ଖୋର୍ଦ୍ଧା,୯ା୪(ଏସଏସନିଉଜ) ମାବରୁଣେଇପୀଠସ୍ଥିତ ଡାକବଙ୍ଗଳାଠାରେ ଖୋର୍ଦ୍ଧାଜିଲ୍ଲା ନିଖିଳଉତ୍କଳ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀସଂଘ ପକ୍ଷରୁ ଜିଲ୍ଲାସମ୍ମିଳନୀ ଓ କର୍ମକର୍ତ୍ତାଚୟନ ରବିବାରଦିନ ଅନୁଷ୍ଟିତ ହୋଇଯାଇଛି।ଭୁବନେଶ୍ବରବ୍ଲକର ବରିଷ୍ଠକାର୍ଯ୍ୟନିର୍ବାହୀଅଧିକାରୀ ତଥା ସଂଘର ପୂର୍ବତନ ସଭାପତି ପ୍ରସନ୍ନ କୁମାରବାରିକଙ୍କ ସଭାପତିତ୍ବରେ ଆୟୋଜିତବୈଠକରେ ଖୋର୍ଦ୍ଧାଜିଲ୍ଲାର ୧୦ଟିବ୍ଲକର ୧୯୦ପଞ୍ଚାୟତରେ କାର୍ଯ୍ୟକରୁଥିବା ନିର୍ବାହୀଅଧିକାରୀଙ୍କ ସମସ୍ୟାସମ୍ପର୍କରେ ଆଲୋଚନା କରାଯିବା ସହିତ ନୂତନକର୍ମକର୍ତ୍ତା ଚୟନ କରାଯାଇଥିଲା।ଏଥିରେ ସର୍ବସମ୍ମତିକ୍ରମେ ଭୁବନେଶ୍ବରବ୍ଲକ ଅନ୍ତର୍ଗତ ବରିମୁଣ୍ଡପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀଅଧିକାରୀ ପ୍ରସନ୍ନକୁମାରବାରିକଙ୍କୁ ଚତୁର୍ଥଥରପାଇଁ ସଭାପତିଭାବେ ମନୋନୀତ କରାଯାଇଥିଲା ।ଉପ-ସଭାପତିଭାବେ ରବିନ୍ଦ୍ରକୁମାର ପୃଷ୍ଟି, ମନୋରଞନ ଜେନା,ଅନିତାମହାନ୍ତି,ସରସ୍ବତୀସେଠୀ,ସାଧାରଣ ସମ୍ପାଦକଭାବେ ଲାଲବିହାରୀର ଣଞିତ୍, କୋଷାଧ୍ୟକ୍ଷ ଭାବେ ଦୁଃଶାସନସୁନ୍ଦରାୟ ପ୍ରମୁଖ ମନୋନୀତ ହୋଇଥିଲେ।ଏଥିରେ ରାଜ୍ୟସଂଘ ସଭାପତି ସୁବାଷ ଚନ୍ଦ୍ରକର,ସାଧାରଣସମ୍ପାଦକ କମଳକାନ୍ତପଣ୍ଡା ଅତିଥିଭାବେ ଯୋଗଦେଇ ସଂଘର କାର୍ଯ୍ୟକାରିତାଉପରେ ଆଲୋକପାତ କରିଥିଲେ।ଶେଷରେ ସଂଘର ନୂତନକର୍ମକର୍ତ୍ତା ସମେତ ଜିଲ୍ଲାର ୧୦ଟିବ୍ଲକର ଅବସର ଗ୍ରହଣ କରିଥିବା ପଞ୍ଚାୟତନିର୍ବାହୀଅଧିକାରୀଙ୍କୁ ସଂଘତରଫରୁ ଅତିଥିଙ୍କ ଦ୍ବାରା ପୁଷ୍ପଗୁଛ୍ଛ ଦେଇ ସମ୍ବର୍ଦ୍ଦିତ କରାଯାଇଥିଲା।