ଭୁବନେଶ୍ୱର,୭।୪(ଏସଏସନିଉଜ)ରାଜ୍ୟରେ ଆଗୁଆ ନିର୍ବାଚନ କଳ୍ପନାଜଳ୍ପନାକୁ ଖଣ୍ଡନକଲେ ରାଜ୍ୟମୁଖ୍ୟ ନିର୍ବାଚନ ଅଧିକାରୀଙ୍କ PRO।ବିଭିନ୍ନ ସ୍ଥାନକୁ EVM ଆସିବା ଏକ ସାଧାରଣ ପ୍ରକ୍ରିୟା ବୋଲି କଗିଛନ୍ତି।ବିଭିନ୍ନ ମିଡିଆରେ ଆଗୁଆ ନିର୍ବାଚନ ନେଇ ଖବର ପ୍ରସାରଣ ହେଉଛି। ଏଭଳି ଖବର ପ୍ରସାରଣରୁ ନିବୃତ ରହିବାକୁ ପରାମର୍ଶ ଦେଇଛନ୍ତି।ଏହାସହଝାରସୁଗୁଡ଼ା ଉପ ନିର୍ବାଚନ ପାଇଁ ସର୍ବଦଳୀୟ ବୈଠକ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।ନିର୍ବାଚନ ପାଇଁ ଏପ୍ରିଲ ୧୩ରେ ହେବ ଗେଜେଟ ବିଜ୍ଞପ୍ତି , ମେ ୧୦ରେ ଭୋଟଗ୍ରହଣ ଓ ୧୩ରେ ଗଣତି ସବୁ ବୁଥ୍ରେ ଶତ ପ୍ରତିଶତ ୱେବ୍ କାଷ୍ଟିଂ ବ୍ୟବସ୍ଥା ହେବ। ରାତି ୧୦ଟାରୁ ସକାଳ ୬ଟାଯାଏ ମାଇକ୍ରେ ପ୍ରଚାର ମନା ।ଝାରସୁଗୁଡ଼ାରେ MP/MLA ଅନୁଦାନ ଦିଆଯାଇ ପାରିବନାହିଁ ।ଅପରାଧ ପୃଷ୍ଠଭୂମି ନେଇ ୩-୩ ଥର ପ୍ରସାର କରିବେ ପ୍ରାର୍ଥୀ ଓ ଦଳ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟନିର୍ବାଚନଅଧିକାରୀ ।