ଭୁଆସୁଣୀରେ ଅଳିଆପକା ବିବାଦ
ମେଣ୍ଢାଶାଳ,୨୧/୮(ଏସଏସନିଉଜ) ଭୁବନେଶ୍ବର ଉପକଣ୍ଠ ଦାରୁଠେଙ୍ଗ ଭୁଆସୁଣୀରେ ଅଳିଆ ପକାଇବାକୁ ନେଇ ଚାଲିଥିବା ବିବାଦର ସମାଧାନ ପାଇଁ ରବିବାରସନ୍ଧ୍ୟାରେ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତ ପକ୍ଷରୁ ଗ୍ରାମସଭାରେ ଆଲୋଚନା ପାଇଁ ନିଷ୍ପତି ହୋଇଥିଲା ।ଏଥିରେ ପଂଚାୟତର ସରମ୍ପଚ,ସମିତିସଭ୍ୟ,ୱାଡମେମ୍ବରଙ୍କଠାରୁ ଆରମ୍ଭ କରି ଗ୍ରାମମୁରବୀମାନଙ୍କୁ ଏକାଠି କରି ଖୋଲାମଂଚରେ ସେମାନଙ୍କ ନିଷ୍ପତି ଉପରେ ଆଲୋଚନା ହେବାକୁ ପୁର୍ବପ୍ରସ୍ତୁତ ହୋଇଥିଲା ।ଗ୍ରାମମେଳଣ ପଡ଼ିଆରେ ବାବା ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଏଥିନିମନ୍ତେ ସଭାର ଆୟୋଜନ ମଧ୍ୟ କରାଯାଇଥିଲା ।ଏହି ଆଲୋଚନାରେ ଭୁଆସୁଣୀରେ ଆଉ ଅଳିଆ […]