Browsing category

ମହାନଗର

ନରସିଂହମିଶ୍ରଙ୍କ ସମାଲୋଚନା

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାଗସ୍ତକୁ ନରସିଂହମିଶ୍ର ସମାଲୋଚନା କରିଛନ୍ତି lନିର୍ବାଚନକୁ ଆଖିରେ ରଖି ନବୀନ ରୋଡ୍ ସୋ’କରୁଛନ୍ତି lସ୍କୁଲରେ ରଙ୍ଗ ବୋଳିଦେଲେ, କିନ୍ତୁ ଶିକ୍ଷକ ନାହାନ୍ତି।ମେଡିକାଲ ରେ ଡାକ୍ତର ନାହାନ୍ତି, ଚାଷୀଙ୍କ ଦୁଃଖ ନ କହିବା ଭଲ।କେବିକେ ରେ ଦ୍ୱିତୀୟ କୃଷି ବିଦ୍ୟାଳୟ କୁଆଡ଼େ ଗଲା ?ନିର୍ବାଚନ ଜିତିବା ସେ ଜାଣିଛନ୍ତି, ତାଙ୍କୁ କେହି ପାରିବେନି ବୋଲି କହିଛନ୍ତି ନରସିଂହମିଶ୍ର।

କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ମାର୍ଚ୍ଚ୧୦ରୁ ୧୭ତାରିଖ ଯାଏଁ ଚାଲିବ ମାଟ୍ରିକପରୀକ୍ଷା। ମାଟ୍ରିକ ପରୀକ୍ଷାରେ କପି ରୋକିବାକୁ ସ୍ପେଶାଲ ସ୍କ୍ୱାଡ୍‌ ଗଠନ କରାଯିବ।ପରୀକ୍ଷାକେନ୍ଦ୍ର ଗୁଡିକୁ ଅଚାନକ ଗସ୍ତକରିବେ ସ୍କ୍ୱାଡ୍‌। ଦ୍ୟାଳୟ ଓ ଗଣଶିକ୍ଷା ବିଭାଗମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ମୋତେ ସୁରକ୍ଷାଦିଅନ୍ତୁ-ଇମ୍ରାନ ଖାନ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ମୋତେ ସୁରକ୍ଷାଦିଅନ୍ତୁ, ନଚେତ ମୋ ଜୀବନ କେତେବେଳେ ବି ଚାଲିଯାଇ ପାରେ ବୋଲି ଇମ୍ରାନ ଖାନ କହିଛନ୍ତି।ପାକିସ୍ତାନ ତହରିକ-ଏ-ଇନସାଫ(ପିଟିଆ) ମୁଖ୍ୟ ଦାବି କରିଛନ୍ତିକି, ଇମ୍ରାନଙ୍କୁ ହତ୍ୟାକରିବା ପାଇଁ ଷଡଯନ୍ତ୍ର କରାଯାଉଛି।ଦେଶର ପୂର୍ବତନପ୍ରଧାନମନ୍ତ୍ରୀ ହେବା ସତ୍ତ୍ବେ ତାଙ୍କୁ ଯେତେକି ସୁରକ୍ଷା ବ୍ୟବସ୍ଥା ଦେବାକଥା ସେତିକି ଦିଆଯାଇନାହିଁ।ଜାମିନ ବିହୀନ ଗିରଫ ପରୱାନାରୁ ବଞ୍ଚିବା ପରେ ଇମ୍ରାନଖାନ ମୁଖ୍ୟ ବିଚାରପତି ଉମର ତା ବନ୍ଦିୟାଲଙ୍କୁ ଲେଖିଛନ୍ତି ଚିଠି l

