ଓଲଟିଲା ପିକଅପଭ୍ୟାନ
ଭୁବନେଶ୍ୱର,୪/୧୦(ଏସଏସ ନିଉଜ)ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ଯାନଟି ଓଲଟିପଡିଛି।
Browsing category
ଭୁବନେଶ୍ୱର,୪/୧୦(ଏସଏସ ନିଉଜ)ଭୁବନେଶ୍ୱର ଜୟଦେବ ବିହାରରୁ ଆଚାର୍ଯ୍ୟ ବିହାର ଓଭର ବ୍ରିଜ୍ ଉପରେ ଓଲଟିଲା ପରିବା ବୋଝେଇ ପିକଅପ୍ ଭ୍ଯାନଟି ଓଲଟିପଡିଛି।
ଶାରଦୀୟ ଦୁର୍ଗାପୂଜା ପାଇଁ ସବୁଠି ଉତ୍ସବମୁଖର ପରିବେଶ। ଆଜି ପୀଠରେ ମାଙ୍କର ମହା ଦଶମୀ ଥିବାବେଳେ ମଣ୍ଡପରେ ମହାନବମୀ।ପବିତ୍ର ଦଶହରା ପର୍ବ ଓ ଦୁର୍ଗାପୂଜା ଉପଲକ୍ଷେ ଆପଣଙ୍କୁ ଅନେକଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।ଜଗତ ଜନନୀମାଦୁର୍ଗା,ଆପଣ ତଥା ଆପଣଙ୍କ ପରିବାରବର୍ଗଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ କରନ୍ତୁ।ଏହାହିଁ ମାଙ୍କ ଚରଣାବିନ୍ଦରେ satyasandhana ପରିବାର ପକ୍ଷରୁ ପ୍ରାଥନା ଓ ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା, ଅଭିନନ୍ଦନ।
ଭୁବନେଶ୍ୱର,୩/୧୦(ଏସଏସ ନିଉଜ)ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଖାଲି ପଡ଼ିଥିବା ଧାମନଗର ବିଧାନସଭା ଆସନ ପାଇଁ ହେବ ଉପନିର୍ବାଚନ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ନଭେମ୍ବର ୩ ତାରିଖରେ ମତଦାନ, ଅକ୍ଟୋବର ୭ ତାରିଖରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡିଛି।
ବାରଙ୍ଗ,୨/୧୦(ଏସଏସନିଉଜ)ସ୍ବାଧୀନତାର ଅମୃତ ମହୋତ୍ସବ ତଥା ମହାତ୍ମାଗାନ୍ଧୀଙ୍କ ଜୟନ୍ତୀ ଅବସରରେ ବାହୁଡା଼ ଠାରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମର ଉଦଯାପିତ ହୋଇଯାଇଛି। ମରିଚିଆଗ୍ରାମ ନିକଟ ପୁରୀମୁଖ୍ୟକେନାଲ ଠାରୁ ବାଲିପଡ଼ାପର୍ଯ୍ୟନ୍ତ ପ୍ରାଚୀନ କୁଆଖାଇନଦୀବନ୍ଧ କଡ଼ରେ ୫୦ରୁ ଉର୍ଦ୍ଧ ଦେଶୀ ଆମ୍ବ,ଅର୍ଜୁନ,ଲିମ୍ବ,ଅଁଳା , ରାଧାଚୁଡ଼ା, ପାଟୁଳୀ ଇତ୍ୟାଦି ଚାରାରୋପଣ କରାଯାଇ ଥିଲା।ଏହି କାର୍ଯ୍ୟକ୍ରମଟିକୁଅଞ୍ଚଳର ଯୁବନେତା ପ୍ରତାପକୁମାର ରାଉତ ଉଦଘାଟନ କରିଥିଲେ।କୃଷିବିଭାଗର ପୂର୍ବତନ ସ୍ଵତନ୍ତ୍ରଶାସନସଚିବ ମନ୍ମଥକୁମାରପାଣି ମୁଖ୍ୟ ଅତିଥିଭାବେ ଯୋଗଦେଇ ବୃକ୍ଷରୋପଣ କରିଥିଲେ।ମୁଖ୍ୟ ଆକର୍ଷଣ ଥିଲା ଅଞ୍ଚଳର ବହୁ କୁନିକୁନି ପିଲା ସୌଭିତ,ଗୁଡୁ,ପାପୁ […]
ମେଣ୍ଢାଶାଳ, ୨/୧୦(ଏସଏସ ନିଉଜ)ଆମ ସମାଜରେ ବିଭିନ୍ନ ପ୍ରକାର ନିଶାସେବନ ହେଉଛି କିନ୍ତୁ ମଦକୁ ସର୍ବାଧିକ ପ୍ରୋତ୍ସାହିତ କରାଯାଉଛି ,ଯାହାଫଳରେ ନିରୀହ ଲୋକମାନେ ନିଶାଗ୍ରସ୍ତ ହୋଇ ସର୍ଵସ୍ୱାନ୍ତ ହେଉଛନ୍ତି।ଅଧିକ ରାଜସ୍ବ ପାଇଁ ଅଧିକ ମଦଦୋକାନ ଖୋଲାଯିବା ଓ ବେଆଇନ ମଦ ବେପାରକୁ ପ୍ରଶାସନ ନରୋକିବାରୁ ନିଶାଗ୍ରସ୍ତ ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି।ଫଳସ୍ୱରୂପ ରାସ୍ତା ଦୁର୍ଘଟଣା, ହିଂସାକାଣ୍ଡ, ହତ୍ୟା, ବଳାତ୍କାର ଆଦି ଅଧିକ ସଂଖ୍ୟାରେ ନିଶାସକ୍ତଙ୍କ ଦ୍ଵାରା ହିଁ ହେଉଛି ବୋଲି ଗାନ୍ଧିଜୀଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। […]
