Browsing category

ମହାନଗର

ମୁଣ୍ଡଳିରେ ବିପଦ ସଂକେତ ଟପିଲା

ବାରଙ୍ଗ,୧୬/୮(ଏସ ଏସ ନିଉଜ) ମୁଣ୍ଡଳିରେ ବିପଦ ସଂକେତ ଟପିଛି ମହାନଦୀ ।ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବାବେଳେ ଜଳସ୍ତର ୯୭.୩୦ ଫୁଟ୍ ରେ ରହିଛି ।ମୁଣ୍ଡଳିରେ ୧୧ ଲକ୍ଷ ୬୦ ହଜାର ୯୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ସେହିଁଭଳିଭାବେ ୩ଟି ପଞ୍ଚାୟତରେ କୁଶଭଦ୍ରାର ପାଣି ପସିଛି ।କୁଶଭଦ୍ରାକୁ ସଂଯୋଗ କରୁଥିବା ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗିଛି ।ଗୋପ ନେତ ପୁରଠାରେ ସଫେଇ ନାଳ ସୁଇସ୍ ଗେଟ୍ ଭାଙ୍ଗି ୩ଟି ପଞ୍ଚାୟତ ଭିତରକୁ କୁଶଭଦ୍ରା […]

ମହାନଦୀରେ ଦେଖାଦେଲା ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସଏସନିଉଜ) ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଥିବା ସହ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ପାଣି ଛଡ଼ା ଯାଇଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି ।ଯାହାଫଳରେ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାର ବିଭିର୍ଣ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବହୁ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଛନ୍ତି। ମହାନଦୀର ପଛୁଆ ପାଣି ବରଗଡ଼ ଜିଲ୍ଲାର ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁରେ ଘରେ ପାଣି […]

ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟାଜଳ

ନରସିଂହପୁର,୧୪/୮(ଏସ ଏସ ନିଉଜ)ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା ମନ୍ଦିରରେ ବନ୍ୟାଜଳ ପଶିଛି। ଅଧିକ ପାଣି ଆସିଲେ ମାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ଦିରରେ ପଶିଲା କୁକୁର

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ଆଜି ମନ୍ଦିରରେ କୁକୁର ପଶିଯିବାରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି ପ୍ରାୟ ଅଢ଼େଇ ଘଣ୍ଟା ବିଳମ୍ବ ହୋଇଛି। ଫଳରେ ମାରା ହୋଇଥିବା ପାଖାପାଖି ୩୦ ହଜାର ଟଙ୍କାର ସରକାରୀ ଓ ବେସରକାରୀ ଭୋଗକୁ ନୀତି ଅନୁଯାୟୀ ଅମୁଣିଆ କୂଅରେ ପୋତି ଦିଆଯାଇଛି। ଶ୍ରୀଜିଉଙ୍କ ମହାସ୍ନାନ ସହ ମନ୍ଦିରକୁ ଶୁଦ୍ଧ କରାଯିବା ପରେ ନୀତି ସ୍ବାଭାବିକ ହୋଇଥିଲା।

ବନ୍ୟା ମୁକାବିଲା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ସମ୍ଭାବ୍ୟ ବନ୍ୟା ପାଇଁ NDRF, ଓଡ୍ରାଫ, ଫାୟାର ଟିମ୍ ମୁତୟନ ହୋଇଛନ୍ତି।ସମ୍ଭାବ୍ୟ ବନ୍ୟା ମୁକାବିଲା ପ୍ରସ୍ତୁତି ନେଇ SRCଙ୍କ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ଜଗତସିଂହପୁର ପାଇଁ ଗୋଟିଏ ଓଡ୍ରାଫ ଓ ଗୋଟିଏ NDRF ଟିମ୍ ଓ ଖୋର୍ଦ୍ଧା ଓ କଟକ ପାଇଁ ଗୋଟିଏ ଲେଖାଏଁ ଓଡ୍ରାଫ ଟିମ୍ ଯିବ।ଏହାସହ ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ପାଇଁ ୪ଟି ଲେଖାଏଁ ଫାୟାର ଟିମ୍ ରହିବ।

କଟକଜିଲ୍ଲାରେ ସରକାରୀ ଛୁଟି ବାତିଲ

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ପ୍ରବଳ ବର୍ଷା ଯୋଗୁଁ ଟ୍ଵିନସିଟିକୁ ସତର୍କତା ଜାରି କଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ଏହାସହକଟକ ଜିଲ୍ଲାରେ ସରକାରୀ ଛୁଟି ବାତିଲ କରିଛନ୍ତି ଜିଲ୍ଲାପାଳ ।ସମସ୍ତ ରାଜସ୍ୱ ଅଧିକାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ଦେଇଛନ୍ତି ନିର୍ଦ୍ଦେଶ ।ସେହିପରି ଜିଲ୍ଲାପାଳ ଙ୍କ ବିନା ଅନୁମତିରେ କୌଣସି ଅଧିକାରୀ ନିଜ ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି କୁହାଯାଇଛି।

ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ!

ପୁରୀ,୧୪/୮(ଏସ ଏସ ନିଉଜ)ପୁଣି ଶ୍ରୀମନ୍ଦିର ଉପରେ ଚଢିଲେ ଯୁବକ। ଘଣ୍ଟି ଦ୍ୱାର ଦେଇ ନାଟମଣ୍ଡପ ଉପରେ ଚଢିଲେ ଯୁବକ। ତୁରନ୍ତ ତାଙ୍କୁ ଉଦ୍ଧାର କରି ଜେଟିପିଙ୍କୁ ହସ୍ତାନ୍ତର ପରେ ସିଂହଦ୍ଵାର ଥାନାରେ ଅଟକ ରହିଛି ଯୁବକ। ଯୁବକ ଜଣକ ହେଲେ ଗଞ୍ଜାମର ୩୨ ବର୍ଷୀୟ ଜିତୁ ଗୌଡ଼ ବୋଲି ଜଣାପଡିଛି।

ମହାନଦୀକୁ ଆସୁଛି ମଧ୍ୟମ ଧରଣର ବନ୍ୟା

ଭୁବନେଶ୍ୱର,୧୪/୮(ଏସ ଏସ ନିଉଜ)ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଛି। କାଲି ସନ୍ଧ୍ୟା ସୁଦ୍ଧା ବନ୍ୟାଜଳ ମୁଣ୍ଡଳି ଅତିକ୍ରମ କରିବ ।ମୁଣ୍ଡଳି ଦେଇ ୧୦ରୁ ସାଢ଼େ ୧୦ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ ବୋଲି କହିଛନ୍ତି ଏସ୍‌ଆର୍‌ସି ପ୍ରଦୀପ ଜେନା ହୀରାକୁଦର ଉପର ଏବଂ ତଳ ମୁଣ୍ଡରେ ବର୍ଷା ଜାରିରହିଛି । ହୀରାକୁଦର ୩୪ଟି ଗେଟ ଖୋଲା ରହିଛି । ୫ ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।୫ ଲକ୍ଷ ୬୦ ହଜାର […]

କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ଜବତ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଚେନ୍ନାଇ ବିମାନବନ୍ଦରରେ କଷ୍ଟମ ଅଧିକାରୀମାନଙ୍କ ଦ୍ବାରା ବନ୍ୟଜନ୍ତୁ ପ୍ରଜାତି ଜବତ ହୋଇଛି ।ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଚେକ୍ ଇନ୍ ବ୍ୟାଗେଜ୍ ରେ ଆଣିଥିଲେ ବନ୍ୟଜନ୍ତୁ ।୧ଟି ବ୍ରାଜା ମାଙ୍କଡ଼, ୧୫ଟି କିଙ୍ଗସ୍ନେକ୍, ୫ଟି ବଲ୍ ପାଇଥନ୍ ଏବଂ ୨ଟି ଆଲଡାବ୍ରା କଇଁଛ ଉଦ୍ଧାର ହୋଇଛି ।  

୧୫ ତାରିଖ ସକାଳେ ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେବ

ଭୁବନେଶ୍ୱର,୧୩/୮(ଏସଏସନିଉଜ) ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କରୁଛି। ଡ୍ୟାମ୍‌ରେ ଜଳସ୍ତର ବୃଦ୍ଧି ପାଇବା କାରଣରୁ ଶନିବାର ସୁଦ୍ଧା ୩୪ଟି ଗେଟ ଦେଇ ମହାନଦୀକୁ ଜଳ ନିଷ୍କାସନ ହେଉଛିବୋଲି ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର ସୂଚନା‌ ଦେଇଛନ୍ତି। ଅଗଷ୍ଟ ୧୫ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ପିକ ୭ ଲକ୍ଷରୁ ଅଧିକ କ୍ୟୁସେକ ଜଳ ପ୍ରଭାବିତ ହେବାର ସମ୍ଭାବନା ରହିଛି ।ସେହିପରି ଓଡ଼ିଶାରେ ଆସନ୍ତା ୨ ଦିନ […]