Browsing category

ମହାନଗର

ନନ୍ଦନକାନନରେ ପଶିଲା ଦୁଇଦନ୍ତା

ବାରଙ୍ଗ,୩ା୩(ଏସଏସନିଉଜ) ଗତକିଛିଦିନର ବ୍ୟବଧାନ ପରେ ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ଶୁକ୍ରବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ରଘୁନାଥପୁର ଗାଁମୁଣ୍ଡ ବଡବାଙ୍କ ପାଖରେ ନନ୍ଦନକାନନର ସୁରକ୍ଷାପ୍ରାଚୀରରର ଦୁଇଟିସ୍ଥାନରେ ପ୍ରାୟ ୧୫ଫୁଟ ଲମ୍ବର ପାଚେରୀ ଭାଙ୍ଗି ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ କୁମ୍ଭୀରଟାଙ୍କୀ ପଛପଟେ ଥିବା ଲନରେ ଜଙ୍ଗଲି ଦନ୍ତାହାତୀ ଝାଡା ବସିଥିବାର କର୍ମଚାରୀମାନେ ଶୁକ୍ରବାର ସକାଳେ ଦେଖିବାପରେ ନନ୍ଦନକାନନ ରେ ହାତୀ ପଶିଥିବାର […]

ନନ୍ଦନକାନନରୁ ନିଖୋଜ ହେଲେ ପୁରୀରୁ ମିଳିଲେ ଜୟଶ୍ରୀ

ବାରଙ୍ଗ,୩ା୩(ଏସଏସନିଉଜ) ଗତ ଗୁରୁବାରଦିନ ନନ୍ଦନକାନନ ବୁଲିବାକୁଆସି ନିଖୋଜହୋଇଯାଇଥିବା ୭୦ବର୍ଷର ବୃଦ୍ଧା ଜୟଶ୍ରୀଦେବୀଙ୍କୁ ପରିବାରଲୋକେ ପୁରୀରୁ ଫେରିପାଇଛନ୍ତି।ଜାମ୍ମୁଇ(ବିହାର) ଜିଲ୍ଲାର ଝାଝା ଥାନା ଅନ୍ତର୍ଗତ ଝାଝା ଗ୍ରାମର ଜୟଶ୍ରୀଦେବୀ ନିଜ ପରିବାର ସହି ନନ୍ଦନକାନନ ବୁଲିଆସିଥିଲେ।ଗୁରୁବାର ଅପରାହ୍ନ ୪ଟାରେ ଟିକଟକରି ପ୍ରାଣୀଉଦ୍ୟାନଭିତରକୁ ପ୍ରବେଶକରିଥିଲେ।ପରିସରରେ ବୁଲିବାସମୟରେ ଜୟଶ୍ରୀ ନିଖୋଜହୋଇଯାଇଥିଲେ।ଏନେଇ ପରିବାରଲୋକେ ନନ୍ଦନକାନନ ମୁଖ୍ୟଫାଟକରେ ଦାୟିତ୍ବରେଥିବା କର୍ମଚାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇନଥିଲେ।ପରେ ଘଟଣା ସମ୍ପର୍କରେ ପୁଅ ରାଜଶର୍ମା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ।ସିସିଟିଭି ଫୁଟେଜରୁ ପ୍ରସ୍ଥାନ ସମୟରଦୃଶ୍ୟ […]

ମୁକ୍ତିଲାଭ କଲା ବାଜିବ ଲୋ ସାହାନାଇ

ଭୁବନେଶ୍ୱର,୩ା୩(ଏସଏସନିଉଜ ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆସିନେମା ‘ବାଜିବ ଲୋ ସାହାନାଇ ଆଜି ମୁକ୍ତିଲାଭ କରିଛିାଭୁବନେଶ୍ବରସ୍ଥିତ ସିନେପଲିସ୍ ସମେତ ରାଜ୍ୟର୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି।ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବାବେଳେ ସ୍ବର୍ଗତ ରାଇମୋହନପରିଡ଼ାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।  

