Browsing category

ମହାନଗର

ମାଡ଼ି ଆସୁଛି ବଡ଼ ବାତ୍ୟା

ଭୁବନେଶ୍ୱର,୧/୯(ଏସଏସନିଉଜ)ମାଡ଼ି ଆସୁଛି ବଡ଼ ବାତ୍ୟା ।ଚଳିତ ବର୍ଷର ସବୁଠାରୁ ବଡ଼ ବାତ୍ୟା ପୂର୍ବ ଚାଇନା ସମୁଦ୍ର ଦେଇ ସ୍ଥଳଭାଗକୁ ମାଡ଼ି ଆସୁଛି। ଏହି ବାତ୍ୟା ଜାପାନର ଦକ୍ଷିଣପୂର୍ବ ଦ୍ୱୀପପୁଞ୍ଜଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିଛି। ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହରଗୁଡ଼ିକ ପ୍ରତି ମଧ୍ୟ ବାତ୍ୟାର ବିପଦ ରହିଥିବାର ଜଣାପଡିଛି ।

ଆସିଲା ଦୁଃଖଦ ଖବର

କଟକ, ୧/୯(ଏସଏସନିଉଜ) କୁଆଖାଇରେ ବୁଡ଼ି ଯାଇଥିବା ଦ୍ୱିତୀୟ ନାବାଳକର ମୃତଦେହ ଉଦ୍ଧାର ହୋଇଛି । ପ୍ରତାପନଗରୀ କୁଆଖାଇ ବ୍ରିଜ ନିକଟରୁ ମୃତଦେହ ଉଦ୍ଧାର କରାଯଇଛି । ଗତକାଲି ଜଣଙ୍କ ମୃତଦେହ ଉଦ୍ଧାର କରିଥିଲେ ଓଡ୍ରାଫ ଟିମ୍ । ଗତକାଲି ୫ ଜଣ ସାଙ୍ଗ ଗାଧୋଉ ଥିବାବେଳେ ୩ ଜଣ ଭାସି ଯାଇଥିଲେ ।

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର,୧/୯)ଏସଏସନିଉଜ)କିଛି ସମୟପରେ ଆରମ୍ଭ ହେବ ସେହି ଶୁଭ ଲଗ୍ନ ।ମାଆ ସମଲେଇଙ୍କ ପୀଠରେ ନୂଆଁଖାଇର ମାହୋଲ ଆରମ୍ଭ ହେବ । ଇଷ୍ଟଦେବୀ ମା ସମଲେଇଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନବାନ୍ନ ଭକ୍ଷଣ କରିବେ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବାସହ ସମସ୍ତଙ୍କୁ ଭଲରେ ରଖନ୍ତୁ ,ମାସମଲେଶ୍ୱରୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

କୁଆଖାଇରେ ବୁଡ଼ି୨ ନିଖୋଜ

କଟକ,୩୧/୮(ଏସଏସନିଉଜ)ଗଣେଷପୁଜାଦିନ କୁଆଖାଇ ନଦୀରେ ବୁଡ଼ି ୨ ଯୁବକ ନିଖୋଜ ହୋଇଛନ୍ତି ।ପ୍ରତାପନଗରୀ କୁଆଖାଇ ବ୍ରିଜ ତଳେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଛି ।ନିକଟରେ ୨ଟି ସ୍କୁଟି ରହିଛି ।୫ଜଣ ଯୁବକ ମଧ୍ୟରୁ ୨ଜଣ ଗାଧୋଉ ଥିବାବେଳେ ଅନ୍ୟ୩ଜଣ ଉପରେ ରହିଥିବାବେଳେ ଏହି ଅଘଟଣ ଘଟିଲା ବୋଲି ଜଣାପଡିଛି । ନିଖୋଜ୨ ଯୁବକଙ୍କର ପରିଚୟ ମିଳିପାରିନଥିବାବେଳେ ଖବରପାଇ ସଦର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚିବା ସହ ଖୋଜାଖୋଜି ଆରମ୍ଭ ହୋଇଛି ।

ରାଜଧାନୀରେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା

ଭୁବନେଶ୍ବର,୩୧/୮(ଏସ ଏସ ନିଉଜ)ଶାସ୍ତ୍ରୀନଗରର ଏକ ଘରେ କେହି ନଥିବା ବେଳେ ମହିଳାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଛି । ମୃତ ମହିଳା ହେଲେ ଶୁଭଶ୍ରୀ ମହାପାତ୍ର। ଖାରବେଳ ନଗର ଥାନାରେ ଅଭିଯୋଗ କଲେ ସ୍ବାମୀ ଅନନ୍ତ ନାରାୟଣ ନାଥ । ଗତକାଲି ଘରେ ଏକୁଟିଆ ଥିଲେ ଶୁଭଶ୍ରୀ ।ଖାରବେଳ ନଗର ଥାନା ପୋଲିସର ତଦନ୍ତ ଜାରିରହିଛି।

