Browsing category

ମହାନଗର

ବନ୍ଧାହେଲେ ରାତ୍ରଜଗୁଆଳି

ବାରଙ୍ଗ,୨୩ା୨(ଏସଏସନିଉଜ) ବାରଙ୍ଗକଲେଜର ପାଚେରୀ ସହିତ କଲେଜରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବାଡ଼େଇ ଭାଙ୍ଗି ଦେଇଥିବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ କଲେଜର ରାତ୍ରଜଗୁଆଳିକୁ ଗିରଫକରି ଗୁରୁବାରଦିନ କୋର୍ଟଚାଳଣ କରିଛି ।ଗିରଫ ହୋଇଥିବା ତା୍‌ରାଜଗୁଆଳି ହେଉଛନ୍ତି ବାଙ୍କୀସିଂହନାଥପୁର ଗାଁର ଆକାଶକୁମାରଣା ।ଆକାଶ ବାରଙ୍ଗ କଲେଜରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି ।ବୁଧବାରଦିନ ସେ କଲେଜପାଚେରୀ ସହ କଲେଜରେ ଲାଗିଥିବା ସିସି କ୍ୟାମେରାକୁ ବାଡେଇଭାଙ୍ଗିଥିଲେ ।ଏହିଘଟଣା ଦେଖିବାପରେ କଲେଜର ଅଧ୍ୟାପକ ମନିନ୍ଦ୍ର କୁଅଁର ବିରୋଦ୍ଧ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ […]

ପୁରୀମେନକେନାଲକୁ ଖସିଲା ବାଇକ

ବାରଙ୍ଗ,୨୩ା୨(ଏସଏସନିଉଜ)ଗୁରୁବାରରାତିରେ ପୁରୀମେନକେନାଲରେ ଏକ ବାଇକ ଖସିପଡି ବାଇକଚାଳକ ଗୁରୁତରଆହତ ହୋଇଛନ୍ତି ।ଆହତ ହୋଇଥିବା ବାଇକଚାଳକ ହେଉଛନ୍ତି ନନ୍ଦନକାନନ ଥାନା ଅଧିନସ୍ଥ ବାଲିପଡାଗାଁର ରାଜାଭଞ ଓରଫ ଘାତକ ।ରାଜା ଏକ ନମ୍ବରବିହିନ ହୋଣ୍ଡାସାଇନ ବାଇକ ଯୋଗେ ଦ୍ରୁତଗତିରେ ପୁରୀନେକେନାଲ ଦେଇ ଘରକୁ ଫେରୁଥିଲେ ।କଂଟାପାଟଣା ଗାଁମୁଣ୍ଡରେ ଭାରସମ୍ୟ ହରାଇ ବାଇକସହ କେନାଲ ମଧ୍ୟକୁ ଖସିପଡିଥିଲେ ।ଏହିସମୟରେ ସ୍ଥାନୀୟ ଗାଁର କିଛିଯୁବକ ଶୈାଚପାଇଁ କେନାଲକୁ ଯାଇଥିବାରୁ ପାଣିଭିତରୁ ସୁରକ୍ଷିତଭାବେ ବାଇକ ଓ ରାଜାକୁ ଉଦ୍ଧାର କରିଥିଲେ ମଧ୍ୟ ରାଜାଙ୍କ ଶରୀରର […]

ମଣିପୁରୀ ହରିଣ ମୃତ୍ୟୁ

ବାରଙ୍ଗ,୨୩ା୨(ଏସଏସନିଉଜ) ନନ୍ଦନକାନନ ପ୍ରାଣୀଉଦ୍ୟାନର ୩୬ନମ୍ବର(ଖ)ଏନକ୍ଲୋଜରରେ ରହୁଥିବା ବୟସ୍କ ଅଣ୍ଡିରା ମଣିପୁରୀ ହରିଣ ସଂଘର୍ଷରେ ମୃତ୍ୟୁ ଘଟିଛି।ଗତ ସୋମବାରଦିନ ଖାଦ୍ୟାଭାବରୁ ଏନକ୍ଲୋଜରଭିତରେ ଅନ୍ୟ ଏକ ଅଣ୍ଡିରା ମଣିପୁରୀ ହରିଣ ସହ ମାଡଗୋଳ ହୋଇଥିଲା।ଫଳରେ ବୟସ୍କ ହରଣଟିର ପେଟ ଓ ଦେହରେ କ୍ଷତ ସୃଷ୍ଟି ହୋଇଥିଲା।ଯାହାଫଳରେ ଅଚେତ୍ ହୋଇ ତଳେ ପଡିଯାଇଥିଲା।ଖବରପାଇ ନନ୍ଦନକାନନ ବନ୍ୟପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରୁଥିବାବେଳେ ଆଜି ତାର ମୃତ୍ୟୁ ଘଟିଥିଲା।ତାର ପେଟରେ ସିଂଘ ପଶିଯିବାରୁ ବିରାଟ କଣା ହୋଇଯାଇଥିବାର ଜଣାପଡିଥିଲା ।ମୃତ୍ୟୁର କାରଣ ଜାଣିବା ପାଇଁ […]

ଏନଡିଆରଏଫ କ୍ୟାମ୍ପସ ନିକଟରେ ଲାଗିଲା ନିଆଁ

ବାରଙ୍ଗ,୨୩ା୨(ଏସଏସନିଉଜ) ଗୋଡିସାହିଫାଣ୍ଡି ଅଧିନସ୍ଥ ଏନଡିଆରଏଫ କ୍ୟାମ୍ପସରେଥିବା କ୍ୱାଟର ନିକଟରେ ଗୁରୁବାର ଅପରାହ୍ନରେ ତଳେପଡିଥିବା ଶୁଖିଲା ପତ୍ରରେ କେହି ନିଆଁ ଲଗାଇଦେଇଥିଲା ।ଧିରେଧିରେ ଏହି ନିଆଁ ବ୍ୟାପି ଏନଡିଆରଏଫ କ୍ୟାମ୍ପସ ଆଡକୁ ମାଡିଚାଲିଥିଲା ।ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ବାରଙ୍ଗରୁ ଏକଦମକଳ ଆସି ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ।

ସ୍କ୍ରାପ୍ ହେବ ୨୦ଲକ୍ଷ ଗାଡ଼ି

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ରାଜ୍ୟରେ ସ୍କ୍ରାପ୍ ହେବ ୨୦ଲକ୍ଷ ୩୯ହଜାର୫୦୦ଗାଡ଼ି। ୧୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ଫିଟନେସ୍ ନଥିବା ଗାଡ଼ିକୁ ସ୍ପ୍ରାପିଂ କରାଯିବ। ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ଟୁକୁନି ସାହୁ ଏହି ଉତ୍ତର ଦେଇଛନ୍ତି। ସ୍କ୍ରାପିଂ ହେବାକୁ ଥିବା ଗାଡ଼ି ମଧ୍ୟରେ ସର୍ବାଧିକ ବାଇକ ଓ ସ୍କୁଟର। ୧୨ଲକ୍ଷ ୯୯ହଜାର ୩୫୧ଟି ବାଇକ ଓ ସ୍କୁଟର ସ୍କ୍ରାପିଂ କରାଯିବ। ରାଜ୍ୟରେ ୮୦ ଲକ୍ଷ ୨୦ହଜାର ୫୦୦ଗାଡ଼ିର ଫିଟନେସ୍ ରହିଛି।ମାର୍ଚ୍ଚ୧୫ ସୁଦ୍ଧା ଗାଡି ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି […]

ରାସ୍ତାଉପରେ ବନ୍ଧୁକଧରି ଡ୍ୟାନ୍ସ

କଟକ,୨୩।୨(ଏସଏସନିଉଜ) ବରଯାତ୍ରୀ ବନ୍ଧୁକଧରି ନାଚିବା ଅଭିଯୋଗରେ ଅଟକ ହୋଇଛନ୍ତି। ଶଙ୍କରପୁରରୁ ଏଲ୍‌ଆଇସି କଲୋନୀକୁ ବରଯାତ୍ରୀ ହୋଇ ଆସିଥିଲେ। ବନ୍ଧୁକ ଦେଖାଇ ନାଚିଥିବା ଯୁବକକୁ ବାଦାମବାଡ଼ି ପୋଲିସ ଅଟକ ରଖି ପଚରାଉଚରା ଚଲାଇଛି।

ସରିନି ହକି ହିସାବ !

