ଏପ୍ରିଲ୍ ୩ରୁ ମାଟ୍ରିକ ପରୀକ୍ଷା ଖାତାଦେଖା

କଟକ,୨୦ା୩(ଏସଏସନିଉଜ)ସରିଲା ମାଟ୍ରିକ ପରୀକ୍ଷା। ଏପ୍ରିଲ୍ ୩ରୁ ମାଟ୍ରିକଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ବୋର୍ଡସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି ।ସୁଚନାମୁତାବକ ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ମାଟ୍ରିକଖାତା ମୂଲ୍ୟାୟନ କରାଯିବ। ଆସନ୍ତା ୪୫ଦିନ ମଧ୍ୟରେ ସଂପୂର୍ଣ୍ଣ ମୂଲ୍ୟାୟନପ୍ରକ୍ରିୟା ଶେଷହୋଇ ପରୀକ୍ଷାଫଳ ପ୍ରକାଶ ପାଇବ। ସୂଚନାଯୋଗ୍ୟ, ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିଲା।

Comments (0)
Add Comment