Browsing category

ମହାନଗର

ମାର୍ଚ୍ଚ୧ରୁ ଯୁକ୍ତ୨ ଥିଓରି ପରୀକ୍ଷା

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ଓଡ଼ିଶାରେ ମାର୍ଚ୍ଚ୧ରୁ ଆରମ୍ଭ ହେଉଛି ଯୁକ୍ତ୨ ଥିଓରି ପରୀକ୍ଷା। ଏଥଲାଗି ବୁଧବାରଠାରୁ ପରୀକ୍ଷା ପରିଚାଳନା ହବଗୁଡ଼ିକୁ ପ୍ରଶ୍ନପତ୍ର ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପଠାଯିବ ବୋଲି ଜଣାପଡିଛି ।  

ଗୃହରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର,୨୨ା୨(ଏସଏସନିଉଜ)ନବଦାସ ହତ୍ୟାପ୍ରସଙ୍ଗରେ ଗୃହରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଆମେରିକାର ତଦନ୍ତକାରୀ ସଂସ୍ଥା ୠଈଓର ସହାୟତା ଲୋଡ଼ା ଯାଇଛିା ୠଈଓ ବିହେଭିୟୋରାଲ ସପୋର୍ଟ ୟୁନିଟ ସହ ଯୋଗସୂତ୍ର ପାଇଁ ଗୃହ ମନ୍ତ୍ରାଳୟକୁ ଅନୁରୋଧ କରାଯାଇଛିା ତଦନ୍ତର କୌଣସି ଦିଗକୁ ଛଡ଼ା ଯାଉନାହିଁ ବୋଲି ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ବିବୃତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଆରମ୍ଭରୁ ପ୍ରବଳ ହଟ୍ଟଗୋଳ

ଭୁବନେଶ୍ୱର,୨୨।୨(ଏସଏସ ନିଉଜ)ମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗରେ ଗୃହରେ ଅଧିବେଶନ ଆରମ୍ଭରୁ ପ୍ରବଳ ହତଗୋଳ ସାଙ୍ଗକୁ ପ୍ରତିବାଦ କରାଯାଇଛି । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଏହି ପ୍ରତିବାଦ କରାଯାଇଛି।ଯାହାଫଳରେ ଦିନ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ କରିବାକୁ ପଡିଥିଲା ।

ଗାଡ଼ିଚୋର ରାକେଟକୁ ମାଡିବସିଲା ପୋଲିସ

ବାରଙ୍ଗ,୨୦।୨(ଏସଏସ ନିଉଜ)ଗାଡ଼ି ଚୋରି କରିଥିବା ଅଭିଯୋଗରେ ବାରଙ୍ଗଥାନା ପୋଲିସ ସୋମବାର ଦିନ ଦୁଇଜଣ ଗାଡି ଚୋରକୁ ଗିରଫ କରିଛି ।ଗିରଫ ଅଭିଯୁକ୍ତ ହେଲେ ବଡମ୍ବା ଅଞ୍ଚଳର ବିଜୟ ପ୍ରଧାନ (୨୧) ଓ ରଞ୍ଜିତ ବାରିକ (୨୦)। ସେମାନଙ୍କଠାରୁ ୫ଟି ଚୋରା ବାଇକକୁ ଜବତ କରିବା ସହିତ ୭ଟି ବିଭିନ୍ନ ଗାଡ଼ିର ଚାବିକୁ ଜବତ କରି କୋର୍ଟ ଚାଲାଣ କରିଛି । ପ୍ରକାଶଯେ , ଗଞ୍ଜାମ ଅଞ୍ଚଳର ଦିପୁ ପ୍ରଧାନ ତ୍ରିଶୁଲିଆ ଛକରେ କିଛି କାମରେ ଆସିଥିବା ବେଳେ […]

