Browsing category

ମହାନଗର

ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣା

ଆଠଗଡ଼, ୯/୮(ଏସଏସନିଉଜ)ବନଖଣ୍ଡରେ ମାଟି ତଳୁ ହାତୀ କଙ୍କାଳ ମିଳିବା ଘଟଣାରେ ଗିରଫ ହୋଇଥିବା ଫରେଷ୍ଟର ପ୍ରଦୀପ ପରିଡାଙ୍କର ଲାଏ ଡିଟେକ୍ସନ ଟେଷ୍ଟ. ହେବ ।ପ୍ରଦୀପଙ୍କୁ ଷ୍ଟେଟ ଫରେନ ସିକ ସାଇନ୍ସ ଲାବୋରାଟୋରୀ କୁ ଆଣିଲା ବନ ବିଭାଗ ।ପ୍ରଦୀପଙ୍କୁ ପଚରାଉଚରା ପାଇଁ ୫ ଦିନ ରିମାଣ୍ଡରେ ଆଣିଛି ବନବିଭାଗ ।ଅଗଷ୍ଟ ୧ ରେ ପ୍ରଦୀପଙ୍କୁ ଗିରଫ କରିଥିଲା ବନ ବିଭାଗ!.  

ସସ୍ମିତଙ୍କୁ ନୂଆ ଦାୟିତ୍ବ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ନୂଆ ଦାୟିତ୍ବ ମିଳିଛି। କୋଇଲା ଓ ଖଣି ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କିମିଟିର ସଦସ୍ୟ ଭାବେ ସସ୍ମିତ ପାତ୍ରଙ୍କୁ ନିଯୁକ୍ତି ପାଇଛନ୍ତି। ପୂର୍ବରୁ ଆଇନ ମନ୍ତ୍ରାଳୟର ପରାମର୍ଶଦାତା କିମିଟିରେ ଥିଲେ ସସ୍ମିତ ।

ବାର୍‌ହା ଆକ୍ରମଣରେ ୩ଆହତ

ମେଣ୍ଢାଶାଳ,୮/୮ (ଏସଏସନିଉଜ) ମେଣ୍ଢାଶାଳ ଗ୍ରାମରେ ସୋମବାର ସକାଳେ ଦେଉଳିଆପାଟଣା ପାହାଡ଼ରୁ ଏକ ମାଈ ବାର୍‌ହା ଆସି ଉପଦ୍ରଵ କରିଛି ।ଏହି ବାରହା ଆକ୍ରମଣରେ ୩ଜଣ ଆହତ ହୋଇ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।ବାରହାଟି ସୋମବାର ସକାଳେ ମେଣ୍ଢାଶାଳ ଗ୍ରାମର ସୁକାନ୍ତ ସାମନ୍ତରାୟଙ୍କ ଘରେ ପଶି ସୁକାନ୍ତ ଓ ତାଙ୍କ ପତ୍ନୀଙ୍କୁ ଆକ୍ରମଣ କରି ଖଣ୍ଡିଆ ଖାବରା କରିଛି ।ଅନ୍ୟ ପରିବାର ସଦସ୍ୟ ଏକାଠି ହୋଇ ବାରହାଟିକୁ ଘଉଡାଇଦେବାରୁ ବାରହାଟି ନିକଟସ୍ଥ ବ୍ରାହ୍ମଣ ସାହିର ବାପି ମହାପାତ୍ର […]

+୩ ନାମଲେଖା ପାଇଁ ଅଗଷ୍ଟ ୧୧ରୁ୨୫ ଯାଏଁ ଆବେଦନ

ଭୁବନେଶ୍ୱର,୮/୮(ଏସଏସନିଉଜ)+୩ ନାମଲେଖା ପାଇଁ ଅଗଷ୍ଟ ୧୧ରୁ ୨୫ ଯାଏଁ ଆବେଦନ କରିପାରିବେ । ଅଗଷ୍ଟ ୩୧ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।ଏହାପରେ ସପ୍ଟେମ୍ବର ୨ରୁ ୫ ଯାଏଁ ପ୍ରଥମ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ । ସେପ୍ଟେମ୍ବର ୧୧ରେ ଦ୍ୱିତିୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୨ରୁ ୧୪ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଶେଷରେ ୧୬ ତାରିଖରେ ଖାଲିଥିବା ସିଟ ତାଲିକା ପ୍ରକାଶ […]

ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ବର,୮/୮(ଏସଏସନିଉଜ) ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସିଟି ଓ ଜିଏସଟିର ଅତିରିକ୍ତ କମିସନରଙ୍କ ଅଫିସ ସହ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆଜି ସକାଳେ ଅତିରିକ୍ତ କମିସନରଙ୍କ ପୀୟୂଷକାନ୍ତ ପାଣିଙ୍କ କଟକ ଓ ଭୁବନେଶ୍ୱରରେ ଥିବା ତାଙ୍କର ଏକାଧିକ ଘରଉପରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି।ବ୍ୟାସନଗରର ଚୋରଦା ଛକଠାରେ ଥିବା ୨ଟି ତିନିମହଲା କୋଠା ଓ ୧ ଏକମହଲା କୋଠା, ଚକେଇସିଆଣିଠାରେ ଏକ ତିନିମହଲା କୋଠା, ଅନ୍ଧାରୁଆଠାରେ ୫ଟି ପ୍ଲଟ୍, ସଅଁପୁର ଓ ସୁନ୍ଦରପଦା […]