ବାରଙ୍ଗ,୨୧/୯(ଏସଏସନିୟୁଜ)ଚାକିରି କରିବ ପୁଣି ନନ୍ଦନକାନନରେ ପୋଷ୍ଟିଂ ।ଭାଗ୍ୟରେ ଥିଲେ ଏଭଳି ଚାକିରି ମିଳେ ।ଏକଥା ଆମେ କହୁନାହୁଁ ଯାହା ନନ୍ଦନ କାନନରେ ଚର୍ଚ୍ଚା ଚାଲିଛି ।ଦୁଇଜଣ ଅସ୍ଥାୟୀ କର୍ମଚାରୀ ଚାକିରି ବଂଚାଇବାକୁ ଯାଇ ରେଞରଙ୍କ ଘରେ ଝାଡୁମାରିବା ଓ ରୋଷେଇକରିବା ଭଳି କାମ କରୁଥିବାର ଚର୍ଚ୍ଚା ଚାଲିଛି ।କେମିତି ବା ନକରିବେ ନହେଲେ ଚାକିରି ପଳାଇବନା ।ନନ୍ଦନକାନନରୁ ଏମାନେ ଅନ୍ୟକାମ କରିବାପାଇଁ ଦରମା ପାଉଥିଲେ ମଧ୍ୟ ବଡବାବୁଙ୍କ ଘରକାମ କରୁଥିବାର ଆଲୋଚନା ହେଉଛି । ଏ କ୍ୱାଟର […]
ଭୁବନେଶ୍ୱର,୨୯/୯(ଏସଏସନିଉଜ)ରାଜଧାନୀ ଭୁବନେଶ୍ୱରର ସବୁଠାରୁ ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିଚିତ ମାଷ୍ଟରକ୍ୟାଣ୍ଟିଂନ ଷ୍ଟେସନ ସମ୍ମୁଖ ଆଜି ଅପରାହ୍ନରେ ଦୁଇଜଣ ଅସାମାଜିକ ଓ ମଦ୍ୟପ ଯୁବକଙ୍କ ମଧ୍ୟରେ ଆକ୍ରମଣ ଓ ପ୍ରତି ଆକ୍ରମଣ ହୋଇ ଦୁଇଜଣ ଯାକ ଗୁରୁତର ଭାବେ ହୋଇଛନ୍ତି ।ଏହାପରେ ଜଣେ ଫେରାର ହୋଇଯାଇଥିବାବେଳେ ଜଣେ ଆହତଙ୍କୁ ୧୦୮ ଆମ୍ବୁଲାନ୍ସରେ କ୍ୟାପିଟାଲ ହସ୍ପିଟାଲକୁ ଚିକିସ୍ାପାଇଁ ଭର୍ତି କରାଯାଇଥିବାର ଜଣାପଡିଛି ।
ଭୁବନେଶ୍ୱର,୨୯/୯(ଏସଏସନିଉଜ)ଓଡ଼ିଶାରେ ଚହଳ ପକାଇଥିବା ଟୁଙ୍ଗୁରୁ ଭୋଳ ଏବେ ଗିରଫ ହୋଇଛି । ଦୁଷ୍କର୍ମ ଅଭିଯୋଗରେ ଟୁଙ୍ଗୁରୁକୁ ଗିରଫ କରିଛି ଭରତପୁର ଥାନା ପୋଲିସ । ଭରତପୁର ଥାନାରେ ଟୁଙ୍ଗୁରୁ ବିରୁଦ୍ଧରେ କିଛି ଦିନ ପୂର୍ବରୁ ବର୍ଷା ଆସି ଅଭିଯୋଗ କରିଥିଲେ । ଟୁଙ୍ଗୁରୁ ଓ ବର୍ଷାଙ୍କ ପ୍ରେମ କାହାଣୀକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ଲାଗିଥିଲା ।
ଭୁବନେଶ୍ୱର,୨୯/୯(ଏସଏସନିଉଜ)ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ। ମେଟ୍ରୋ ବିଲଡର୍ସ ଏମଡି ମହମ୍ମଦ ମୋକିମଙ୍କୁ ଜେଲ୍ ଦଣ୍ଡ।ପୂର୍ବତନ IAS ବିନୋଦ କୁମାରଙ୍କୁ ମଧ୍ୟ ଜେଲ୍ ଦଣ୍ଡାଦେଶ ହୋଇଛି। ORHDC ଦୁର୍ନୀତି ମାମଲାରେଶୁଣାଣି କରି ଭିଜିଲାନ୍ସ କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି।ଏହି ମାମଲାରେ କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଞ୍ଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷର ଜେଲଦଣ୍ଡ ସହ ୫୦ହଜାର ଲେଖାଏଁ ଜରିମାନା ଦେବାକୁ କୁହାଯାଇଛି ।ବିନୋଦ କୁମାର ଓଆରଏଚଡିସି ଅଧ୍ୟକ୍ଷ ଥିବାବେଳେ […]
ଭୁବନେଶ୍ୱର,୨୯/୯(ଏସଏସ ନିଉଜ)ଭୁବନେଶ୍ୱରରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା।ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେବାକୁ ପହଞ୍ଚିଲେ।ଦୁଇଦିନିଆ ଓଡ଼ିଶା ଗସ୍ତରେ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବେ।