Browsing category

ମହାନଗର

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୧୨/୮(ଏସ ଏସ ନିଉଜ)ପୁଣି ଆସୁଛି ଆଉ ଏକ ଲଘୁଚାପ।କାଲିଠୁ ଲଘୁଚାପ ପ୍ରଭାବରେ ପୁଣି ୫ ଦିନ ଲଗାଣ ବର୍ଷା ଅନୁମାନ କରାଯାଇଛି।୧୩ରୁ ୧୫ ପ୍ରବଳ ବର୍ଷା ସହ ୪୫-୫୫ କିମି ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ଉପରମୁଣ୍ଡରେ ଏବଂ ତଳମୁଣ୍ଡରେ ବର୍ଷା ଲାଗିରହିଲେ ମହାନଦୀରେ ବନ୍ୟା ଆସିବାର ସମ୍ଭାବନା ଦେଖଦେଇଛି ।

ଅଲାରନାଥ ମନ୍ଦିରରେ ୫ଟି ସଚିବ

ଭୁବନେଶ୍ୱର,୧/୮(ଏସଏସନିଜ)୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି ଅଚାନକ ଭାବେ ପୁରୀ ଜିଲ୍ଲା ବ୍ରହ୍ମଗିରିର ଆରାଧ୍ୟ୍ୟ ପ୍ରଭୁ ଶ୍ରୀ ଅଲାରନାଥଙ୍କ ଦର୍ଶନରେ ଅପରାହ୍ନରେ ଆସି ପହଞ୍ଚିଥିଲେ ।୫ଟି ସଚିବଙ୍କ ସମେତ ଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ ଉପସ୍ଥିତ ରହିଥିଲେ । ଅଲାରନାଥ ମନ୍ଦିର ପ୍ରାଙ୍ଗଣରେ ପହଁଚିବା ପରେ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ମନ୍ଦିର ନିକଟରେ ପାଣ୍ଡିଆନଙ୍କୁ ସ୍ବାଗତ ସେବାୟତମାନେ କରିଥିଲେ । ପରେ ଅଲାରନାଥଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ ଫାଇଭ ଟି […]

ବଦଳିଲା ନିଷ୍ପତ୍ତି

ଭୁବନେଶ୍ୱର,୧୦/୮(ଏସଏସନିଉଜ) ସ୍ୱାଧୀନତା ଦିବସ ଉତ୍ସବରେ ସାମିଲ ହେବେ ଛାତ୍ରଛାତ୍ରୀ । ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ଉତ୍ସବରେ ସାମିଲ ହେବୋ ୭୬ ତମ ସ୍ବାଧୀନତା ଦିବସ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ପାଳିତ ହେବ ବୋଲି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ । ଏହା ସହିତ ସମଗ୍ର ରାଜ୍ୟର ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସ୍ୱାଧୀନତା ଦିବସ ୨୦୨୨ରେ ସ୍କୁଲ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ […]

୧୩ରୁ ପୁଣି ବଢ଼ିବ ବର୍ଷା

ଭୁବନେଶ୍ୱର,୧୦/୮(ଏସଏସନିଉଜ) ୧୧ ତାରିଖରୁ ରାଜ୍ୟରେ ବର୍ଷାର ପ୍ରଭାବ କମିବ। କିନ୍ତୁ ୧୩ ତାରିଖ ଯାଏ ବର୍ଷା ଜାରି ରହିବ। ୧୩ରୁ ପୁଣିବର୍ଷା ବଢ଼ିବ ।ଏବେ ଅବପାତ ଦୁର୍ବଳ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇସାରିଛି ।ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି । ୧୧ ଓ ୧୨ ତାରିଖରେ ବର୍ଷା ପରିମାଣ ସାମାନ୍ୟ କମ୍ ରହିବାସହ ୧୩ରୁ ମୌସୁମୀ ପୁଣି ସକ୍ରିୟ ହେବ ଓ ବର୍ଷା ପରିମାଣ ବଢ଼ିବ ।ମହାନଦୀର ଉପର ମୁଣ୍ଡରେ ବର୍ଷା ସମ୍ଭାବନା ଥିବାରୁ […]

ବିଦ୍ୟୁତଆଘାତରେ ଚାଲିଗଲା ଜୀବନ

ଚମ୍ପୁଆ, ୧୦/୮(ଏସଏସନିଉଜ)ଯୋଡ଼ାରେ ବିଦ୍ୟୁତ ଆଘାତରେ ସ୍ୱାମୀ ଓ ସ୍ତ୍ରୀ ମୃତୁବରଣ କରିଛନ୍ତି । ବିଦ୍ୟୁତ ଆଘାତରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫ ବର୍ଷର ଝିଅ । ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ମୃତକ ଯୋଡ଼ା ଥାନା ଅଂସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁର ବୋଲି ଜଣାପଡିଛି । ଖବର ପାଇ ଗାଁରେ ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କଲେ 5T ସଚିବ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ଭୁବନେଶ୍ୱରରେ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ସ୍ଥିତି ଅନୁଧ୍ୟାନ କଲେ 5T ସଚିବ । ଏହାସହ ଟ୍ରାଫିକ ବ୍ୟବସ୍ଥାର ସ୍ଥିତି ମଧ୍ୟଅନୁଧ୍ୟାନ କରିଥିଲେ । । ମୁଖ୍ୟମନ୍ତ୍ରୀ ନବୀନଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ଶିଶୁ ଭବନ ଚ୍ଛକ, ରବି ଟକିଜ ଛକ, କଳ୍ପନା ଚ୍ଛକ, ବେହେରା ସାହି ଛକ, ରସୁଲଗଡ ଚ୍ଛକ, ଓ ଆଇଗିଣିଆ ଚ୍ଛକରେ ଟ୍ରାଫିକ ସ୍ଥିତି ଅନୁଧ୍ୟାନ କରିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ । ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ […]

ନୀତୀଶଙ୍କ ନିଆରା ରେକର୍ଡ

ଭୁବନେଶ୍ୱର,୧୦/୮(ଏସଏସନିଉଜ) ବିହାରରେ ନୂଆ ମହାମେଣ୍ଟ ସରକାରର ଆଜି ଶପଥ ଗ୍ରହଣ ଉତ୍ସବ ହେବ । ରାଜଭବନରେ ଶପଥ ନେବେ ବିହାରର ନୂଆମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ବୋଲି ଆରଜେଡି ପକ୍ଷରୁ ଟୁଇଟ ମାଧ୍ୟମରେ ସୂଚନା ଦିଆଯାଇଛି ।ମହାଗଠବନ୍ଧନ ପାର୍ଟ ଟୁ ସରକାରରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଏବଂ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ସୂଚନା ମିଳିଛି । ମନ୍ତ୍ରିମଣ୍ଡଳରେ କିଏ ସଦସ୍ୟ ରହିବ, ସେ ନେଇ ନିଷ୍ପତ୍ତି ନେବାକୁ ନୀତୀଶଙ୍କୁ ବିଶେଷ ଅଧିକାର ଦିଆଯାଇଛି ।ନୀତୀଶଙ୍କ ନିଆରା […]

ବିହାରରେ ଭାଙ୍ଗିଲା ବିଜେପି ଜେଡିୟୁ ମେଣ୍ଟ

ଭୁବନେଶ୍ୱର, ୯/୮(ଏସଏସନିଉଜ) ବିହାର ରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଚର୍ଚ୍ଚା ଯୋରଧରିଛି ।ଏହି ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ମେଣ୍ଟ ଭାଙ୍ଗିବାକୁ ନୀତିଶଙ୍କ ଆନୁଷ୍ଠାନିକ ଘୋଷଣା ବାକି ରହିଛି । ବିଜେପି ହାତ ଛାଡ଼ି ପୁଣି ଆରଜେଡିକୁ ସାଥି କରିବେ ନୀତିଶ । ଆରଜେଡି ଓ କଂଗ୍ରେସକୁ ନେଇ ସେ ସରକାର ଗଢ଼ିବାକୁ ସଜବାଜ ହେଉଥିବା ଶୁଣିବାକୁ ମିଳିଛି । ନୂଆ ସରକାର ଗଢ଼ିବା ନେଇ ଆଜି ସେ ରାଜ୍ୟପାଳଙ୍କୁ ଭେଟିବେ […]

ସମୁଦ୍ରରେ ଭାସି ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ, ୯/୮(ଏସଏସନିଉଜ) ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଯାଇଛନ୍ତି ୩ ପର୍ଯ୍ୟଟକ ।୨ ଜଣଙ୍କୁ ଉଦ୍ଧାର କଲେ ଲାଇଫ୍ ଗାର୍ଡ ।ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।ମୃତ ପର୍ଯ୍ୟଟକ ଛତିଶଗଡ଼ ରାୟଗଡ଼ ଅଞ୍ଚଳର ମିନାକ୍ଷୀ ନାୟକ ହୋଇଥିବାବେଳେ ପରିବାର ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ଖୁଣ୍ଟି ନିକଟରେ ଭାସିଯାଇଥିଲେ ।

ସୃଷ୍ଟି ହେଲା ଅବପାତ !

ଭୁବନେଶ୍ୱର, ୯/୮(ଏସଏସନିଉଜ) ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି ।ଭୁବନେଶ୍ୱରଠାରୁ ଉତ୍ତର ଉତ୍ତରପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି ଅବପାତ ।ଅବପାତ ପ୍ରଭାବରେ କିଛି ସ୍ଥାନରେ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ଦେଖାଦେଇଛି ।