BMCଉପରେ ଭରସାନାହିଁ

ଭୁବନେଶ୍ୱର,୩୦/୮(ଏସ ଏସ ନିଉଜ)ନିଜ ଜିଦରେ ଅଟଳ ଦାରୁଠେଙ୍ଗ ଗ୍ରାମବାସୀ । ଦାରୁଠେଙ୍ଗ ଗ୍ରାମରେ ସୋମବାର ରାତିରେ ହୋଇଥିବା ଗ୍ରାମସଭାରେ ନିଷ୍ପତ୍ତି । କୌଣସି ପରିସ୍ଥିତିରେ ଅଳିଆ ପକାଇ ଦିଆଯିବନି ।ପ୍ରତିଶ୍ରୁତି ଦେଇ ଠକୁଛି BMC। ସ୍ଥାୟୀ ସମାଧାନ ନହେବା ଯାଏ ଅଳିଆ ପଡ଼ିବ ନାହିଁ । ନଗର ଉନ୍ନୟନ ବିଭାଗର ହସ୍ତକ୍ଷେପ ଦାବି କରିଛନ୍ତି ଗ୍ରାମବାସୀ।

ମୁଣ୍ଡଳିବ୍ରିଜ୍‌ ରେ ଥୁଆହୋଇଛି ସ୍କୁଟି

ବାରଙ୍ଗ,୩୦/୮(ଏସଏସ ନିଉଜ) ମୁଣ୍ଡଳି ବ୍ରିଜ୍‌ରୁ ମହାନଦୀକୁ କେହି ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି।ବ୍ରିଜ୍ ଉପରେ ଏକ ସ୍କୁଟି ଓ ଚପଲ ଥୁଆ ହୋଇଥିବାରୁ ଡେଇଁ ପଡ଼ିଥିବା ସନ୍ଦେହ ହେଉଛି।ସ୍ଥାନୀୟ ଲୋକଙ୍କଠୁ ଖବର ପାଇ ଖୋଜାଖୋଜି କରୁଛି ଅଗ୍ନିଶମ ବାହିନୀ।

ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ

କଟକ,୨୮/୮(ଏସଏସନିଉଜ)ଦୁର୍ଗାପୁଜା ଓ ଭଷାଣି ଉସ୍‌ବ ପାଇଁ ବସିଲା ବୈଠକ ।କୋଭିଡ ପାଇଁ ଗତଦୁଇବର୍ଷ ବିନା ଭକ୍ତରେ ହେଉଥିବା ଦୁର୍ଗାପୁଜା ଏଥର ଭକ୍ତଙ୍କ ଗହଳିରେ ହେବାକୁ ଯାଉଛି ।କରୋନା ସଂକ୍ରାମଣ ହ୍ରାସପାଇଥିବାରୁ ଚଳିତବର୍ଷ ଏହାକୁ ଜାକଜକାମ ଭାବେ ପାଳନ କରିବାକୁ ପୁଜାକମିଟି ପକ୍ଷରୁ ନିଷ୍ପତି ହୋଇଛି ।ଏଥିନିମନ୍ତେ ଅକ୍ଟୋବର୧ତାରିଖ ମହାଷଷ୍ଠୀରୁ ଦୁର୍ଗାପୁଜା ଆରମ୍ଭ ହୋଇ ୬ ତାରିଖରେ ଭଷାଣି ଉସ୍‌ବ ହେବ ।୬ତାରିଖ ସକାଳ୯ଟାରୁ ୭ତାରିଖ ମଧ୍ୟରେ ମେଢଗୁଡିକର ଭଷାଣି କାର୍ଯ୍ୟକ୍ରମ ଶେଷ ହେବ ।ମହାଷଷ୍ଠୀରୁ ବିଜୟାଦଶମୀ ୫ଦିନପର୍ଯ୍ୟନ୍ତ […]

ଆଜି କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର. ୨୮/୮(ଏସଏସନିଉଜ) ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ।ଏଥିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ ନିର୍ବାଚନ ନେଇ ତାରିଖ ଚୂଡ଼ାନ୍ତ ହେବ ବୋଲି ଜଣାପଡିଛି । ଏ ନେଇ ଆଜି ସିଡବ୍ଲ୍ୟୁସି ବୈଠକ ଡାକିଛି ।କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଦେଶରେ ଥିବା ବେଳେ ଭର୍ଚୁଆଲରେ ଏହି ବୈଠକରେ ସାମିଲ ହେବେ ।

ଦୁର୍ଘଟଣାରେ ଚାଲିଗଲା ୫ ଜୀବନ

ଢେଙ୍କାନାଳ, ୨୮/୮(ଏସଏସନିଉଜ) କାମାକ୍ଷାନଗର ୫୩ ନଂ ଜାତୀୟ ରାଜପଥର ପଥରଖମ୍ବ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ଯାତ୍ରୀବାହୀ ଅଟୋକୁ କୋଇଲା ବୋଝେଇ ଟ୍ରକ୍ ଚାପିଦେବାରୁ ଏହି ଅଘଟଣ ଘଟିଛି ।ସମସ୍ତ ମୃତକ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର ଅନନ୍ତ ସାମଲ ,ପ୍ରହ୍ଲାଦ ସାମଲ,ଆଦିକନ୍ଧ ସାମଲ, ଅଂକୁର ସାମଲ ଓ ପୁଅ ଦିବ୍ୟରଞ୍ଜନ ସାମଲ ବୋଲି ଜଣାପଡିଛି ।ମହୁଲ ତେଲ ପେସିବାକୁ ଅଟୋରେ ଯାଉଥିଲା ବେଳେ ଏହି ଦୁର୍ଘଟଣା […]