ବିମାନରେ ପକ୍ଷୀମାଡ ପରେ ବିଏମସିର ପଦକ୍ଷେପ

ଭୁବନେଶ୍ୱର,୩ା୩(ଏସଏସନିଉଜ)ବିମାନରେ ପକ୍ଷୀମାଡ ପରେ ବିଏମସିର ପଦକ୍ଷେପ ।ଏୟାରପୋର୍ଟ ପାଶ୍ୱର୍ର ଜାଗମରାରେଥିବା ଆମିଷ ଦୋକାନ କରିଛି ଉଚ୍ଛେଦ ।ପ୍ରାୟ ୫୦ଟିଦୋକାନ ଉଚ୍ଛେଦ କରାଯାଇଥିବାବେଳେ ଫାଷ୍ଟଫୁଡ୍ ଦୋକାନ ମଧ୍ୟ ଉଚ୍ଛେଦ କରାଯିବ।୩ ଜଣିଆ ଏନଫୋର୍ସମେଣ୍ଟଟିମ୍ ଉପସ୍ଥିତିରେ ଚାଲିଛି ଉଚ୍ଛେଦ ।  

କଟକରେ ଏନକାଉଣ୍ଟର!

କଟକ,୨ା୩(ଏସଏସନିଉଜ)ଅନେକ ଦିନର ଵ୍ୟଵଧାନ ପରେ କଟକରେ ଏନକାଉଣ୍ଟର। ପୋଲିସ ଗୁଳିରେ ଅପରାଧି ଆହତ। ରାଣୀହାଟ ଗୋପାଳସାହିର ଦୀପକ ନାୟକକୁ ଏନକାଉଣ୍ଟର କଲା ସ୍ପେଶାଲସ୍ଵାଡ଼।ଦୀପକର ବାମ ଗୋଡ଼ରେ ବାଜିଛି ଗୁଳି। ବିଡାନାସି ଭୁଆଶୁଣି ଗଡାରେ ପୋଲିସ ସହ ଗୁଳି ବିନିମୟରେ ଆହତ। ଏସସିବିରେ ଭର୍ତ୍ତି ବନ୍ଧୁକ ଜବତ। କଟକ ଡ଼ିସିପି ପିନାକମିଶ୍ରଙ୍କ ସୂଚନା।

ରାଜଧାନୀ ଉପକଣ୍ଠରେ ଯୁବକଙ୍କୁ ହତ୍ୟା

ବାରଙ୍ଗ,୨ା୩(ଏସଏସନିଉଜ) ରାଜଧାନୀଉପକଣ୍ଠ ଚନ୍ଦକାଥାନା ଅଞ୍ଚଳରେ ବୁଧବାରଦିନ ଯୁବକଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଘଟଣା ଉପରୁ ପରଦା ଉଠାଇବା ସହ ମୁଖ୍ୟ ଅଭିଯୁକ୍ତ ବାପି କୁ ଗିରଫ କରି ଗୁରୁବାରଦିନ କୋର୍ଟଚାଲାଣ କରିଛନ୍ତି । ପୋଲିସ ସୁଚନାମୁତାବକ ରାଉରକେଲା ବାସନ୍ତୀକଲୋନୀର ଦିପକ କୁମାର ସ୍ୱାଇଁ ଚନ୍ଦକାଥାନାଅନ୍ତର୍ଗତ ତୁଳସୀଦେଇପୁରରେ ଥିବା ସୋଲସୋକ୍ ଫାର୍ମ ହାଉସରେ ବୈଦ୍ୟୁତିକ ସହାୟକଭାବରେ କାର‌୍ୟ୍ୟନ କରୁଥିଲେ । ସେଠାରେ ଏକ ନିର୍ମାଣାଧୀନକୋଠା ଅଛି ଯେଉଁଠାରେ ବାପି ଓରଫ ସୁଭେନ୍ଦୁକୁମାରଦାସ ରହିବାସହ ସେମଧ୍ୟ ଉକ୍ତଫାର୍ମରେ ଲେବର ଭାବରେକାର୍ଯ୍ୟ […]

