Browsing category

ମହାନଗର

ପ୍ରଶିକ୍ଷଣ ବେଳେ ଗୁଳିଫୁଟି ଯବାନ ଆହତ

ଚନ୍ଦକା,୯ା୩(ଏସଏସନିଉଜ) ଚନ୍ଦକା ଏସଓଜିକ୍ୟାମ୍ପରେ ଗୁଳିଫୁଟି ଜଣେ ଯବାନ ଆହତ ହୋଈଛନ୍ତି ।ଗୁରୁବାର ଅପରାହ୍ନ ସମୟରେ କ୍ୟାମ୍ପରେ କିଛି ଯବାନଙ୍କୁନେଇ ପ୍ରଶିକ୍ଷଣ ଦିଆଯାଉଥିଲା ।ଏହି ସମୟରେ ଜଣେ ଯବାନଙ୍କ ବନ୍ଧୁକରୁ ଅସାବଧାନତାର ସହ ଗୁଳିଫୁଟିଯାଇଥିଲା ।ଏହି ଗୁଳିଟିଯାଇ ଅନ୍ୟଜଣେ ଯବାନଙ୍କ ଗୋଡରେ ବାଜିଥିଲା ।ଯାହାଫଳରେ ଯବନା ଜଣଙ୍କ ଆହତ ହୋଇପଡଥିଲେ ।ଏହାଦେଖି ପାଖରେ ଥିବା ଅନ୍ୟ ଯବାନମାନଙ୍କ ସହ ପ୍ରଶିକ୍ଷକ ଗୁଳିମାଡର ଶିକାର ହୋଇ ଆହତ ହୋଇପଡିଥିବା ଯବାନଙ୍କୁ ତୁରନ୍ତ ଚିକିସ୍‌।ପାଇଁ ନେଇଯାଇଥିଲେ ।

ସାମ୍ବାଦିକଙ୍କ ମାତୃବିୟୋଗ

ଚନ୍ଦକା,୯ା୩(ଏସଏସନିଉଜ)ଭୁବନେଶ୍ବର ବ୍ଲକଅନ୍ତର୍ଗତ ଦାରୁଠେଙ୍ଗଗ୍ରାମର ସାମ୍ବାଦିକ ପ୍ରଦୀପ କୁମାରସ୍ୱାଇଁଙ୍କ ମାତା ଲୋଭାସ୍ୱାଇଁଙ୍କର ଗତକାଲି ରାତିରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି ।ତାଙ୍କୁ ୬୭ବର୍ଷ ବୟସ ହୋଇଥିଲା ।ସେ ଜଣେ ସମାଜସେବୀ. ପରଉପକାରୀ. ଧର୍ମପରାୟଣ. ମିଷ୍ଟଭାସି ମହିଳା ଥିଲେ ।ତାଙ୍କ ବିୟୋଗରେ ଦାରୁଠେଙ୍ଗ .ଚନ୍ଦକା. ଆଦି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ମୃତ ସମୟରେ ତାଙ୍କର ଚାରିପୁଅ. ବୋହୁ. ନାତିନାତୁଣୀ ଉପସ୍ଥିତ ଥିଲେ ।ସ୍ୱର୍ଗତ ଲୋଭାସ୍ୱାଇଁ ବହୁଦିନହେଲା ପକ୍ଷପାତିରୋଗରେ ଆକ୍ରାନ୍ତହୋଇ ଚିକିତ୍ସିତ ହେଉଥିଲେ ।ଏହି ଦୁଃଖଦ ଖବରପାଇ  ବିଜେଡି ନେତା […]

ନବବଧୁକୁ ମାରିଦେଲେ !

ଚନ୍ଦ୍ରଶେଖରପୁର,୯।୩(ଏସଏସ ନିଉଜ)ରାଜଧାନୀ ଉପକଣ୍ଠ ଜରିପାଟଣାଗାଁରେ ଜଣେ ନବବଧୁଙ୍କୁ ହତ୍ୟା କରାଯାଇ ଥିବାର ତାର ପରିବାର ଲୋକ ମଞ୍ଚେଶ୍ବରଥାନାରେ ଅଭିଯୋଗ କରିଛନ୍ତି।ଗତଦୁଇବର୍ଷ ତଳେ ମୃତ ମହିଳାଙ୍କ ବିବାହ ହୋଇଥିଲା।ସ୍ୱାମୀ ଓ ଶ୍ୱଶୁର ଘରଲୋକେ ତଣ୍ଟିଚିପି ହତ୍ୟା କରିଥିବାନେଇ ମୃତକଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।

