Browsing category

ମହାନଗର

ଏସିଡ ମାଡ଼

କଟକ,୮ ୧୦(ଏସଏସନିଉଜ)ପୂର୍ବ ଶତ୍ରୁତାରୁ ବାଲୁବଜାର ଅଞ୍ଚଳରେ ଯୁବକଙ୍କୁ ଏସିଡ୍ ମାଡ଼ ହୋଇଛି।୨୨ ବର୍ଷୀୟ ଯୁବକଙ୍କୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ଏସିଡ୍ ଫିଙ୍ଗି ଚମ୍ପଟ୍ ହୋଇଛି।ଆହତ ଯୁବକ ଜଣଙ୍କ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଏସିଡ୍ ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଚାନ୍ଦିନିଚୌକ ଅଞ୍ଚଳର ସୂଚନା ମିଳିଛି।

ଜଳିଗଲା ବସ

ଭୁବନେଶ୍ୱର,୮/୧୦(ଏସଏସ ନିଉଜ)ସକାଳୁସକାଳୁ ଅଘଟଣ ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଯାହାଫଳରେ ଚାଲିଗଲା ୧୧ଜଣଙ୍କର ଜୀବନ ।ପ୍ରଥମେ ଟ୍ରକ୍‌କୁ ଧକ୍କା ଦେଲା ତା’ପରେ ହୁତୁହୁତୁ ହୋଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ୫ଟା ୧୫ରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଚାଉଳବୋଝେଇ ଟ୍ରକ ପାଇଁ ରାସ୍ତା ଜାମ

ଜଟଣୀ,୧୦/୭(ଏସଏସନିଉଜ)ସୀତାରାମଛକନିକଟରେ ଥିବା ରେଳବାଇଭୁତଳ ରସ୍ତାରେ ଓଆର୦୨-କେ-୪୧୮୮ନଂ ଚାଉଳବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ଥ ହେବାରୁ ସାଧରଣଲୋକ ନାହିଁନଥିବା ହଇରାଣ ହେଇଛନ୍ତି ।ଟ୍ରକଟି ଭାରସମ୍ୟ ହରାଇ ନାଳ ମଧ୍ୟକୁ ଖସି ଯିବାରୁ ରାସ୍ତା ଜାମ ହୋଇଯାଇଥିଲା ।ଏଫସିଆ ରୁ ଟ୍ରକଟି ଚାଉଳ ନେଇ ଆସୁଥିବାବେଳେ ଏହି ଦୁର୍ଘଟଣା ହୋଇଥିଲା ।ତେବେ ଚାଉଳ ବୋଝେଇ ଟ୍ରକର କାଗଜପତ୍ର ବୈଧ ନଥିବାର ଜଣାପଡିନଥିବାବେଳେ କିଭଳି ପରିବହନ ପାଇଁ ଅନୁମତି ଦିଆଯାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ଯୋରଧରିଛି ।

ପ୍ରକାଶ ପାଇଲା ଓସିଏସ ରେଜଲ୍ଟ

ଭୁବନେଶ୍ୱର,୭/୧୦(ଏସଏସ ବିଳ)ପ୍ରକାଶ ପାଇଲା ଓସିଏସ ରେଜଲ୍ଟ ।ମୋଟ ୩୯୨ ଜଣ ପ୍ରାର୍ଥୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ତେଜସ୍ୱିନୀ ବେହେରା ଓସିଏସ ହେଲେ ଟପର ।୨୪୪ ଜଣ ଛାତ୍ର କୃତକାର୍ଯ୍ୟ ହୋଇଥିବା 148 ଜଣ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।ପ୍ରଥମ ତିନୋଟି ସ୍ଥାନରେ ଛାତ୍ରୀ ରହିଛନ୍ତି । ଦ୍ୱିତୀୟ ସ୍ଥାନରେ ଶୁଭଙ୍କରୀ ସୁଦେଷ୍ଣା ଦାଶ ରହିଥିବା ବେଳେ ତୃତୀୟ ସ୍ଥାନରେ ସୃଷ୍ଟି ଶତପଥୀ ରହିଛନ୍ତି ।ଶୀର୍ଷ ୧୦ ଜଣଙ୍କ ମଧ୍ୟରେ ୭ ଜଣ ଝିଅ ଏବଂ ତିନି ଜଣ […]

୯ରେ ଆଉଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର,୭/୧୦(ଏସଏସ ନିଉଜ)ତାମିଲନାଡୁ ଆନ୍ଧ୍ର ଉପକୂଳରେ ହେବ ଘୂର୍ଣ୍ଣିବଳୟ । ଆସନ୍ତା ୯ ତାରିଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ୯ ଓ ୧୦ରେ ଦକ୍ଷିଣ ଓଡିଶାରେ ପ୍ରବଳବର୍ଷା ହେବ। କମ୍‌ ରହିବ ଶୀତର ପ୍ରଭାବ । ରାତିର ତାପମାତ୍ରା ସ୍ବାଭାବିକ ଠାରୁ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

୩୦ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୧୦(ଏସଏସ ନିଉଜ)ରାଜ୍ୟର ସବୁ ଜିଲ୍ଲା ପାଇଁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତାଲିକାରୁ ମନ୍ତ୍ରୀ ସମୀର ରଂଜନ ଦାଶ , ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ , ବରିଷ୍ଠ ନେତା ଦେବାଶିଷ ସାମନ୍ତରାୟ ବାଦ ପଡିଛନ୍ତି ।ତେବେ ଦାୟିତ୍ୱ ମିଳିଥିବା ନେତାମାନେ ହେଲେ ବାଲେଶ୍ୱର- ପ୍ରତାପ କେଶରୀ ଦେବ ବରଗଡ଼ – ସୁଧିର କୁମାର ସାମଲ ଭଦ୍ରକ- ପ୍ରଣବ ବଳବନ୍ତରାୟ ବଲାଙ୍ଗୀର ଓ […]