ସହିଦ ପିଣ୍ଡିକି ବାହୁବଳେଦ୍ର ପ୍ରିମିୟମଲିଗ କ୍ରିକେଟ ଉଦଯାପିତ

ମେଣ୍ଢାଶାଳ,୧୮ା୨(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅର୍ନ୍ତଗତ ଦାରୁଠେଙ୍ଗ ପିଣ୍ଡିକପଡ଼ିଆରେ ଚାଲିଥିବା ସପ୍ତମବାର୍ଷିକ ସହିଦ ପିଣ୍ଡିକପ୍ରିମିୟମ ଲିଗ୍ କ୍ରିକେଟ ଟୁର୍ଣାମେଂଟ ରବିବାରଦିନ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲମ୍ୟାଚ୍ ଗ୍ଲୋବାଲ ରାଇଜିଙ୍ଗଷ୍ଟାର ଟିମ୍ ଓ ବାବାବ୍ଲାଷ୍ଟର ଟିମ୍ ମଧ୍ୟରେ ହୋଇଥିଲା ।ବାବାବ୍ଲାଷ୍ଟର ଟଚ ଜିତି ଫିଲ୍ଡିଙ୍ଗ ନିଷ୍ପତି ନେଇଥିଲା ।ଗ୍ଲୋବାଲ କୋଡ଼ିଏ ଓଭର ଖେଳି ପାଞ୍ଚୱିକେଟ୍ ହରାଇ ୧୭୭ ରନ ସଂଗ୍ରହ କରିପାରିଥିଲା । ସୁରଜ ୬ଟି ଛକାମାରି ୬୬ ରନ କରିଥିଲା ।ବାବାବ୍ଲାଷ୍ଟର ୧୬ଓଭରରେ ସମସ୍ତୱିକେଟ୍ ହରାଇ ୧୦୪ରନ ସଂଗ୍ରହକରି ପରାସ୍ତ […]

ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୯ା୨(ଏସଏସନିଉଜ)ବରଗଡ଼ସଭାରେ ମୁଖ୍ୟମନ୍ତ୍ରୀଙ୍କ କଟାକ୍ଷର ପାଲଟା ଜବାବକଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନା ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ମନକଥା ନକହି କାହା ହାତଲେଖା ପଢିବା ଭଳି ଲାଗୁଛି । ପଦ୍ମପୁରକୁ ଜିଲ୍ଲା ପ୍ରତିଶ୍ରୁତି ଘୋଷଣାର ନିର୍ଦ୍ଧାରିତତାରିଖ ନକହିବା ପ୍ରତାରଣା ସଦୃଶ୍ୟ ନୁହେଁ କି ବୋଲି ପ୍ରଶ୍ନକରିଛନ୍ତି ।ଧର୍ମେନ୍ଦ୍ର କହିଛନ୍ତି , ‘ବରଗଡ଼ରେ ଦୁଇଟିନିର୍ବାଚନମଣ୍ଡଳୀର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନେଇଛନ୍ତି ।ଜିଲ୍ଲାବାସୀ ଦାଦନଖଟିବାକୁ ଯାଉଛନ୍ତି । କେବେ ସମାଧାନହେବ? ବରଗଡ଼ରେ ଜଳସେଚନପ୍ରତିଶ୍ରୁତି କେବେ ପୂରଣ ହେବ? ସୋହେଲାଚାଷୀଙ୍କ ପାଇଁ ୧୦୦ଟଙ୍କା ବୋନସ୍ ଦେଇଛନ୍ତି କି  […]