ବାରଙ୍ଗରୁ ଚୋରିଟ୍ରାକ୍ଟର ନୟାଗଡ଼ରୁ ଜବତ

ବାରଙ୍ଗ,୧।୩(ଏସଏସନିଉଜ) ଆନନ୍ଦ ବଜାରରୁ ଚୋରି ହୋଇଥିବା ଟ୍ରାକ୍ଟରକୁ ତିନିଦିନ ପରେ ନୟାଗଡ଼ରୁ ଉଦ୍ଧାର କରିଛି ବାରଙ୍ଗଥାନା ପୋଲିସ।ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରି ପୋଲିସ ବୁଧବାର ଦିନ କୋର୍ଟଚାଳଣ କରିଛି। ସେମାନେ ହେଉଛନ୍ତି ନୟାଗଡ଼ ବୋଡାପଡ଼ା ଗାଁର ପ୍ରଭାତ ଷଣ୍ଢ ଓ ପୁରୁଣା ଘଡୁଆଳ ଗାଁର ଜିତେନ୍ଦ୍ରଭଟ । ପ୍ରକାଶଯେ, ବରଙ୍ଗ ଥାନା ଅଧିନସ୍ତ ଶ୍ରୀବନ୍ତପୁର ଗାଁର ସତ୍ୟବ୍ରତ ବଡ଼ଜେନା ଆନଂଦ ବଜାରରେ ଗୃହ ନିର୍ମାଣ ନିମନ୍ତେ ଏକ ଦୋକାନ କରି ବାଲି ଗୋଡି ଆଦି ଯୋଗାଣ […]

ଡେରାସଫାର୍ମ ପରିଦର୍ଶନକଲେ ଆପିକଲଅଧକ୍ଷ

ମେଣ୍ଢାଶାଳ,୨୮।୨(ଏସଏସ ନିଉଜ)ଇପିକଲ ଅଧକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର ଡେରାସଠାରେ ଥିବା ଉଦ୍ୟାନ କୃଷିଫାର୍ମର ୧୦ଏକର ପରିମିତ ଜାଗାରେ ହୋଇଥିବା ପିଜୁଳି ଚାଷ, କଳାମିଚାରା ଉତ୍ପାଦନ କେନ୍ଦ୍ର, ମହୁଚାଷ ,ଛାୟାଗୃହରେ ଅମୃତଭଣ୍ଡା,କଦଳିଚାଷ ସହ ନୂତନ ଭାବେ କରାଯାଇଥିବା ସେଓ ଫଳ ଚାଷ,ସବୁଜଗୃହରେ ମୃତ୍ତିକା ବିହନ, ପନିପାରିବା ଚାରା ଉତପାଦନ କେନ୍ଦ୍ର ଆଦି ପରିଦର୍ଶନ କରିଥିଲେ।ଆପିକଲ ସହାୟତାରେ ୩୦ଜଣଙ୍କୁ ନେଇ ଚାଲିଥିବା କୃଷି ଉଦ୍ୟଗି ପ୍ରଶିକ୍ଷଣ ଉଦ୍ ଜାପାନୀ ଦିବସରେ ସଫଳ ଉଦ୍ୟୋଗୀ ହେବାପାଇଁ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସହକାରୀ […]

ରାଜଧାନୀରେ ପୁଣି ବାର୍ ଗଣ୍ଡଗୋଳ

ଚନ୍ଦ୍ରଶେଖରପୁର,୨୮ା୨(ଏସଏସନିଉଜ)ଚନ୍ଦ୍ରଶେଖରପୁରରେ ଏକ ବାରକର୍ମଚାରୀଙ୍କୁ ଆକ୍ରମଣ ହୋଇଛି ।ସଙ୍ଗବଦ୍ଧଭାବେ ୧୫ରୁ ୨୦ଦୁର୍ବୃତ୍ତଏହି ଆକ୍ରମଣ କରିଛନ୍ତି ।ଏହି ଆକ୍ରମଣ ଘଟଣାରେ ଜଣେଯୁବକ ଗୁରୁତର ଆହତ ହୋଇଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ।  

+୨ପରୀକ୍ଷା ପରିଚାଳନାରେ ଭାଗନେବେ ଅଧ୍ୟାପକ

ଫୁଲବାଣୀ, ୨୮ା୨(ଏସଏସନିଉଜ)+୨ପରୀକ୍ଷା ପରିଚାଳନାରେ ଭାଗନେବେ ୬୬୨ ବର୍ଗ ଅଧ୍ୟାପକା ସର୍ତ୍ତମୂଳକଭାବେ ପରୀକ୍ଷା ପରିଚାଳନାରେ ଭାଗନେବାକୁ ନିଷ୍ପତ୍ତି ନିଆଯାଇଛିା ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ଭାଗନେବୋ ମନ୍ତ୍ରୀସ୍ତରୀୟକମିଟି ସହ ଆଲୋଚନାପରେ ଅଧ୍ୟାପକ ସଂଘ ଏହି ନିଷ୍ପତ୍ତି ନେଇଥିବାର ଜଣାପଡିଛି ।