ଆଜିଠୁ ଚାଲିବ ଟିଟିଲାଗଡ଼-ରାୟପୁର ପେସେଞ୍ଜର

ସମ୍ବଲପୁର୮/୮(ଏସଏସନିଉଜ)ଆଜିଠୁ ଚାଲିବ ଟିଟିଲାଗଡ଼-ରାୟପୁର ପେସେଞ୍ଜର। ଟ୍ରେନ୍ ନମ୍ବର ୦୮୨୭୭ ଟିଟିଲାଗଡ଼-ରାୟପୁର ପାସେଞ୍ଜର ସ୍ବତନ୍ତ୍ର ୮ ତାରିଖରୁ ଓ ୦୮୨୭୮ ରାୟପୁର-ଟିଟିଲାଗଡ଼ ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୯ ତାରିଖରୁ ପୁନଃଚଳାଚଳ କରି‌ବ ।. ସେହିପରି ଟ୍ରେନ୍ ନମ୍ବର ୦୮୨୭୫ ରାୟପୁର-ଜୁନାଗଡ଼ ରୋଡ୍ ପାସେଞ୍ଜର ସ୍ବତନ୍ତ୍ର ଆସନ୍ତା ୨୨ ତାରିଖରୁ ଓ ୦୮୨୭୬ ଜୁନାଗଡ଼ ରୋଡ୍-ରାୟପୁର ପାସେଞ୍ଜର ସ୍ବତନ୍ତ୍ର ଟ୍ରେନ୍ ୨୩ ତାରିଖରୁ ପୁଣି ଚାଲିବା ନେଇ ସୂଚନା ମିଳିଛି ।

କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା

ବାଙ୍କୀ, ୮/୮(ଏସଏସନିଉଜ) ଏନ୍ଏସି ପକ୍ଷରୁ ୟୁଜର୍ସ ଫି ବୃଦ୍ଧିକୁ ବିରୋଧ କରି କଂଗ୍ରେସ ପକ୍ଷରୁ ବାଙ୍କୀ ବନ୍ଦ ଡାକରା ଦିଆଯାଇଛି । କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ବ୍ୟବସାୟୀ ସଂଘ ସମର୍ଥନ କରିଛି ।ଯାହାର ପ୍ରଭାବରେ ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବାର ଦେଖିବାକୁ ମିଳିଛି ।  

ପ୍ରକାଶ ପାଇଲା ଜେଇଇ ମେନ୍

ଭୁବନେଶ୍ୱର,୮/୮(ଏସଏସନିଉଜ) ପ୍ରକାଶ ପାଇଲା ଜେଇଇ ମେନ୍-୨ର ରେଜଲ୍ଟ, ।ଏହା jeemain.nta.nic.in ଓ ntaresults.nic.in ରେ ରେଜଲ୍ଟ ଉପଲବ୍ଧ ହେଉଛି । ଜୁଲାଇ ୨୫ରୁ ୩୦ ମଧ୍ୟରେ ୨ଟି ସିପ୍ଟରେ କରାଯାଇଥିଲା ପରୀକ୍ଷା ।  

୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ

ଭୁବନେଶ୍ୱର,୮/୮(ଏସଏସନିଉଜ) ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, କରି ସେଠାରେ ୨ଟି ବୃହତ ଜଳସେଚନପ୍ରକଳ୍ପ ଲୋକାର୍ପିତ କରିବେ ।ରାସଗୋବିନ୍ଦପୁରଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପକୁ ଲୋକାର୍ପିତ କାର୍ଯ୍ୟକ୍ରମ ରହିଥିବା ବେଳେ କରିଆଠାରେ ଦେଓ ଜଳସେଚନ ପ୍ରକଳ୍ପକୁ ଲୋକର୍ପିତ କରିବେ ।ପ୍ରଥମେ ରାସଗୋବିନ୍ଦପୁରର ଟିକପଡାଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ପରେ କରିଆ ହାତିବାଡିଠାରେ ଦେଓ ପ୍ରକଳ୍ପକୁ ଲୋକାର୍ପିତ କରିବେ । ପ୍ରାୟ ୩ ବର୍ଷ ପରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରୁଥିବାରୁ ଦଳୀୟ କର୍ମୀ […]

ଆଉ ଜଣଙ୍କ ମୃତଦେହ ମିଳିଲା

ଭୁବନେଶ୍ୱର,୮/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ନିଖୋଜ ଥିବା ଆଉ ଜଣଙ୍କ ମୃତଦେହ ଆଜି ମିଳିଛି । ନିଖୋଜ ଥିବା ମହେଶ ଛିଟୁରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ ଅଭିଷେକ କୁମାରଙ୍କ ମୃତଦେହ ମିଳିଥିଲା । ନିଖୋଜ ୨ ଗଉଖ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କଲା ଓଡ୍ରାଫ ଟିମ୍ ।କାଲି ଝାଙ୍କରାଣୀ ମନ୍ଦିର ନିକଟରେ ଗାଧୋଇଲା ବେଳେ ଏମାନେ ବୁଡ଼ି ଯାଇଥିଲେ ।