Browsing category

ମହାନଗର

ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଆସନ୍ତା ଅଗଷ୍ଟ ୧୫ରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବ । ଏହା ପୂର୍ବରୁ ଆଜିଠାରୁ ହର ଘର ତ୍ରିରଙ୍ଗା ଆରମ୍ଭ ହୋଇଛି । ଏହାରି ଭିତରେ ଚଣ୍ଡିଗଡରେ ତ୍ରିରଙ୍ଗାକୁ ନେଇ ୱାର୍ଲଡ ରେକର୍ଡ ହୋଇଛି ।ଏକ କ୍ରିକେଟ ଷ୍ଟାଡିୟମରେ ମାନବ ଶୃଙ୍ଖଳା ସହ ତ୍ରିରଙ୍ଗା ଉଡାଯାଇଛି । ଏହି ତ୍ରିରଙ୍ଗାରେ ୭ ହଜାର ସ୍କୁଲ ଛାତ୍ର ହ୍ୟୁମନ ଚେନ କରି ବିଶ୍ୱ ରେକର୍ଡ କରିଛନ୍ତି।

ପୁଣି ୪ଟି ଗେଟ୍ ଖୋଲିଲା

ଭୁବନେଶ୍ୱର,୧୩/୮(ଏସଏସନିଉଜ) ହୀରାକୁଦ ଡ୍ୟାମ୍‌ରେ ପୁଣି ୪ଟି ଗେଟ୍ ଖୋଲିଲା ।ଯହାଫଳରେ ଏବେ ୩୪ଟି ଗେଟ୍ ଦେଇ ଡ୍ୟାମ୍‌ରୁ ଜଳ ନିଷ୍କାସନ ହେଉଛି । ହୀରାକୁଦର ୩୪ଗେଟ୍ ଖୋଲିବା ପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ପ୍ରତିକ୍ରିୟା ଦେଇଛନ୍ତି ।ସେକହିଛନ୍ତି ମହାନଦୀରେ ଅଧିକ ଜଳ ପ୍ରବାହ ଯୋଗୁଁ ତଳିଆ ଅଞ୍ଚଳରେ ପାଣି ପଶିଛି । ବସ୍ତିରେ ଜଳପ୍ରବେଶ ଆଶଙ୍କାରେ ସମ୍ବଲପୁରରେ ୧୦୦୫ଜଣଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବା ସହ ୭ଟି ଆଶ୍ରୟସ୍ଥଳ ପ୍ରସ୍ତୁତ ରହିଛି ।ଏହାସହ ଜିଲ୍ଲା ପ୍ରଶାସନ ସଜାଗ […]

ପିଲାଙ୍କୁ ମିଳିଲା ଜୋତା,ପୋଷାକ

ବାରଙ୍ଗ,୧୩/୮(ଏସଏସନିଉଜ)ଭୁବନେଶ୍ବର ବ୍ଲକ ଅନ୍ତର୍ଗତ ଦାଢାପଞ୍ଚାୟତର କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଶନିବାର ପୂର୍ବାହ୍ନ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୨୧ଜଣ ଛାତ୍ରଛାତ୍ରୀଙ୍କୁ ୨ହଳ ଲେଖାଏଁ ବିଦ୍ୟାଳୟ ପୋଷାକ ଓ ହଳେ ଲେଖାଏଁ ଜୋତା ବଣ୍ଟନ କରାଯାଇଛି।ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଜଗନ୍ନାଥ ଭଞ, ପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି,ସିଆରସିସି ଟୁକୁନା ବେହେରା,ସଭ୍ୟ ବିଜୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ।ଭଲ ପାଠପଢି ବିଦ୍ୟାଳୟ ଗୈାରବ ବୃଦ୍ଧି କରିବାକୁ ସେମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ବିଦ୍ୟାଳୟ ଶିକ୍ଷକ ସଂଗ୍ରାମ […]

ମେଣ୍ଢାଶାଳରେ ଝୁଲଣ ଯାତ୍ରା ଉଦଯାପିତ

ମେଣ୍ଢାଶାଳ,୧୩/(ଏସଏସନିଉଜ) ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତବାସୁଦେବ ମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହୋଇ ଶୁକ୍ରବାର ବିଳମ୍ଭିତ ରାତିରେ ଉଦଯାପିତ ହୋଇଯାଇଛି ।ଏହି ଉପଲକ୍ଷେ ମନ୍ଦିର ସମ୍ମୁଖରେ ପ୍ରତ୍ୟକବର୍ଷପରି ଚଳିତବର୍ଷ ଠାକୁରଙ୍କ ସପ୍ତଦିନବ୍ୟାପୀ ବାଦୀପାଲା ଅନୁଷ୍ଠିତ ହୋଇଥିଲା ।ପ୍ରତ୍ୟେକ ଦିନି ସନ୍ଧ୍ୟାରେ ଗାୟକ ବାଗ୍ମୀ ନାରାୟଣମହାରଣା ଓ ଗାୟକ ଭାଷରତ୍ନ ଖଗେଶ୍ୱର ମାର୍ଥାଙ୍କ ଦ୍ୱାରା ବାଦୀପାଲା ପରିବେଷଣ ହୋଇଥିଲା ।ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କୁ ଝୁଲଣମଣ୍ଡପରେ ସୁସଜ୍ଜିତ ବିମାନରେ ବସାଯାଇ ଝୂଲାଯାଥିଲା ।ଏହି ଝୁଲଣ ଯାତ୍ରା ଦେଖିବାକୁ ଆଖପାଖ ଗ୍ରାମରୁ […]

ପାଇକରାୟପୁର ବିଦ୍ୟାଳୟରେ ବିଦାୟକାଳୀନ ସଭା

ମେଣ୍ଢାଶାଳ,୧୩/(ଏସଏସନିଉଜ) ଭୁବନେଶ୍ୱର ଉପକଣ୍ଠ ପାଇକରାୟପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ସଂସ୍କୃତ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଶିକ୍ଷକମାନଙ୍କଠାରୁ ଛାତ୍ରଛାତ୍ରୀମାନେ ଶିକ୍ଷାଦାନ କରି କିପରି ସମାଜରେ ପ୍ରତିଷ୍ଠିତ ଭାବେ ପରିଗଣିତ ହୁଅନ୍ତି ତାହା ଉପରେ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଂସ୍କୃତ ଶିକ୍ଷକ ପଣ୍ଡିତ ମନୋରଞ୍ଜନ ମିଶ୍ର ଏହି ବିଦ୍ୟାଳୟ ରେ ୪୦ବର୍ଷ ହେବ ଶିକ୍ଷାଦାନ ଦେଇଛନ୍ତିା ବିଦ୍ୟାଳୟ ପ୍ରତି ତାଙ୍କର ଅନେକ ଅବଦାନ ରହିଛିାଉତ୍ସବରେ ପୂର୍ବତନ ଛାତ୍ର ଛାତ୍ରୀ ଆଲୁମିନା କ୍ଳବର ସମସ୍ତ ସଦସ୍ୟ, […]

ଟ୍ୱିନସିଟି ବାସିନ୍ଦାଙ୍କ ଟେନସନ୍!

ଭୁବନେଶ୍ୱର,୧୩/୮(ଏସଏସନିଉଜ)ଟ୍ୱିନସିଟି ବାସିନ୍ଦାଙ୍କ ପାଇଁ ଟେନସନ୍ ଦେଇପାରେ ଏହି ଲଘୁଚାପ ବର୍ଷା । ଏପରିକି ଲଘୁଚାପ ପ୍ରଭାବରେ ଟ୍ୱିନସିଟିରେ ଦିନସାରା ବର୍ଷା ଜାରି ରହିବ ।ଯାହାଫଳରେ ଟ୍ୱିନସିଟିରେ ଆସିପାରେ ସହରୀ ବନ୍ୟାସ୍ଥିତି ।ଘଣ୍ଟା ପ୍ରତି ୨ରୁ ୩ ସେମି ବର୍ଷା ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସର୍ତକ କରାଯାଇଛି ।

ଛାତ ଯୋଜନାରେ ହେବ ବର୍ଷା ଜଳ ସଂରକ୍ଷଣ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଭୂତଳ ଜଳ କମୁଥିବାରୁ ସରକାର ଆଣିଲେ ନୂଆ ଯୋଜନା । ‘ଛାତ’ ଯୋଜନାରେ ରାଜ୍ୟ କ୍ୟାବିନେଟର ବାଜିଛି ମୋହର ।ରାଜ୍ୟ ସରକାର ବର୍ଷା ଜଳର ସଂରକ୍ଷଣ ନିମିତ୍ତ ଛାତ ଉପରେ ବର୍ଷାଜଳ ଅମଳ ପଦ୍ଧତିରେ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ।ଏହି ଯୋଜନାରେ ବର୍ଷା ଜଳର ସଂରକ୍ଷଣ କରାଯିବ । ୫୨ଟି ବ୍ଲକ ଏବଂ ୨୨ଟି ସହରାଞ୍ଚଳରେ ୨୭୦ କୋଟି ବ୍ୟୟରେ କରାଯିବ ପ୍ରକଳ୍ପ ।୨୯, ୫୦୦ଟି ବ୍ୟକ୍ତିଗତ କୋଠା ଏବଂ ୧୯୨୫ଟି ସରକାରୀ […]

ଆଜି ଶପଥ ନେବେ ନୂଆ ବିଚାରପତି

କଟକ,୧୩/୮(ଏସଏସନିଉଜ)ଆଜି ଶପଥ ନେବେ ଓଡ଼ିଶା ହାଇକୋର୍ଟର ୨ ନୂଆ ବିଚାରପତି ଗୌରୀଶଙ୍କର ଶତପଥୀ ଓ ଚିତ୍ତରଂଜନ ଦାଶ ।ଆଜିଅପରାହ୍ନ ୩ଟା ୩୦ରେ ଶପଥ ପାଠ କରାଇବେ ମୁଖ୍ୟ ବିଚାରପତି ।ଯାହାଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୨୪କୁ ବଢିବାକୁ ଯାଉଛି ।

ପରିବାବୋଝେଇ ଟାଟାଏସି ଗାଡିଚୋରକୁ ଧରିଲା ପୋଲିସ

ବାରଙ୍ଗ,୧୨/୮(ଏସଏସନିଉଜ)ବାରଙ୍ଗଥାନା ଅଧିନସ୍ଥ ତ୍ରିଶୁଳିଆ ଛକପାଖରେ ଜଣଙ୍କ ଘର ଆଗରେ ଥୁଆ ହୋଇଥିବା ପରିବା ବୋଝେଇ ଟାଟାଏସିଗାଡିକୁ ଚୋରି କରିନେଇ କବାଡିଆକୁ ବିକ୍ରିକରିବାକୁ ଯାଉଥିବାବେଳେ ପୋଲିସ ହାତରେ ଧରାପଡିଛି ।ପୋଲିସ ଚୋରାଗାଡିକୁ ଜବତ କରିବ ସହ ଗାଡିଚୋରକୁ ଗିରଫ କରି କୋର୍ଟଚାଳଣ କରିଛି । ପ୍ରକାସ ଯେ,ବାରଙ୍ଗଥାନା ଅଧିନସ୍ଥ ଫୁଲପୋଖରୀ ଗ୍ରାମର ସ୍ୱପ୍ନାରାଣିପାଣିଙ୍କର ଓଡି୦୫ଏନ୨୪୫୦ନଂ ଟାଟା ଏସି ଗାଡିଟି ରହିଛି ।ଏହି ଗାଡିକୁ ତାଙ୍କ ସ୍ୱାମୀସୁନିଲପାଣି ଚଲାଇଥାନ୍ତିା ସୁନୀଲ ଚାଷୀମାନଙ୍କଠାରୁ ପନିପରିବା ସଂଗ୍ରହ କରି ବାରଙ୍ଗରେ ବଢିଭୋର ସମୟରେ […]

ଅଗଷ୍ଟ୧୫ରେ ଖୋଲା ରହିବ ନନ୍ଦନକାନନ

ବାରଙ୍ଗ,୧୨/୮(ଏସଏସନିଉଜ)ପ୍ରତି ସପ୍ତାହର ସୋମବାର ନନ୍ଦନକାନନ ପ୍ରାଣୀଉଦ୍ୟାନ ଓ ରାଜ୍ୟଉଭିଦ ଉଦ୍ୟାନ ବନ୍ଦ ରହୁଥିବାବେଳେ ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର ପଡୁଥିବାରୁ ଏହି ଦିନ ନନ୍ଦନକାନନ ଖୋଲା ରହିବ ବୋଲି ନନ୍ଦନକାନନ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି।ତେବେ ସରକାରୀ ନିର୍ଦେଶନାମା ଅନୁଯାୟୀ ସ୍ବାଧିନତା ଦିବସ,ସାଧାରଣତନ୍ତ୍ର ଦିବସ,ବଡଦିନ,ନୂଆବର୍ଷ,ଦଶହରା,ରଜ ସଂକ୍ରାନ୍ତି ଆଦି ସୋମବାର ପଡୁଥିଲେ ନନ୍ଦନକାନନ ସେହିଦିନ ଖୋଲା ରହି ପରଦିନ ଅର୍ଥାତ୍ ମଙ୍ଗଳବାର ବନ୍ଦ ରହିବ।ଚଳିତ ବର୍ଷ ଅଗଷ୍ଟ ୧୫ ତଥା ସ୍ବାଧୀନତା ଦିବସ ସୋମବାର […]