Browsing category

ମହାନଗର

କେନ୍ଦୁପାଟଣା ବିଦ୍ୟାଳୟରେ ପ୍ରଶିକ୍ଷଣଶିବିର

ବାରଙ୍ଗ,୨୭/୨(ଏସଏସନିଉଜ) ବିଦ୍ୟାଳୟ ଗଣଶିକ୍ଷାବିଭାଗ ତରଫରୁ ଭୁବନେଶ୍ବରବ୍ଲକ ଅନ୍ତର୍ଗତ କେନ୍ଦୁପାଟଣା ଉତ୍କଳମଣି ସରକାରୀଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନାକମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନିଦିନିଆ ଏକ ସହଯୋଗ–୨ତାଲିମ ପ୍ରଶିକ୍ଷଣଶିବିର ବିଦ୍ୟାଳୟଶ୍ରେଣୀଗୃହରେ ଅନୁଷ୍ଟିତ ହୋଇଅଛି। ସୋମବାର ପ୍ରଥମଦିବସରେ ଆୟୋଜିତ ଶିବିରକୁ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ ଊଦଘାଟନ କରିଥିଲେ।ଶିବିରରେ ସିଆରସିସି ନିରଞନଦାସଙ୍କ ଆହ୍ବାନକ୍ରମେ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଅଂଶଗ୍ରହଣ କରିଥିଲେ।ଆରପି ସୁକାନ୍ତୀସିଂହ ,ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି , ବିଦ୍ୟାଳୟ ପରିଚାଳନାକମିଟି ଗଠନ ଓ କାର୍ଯ୍ୟ ,ପଞ୍ଚାୟତ ଷ୍ଟାଣ୍ଡିଙ୍ଗକମିଟି ଗଠନ […]

୬ଟି ସ୍ୱତନ୍ତ୍ରବର୍ଗଙ୍କୁ ମିଳିବ ମାଗଣାସାଇକେଲ

ଭୁବନେଶ୍ୱର, ୨୭ା୨(ଏସଏସନିଉଜ)ଏଥିପାଇଁ ବିଏମସିଅଧୀନରେ ୬୭୩ଜଣହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ।ଆସନ୍ତା ମାର୍ଚ୍ଚ ୨ତାରିଖରେ ଲୋକସେବାଭବନର କନଭେନସନହଲରେ ହେବ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମାଏଥିରେ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ଦ୍ୱାରା ହିତାଧିକାରୀଙ୍କୁ ବଣ୍ଟନ କରାଯିବ ମାଗଣାସାଇକେଲାସ୍ଵଛସାଥି ଓ ଜଳମିତ୍ର ଏହି୬ଟି ସ୍ୱତନ୍ତ୍ରବର୍ଗରେ ସାମିଲ ହୋଇଛନ୍ତି ।    

ନିଆଁଲାଗି ଜଳିଗଲା ୨ବଖରାଚାଳଘର

ବାରଙ୍ଗ,୨୭ା୨(ଏସ ଏସ ନିଉଜ) ରବିବାର ବିଳମ୍ବିତରାତିରେ ବାରଙ୍ଗବ୍ଲକ ଅର୍ନ୍ତଗତ ଦାଢ଼ାପାଟଣାପଞ୍ଚାୟତର ମଧୁସୂଦନପୁର ଗ୍ରାମର ଅଗ୍ନିକାଣ୍ଡଘଟି ୨ବଖରା ଚାଳଘର ସମ୍ପୂର୍ଣ୍ଣ ଜଳିପୋଡି ପାଉଁଶ ହୋଇଯାଇଛି। ଏହିଗ୍ରାମର ଜୟରାମଦାସଙ୍କ ସୂଚନା ମୁତାବକ ରବିବାରରାତିରେ ଜୟରାମ ତାଙ୍କପରିବାର ଲୋକଙ୍କସହ ଘରେ ଶୋଇଥିବା ସମୟରେ ରାତି ପ୍ରାୟ ୧.୩୦ସମୟରେ ଚାଳଘରେ ନିଆଁ ଲାଗିଯାଇଥିବା ଜାଣିବାକୁ ପାଇଥିଲେ। ହଠାତ ପରିବାର ସମସ୍ତସଦସ୍ୟ ଘରୁ ବାହାରକୁ ଚାଲିଆସିଥିଲେ।ଫଳରେ ଏକ ବଡ଼ ଘଟଣରୁ ସମସ୍ତେ ବର୍ତ୍ତି ଯାଇଛନ୍ତି। ତାଙ୍କ ଚିତ୍କାର ଶୁଣି ପାଖପଡୋଶୀ ଆସି ନିଆଁ ଲିଭାଇବାକୁ […]

