ବେବିକେୟାର ସେଂଟରରେ ଏକାଠି ଖେଳୁଛନ୍ତି

ସିଂହ,ଭାଲୁ ଓ ଗଧିଆ ଛୁଆ

ବାରଙ୍ଗ,୪ା୪(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନରେ ଏକାଠି ଖେଳୁଛନ୍ତି ୩ପ୍ରଜାତିର ହିଂସ୍ରବନ୍ୟଜନ୍ତୁ । ଏହି ବିରଳ ଦୃଶ୍ୟ ନନ୍ଦନକାନନ ଡାକ୍ତରଖାନାର ବେବିକେୟାର ସେଂଟରରେ ଦେଖିବାକୁ ମିଳିଛି ।ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।ମାଛେଉଣ୍ଡ ୩ପ୍ରଜାତିର ତିନିଛୁଆ ସିଂହ, ଭାଲୁ ଆଉ ଗଧିଆଶାବକ ଏକାଠି ଖେଳୁଛନ୍ତି ।ମାର ସୁଖ ସିନା ହରାଇଛନ୍ତି ମାକୋଳରୁ ଦୁରେଇଦେବାପରେ ଏମାନେ ସତେଜେମିତି ନୁଆ ଜୀବନ ପାଇଛନ୍ତି ।ସବୁକିଛି ଭୁଲିଯାଇ ଗୋଟେ ମାପେଟରୁ ଜନ୍ମହେଲାଭଳି ସ୍ନେହ ସେମାନଙ୍କଠାରେ ଦେଖିବାକୁ ମିଳିଛି ।ସମୟ ଯେମିତି ଏମାନଙ୍କୁ ଏକାଠି କରିଦେଇଛି ।ଗୋଟିଏ ଏନ୍‌କ୍ଲୋଜରରେ ଏମାନେ ରହି ଖେଳକୁଦରେ ବେଶ ମଜାଉଠାଉଛନ୍ତି ।ସୁଚନାଯୋଗ୍ୟଯେ,୧୮ଜାନୁୟାରୀରେ ଧୁଷରଗଧିଆ ଜନ୍ମଦେଇଥିବା ୬ଟିଛୁଆମଧ୍ୟରୁ ୪ଟି ମରିଗଲା ପରେ ୨ଟିଛୁଆକୁ ବେବିକେୟାର ସେଂଟରକୁ ଅଣାଯାଇଥିଲା ।ସେହିଭଳିଭାବେ ଜାନୁୟାରୀ୧୦ରେ ସିଂହିରେୱା ଓ ସିଂହଜିତ ଔରଷରୁ ଜନ୍ମହୋଇଥିବା ୪ଛୁଆମଧ୍ୟରୁ ଗୋଟିକୁ ମା ଖାଇମାରି ଦେଇଥିବା ବେଳେ ଗୋଟିଏମଲାଛୁଆକୁ ଜନ୍ମଦେଇଥିଲା । ଅବଶିଷ୍ଟାଂଶ୨ଛୁଆକୁ ବେବି କେୟର ସେଂଟରକୁ ଅଣାଯାଇଥିଲା । ମାର୍ଚ୍ଚ୨୨ରେ ପାଟଣାଗଡରୁ ଉଦ୍ଧାର ହୋଇଆସିଥିବା ଭାଲୁଛୁଆକୁ ବେବିକେୟାର ସେଂଟରରେ ଲାଳନପାଳନ କରାଯାଉଛି ।

Comments (0)
Add Comment