ମାଡି ବସିଲା ପୋଲିସ

ଭୁବନେଶ୍ବର,୧୯ା୨(ଏସଏସନିଉଜ) ରାଜଧାନୀରୁ ଦୁଇ ଗଞ୍ଜେଇବେପାରୀ ଗିରଫ ହୋଇଥିବାର ସୁଚନାମିଳିଛି। ଗିରଫଅଭିଯୁକ୍ତ ଉତ୍ତରପ୍ରଦେଶ ଓ ବିହାରରୁଆସି ଭୁବନେଶ୍ୱରରେ ଗଞ୍ଜେଇବେପାର କରୁଥିଲେ। ଦୁଇଅଭିଯୁକ୍ତ ହେଲେ ଉତ୍ତରପ୍ରଦେଶର ମାନସିଂଯାଦବ ଓ ବିହାରର ମୁକେଶକୁମାରଯାଦବ। ଏକ ସ୍ୱିଫ୍ଟ ଡିଜାୟାର ଓ ସୁଜୁକି ସିଆଜକାରରେ ଗଞ୍ଜେଇ ଚାଲାଣ କରୁଥିଲେ। ଉଭୟଙ୍କୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ଇଉନିଭରସିଟି ଅଫ ଟେକ୍ନୋଲୋଜି ରିସର୍ଚ୍ଚସେଣ୍ଟର ନିକଟରେ ମାଡିବସିଥିଲା ଏସଟିଏଫ୍ ଓ ଭରତପୁରଥାନା ପୁଲିସ। ଉଭୟଙ୍କ ନିକଟରୁ ୧୮୫କେଜିରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରାଯାଇଛି। ଜବତ ଗଞ୍ଜେଇର ଆନୁମାନିକମୂଲ୍ୟ କୋଟିଏ ୮୫ […]

କୁକୁଡ଼ାକଟା ଚାପଡ଼ରେ ହାଣିଲେ

ଭୁବନେଶ୍ୱର,୧୮।୨(ଏସଏସ ନିଉଜ)କୁକୁଡ଼ାକଟା ଚାପଡ଼ରେ ଗୋଡେଇଗୋଡେଇ ହାଣିଛନ୍ତି।ଖଣ୍ଡଗିରିଥାନା ଅନ୍ତର୍ଗତ ଆଇଗିଣିଆରେ ଘଟିଛି ଏହି ଅଘଟଣ। ଗତକାଲି ରାତିପ୍ରାୟ ୧୦.୩୦ରେ ଘଟିଛି ଅଘଟଣ। ମଦପିଇ ତୁମୁଳକାଣ୍ଡ ଘଟାଇଛନ୍ତି ଅଭିଯୁକ୍ତ। ଚାପଡ଼ରେ ହାଣି ୨ ଜଣଙ୍କୁ କରିଛନ୍ତି ଲହୁଲୁହାଣ। ଆହତ ୨ଜଣ ହେଲେ ମନୋଜ କୋଠିଆ ଓ ସନ୍ତୋଷଡାକୁଆ ବୋଲି ଜଣାପଡିଛି।

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।

ଜୟନାରାୟଣଙ୍କୁ ଭେଟିଲେ ସୋମାଲିକା !

ଭୁବନେଶ୍ୱର,୧୯।୨(ଏସଏସ ନିଉଜ)ବିରୋଧୀଦଳ ନେତାଙ୍କୁ ଭେଟିଲେ ବିଧାୟକ ବିଜୟଶଙ୍କରଦାସଙ୍କ ବାନ୍ଧବୀ ସୋମାଲିକା ଦାଶ।ବିଜୟଶଙ୍କର ଦେଇଥିବା ନିର୍ଯାତନା ନେଇ ଫେରାଦ ହୋଇଛନ୍ତି। ବିରୋଧୀଦଳ ନେତାଙ୍କୁ ଭେଟିଲା ପରେ ସୋମାଲିକା ପ୍ରତିକ୍ରିୟା ଦେଇଛନ୍ତି। ବିଧାନସଭାରେ ପ୍ରସଙ୍ଗ ଉଠାଇବା ପାଇଁ ଅନୁରୋଧ କରିଛି ବୋଲି କହିଛନ୍ତି।ସବୁ ପ୍ରମାଣସତ୍ତ୍ବେ ବିଜେଡିର ସଦସ୍ୟଥିବାରୁ କାର୍ଯ୍ୟାନୁଷ୍ଠାନ ହେଉନି। ମୁଁ କେବଳ ପୋଲିସ ଓ କୋର୍ଟରେ ଚକର କାଟୁଛି। ଏତଲା ପଞ୍ଜୀକୃତ ହେବାକୁ ୯ ମାସ ସମୟ ଲାଗିଗଲା ବୋଲି ସୋମାଲିକା କହିଛନ୍ତି।