ବିଜୟ ଦଶମୀ

ଆଜିର ଅଶ୍ୱିନମାସ ଶୁକ୍ଲ ଦଶମୀ ତିଥିକୁ ସମଗ୍ର ହିନ୍ଦୁଧର୍ମରେ ବିଜୟଦଶମୀ ଭାବେ ପାଳନ କରାଯାଏ।ବିଜୟଦଶମୀ ଅର୍ଥ ଦଶଟି ବଦଗୁଣ ଉପରେ ବିଜୟ ତଥା ଏହିଦିନଟି ମହିଷାସୁର ଉପରେ ମାଁଦୂର୍ଗାଙ୍କ ବିଜୟକୁ ଦର୍ଶାଇଥାଏ। ପୌରାଣିକତଥ୍ୟ ଏବଂ କିମ୍ବଦନ୍ତୀ ଆଧାରିତତଥ୍ୟ ଅନୁଯାଇ ବିଜୟଦଶମୀଦିନ ଭଗବାନ ଶ୍ରୀରାମ ତାଙ୍କ ଧର୍ମପତ୍ନୀ ମାତାସୀତାଙ୍କୁ ଉଦ୍ଧାର କରିବା ଉଦ୍ୟେଶ୍ୟରେ ଲଙ୍କାର ରାଜା ରାବଣଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ।ଏହି ବିଜୟଉସ୍ଛବର ସ୍ମରଣରେ ପ୍ରତିବର୍ଷ ଏହି ବିଜୟ ଦଶମୀ ଦିନ ରାବଣର ପୁତ୍ତଳିକା ଦହନ କରାଯାଇଥାଏ ।ବିଜୟ […]

ଦଶହରାକୁ ପାଣିଚିଆ କଲା ବର୍ଷା

ଭୁବନେଶ୍ୱର,୪/୧୦(ଏସଏସନିଉଜ)ଦଶହରାକୁ ପାଣିଚିଆ କରି ଦେଇଛି ଲଘୁଚାପ ବର୍ଷା । ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ କ୍ଷେତ୍ର ଯୋଗୁଁ ସାରା ରାଜ୍ୟରେ ଜାରିରହିଥିବା ବର୍ଷା ଯୋଗୁ ଦଶହରା ମଉଜରେ ଫିକା ପଡିଯାଇଛି । ଲଘୁଚାପକ୍ଷେତ୍ର ବର୍ତ୍ତମାନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ସକ୍ରିୟ ରହିଛି । ଆସନ୍ତା ୨୪ଘଣ୍ଟାରେ ଏହା ପଶ୍ଚିମଉତ୍ତର ପଶ୍ଚିମଦିଗରେ ଗତିକରିବା ସହ ଆନ୍ଧ୍ର ଉପକୂଳମୁହାଁ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ଦିନ ପର‌୍ୟ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ […]

ଫୁଟିଲା ବ୍ରହ୍ମକମଳ ପୁଷ୍ପ

ବାରଙ୍ଗ,୪/୧୦(ଏସଏସ ନିଉଜ)କେନ୍ଦୁପାଟଣା ଗାଁ ସଭାପତି ପ୍ରଦୀପ୍ତ ବେଉରାଙ୍କ ଅଗଣାରେ ଦିତୀୟଥର ପାଇଁ ବ୍ରହ୍ମକମଳ ପୁଷ୍ପ ସୋମବାର ବିଳମ୍ବିତ ରାତିରେ ଫୁଟିବା ପରେ ପରିବାର ଲୋକ ରାତାରାତି ଜଗନ୍ନାଥଙ୍କ ଚରଣରେ ଅର୍ପିତ କରିବା ପାଇଁ ପୁରୀ ଯାତ୍ରା କରିଥିଲେ।ସେହିଁଭଳିଭାବେ ପଞ୍ଚୁପାଳଗାଁର ପ୍ରସନ୍ନ ସଡଙ୍ଗୀଙ୍କ ବାଡ଼ିରେ ଦୁଇଟି ବ୍ରହ୍ମକମଳ ପୁଷ୍ପ ସୋମବାର ରାତିରେ ଫୁଟିଥିଲା।ଏହାପୂର୍ବରୁ କିଛିଦିନ ତଳେ ଆଉ ଦୁଇଟି ମଧ୍ୟ ଫୁଟିଥିଲା।ଏହି ପୁଷ୍ପ ଫୁଟିବାର ଜାଣିପାରି ତାଙ୍କ ପରିବାର ଲୋକ ଉସାହ ଓ ନୀତିକାନ୍ତିରସହ ଅପେକ୍ଷା କରିଥିଲେ।ରାତିରେ ଦୁଇଟିପୁଷ୍ପ […]

ଆସୁଛି ବଡ଼ ବର୍ଷା

ଭୁବନେଶ୍ୱର,୪/୧୦(ଏସଏସ ନିଉଜ)୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।ଏହାସହ ୧୧ଟି ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗର ପାର୍ଶ୍ୱବର୍ତ୍ତୀ ସମୁଦ୍ର ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପ୍ରଭାବରେ ୩ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଥିବା ଆକଳନ କରିଛି ପାଣିପାଗ ବିଭାଗ । ଏହାସହ କଟକ ଓ ଭୁବନେଶ୍ୱରରେ ମଧ୍ୟ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି।