Browsing category

ମହାନଗର

ବସ-ବାଇକ ମୁଁହାମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୩ ଯୁବକ

ବାରଙ୍ଗ,୧୭/୮(ଏସଏସନିଉଜ) ଗୋଡିସାହି ଫାଣ୍ଡି ନିକଟସ୍ଥ ନେତଲ ଗ୍ରାମ ନିକଟ ବାରଙ୍ଗ ବାଙ୍କୀ ମୁଖ୍ୟ ରାସ୍ତା ଉପରେ ବୁଧବାର ଅପରାହ୍ନ ୩ଟା ସମୟରେ ବସ ଓ ବାଇକ ମୁଁହାମୁହିଁ ଧକ୍କା ହୋଇଛି।ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୩ ଯୁବକ।କଟକ ବିରିବାଟି ଅଞ୍ଚଳର ୩ ଜଣ ଯୁବକ ଏକ ବାଇକ ଯୋଗେ ମୁଣ୍ଡଳୀରୁ ଫେରୁଥିବା ସମୟରେ ଭୁବନେଶ୍ଵରରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ସହ ସେମାନଙ୍କ ମୁଁହାମୁହିଁ ଧକ୍କା ହୋଇଥିଲା।ତେବେ ସୌଭାଗ୍ୟବଶତଃ ତିନିଜଣ ଯୁବକ ବଂଚିଯାଇଥିବାବେଳେ […]

ଟ୍ରକ କେବିନ କାଚ ଭାଙ୍ଗି ଚୋରି ଅଭିଯୋଗରେ ଯୁବକ ଗିରଫ

ବାରଙ୍ଗ,୧୭/୮(ଏସଏସନିଉଜ) ମଙ୍ଗଳବାର ରାତିରେ ଟ୍ରକ କେବିନ କାଚ ଭାଙ୍ଗି ଚୋରି କରି ଫେରାର ହୋଇଯାଇଥିବା ଯୁବକଙ୍କୁ ବୁଧବାର ଗିରଫ କରିଛି ବାରଙ୍ଗ ପୋଲିସ।ଗିରଫ ଯୁବକ ଜଣକ ହେଉଛନ୍ତି ମଧୁବନ ଗ୍ରାମର ଅମରେନ୍ଦ୍ର ପରିଡ଼ା। ପ୍ରକାସ ଯେ, ଫୁଲପୋଖରି ଗ୍ରାମର ହେମନ୍ତ କୁମାର ସାହୁଙ୍କ ଟ୍ରକକୁ ତାଙ୍କ ଡ୍ରାଇଭର ମଙ୍ଗଳବାର ରାତି ୯ଟା ସମୟରେ ତ୍ରିଶୁଳିଆ ବାରଙ୍ଗ ମୁଖ୍ୟ ରାସ୍ତା କଡ଼ରେ ରଖି ମାଲିକଙ୍କ ଘରକୁ ଯାଇଥିଲେ।କିଛି ସମୟରେ ଫେରିବା ପରେ ଟ୍ରକ କେବିନ କାଚ ଭଙ୍ଗା ଯାଇଥିବା […]

ପାଣି ଘେରରେ ୩ ଦିନ

ଭଦ୍ରକ,୧୬/୮(ଏସ ଏସ ନିଉଜ)ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇଛି। ବୈତରଣୀ ନଦୀର ତଳିଆ ଅଞ୍ଚଳରେ ବନ୍ୟାଜଳ ବୃଦ୍ଧି ଯୋଗୁ ଧାମନଗର ବ୍ଲକ ହସନାବାଦ ଓ ଅନଳଢିଅ ପଞ୍ଚାୟତର ୫ ରୁ ଉର୍ଦ୍ଧ୍ବ ଗ୍ରାମ ୩ ଦିନ ହେବ ପାଣି ଘେରରେ ରହିଥିବାର ଜଣାପଡିଛି।

ହୀରାକୁଦରେ ଖୋଲିଲା ୩୬ ଗେଟ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ହୀରାକୁଦରେ ଖୋଲିଲା ଆଉ ୫ଟି ଗେଟ୍।ଆଜି ପର୍ଯ୍ୟାୟ କ୍ରମେ ଖୋଲିଲାଣି ୧୦ ଗେଟ୍।ଏବେ ୩୬ଟି ଗେଟରେ ଚାଲିଛି ଜଳ ନିଷ୍କାସନ।ରାତି ସୁଦ୍ଧା ହୀରାକୁଦର ଖୋଲିବ ୪୦ଟି ଗେଟ୍ ।