ମାଟିତଳେ ରହିଛି ସୁନାପଥର

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଓଡ଼ିଶାର ଦେବଗଡ଼ , କେନ୍ଦୁଝର , ମୟୂରଭଂଜର ଆଦି ୩ଜିଲ୍ଲାର ବିଭିନ୍ନଅଞ୍ଚଳରେ ମାଟିତଳେ ଗଛିତରହିଛି ସୁନାପଥର । ଖଣି ଓ ଭୂତତ୍ତ୍ବନିର୍ଦ୍ଦେଶାଳୟ ଏବଂ ଏଝଓ ଅନୁସନ୍ଧାନରୁ ଏହା ଜଣାପଡ଼ିଛି । ସୁଧିରସାମଲଙ୍କ ପ୍ରଶ୍ନରେ ଖଣିମନ୍ତ୍ରୀ ପ୍ରଫୁଲ୍ଲମଲ୍ଲିକ ଦେଇଛନ୍ତି ଏହି ଉତ୍ତରା

ମନ୍ତ୍ରୀଙ୍କ ଅପିଲ୍ !

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ମାର୍ଚ୍ଚ୧ରୁ +୨ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାବେଳେ ଅସହଯୋଗ କରିବାକୁ ଶିକ୍ଷକ ସଂଘ ଘୋଷଣା କରିଛି। ସରକାର ଦାବିନମାନିଲେ ଆମରଣ ଅନଶନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ଓ ଏହାସହ ପରୀକ୍ଷା ମଧ୍ୟ ବର୍ଜନକରିବାକୁ ଧମକ ଦିଆଯାଇଛି । ପିଲାମାନଙ୍କ ସ୍ବାର୍ଥକୁ ପ୍ରାଥମିକତା ଦେବାକୁ ଗଣଶିକ୍ଷା ମନ୍ତ୍ରୀ ଅନୁରୋଧ କରିବା ସହପରୀକ୍ଷାରେ ସହଯୋଗ କରିବାକୁ ଅପିଲ କରିଛନ୍ତି ମନ୍ତ୍ରୀ ସମୀରଦାଶା  

କାଲି ବିଧାନସଭା ଘେରିବ କରିବ ବିଜେପି

ଭୁବନେଶ୍ୱର,୨୭ା୨(ଏସଏସନିଉଜ)ଆସନ୍ତାକାଲି ବିଧାନସଭା ଘେରିବ ବିଜେପିଯୁବମୋର୍ଚ୍ଚା ।ନବଦାସ ହତ୍ୟାମାମଲାର ଜବାବ ମାଗିବାକୁ ଘେରିବ ବିଧାନସଭା ।ରାଜ୍ୟର ପ୍ରତ୍ୟେକଜିଲ୍ଲାରୁ ଯୁବକ ଏକାଠିହୋଇ ଘେରାଉ କରିବୋଘେରାଉନେଇ ବିଜେପି ସାଧାରଣସଂପାଦକ ଗୋଲକମହାପାତ୍ରଙ୍କ ସୂଚନା ଦେଇଛନ୍ତି ।

ଦୋକାନଆଗରୁ ନେଇଗଲେ ଟ୍ରାକ୍ଟର

ବାରଙ୍ଗ,୨୬ା୨(ଏସଏସନିଉଜ) ବାରଙ୍ଗଥାନା ଅଧିନସ୍ଥ ଆନନ୍ଦ ବଜାରର ବାରଙ୍ଗ ପ୍ରେସକ୍ଲବ ନିକଟରେ ଥିବା ଏକ ଦୋକାନ ସାମ୍ନାରୁ ଶନିବାର ବିଳମ୍ଭିତ ରାତିରେ ଥୁଆହୋଇଥିବା ଏକ ଟ୍ରାକ୍ଟର ଚୋରୀ ହୋଇଥିବାର ବାରଙ୍ଗଥାନାରେ ଲିଖିତ ଅଭିଯୋଗ ହୋଇଛି ।ଦୋକାନ ମାଲିକ ସତ୍ୟବ୍ରତ ବଡ଼ଜେନା କରିଥିବା ଅଭିଯୋଗ ଅନୁଯାୟୀ ଓଆର ୦୫-ଏମ-୪୮୭୩ ନମ୍ବର ଟ୍ରାକ୍ଟରଟି ସବୁଦିନ ଭଳି କାମ ସାରି ଦୋକାନ ଆଗରେ ଥୁଆହୋଇଥିଲା ।ରବିବାର ସକାଳେ ଚାଳକ ଗାଡିବାହାର କରିବାକୁ ଆସିବାବେଳକୁ ଟ୍ରାକ୍ଟରଟି ଥୁଆହୋଇଥିବା ସ୍ଥାନରେ ନଥିଲା ।ଏବିଷୟରେ ଚାଳକ ସତ୍ୟବ୍ରତକୁ […]

୫୩ବର୍ଷପରେ ଏକାଠି ହେଲେ…

ମେଣ୍ଢାଶାଳ,୨୬ା୨(ଏସଏସନିଉଜ) ମେଣ୍ଢାଶାଳ ଉଚ୍ଚବିଦ୍ୟାଳୟରେ ୧୯୭୦ମା୍‌ିହାରେ ଶିକ୍ଷାଗ୍ରହଣ କରି ମେଟ୍ରିକପାଶ୍ କରିଥିବା ଛାତ୍ରଛାତ୍ରୀମାନଙ୍କର ଛତାବରସ୍ଥିତ ଶ୍ରୀଶ୍ରୀ ବୁଦ୍ଦେଶ୍ୱରମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁମିଳନ ଉସ୍‌ବ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମଦନପୁର ,ପାଇକେରାପୁର, ଛତାବର,ମେଣ୍ଢାଶାଳ, କଂଟାବାଡ, ମଳିପଡା ଆଦି ଗ୍ରା.ପର ୪୦ଜଣଛାତ୍ରଛତ୍ରୀ ୫୩ବର୍ଷପରେ ଏକତ୍ରିତ ହୋଇଥିଲେ ।ସେହିମସୟର ଶିକ୍ଷକ ବାସୁଦେବମହାପାତ୍ର ,ହରିହରମହାରଣା,ଲଡୁକିଶୋରରଥଙ୍କୁ ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଉତରୀୟପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରାଯାଇଥିଲା ।ଏହି ବନ୍ଧୁମିଳନ କାର୍ଯ୍ୟକ୍ରମକୁ ଶତ୍ରୁଘ୍ନବାହନୀପତି ଓ ସୁରେନ୍ଦ୍ରକୁମାରମହାନ୍ତି ଆୟୋଜନ କରିଥିଲେ ।ବ୍ରଜବାସିନିମହାନ୍ତି ,ରେଣୁକା ବଡଜେନା ଓ ପଦ୍ୱଚରଣଜେନା ପ୍ରମୁଖ […]

ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ

ଭୁବନେଶ୍ୱର,୨୬।୨(ଏସଏସ ନିଉଜ)ପ୍ରଦୀପଜେନା ହେଲେ ନୂଆ ମୁଖ୍ୟ ଶାସନସଚିବ lମାର୍ଚ୍ଚ ୧ ତାରିଖରୁ ଦାୟିତ୍ୱ ଗ୍ରହଣ କରିବେ lଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ବିଜ୍ଞପ୍ତି l୧୯୮୯ ବ୍ୟାଚ୍‌ର IAS ଅଫିସର ପ୍ରଦୀପ ଜେନା lବର୍ତ୍ତମାନ ସେ SRC ଦାୟିତ୍ୱରେ ଅଛନ୍ତି lସେପଟେ ଆସନ୍ତା ୨୮ରେ ଅବସର ନେବେ CS ସୁରେଶ ମହାପାତ୍ର l

ଗାଡ଼ିପାର୍କିଂକୁ ନେଇ ଟ୍ରାଫିକ କନଷ୍ଟେବଳଙ୍କୁ ଆକ୍ରମଣ

ଭୁବନେଶ୍ୱର,୨୬ା୨(ଏସଏସନିଉଜ) ଗାଡ଼ିପାର୍କିଂକୁ କେନ୍ଦ୍ରକରି ଭିଏସଏସନଗରରେ ଟ୍ରାଫିକ କନଷ୍ଟେବଳଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ଏଥିରେ ଆହତ ହୋଇଥିବା କନଷ୍ଟେବଲ ମନୋଜବେହେରାଙ୍କୁ କ୍ୟାପିଟାଲ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛିି । ଆକ୍ରମଣକାରୀବ୍ୟକ୍ତି ସହିଦନଗର ଥାନାରେ ଅଟକ ରହିଥିବାବେଳେ ସେ ବିଏସଏଫ ଜଣେ ବରିଷ୍ଠଅଧିକାରୀ ବୋଲି ସୁଚନା ମିଳିଛି ।