Browsing category

ମହାନଗର

ଆରମ୍ଭହେଲା ଦାରୁଠେଙ୍ଗର ପ୍ରସିଦ୍ଧ ପଞ୍ଚୁଦୋଳମେଳଣ

ମେଣ୍ଢାଶାଳ,୧୨ା୩(ଏସଏସନିଉଜ) ଭୁବନେଶ୍ବରଉପକଣ୍ଠ ଦାରୁଠେଙ୍ଗଗ୍ରାମର ପ୍ରସିଦ୍ଧ ପ୍ରଭୁପରମେଶ୍ବରଦେବଙ୍କ ପଞ୍ଚୁ ଦୋଳମେଳଣ ରବିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ।ଏହି ଉତ୍ସବ ପାଞ୍ଚଦିନଧରି ଚାଲିବ ।ପ୍ରଥମସନ୍ଧ୍ୟାରେ ଠାକୁରଙ୍କୁ ଏକ ସୁସଜ୍ଜିତବିମାନରେ ବସାଯାଇ ଗ୍ରାମପରିକ୍ରମା କରାଯିବ ।ଏଥିରେ ପ୍ରଭୁ ପରମେଶ୍ବରଦେବ . ଚନ୍ଦ୍ରଶେଖରଦେବ .ଗୋପାଳଜିଉଦେବ. ରାଧାକୃଷ୍ଣ ଦେବ (ନୁଆଠାକୁର) ଓ କଣ୍ଟାବାଡର ଗୋପିନାଥଦେବ ସାମିଲ ହେବେ । ଏକ ବିରାଟ ପଟୁଆରରେ ଦାରୁଠେଙ୍ଗ ସାତସାହିର ପ୍ରମୁଖମେଢ଼ର ଶୋଭାଯାତ୍ରାରେ ପ୍ରଭୂ ବାହାରିଛନ୍ତି । ପ୍ରଥମମେଢ଼ ଭାବେ ପ୍ରଧାନସାହି ପକ୍ଷରୁ ସୁସଜ୍ଜିତ ଘୋଡ଼ା ସହ ରଙ୍ଗବାଜା. […]

୧୫ରୁ ଡ୍ରାଇଭର ସଂଘର ଆନ୍ଦୋଳନ !

ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଆସନ୍ତା୧୫ରୁ ଡ୍ରାଇଭର ଏକତା ମହାମଞ୍ଚର ଷ୍ଟିୟରିଂ ଛାଡ଼ ଧର୍ମଘଟ ଡାକରା ଦେଇଛି। ସବୁବର୍ଗର ଡ୍ରାଇଭର ଷ୍ଟିୟରିଂ ଛାଡ଼ି ଆନ୍ଦୋଳନକୁ ଓହ୍ଲାଇବେ। ରାଜ୍ୟର ପ୍ରାୟ ୫ଲକ୍ଷରୁ ଊର୍ଦ୍ଧ୍ୱ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହେବେ। ପ୍ରେସମିଟରେ ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।

ଜିଲ୍ଲାପାଳଙ୍କୁ H3N2 ଚିଠି

ଭୁବନେଶ୍ୱର,୧୨।୩(ଏସଏସ ନିଉଜ)ଓଡ଼ିଶାରେ H3N2 ସଂକ୍ରମିତ ଚିହ୍ନଟ ହେବା ଘଟଣାରେ ସବୁ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ସଚିବ ଚିଠି କରିଛନ୍ତି।ଇନ୍‌ଫ୍ଲୁଏଞ୍ଜା ଭଳି ଅସୁସ୍ଥତାର ସର୍ଭେଲାନ୍ସ ପାଇଁ ହୋଇଛି ଚିଠି।ଜଟିଳ ଫୁସ୍‌ଫୁସ ସଂକ୍ରମଣର ସର୍ଭେଲାନ୍ସ ପାଇଁ ନିର୍ଦେଶ ଦିଆଯାଇଥିବାବେଳେ ଜନସ୍ବାସ୍ଥ୍ୟ ରକ୍ଷା ଓ ଗହଳି ରୋକିବା ଲାଗି ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।

H3N2ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୧୧।୩(ଏସଏସ ନିଉଜ)H3N2 ନେଇ ସତର୍କ କରାଇଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।H3N2 ସଂକ୍ରମଣ ରେ H3N2ରେ କୋଭିଡ୍‌ ପରି ଲକ୍ଷଣ ଦେଖାଯାଉଛି।ସଂକ୍ରମଣ ଦ୍ବାରା ଜ୍ବର , କାଶ , ଥଣ୍ଡା , ତଣ୍ଟି ଓ ମୁଣ୍ଡ ବ୍ୟଥା , ହାଲିଆ ଲାଗେ।୩୦ ସେଣ୍ଟରରନମୁନା ପରୀକ୍ଷଣ ରୁ ଅଧିକାଂଶ ମାମଲା H3N2 ବୋଲି ଜଣାପଡିଛି।

ରେକର୍ଡକଲେ ରୋହିତଶର୍ମା

ଭୁବନେଶ୍ୱର,୧୧ା୩(ଏସଏସନିଉଜ) ଆଜି ଅହମଦାବାଦସ୍ଥିତ ନରେନ୍ଦ୍ରମୋଦୀ ଷ୍ଟାଡିୟମ୍‌ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୪ର୍ଥ ‘ବର୍ଡର୍‌-ଗାଭାସ୍କର୍ ଟେଷ୍ଟମ୍ୟାଚର ୩ୟଦିନରେ ରୋହିତଶର୍ମା ୧୭,୦୦୦ଆର୍ନ୍ତଜାତିକ ରନ୍ ସଂଗ୍ରହ କରିବାରେ ସକ୍ଷମ ହୋଇଛନ୍ତି ।ଯାହାଫଳରେ ୧୭,୦୦୦ଆନ୍ତର୍ଜାତିକ ରନ୍ ପୂରଣକରିବାରେ ରୋହିତ ହେଉଛନ୍ତି ୭ମ ଭାରତୀୟ ବ୍ୟାଟ୍‌ସ୍‌ମ୍ୟାନ୍ । ପୂର୍ବରୁ ଆନ୍ତର୍ଜାତିକକ୍ରିକେଟ୍‌ରେ ୬୬୪ଟିମ୍ୟାଚ୍‌ରେ ସଚିନତେନ୍ଦୁଲକର୍ ,ବିରାଟ କୋହଲି , ରାହୁଲ୍ ଦ୍ରାବିଡ଼ , ସୌରଭ ଗାଙ୍ଗୁଲୀ , ଏମ୍‌ଏସ୍ ଧୋନିଙ୍କ ନାମ ରହିଥିଲା ।

ଓଡିଶା ଆସିବେ ବିଜେପି ଚାଣକ୍ୟ 

ଭୁବନେଶ୍ୱର,୧୧ା୩(ଏସଏସନିଉଜ)ଅମିତଶାହା ଓଡ଼ିଶା ଆସୁଛନ୍ତି । ଦିନିକିଆ ଗସ୍ତରେ ୨୬ରେ ଓଡିଶା ଆସିବେ । ଭଦ୍ରକଜିଲ୍ଲା ଆରଡ଼ି ଆଖଣ୍ଡଳମଣୀପୀଠକୁ ଯାଇ ବାବାଙ୍କ ଦର୍ଶନ ଲାଭ କରିବାପରେ ଧାମନଗର ବିଧାନସବା ନିର୍ବାଚନମଣ୍ଡଳୀର ସାଆଁଳପୁର ପଡିଆରେ ବିରାଟ ସାଧାରଣ ସଭା କରିବା ସହିତ ସେଠାରେ କାର୍ଯ୍ୟକର୍ତ୍ତାଙ୍କୁସମ୍ବୋଧିତ କରିବେ ଶାହା । ସେଠାରେ ବିଜେପିର କର୍ମୀମାନଙ୍କୁ ଭେଟିବା ସହିତ ସେମାନଙ୍କୁ ଗୁରୁମନ୍ତ୍ର ଦେବେ ଗୃହମନ୍ତ୍ରୀ ।

