Browsing category

ମହାନଗର

ଅକଳରେ ଗଣଶିକ୍ଷାବିଭାଗ !

ଭୁବନେଶ୍ୱର ,୨୫ା୨(ଏସଏସନିଉଜ)ଆଉ ୩ଦିନପରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହେବାକୁ ଯାଉଛି ।ଏବେ ଆନ୍ଦୋଳନରେ ପରୀକ୍ଷକମାନେ ଅଛନ୍ତି । ମୁଣ୍ଡଉପରେ ପରୀକ୍ଷା ଥିବାବେଳେ ପରୀକ୍ଷକମାନେ ଆନ୍ଦୋଳନ କରିବାସହ ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ ଦେଇଛନ୍ତି ।ଏବେ କେମିତି ହେବ ପରୀକ୍ଷା ପରିଚାଳନା ତାହାକୁ ନେଇ ପ୍ରଶ୍ନବାଚୀସୃଷ୍ଟି ହୋଇଛି । ଯାହାକୁନେଇ ଅକଳରେ ପଡିଛି ଗଣଶିକ୍ଷାବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭହେବ ଯୁକ୍ତଦୁଇ ପରୀକ୍ଷା । ହେଲେ ଯେଉଁମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ […]

ପାଚେରୀରେ ଧକ୍କାହେଲା ବାଇକ,ଚାଲିଗଲା ଜୀବନ

ବାରଙ୍ଗ, ୨୫।୨(ଏସଏସନିଉଜ) ଶୁକ୍ରବାର ବିଳମ୍ବିତରାତିରେ ଗୋଡିସାହିଫାଣ୍ଡି ଅଧିନସ୍ଥ ଷଣ୍ଢପୁର ବାଙ୍କରେ ଜଣେ ବାଇକଚାଳକ ଭାରସାମ୍ୟହରାଇ ରାସ୍ତାକଡପାଚେରୀ ମଧ୍ୟରେ ଧକ୍କାଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତୁ ଘଟିଛି । ମୃତ ଯୁବକହେଉଛନ୍ତି କେନ୍ଦୁଝରଜିଲ୍ଲା ତୁରୁମୁଙ୍ଗାଥାନା ଅଂଚଳର ଜାଡିଚତରଗ୍ରାମର ଗଗନବିହାରୀନାୟକ(୩୫) । ଗଗନବିହାରୀ କଟକ ହାଇକୋର୍ଟର ଜଣେ କର୍ମଚାରୀବୋଲି ଜଣାପଡିଛି । ସେ ଶୁକ୍ରବାର ବିଳମ୍ବିତରାତିରେ ଓଡି୦୯-ୟୁ-୮୦୧୩ ବାଇକଯୋଗେ କଟକଅଭିମୁଖେ ଯାଉଥିଲେ।ଷଣ୍ଢପୁରଗାଁମୁଣ୍ଡରେ ପହଂଚିଥିବାବେଳେ ଏକ ହମ୍ପସ ନିକଟରେ ବାଇକଟି ଭାରସାମ୍ୟହରାଇ ରାସ୍ତାକଡ଼ରେ ଥିବା ଏକପାଚେରି ମଧ୍ୟରେ ଧକ୍କା ହୋଇଥିଲା। ଯାହାଫଳରେ ଘଟଣାସ୍ଥଳରେ […]

ଏଣିକି କିନ୍ନରମାନେ ସରକାରୀ ଚାକିରି କରିପାରିବେ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ଏଣିକି କିନ୍ନରମାନେ ମଧ୍ୟ ସରକାରୀ ଚାକିରି ପାଇଁ ଆବେଦନ କରିପାରିବୋ ସରକାର ଲାଗୁ କଲେ ନୂଆ ନିୟମ ।ପୂର୍ବରୁ ସରକାରୀଚାକିରି କେବଳ ପୁରୁଷ ଓ ମହିଳାଶ୍ରେଣୀଙ୍କ ପାଇଁ ଉପଲବ୍ଧ ରହିଥିଲା ।ଏଣିକି ଟ୍ରାନ୍ସଜେଣ୍ଡରମାନେ ମଧ୍ୟ ଚାକିରି କ୍ଷେତ୍ରରେ ଏହି ସୁବିଧା ପାଇପାରିବେ ।ସୂଚନା ମୁତାବକ, ନିକଟରେ ମଧ୍ୟପ୍ରଦେଶ ସରକାର ଏପରି ଏକ ନୂଆନିୟମ ଲାଗୁ କରିଛନ୍ତି ।