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)ବିଶ୍ବକପ୍ ହକିରେ କେତେଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସରିନି। ଖର୍ଚ୍ଚ ନେଇ ଚୂଡ଼ାନ୍ତ ହିସାବ ହୋଇନି କହିଲେ କ୍ରୀଡ଼ାମନ୍ତ୍ରୀ। ବିଧାୟକ ମହମ୍ମଦ ମୋକିମଙ୍କ ପ୍ରଶ୍ନରେ ମନ୍ତ୍ରୀ ତୁଷାରକାନ୍ତି ଏହି ସୂଚନା ଦେଇଥିଲେ।ବିଶ୍ବକପ ପାଇଁ ରାଜ୍ୟ ବଜେଟରେ ୭୫ କୋଟିର ବ୍ୟୟବରାଦ ହୋଇଥିଲା। ‘ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚର ଚୂଡ଼ାନ୍ତ ହିସାବ ହୋଇନି’। ‘କଟକ ଉଦଘାଟନୀ ଉତ୍ସବର ସବୁ ଖର୍ଚ୍ଚ ହକି ଇଣ୍ଡିଆ ବହନ କରିଥିଲା ବୋଲି ସେ କହିଥିଲେ।

ପ୍ରଶାସନପାଖରେ ନାହିଁ କୋଟିଆ ତଥ୍ୟ

ଭୁବନେଶ୍ୱର,୨୩।୧(ଏସଏସ ନିଉଜ)କୋଟିଆରେ ଆନ୍ଧ୍ର ରାସନ , ଭତ୍ତା ବଣ୍ଟନ କରିବା ତଥ୍ୟ ନାହିଁ। ଜିଲ୍ଲା ପ୍ରଶାସନ ପାଖରେ ଏନେଇ ତଥ୍ୟ ନଥିବା କହିଲେ ରାଜସ୍ବ ମନ୍ତ୍ରୀ। ଏମିତିକି ଆନ୍ଧ୍ର ସେଠାରେ କିଛି ରାସ୍ତା ନିର୍ମାଣ କରିନି କହିଲେ ମନ୍ତ୍ରୀ।ବିଧାୟିକା କୁସୁମ ଟେଟେଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କ ଏହାଥିଲା ଉତ୍ତର।  

ଚାଲେଂଜକଲେ ଜୟ ନାରାୟଣ !

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ବିଧାନସଭା ଶୂନ୍ୟକାଳ ରେ ଚାଲେଂଜକଲେ ଜୟ ନାରାୟଣ ମିଶ୍ର। ଯଦି ମୁଁ ଅପରାଧୀ , ମୋନାଁରେ ଚାର୍ଜସିଟ୍ କରନ୍ତୁବୋଲି କହିଲେ। ମୁଁ ଖୋଲା ବିତର୍କପାଇଁ ପ୍ରସ୍ତୁତ , ମୋସହ ଖୋଲାବିତର୍କ କରନ୍ତୁ’। ‘ଶାସକ ଦଳର ୪୬ ଜଣ ବିଧାୟକଙ୍କ ନାଁରେ ୧୮୦ ମାମଲା ରହିଛି।୬ଜଣଙ୍କ ନାଁରେ ୩୦୭ , ୫ଜଣଙ୍କ ନାଁରେ ଅସଦାଚରଣ ମାମଲା ରହିଛି। ଜଣଙ୍କନାଁରେ ବଳାତ୍କାର , ୪ ଜଣଙ୍କ ନାଁରେ ଅପହରଣ ମାମଲା ରହିଛି। ନିଜ କଥାକହି ମାଡ଼ ଖାଇଥିବାଲୋକ ନାଁରେ […]

ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ

ଭୁବନେଶ୍ୱର,୨୩।୨(ଏସଏସ ନିଉଜ)ଭୂକମ୍ପଜୋନ୍-୩ରେ ତାଳଚେର ବ୍ଲକ ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳ ରହିଛି। ଏହାହେଉଛି ବିଧାନସଭାରେ ରାଜସ୍ବମନ୍ତ୍ରୀ ପ୍ରମିଳାମଲ୍ଲିକଙ୍କ ଲିଖିତ ଉତ୍ତର।NDMA, BMTPCଦ୍ବାରା ଭୂକମ୍ପ ଆଟଲାସ ପ୍ରକାଶିତ କରାଯାଇଛି। ଏହି ଆଟଲାସ ଅନୁସାରେ ତାଳଚେରବ୍ଲକ ଜୋନ୍-୩ ଭାବେ ଚିହ୍ନଟ ହୋଇଛି।