ମ୍ୟାଚଦେଖିବେ ୨ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯।୩(ଏସଏସ ନିଉ)ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।ଆଜି ଭାରତ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ଟେଷ୍ଟ।ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।ଫିଲ୍ଡିଂ କରିବ ଭାରତ।ମ୍ୟାଚ ଦେଖୁଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । PM ମୋଦି ଓ ଅଷ୍ଟ୍ରେଲିଆ PM ଆନ୍ଥୋନି ଷ୍ଟାଡିମରେ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆନ୍ଥୋନି ।

ନିଆଁ ଲାଗି ୫ଦୋକାନ ଭସ୍ମୀଭୂତ

ଭୁବନେଶ୍ବର, ୮ା୩(ଏସଏସନିଉଜ)ଆଜି ମଧ୍ୟାନ୍ନରେ ଚନ୍ଦ୍ରଶେଖରପୁରସ୍ଥିତ ଭାରତ ପେଟ୍ରୋଲ ପମ୍ପ ଠାରୁ ଅଳ୍ପଦୂରରେ ପଛପଟରେଥିବା ଏକ ଭେଣ୍ଡିଂଜୋନ୍‌ରେ ନିଆଁଲାଗିଛି। ଏହିଅଗ୍ନିକାଣ୍ଡରେ ୫ଟିଦୋକାନ ଭସ୍ମୀଭୂତ ହୋଇଯାଇଛି। ନିଆଁଲାଗିବା କାରଣରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି।ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁଆୟତ୍ତକୁ କରିଛି ।    

ହକିପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବାଲାଇନ୍

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହକି ପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ ହୋଇଛି। ବିର୍ସାମୁଣ୍ଡାଷ୍ଟାଡିୟମ ଆଗରେ ସକାଳୁସକାଳୁ ହକିପ୍ରେମୀଙ୍କ ଭିଡ ଲାଗିଛି lଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ହକି ପ୍ରୋଲିଗମ୍ୟାଚ ।ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି ।

ଜୋରସୋରରେ ଚାଲିଛି ଦୋଳବିଧି ପ୍ରସ୍ତୁତି

ପୁରୀ,୧୬।୩(ଏସଏସନିଉଜ)ଜୋରସୋରରେ ଚାଲିଛି ଦୋଳ ବିଧି ପ୍ରସ୍ତୁତି।ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହ୍ୱବ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବାପରେ ଆଜ୍ଞାମାଳପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ l

ନରସିଂହମିଶ୍ରଙ୍କ ସମାଲୋଚନା

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାଗସ୍ତକୁ ନରସିଂହମିଶ୍ର ସମାଲୋଚନା କରିଛନ୍ତି lନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ’କରୁଛନ୍ତି lସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି।ମେଡିକାଲ ରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।କେବିକେ ରେ ଦ୍ୱିତୀୟ କୃଷି ବିଦ୍ୟାଳୟ କୁଆଡ଼େ ଗଲା ?ନିର୍ବାଚନ ଜିତିବା ସେ ଜାଣିଛନ୍ତି, ତାଙ୍କୁ କେହି ପାରିବେନି ବୋଲି କହିଛନ୍ତି ନରସିଂହମିଶ୍ର।

କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ମାର୍ଚ୍ଚ୧୦ରୁ ୧୭ତାରିଖ ଯାଏଁ ଚାଲିବ ମାଟ୍ରିକପରୀକ୍ଷା। ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯିବ।ପରୀକ୍ଷାକେନ୍ଦ୍ର ଗୁଡିକୁ ଅଚାନକ ଗସ୍ତକରିବେ ସ୍କ୍ୱାଡ୍‌। ଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମୋତେ ସୁରକ୍ଷାଦିଅନ୍ତୁ-ଇମ୍ରାନ ଖାନ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୋତେ ସୁରକ୍ଷାଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇ ପାରେ ବୋଲି ଇମ୍ରାନ ଖାନ କହିଛନ୍ତି।ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତିକି, ଇମ୍ରାନଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର କରାଯାଉଛି।ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବାକଥା ସେତିକି ଦିଆଯାଇନାହିଁ।ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନଖାନ ମୁଖ୍ୟ ବିଚାରପତି ଉମର ତା ବନ୍ଦିୟାଲଙ୍କୁ ଲେଖିଛନ୍ତି ଚିଠି l