Browsing category

ମହାନଗର

ବନ୍ଦ ହେଲା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର

ଜଗତସିଂହପୁର,୧୯/୮(ଏସଏସନିଉଜ) ପୁରୀରେ ହେବାକୁ ଥିବା ବିଜେପିର ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ସ୍ଥଗିତ ହୋଇଛି ।ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦେଖି ପ୍ରଶିକ୍ଷଣ ଶିବିର ସ୍ଥଗିତ ରଖାଯାଇଥିବାର ସୁଚନା ଦିଆଯାଇଛି । ବିଜେପି ପ୍ରଶିକ୍ଷଣ ବିଭାଗ ରାଜ୍ୟ ସଂଯୋଜକ ସୁରମା ପାଢୀ ଏହି ସୂଚନା ଦେଇଛନ୍ତି । ଆସନ୍ତା ୨୦,୨୧ ଓ ୨୨ ତାରିଖ ୩ ଦିନ ହେବାକୁ ଥିଲା ପ୍ରଶିକ୍ଷଣ ଶିବିର ।

ଆଜି ଧାର୍ଯ୍ୟ ହେବ ନୂଆଁଖାଇ ଲଗ୍ନ

ଭୁବନେଶ୍ୱର,୧୯/୮(ଏସଏସନିଉଜ)ଆଜି ସନ୍ଧ୍ୟାରେ ବାହାରିବ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଲଗ୍ନ ।ପ୍ରତ୍ୟେକ ବର୍ଷ ଜନ୍ମାଷ୍ଟମୀ ପରଦିନ ନନ୍ଦୋତ୍ସବ ଅବସରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ କରାଯାଇଥାଏ । ମନ୍ଦିର ଟ୍ରଷ୍ଟ କମିଟି ଏବଂ ପଣ୍ଡିତଙ୍କ ଦ୍ୱାରା ଧାର୍ଯ୍ୟ ହେବ ଲଗ୍ନ ।

୨୮ଗେଟ୍ ରେ ଜଳ ନିଷ୍କାସନ

ଭୁବନେଶ୍ୱର,୧୮/୮(ଏସ ଏସ ନିଉଜ)ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ବନ୍ଦ ହୋଇଛି ।ଖୋଲାଥିବା ୪୦ ଗେଟ୍‌ରୁ ୧୨ଟି ବନ୍ଦ ହୋଇଛି।ଏବେ ୨୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି ।

ବିଦ୍ୟାଳୟର ଗୈାରବ

ମେଣ୍ଢାଶାଳ,୧୮/୮(ଏସଏସନିଉଜ)ସ୍ୱାଧିନତାଦିବସରେ ଦାରୁଠେଙ୍ଗ ଉଚ୍ଚବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ମଣ୍ଡଳସ୍ତରୀୟ ସାକ୍ଷରତା ପ୍ରତିଯୋଗୀତାରେ ହୋଇଥିଲା ।ଏଥରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳର ୩ଜଣ ଛାତ୍ରଛାତ୍ରୀ ପୁରସ୍କୃତ ହୋଇଛନ୍ତି ।ସେମାନେ ବିଦ୍ୟାଳୟ ପାଇଁ ଗୈାରବ ଅର୍ଜ୍ଜନ କରିବା ସହ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀବିଶ୍ୱାଳ କହିଛନ୍ତି ।ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ କୃତିତ୍ୱ ଅର୍ଜ୍ଜନ କରିଥିବା ବର୍ଷାରାଣି ବିଶ୍ୱାଳ, ସାରଶଂଶେଖରପାତ୍ର ଓ ରୁପାଲି ମହାରଣାଙ୍କୁ ବିଦ୍ୟାଳୟ ପକ୍ଷରୁ ସ୍ୱାଗତ କରାଯାଇଛି […]

ବିଜେଡିର ବରିଷ୍ଠନେତାଙ୍କୁ ପର୍ଯ୍ୟବେକ୍ଷକ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବିଜେଡିର ବରିଷ୍ଠ ନେତାମାନଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ଦିଆଯାଇଛି । ଏନେଇ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରେସ ବିଜ୍ଞପ୍ତିରେ ଘୋଷଣା କରିଛନ୍ତି ।ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର ଓ ବରଗଡ଼ ଦାୟିତ୍ୱ । ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକଙ୍କୁ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତି , ଦେବୀପ୍ରସାଦ ମିଶ୍ରଙ୍କୁ ଗଞ୍ଜାମ, ନୟାଗଡ଼, କନ୍ଧମାଳ, […]