ହୋଲିରେ ହାଲୁକାବର୍ଷା

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହୋଲିରେ ହେବ ହାଲୁକାବର୍ଷା, କିଛି ଅଞ୍ଚଳରେ ଦିନ ତାପମାତ୍ରା ୨ରୁ୩ଡିଗ୍ରୀ ବୃଦ୍ଧି ପାଇଛି।ଆଜିଠୁ ସାମୁଦ୍ରିକବାୟୁର ପ୍ରଭାବ ବୃଦ୍ଧି ଯୋଗୁଁ ସାମାନ୍ୟ ଗୁଳୁଗୁଳି ହେବ।ପଶ୍ଚିମାଝଡ଼ ସକ୍ରିୟ ଥିବାରୁ ୮ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା ରହିଛି।ଭୁବନେଶ୍ୱର ପାଣିପାଗକେନ୍ଦ୍ର ବିଜ୍ଞାନୀ ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ

ଭୁବନେଶ୍ୱର,୬।୩(ଏସଏସ ନିଉଜ)ଆସନ୍ତା ୨୬ରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀଶାହା । ଲୋକସଭା ପ୍ରବାସ କାର୍ଯ୍ୟକ୍ରମରେ ଭଦ୍ରକରେ କରିବେ ସମାବେଶ । ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହ କରିବେ ଆଲୋଚନା ।ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।

ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ବାରଙ୍ଗ,୫ା୩(ଏସଏସନିଉଜ)ରବିବାର ବଢିଭୋରସମୟରେ କଳାଝରିଗାଁମୁଣ୍ଡ ରେଳ ଧାରଣାରୁ ଏକ ଯୁବକର ମୃତଦେହକୁ ମଂଚେଶ୍ୱରଜିଆରପି ପୋଲିସ ଜବତ କରିଛି ।ମୃତଯୁବକ ପାଖରେ ପଡିଥିବା ମୋବାଇଲ ସିମ୍‌ରୁ ମୃତ ଯୁବକର ପରିଚୟ ପାଇବା ସହ ତାପରିବାରକୁ ପୋଲିସ ଖବର ଦେଇଛି ।ତେବେ ମୃତ ଯୁବକ ହେଉଛନ୍ତି କଲିକତାର ଅରୁଣସିଂ ବୋଲି ମଂଚେଶ୍ୱରଜିଆରପିଫାଣ୍ଡିଅଧିକାରୀ ରାମଚନ୍ଦ୍ରହାତୀ କହିଛନ୍ତି ।ତେବେ ଅରୁଣ ଟ୍ରେନରୁ ଖସିପଡିଥିବାପରେ ଟ୍ରେନଟି ତାଉପରେ ଚଢିଯାଇଥିବାର ଶରୀର ଦୁଇଖଣ୍ଡ ହୋଇଯାଇଥିବାର ପୋଲିସ ଅନୁମାନ କରୁଥିବାବେଳେ ୧୭/୨୩କେଶନଂଏକ ଅପମୃତ୍ୟୁମାମଲା ରୁଜୁକରି ମୃତଦେହକୁ ଜବତ କରି […]

ଡାକୋଟାବିମାନକୁ ଜାତିଉଦ୍ଦେଶ୍ୟରେ ସମର୍ପଣକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ଏସଏସନିଉଜ)ଆଜି ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟାବିମାନକୁ ସମର୍ପଣ କରିଛନ୍ତି।Dakota DC-3 (VT-AUI) । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏହିବିମାନକୁ ଆଜି ସର୍ବସାଧାରଣଙ୍କପାଇଁ, ଓଡ଼ିଆମାନଙ୍କ ପାଇଁ ଓ ସାରା ଦେଶବାସୀଙ୍କପାଇଁ ସମର୍ପିତ କରିଛନ୍ତି। ସୂଚନାଯୋଗ୍ୟଯେ ଏହି ବିମାନ କଲିକତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତଅବସ୍ଥାରେ ଥିଲା। ରାଜ୍ୟସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି […]

