ଡହଡହ ଖରାରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ

ଭୁବନେଶ୍ୱର,୯ା୪(ଏସଏସନିଉଜ)ଡହଡହ ଖରାବେଳରେ ଦେଖଣାହାରୀଙ୍କୁ ବିମୋହିତ କଲା ସିଂହଦ୍ୱାରରେ ଦଣ୍ଡୁଆଙ୍କ ଦଣ୍ଡନୃତ୍ୟ ।ଏହି ଦଣ୍ଡୁଆମାନେ ଖୋର୍ଦ୍ଧାଜିଲ୍ଲା ବେଗୁନିଆବ୍ଲକର ଗଡ଼ମାଣତିର ଗ୍ରାମରୁ ଆସିଥିଲେ ।ନରେନ୍ଦ୍ରପୁଷ୍କରିଣୀରେ ବୁଡ଼ଦେଇ ଏହି ଦଣ୍ଡୁଆମାନେ ପ୍ରଚଣ୍ଡଖରାରେ ଖାଲିପାଦରେ ଚାଲିଚାଲି ପତିତପାବନ ଦର୍ଶନକରିବା ସହ ବାବାଲୋକନାଥ ଦର୍ଶନର ସାନିଧ୍ୟମଧ୍ୟ ନେଇଥିଲେ । ଏହି ଦଣ୍ଡୁଆମାନେ ଗଡ଼ମାଣତିରଠାରୁ ପୁରୀଲୋକନାଥମନ୍ଦିରପର୍ଯ୍ୟନ୍ତ ବାବାକାମନା ଦେବଙ୍କୁ ନେଇ ଆସିଛନ୍ତି । ନରେନ୍ଦ୍ରପୁଷ୍କରିଣୀରେ ସ୍ନାନକରି ଉଦୁଉଦିଆ ଖରାବେଳେ ଖାଲିପାଦରେ ବିନା ଖାଇବା ପିଇବାରେ ନରେନ୍ଦ୍ରପୁଷ୍କରିଣୀଠାରୁ ଲୋକନାଥମନ୍ଦିରପର୍ଯ୍ୟନ୍ତ ଦଣ୍ଡନୃତ୍ୟ କରିକରିଯିବା ସହିତ ଶ୍ରୀମନ୍ଦିରସିଂହଦ୍ୱାର ନିକଟରେ ପତିତପାବନଙ୍କୁ ଦର୍ଶନକରି ଆଜ୍ଞାମାଳଧରି ଫେରିଯାଇଛନ୍ତି ।

 

Comments (0)
Add Comment