ଭୁବନେଶ୍ୱର,୨୨ା୩(ଏସଏସନିଉଜ)ରାଜ୍ୟରେ ୧୧ହଜାର ୭୧୦ଟି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇନି ।ମୋହନମାଝୀଙ୍କ ପ୍ରଶ୍ନରେ ଗଣଶିକ୍ଷାମନ୍ତ୍ରୀ ସମୀରଦାଶ ଏହିଭଳି ଉତର ଦେଇଥିଲେ ।୨୧ହଜାର୦୬୫ ସ୍କୁଲରେ ଖେଳପଡ଼ିଆ ନାହିଁ’ ।୪୧ହଜାର ୯୯୬ ସ୍କୁଲରେ କମ୍ପ୍ୟୁଟର ନାହିଁ ।୬ ହଜାର ୭୮୧ ସ୍କୁଲରେ ଆବଶ୍ୟକୀୟ କ୍ଲାସ ରୁମ୍ ନାହିାଁ୬୦୧୧ସ୍କୁଲରେ ଛାତ୍ରଅନୁପାତରେ ଶିକ୍ଷକ ନାହାନ୍ତି ।୨୦୨୧-୨୨ରେ ମାଧ୍ୟମିକ ସ୍ତରରେ ଡ୍ରପଆଉଟହାର ୨୭.୨୬ା ଅନ୍ୟପଟେ ରାଜ୍ୟରେ ମୋଟ ୫୩ହଜାର ଶିକ୍ଷକ ନିଯୁକ୍ତି ହେବେ । ସେଥିମଧ୍ୟରୁ ୨୦୨୬ଜଣଙ୍କ ନିଯୁକ୍ତିପ୍ରକ୍ରିୟା ଆରମ୍ଭ ହୋଇଥିବାନେଇ ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉତ୍ତର ରଖିଛନ୍ତି । ୨୦୬୪ କିରାଣି ନିଯୁକ୍ତିପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି,ହାଇସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ପାଇଁ ୨୮୦ କୋଟିର ବଜେଟ୍ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।