ପଦ୍ମ ଧରିଲେ ଜିନା

ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।  

ଢୋଲମୃଦଙ୍ଗରେ କମ୍ପିଲା ଅଦବାସୀସାହି

ମେଣ୍ଢାଶାଳ,୧୧ା୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଦନପୁର ଅଦବାସୀସାହିରେ ଦୋଳପୂର୍ଣମୀ ଉପଲକ୍ଷେ ତ୍ରିନାଥମେଳା ମହିଳାମାନଙ୍କଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।୫୦ଜଣମହିଳା ବ୍ରତୀହୋଇ ପୂଜାକର୍ମରେ କଳସଉଠାଇଥିଲୋଭଜନମେଳା, ଢୋଲମୃଦଙ୍ଗ,ଖଞ୍ଜଣୀ,ହରିବୋଲ, ହୁଳହୁଳିରେ ଗାଁରେ ଏକ ଅଧାତ୍ମିକପରିବେଶ ସୃଷ୍ଟି ହୋଇଥିଲ।। ମୁଖ୍ୟଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ବିଜେଡିସଭାପତି ବିଭୁତିଭୂଷଣବଳବନ୍ତରାୟ ଓ ଅତିଥିଭାବେ କୋଷାଧକ୍ଷ ରାଜକିଶୋରସ୍ୱାଇଁ, ମଦନପୁର ପଞ୍ଚାୟତର ବିଜେଡି ସାମର୍ଥିତସମିତିସଭ୍ୟ ଅଜିତସାମନ୍ତରାୟ ଯୋଗଦେଇ ଉତ୍ସାହିତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମଦନପୁର ପଞ୍ଚାୟତର ବିଜେଡିସଭାପତି ବାବୁନିବଡ଼ଜେନା ଅନ୍ୟତମ ଅତିଥିଭାବେ ଯୋଗଦେଇ ଏହି ନିଆରା ପରମ୍ପରାକୁ ପ୍ରଶଂସା କରିଥିଲୋ(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ଫୋରେନସିକ୍ ଲ୍ୟାବ୍ ଗଲା ପାରା

ଭୁବନେଶ୍ୱର,୯ା୩(ଏସଏସନିଉଜ)ପାରାଦୀପରୁ ଧରାପଡ଼ିଥିବା ସନ୍ଦିଗ୍ଧ ପାରାକୁ ଫୋରେନସିକ୍ ଲ୍ୟାବ୍ କୁ ପଠାଯାଇଛି । କଟକର ସ୍ବତନ୍ତ୍ର ଟିମ୍ ପାରାଟିକୁଭୁବନେଶ୍ବର ଫୋରେନସିକ୍ ଲ୍ୟାବ୍ ଆଣିଛନ୍ତି ।ପାରାଗୋଡ଼ରେ ବନ୍ଧାହୋଇଥିବା ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯିବାସହ ଯନ୍ତ୍ରାଂଶ ଲ୍ୟାବରେ ଖୋଲାଯାଇ ପରୀକ୍ଷା କରାଯିବାଯନ୍ତ୍ରାଂଶ ଖୋଲି ରଖାଯିବାପରେ ପାରାକୁ ଏହି ସାଙ୍ଗରେ ନେଇଆସିବ ବୋଲି ଜଣାପଡିଛି ।  

ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା

ଭୁବନେଶ୍ୱର,୯ା୩(ଏସଏସନିଉଜ) କାଲିଠାରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ବୋର୍ଡପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପରୀକ୍ଷା ୮ଟାରୁ ଆରମ୍ଭ ହୋଇ ୧୦ଟାରେ ଶେଷହେବ। ପ୍ରଥମ ଦିନରେ ପିଲାମାନେ ଘଣ୍ଟାଏ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ପରୀକ୍ଷାର୍ଥୀମାନେ ପରୀକ୍ଷାକେନ୍ଦ୍ରକୁ ଯିବାବେଳେ ସାଙ୍ଗରେ କେବଳ ଆଡମିଟ କାର୍ଡ, ବ୍ଲ୍ୟୁ ଓ ବ୍ଲାକ୍ ପେନ୍, ଓ ପେନ୍‌ସିଲ୍ ଜେମେଟ୍ରି ବକ୍ସ ନେଇଯିବେ। ଯେଉଁଦିନ ଯେଉଁ ପରୀକ୍ଷା ସେହିଦିନ ସେହି ପ୍ରଶ୍ନପତ୍ର ସକାଳ ୬ରୁ୭ଟା […]