ମୁଖ୍ୟମନ୍ତ୍ରୀ ବନ୍ୟା ସ୍ଥିତି ସମୀକ୍ଷା କଲେ

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ।ଆଗାମୀ ୪୮ଘଣ୍ଟା ଗୁରୁତ୍ବପୂର୍ଣ୍ଣ ଥିବାରୁ ୧୦ ଜିଲ୍ଲାପାଳଙ୍କୁ ଆଲର୍ଟରହିବାକୁ ନିର୍ଦେଶ ଦେଇଛନ୍ତି ।ଏହାସହଓଡ୍ରାଫ, NDRF, ଅଗ୍ନିଶମ ଟିମ୍‌ ନିୟୋଜିତ କରିବାକୁ ନିର୍ଦେଶ ମଧ୍ୟ ଦିଆଯାଇଛି ।ଗୋଟିଏ ବି ଜୀବନ ଯେପରି ହାନି ନହୁଏ, ସେଥିପ୍ରତି ଦୃଷ୍ଟିଦେବାକୁ ପ୍ରଶାସନକୁ ସତର୍କ କରିଛନ୍ତି ନବୀନ ।ବିପଦସଂକୁଳ ସ୍ଥାନରୁ ଲୋକଙ୍କ ସ୍ଥାନାନ୍ତରଣ କରିବା ସହ ଯୋଗାଯୋଗ ବ୍ୟବସ୍ଥା ତୁରନ୍ତ ଠିକ୍‌ କରିବାକୁ ଗୁରୁତ୍ବ ଦେଇଛନ୍ତି ।ପ୍ରଭାବିତ ଅଞ୍ଚଳର ସ୍କୁଲ ଗୁଡ଼ିକୁ ଛୁଟି […]

ନଦୀକୁ ଖସିଲା ବସ୍

ଭୁବନେଶ୍ୱର,୧୬/୮(ଏସ ଏସ ନିଉଜ)ଜାମ୍ମୁ କାଶ୍ମୀରରେ ନଦୀକୁ ଖସିପଡିଲା ବସ୍।ଯାହାଫଳରେ ୪ ITBP ଯବାନ ସହିଦ ହୋଇଛନ୍ତି ।ବ୍ରେକ୍ ଫେଲ୍ ହେବାରୁ ପହଲଗାମରେ ନଦୀକୁ ଖସିପଡିଥିଲା ବସ୍।୩୭ ITBP ଯବାନ ଓ ୨ ପୋଲିସକୁ ନେଇ ଯାଉଥିଲା ବସ୍ ।ଅମରନାଥ ଯାତ୍ରା ପାଇଁ ଡ୍ୟୁଟିରେ ଯୋଗ ଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଥିଲା ।

୧୯ରେ ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର,୧୬/୮(ଏସଏସନିଉଜ)ଆସୁଛି ଆଉ ଏକ ଲଘୁଚାପ । ପୁଣି ଦାନା ବାନ୍ଧୁଛି ଘୂର୍ଣ୍ଣିବଳୟ ।୧୯ରେ ବଙ୍ଗୋପସାଗରରେ ସୃଷ୍ଟ ହୋଇପାରେ ଲଘୁଚାପ । ୧୮ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା । ୧୮ ରେ ଉପୂକଳରେ ପ୍ରବଳ ବର୍ଷା ହେବାସହ ୧୯ରେ ବଢ଼ିବ ବର୍ଷାର ପରିମାଣ । ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।

ଭୁବନେଶ୍ୱରରେ ହେବନି FIFA ବିଶ୍ୱକପ୍ !

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଭୁବନେଶ୍ୱରରେ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ଆଶଙ୍କା ଦେଖାଦେଇଛି ।ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ ସସ୍ପେଣ୍ଡ ହେବାରୁ ଆଶଙ୍କା ଦେଖାଦେଇଛି । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ କାରଣରୁ ସସ୍ପେଣ୍ଡ କଲା ଫିଫା । ତୃତୀୟ ପକ୍ଷଙ୍କ ହସ୍ତକ୍ଷେପ ଯୋଗୁଁ ଫିଫା ନିୟମ ଉଲ୍ଲଙ୍ଘନ ଅଭିଯୋଗ ।ଏନେଇ କ୍ରୀଡ଼ା ମନ୍ତ୍ରାଳୟକୁ ଅବଗତ କଲା ଫିଫା । ଅକ୍ଟୋବର ୧୧ରୁ ୩୦ ଯାଏଁ ବିଶ୍ୱକପ […]

ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ

ଭୁବନେଶ୍ୱର, ୧୬/୮(ଏସଏସନିଉଜ) ଆସନ୍ତା ୩ ଘଣ୍ଟାରେ ବନ୍ୟା ପିକ୍ ଛୁଇଁବ ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି । ଆସନ୍ତା ୩ ଘଣ୍ଟା ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି । ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ । ତେବେ ହୀରାକୁଦର ଆଉ ଗେଟ୍ ଖୋଲିବ ନା ନାହିଁ, ତାହାର ନିଷ୍ପତ୍ତି ଅପରାହ୍ନରେ ନିଆଯିବ […]