ନୂଆ ରୂପନେବ ବିଜୁବାବୁଙ୍କ ‘ଡାକୋଟା’ ବିମାନ

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ନୂଆ ରୂପ ନେବାକୁ ଯାଉଛି ବିଜୁବାବୁଙ୍କ ‘ଡାକୋଟା’ ବିମାନ। ଏଥିପାଇଁ ଜୋରସୋର ଚାଲିଛି କାମ।ଡାକୋଟାର ମରାମତି ସହ ରଙ୍ଗଦିଆ କାମ କରାଯାଉଛି। ଆସନ୍ତା ମାର୍ଚ୍ଚ୫ତାରିଖ ପୂର୍ବରୁ ଡାକୋଟାକୁ ସମ୍ପୂର୍ଣ୍ଣଭାବେ ପ୍ରଦର୍ଶନନିମନ୍ତେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରହିଛି।ଆସନ୍ତା ସୋମବାରସୁଦ୍ଧା ଡାକୋଟାର ଫ୍ୟୁଜିଲାଜ ଲଗାଯିବ ଏବଂ ଏହା ପରେ ଇଞ୍ଜିନ ଓ ୱିଙ୍ଗସ ଲଗାଯିବ ବରାଲି ଜଣାପଡିଛି ।

ଏବର୍ଷ ବିହେବନି ପ୍ରଭୁଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ !

ଭୁବନେଶ୍ୱର,୨୫ା୨(ଏସଏସନିଉଜ)ପ୍ରଭୁକପିଳେଶ୍ୱରଙ୍କ ନୀତିକାନ୍ତି ବନ୍ଦଯୋଗୁଁ ହେବନି ହାଣ୍ଡିଭଙ୍ଗାଯାତ ।ପାଳିଆ ମଲିଆ ସେବାୟତ ନୀତିକାନ୍ତି ନକରିବାରୁ ଯାତ ବନ୍ଦରହିଲା । ଜିଲ୍ଲାପାଳ ଡାକିଥିବା ବୈଠକକୁ ମଲିଆ ସେବାୟତ ଆସିନଥିବା ସୂଚନା ମିଳିଛି ।

ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର,୨୫।୨(ଏସଏସ ନିଉଜ) ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ପୋଲିସ।ଡମଣାହାଇସ୍କୁଲ ନିକଟ ଏକ ଘରୁ ମୃତଦେହ ଉଦ୍ଧାର କରିବାସହ ଚନ୍ଦ୍ରଶେଖରପୁର ପୋଲିସ ତଦନ୍ତ ଆରମ୍ଭ କରିଛି।ମୃତ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଥିବା ବେଳେ ପକୃତ କାରଣ ଜଣାପଡିନାହିଁ।

ସରକାରୀ ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍

ଭୁବନେଶ୍ୱର,୨୫।୨(ଏସଏସ ନିଉଜ)ସ୍କୁଲପିଲାଙ୍କୁ ମିଳିବ ନୋଟ ବୁକ୍ ଘରୋଇସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ନୋଟ ବୁକ୍।ନୋଟ ବୁକ୍ ମିଳିବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।ନୋଟ ବୁକରେ ହୋମୱାର୍କ ଓ ପାଠ ପଢ଼ା ସମ୍ପର୍କରେ ଇଲ୍ଲେଖ ରହିବ।ଏହାଦ୍ବାରା ଅଭିଭାବକ ମାନେ ପିଲା କଣ ପଢୁଛି ଜାଣିପାରିବେ।

ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ବାରଙ୍ଗ,୨୪।୨(ଏସଏସ ନିଉଜ) ଶ୍ରୀଶ୍ରୀ ସଂକଟମୋଚନ ମହାବୀର ଙ୍କ ବିଗ୍ରହ ପ୍ରତିଷ୍ଠା ଓ ବିଶ୍ୱାଶାନ୍ତି ମହାଯଜ୍ଞ ରତାଗଡ଼ ନୂଆସାହି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ବିଭିର୍ଣ କାର୍ଯ୍ୟକ୍ରମମାନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ଶୁକ୍ରବାର ଦିନ ଏହା ଉଦଯାପିତ ହୋଇଯାଇଛି। ମଙ୍ଗଳବାର ମହାଜଜ୍ଞ ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ଦିନ ପୂର୍ଣାହୁତି ହୋଇଛି।୪ଦିନଧରି ରାତିରେ ହନୁମାନ ମନ୍ଦିର ପ୍ରାଙ୍ଗଣରେ ରାଜ୍ୟର ପ୍ରତିଷ୍ଠିତ ପ୍ରବଚକ ମାନଙ୍କ ଦ୍ୱାରା ପ୍ରବଚନ କାର୍ଯ୍ୟକ୍ରମ କରଯାଇଥିଲା।ପ୍ରତିଦିନ ହଜାର ହଜାର ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।ଏହି […]

ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା

ବାରଙ୍ଗ,୨୪।୨(ଏସଏସ ନିଉଜ) ରଘୁନାଥପୁର ଗାଁମୁଣ୍ଡ ଶ୍ମଶାନ ରାସ୍ତାକଡ଼ ପରିତ୍ୟକ୍ତ ଚାଷଜମିରୁ ମିଳିଥିବା ଅର୍ଦ୍ଧଲଗ୍ନ ମହିଳାଙ୍କ ଗଳିତ ମୃତଦେହ ଘଟଣା ଉପରୁ ପରଦା ଉଠାଇଛି ନନ୍ଦନକାନନଥାନା ପୋଲିସ।ମହିଳାଙ୍କୁ ବଳକ୍ତାର ପରେ ହତ୍ୟ କରାଯାଇଥିବାବେଳେ ଘଟଣାର ମୁଖ୍ୟଅଭିଯୁକ୍ତକୁ ତଥା ସିକୁରିଟିଗାର୍ଡକୁ ପୋଲିସ ଗିରଫକରି ଶୁକ୍ରବାରଦିନ କୋର୍ଟଚାଳଣ କରିଛି ।ନନ୍ଦନକାନନଥାନା ପରିସରରେ ଏସିପି ରମେଶଚନ୍ଦ୍ର ବିଶୋଇଙ୍କ ଦ୍ୱାରା ଆୟୋଜିତ ଖବରଦାତା ସମିଳନୀରେ ପୋଲିସ ଦେଇଥିବା ସୁଚନା ଅନୁଯାୟୀ ଗତ ୧୯ତାରିଖରେ ରଘୁନାଥପୁର ଗାଁନିକଟ ଓଏସଏସହୋମସ ଅପାର୍ଟମେଣ୍ଟ ନିକଟରେଥିବା ପରିତ୍ୟକ୍ତ ଚାଷଜମିରେ ଜଣେ […]

ମାର୍ଚ୍ଚ୧ରେ ଭାରତଆସିବେ ଆମେରିକା ବୈଦେଶିକମନ୍ତ୍ରୀ

ଭୁବନେଶ୍ୱର,୨୪ା୨(ଏସଏସନିଉଜ)ମାର୍ଚ୍ଚ୧ରେ ଭାରତ ଆସିବେ ଆମେରିକା ବୈଦେଶିକମନ୍ତ୍ରୀ ଆଣ୍ଟୋନିବ୍ଲିଙ୍କେନ ।ଭାରତରେ ଅନୁଷ୍ଠିତ ହେବାକୁଥିବା ଜି -୨୦ ବୈଦେଶିକମନ୍ତ୍ରୀ ବୈଠକରେ ଯୋଗଦେବେ।ଭାରତ ସହ ଆମେରିକାର ଦୃଢ ସହଭାଗିତାକୁ ନିଶ୍ଚିତ କରିବାକୁ ସେ ବରିଷ୍ଠ ଭାରତୀୟ ଅଧିକାରୀଙ୍କୁ ଭେଟିବେ।ଏଥର ଭାରତ ଜି -୨୦ର ଅଧ୍ୟକ୍ଷତା କରୁଛି।ସେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ପର‌୍ୟ୍ୟନ୍ତ ଭାରତରେ ରହିବେ। ଏହି ସମୟରେ ସେ ସମସ୍ତ ନେତାଙ୍କୁ ଭେଟିବେ ବୋଲି ଜଣାପଡିଛି।