ଦେଶୀମଦ ଜବତ

ମେଣ୍ଢାଶାଳ,୪/୩(ଏସଏସନିଉଜ)ଚନ୍ଦକାଥାନାପୁଲିସ ବେଆଇନ ଦେଶୀମଦ ବିକ୍ରି ଅଭିଯୋଗରେ ମହୁଲ ନୁଆସାହି ଗ୍ରାମର ବେଣୁଧର ମହାରଣାଙ୍କୁ ଗିରଫକରି ଶନିବାରଦିନ କୋର୍ଟଚାଲାଣ କରାଯାଇଛି ।ବେଣୁଧର ତାଙ୍କଗାଁମୁଣ୍ଡରେ ବେଆଇନ ଦେଶୀମଦ ବିକ୍ରି କରୁଥିବାବେଳେ ଚନ୍ଦକାପୋଲିସ ହାତରେ ଶୁକ୍ରବାର ରାତିରେ ଧରାପଡିଥିଲା ।ପୋଲିସତାଠାରୁ ୪୦ଲିଟର ଦେଶୀମଦ ଜବତକରିବାସହ ତାକୁ ଗିରଫକରି ୬୯/୨୩କେଶନଂରେ ଏକ ମକଦ୍ଦମାରୁଜୁକରି କୋର୍ଟଚାଲାଣ କରିଛନ୍ତି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ବର୍ଷିଲା ବିଜେପି !

ଭୁବନେଶ୍ୱର,୪।୩(ଏସଏସ ନିଉଜ)ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ଟାର୍ଗେଟ୍‌। ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାରଦିବସ ପାଳନ କରିବ ବିଜେପି। ‘ଯୋଗ୍ୟହିତାଧିକାରୀ ପିଏମ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ଖଟିଖିଆଙ୍କ ପାଖକୁ ଜବ୍‌ କାର୍ଡ ବି ମିଳୁନି’। ‘ଫଲ୍ସ ବିଲରେ ରାଜ୍ୟକୋଷରୁ ଅର୍ଥ ସଫା ହେଉଛି ବୋଲି ଅଭିଯୋଗ କରିଛନ୍ତି ହରିଚନ୍ଦନ।

ଟଙ୍କାନେଇ ଦେଲେନାହି ଜମି

ବାରଙ୍ଗ,୩ା୩(ଏସଏସନିଉଜ)ଜମିଦେବାକୁ ଟଙ୍କାନେଇ ଚୁକ୍ତିମୁତାବକ ଜମି କିମ୍ବା ଟଙ୍କା ନଫେରାଇବା ଅଭିଯୋଗରେ ନନ୍ଦନକାନନଥାନାପୋଲିସ ଶୁକ୍ରବାରଦିନ ଟଙ୍କପାଣିରୋଡ ପାଣ୍ଡବନଗରରେ ରହୁଥିବା ଶକ୍ତି ଡେଭଲପରସର ମ୍ୟାନେଜିଂ ଡ଼ାଇରେକ୍ଟର ରମେଶଚନ୍ଦ୍ରମହାପାତ୍ର(୭୦)ଙ୍କୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,୨୦୧୯ମସିହାରେ ସରାକାରୀଚାକିରିରୁ ଅବସରନେଇଥିବା ଶୈଳଶ୍ରୀବିହାରର ଅତୁଲ୍ୟକୁମାରମହାନ୍ତିନାମକ ଜଣେ ବ୍ୟକ୍ତିଙ୍କ ସହ ରମେଶଙ୍କର ପରିଚୟ ଥିଲା ।ଏହି ସୁଯୋଗରେ ରମେଶ ତାଙ୍କୁ ଫସାଇ ଜମିବ୍ୟବସାୟରେ ଟଙ୍କା ଲଗାଇବାକୁ ପ୍ରବର୍ତାଇଥିଲେ । ଅଧିକ ଲାଭ ଆଶାଦେଖାଇ ଅତୁଲ୍ୟଙ୍କଠାରୁ ୧୯ଲକ୍ଷଟଙ୍କା ନେଇଥିଲେ । ଟଙ୍କା ନେବା ସମୟରେ […]