉଦୁଉଦିଆ ଖରାବେଳେ ଖାଲିପାଦରେ ବିନା ଖାଇବା ପିଇବାରେ ନରେନ୍ଦ୍ରପୁଷ୍କରିଣୀଠାରୁ ଲୋକନାଥମନ୍ଦିରପର୍ଯ୍ୟନ୍ତ ଦଣ୍ଡନୃତ୍ୟ କରିକରିଯିବା ସହିତ ଶ୍ରୀମନ୍ଦିରସିଂହଦ୍ୱାର ନିକଟରେ ପତିତପାବନଙ୍କୁ […]

ଓଡ଼ିଶାରେ ପରିବର୍ତ୍ତନ ହେବ-ମନମୋହନ

ଭୁବନେଶ୍ୱର,୯।୪(ଏସଏସ ନିଉଜ)ରାଜ୍ୟରେ ବିଜେପି ସରକାର ଗଠନ ନେଇ ମନମୋହନ ସାମଲଙ୍କ ଦୃଢ଼ୋକ୍ତି କରିଛନ୍ତି। ଦିଲ୍ଲୀରୁ ଫେରିବାର ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଜ୍ୟସଭାପତି ମନମୋହନ ସାମଲ। ସେ କହିଛନ୍ତି ଓଡ଼ିଶାରେ ସରକାରପାଇଁ କେନ୍ଦ୍ରୀୟ ନେତା ସହଯୋଗ ଦେବେ ବୋଲି କହିଛନ୍ତି। ଓଡ଼ିଶାଲୋକ ସରକାର ପରିବର୍ତ୍ତନ ଚାହୁଁଛନ୍ତି ବୋଲି ଦିଲ୍ଲୀନେତା ଜାଣିଛନ୍ତି।ଦିଲ୍ଲୀଗସ୍ତ ସଫଳ ହୋଇଛି ଓ କେନ୍ଦ୍ରୀୟନେତୃତ୍ବ ସିରିୟସ ଅଛନ୍ତି।ଉଭୟ କେନ୍ଦ୍ର ଓ ରାଜ୍ୟରେ ସରକାର ଗଠନର ପ୍ଲାନ୍‌ ରହିଛି।କେନ୍ଦ୍ରରେ ପୁଣି ବିଜେପି ସରକାର କରିବ , ଓଡ଼ିଶାରେ ପରିବର୍ତ୍ତନ […]