ପୁଣି କାଲିଠୁ ବର୍ଷିବ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଲଘୁଚାପ ସଂପର୍କରେ ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତାକାଲି ସକାଳେ ଅବପାତରେ ପରିଣତ ହୋଇପାରେ ।ଆଜିଠୁ ଉପକୂଳ ଓଡ଼ିଶାରେ ବର୍ଷାଆରମ୍ଭ ହେବ । ଆଜି କମ୍ ବର୍ଷା ହେବାସହ ଶୁକ୍ରବାର ଓ ଶନିବାର ବେଶି ବର୍ଷିବ ବୋଲି କହିଛନ୍ତି ।

ବିବାହିତ ମହିଳାଙ୍କୁ ଧର୍ଷଣ ଉଦ୍ୟମ !

ବାରଙ୍ଗ,୧୮/୮(ଏସଏସନିଉଜ) ବୁଧବାର ସନ୍ଧ୍ୟାରେ ଚନ୍ଦକାଥାନା ଅର୍ନ୍ତଗତ ମେଣ୍ଢାଶାଳଗାଁମୁଣ୍ଡ ଡାକ୍ତରଖାନାର ପରିତ୍ୟକ୍ତ କୋଠାଘରେ ରହୁଥିବା ଜଣେ ବିବାହିତ ମହିଳାଙ୍କୁ ମେଣ୍ଢାଶାଳ ଗ୍ରାମର ତିନିଜଣ ଯୁବକ ଧର୍ଷଣ ଉଦ୍ୟମ କରିଥିବାର ମେଣ୍ଢାଶାଳ ଫାଣ୍ଡିରେ ଅଭିଯୋଗ ହୋଇଛି ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଥିବାବେଳେ ଅନ୍ୟଦୁଇଜଣ ଫେରାର ହୋଇଯାଇଥିବାର ଜଣାପଡିଛି । ପ୍ରକାସ ଯେ,ଯାଜପୁର ଅଂଚଳର ସେଖ୍ କାଲା ତାଙ୍କର ପିଲାଛୁଆଧରି କୁକୁଡାମୁଣ୍ଡିରେ ରହୁଥିଲେ ।ପରେ ଡାକ୍ତରେଖାନାରୁ ପରିତ୍ୟକ୍ତ କୋଠାଘରେ ଆସି ସପରିବାରେ ରହିବାକୁ ଆରମ୍ଭ କରିଥିଲେ । ମେଣ୍ଢାଶାଳ […]

ସବୁ ନଦୀରେ ଜଳସ୍ତର ପୁଣି ବଢିବ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ରାଜ୍ୟର ସବୁ ନଦୀରେ ଆଜି ଜଳସ୍ତର କମିଛି । ବନ୍ୟାର ପିକ୍ ଫ୍ଲୋ ରାତିରେ କେନ୍ଦ୍ରାପଡା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାର ତଳିଆ ଅଞ୍ଚଳରେ ପ୍ରବାହିତ ହୋଇଥିବାବେଳେ ସକାଳ ବେଳକୁ ଜଳସ୍ତର କମିଛି । କିନ୍ତୁ ହୀରାକୁଦର ୪୦ଟି ଗେଟ ଦେଇ ଯେଉଁ ବନ୍ୟା ଜଳ ଛଡାଯାଉଛି ତାହା ଆଜି ମୁଣ୍ଡୁଳିଠାରେ ସକାଳ ୧୦ଟା ୧୧ଟାରେ ପହଞ୍ଚିବ ଏସଆରସିଙ୍କ ପକ୍ଷରୁ ସୁଚନା ଦିଆଯାଇଛି । ହୀରାକୁଦ ଡ୍ୟାମର ସର୍ବାଧିକ ଜଳ ଧାରଣ କ୍ଷମତା ୬୩୦ […]

ସୃଷ୍ଟି ହେଲା ଲଘୁଚାପ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ଉତ୍ତର-ପୂର୍ବ ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ୧୨ ଘଣ୍ଟାରେ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ୨୪ ଘଣ୍ଟାରେ ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି ।  

ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮/୮(ଏସଏସନିଉଜ) ଆଜି ରାଜ୍ୟରେ ବନ୍ୟାଞ୍ଚଳ ପରଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୩:୩୦ରେ ଖୋର୍ଦ୍ଧା,ପୁରୀ,କଟକ,ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟାଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିବେ ।ଆକାଶ ମାର୍ଗରୁ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