Browsing category

ମହାନଗର

ବାୟୁସେନା କରିବ ସୂର୍ଯ୍ୟକିରଣ ସୋ

ଭୁବନେଶ୍ୱର,୩/୯(ଏସଏସନିଉଜ)ବାୟୁସେନା ପକ୍ଷରୁ ଓଡ଼ିଶାରେ ହେବ ସୂର୍ଯ୍ୟକିରଣ ସୋ ।୧୬ ତାରିଖରେ ଭୁବନେଶ୍ୱର କୁଆଖାଇ ନଦୀ ଶଯ୍ୟାରେ ସୋ ।୧୮ ତାରିଖରେ ପୁରୀରେ ରାଜଭବନ ଉପରେ ସୋ ହେବାନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନଙ୍କ ସୂଚନା ଦେଇଛନ୍ତି ।

ବିଶ୍ୱଅର୍ଥନୀତିରେ ପଞ୍ଚମ ସ୍ଥାନରେ ଭାରତ

ଭୁବନେଶ୍ୱର,୩/୯(ଏସଏସନିଉଜ) କରୋନା ସଂକ୍ରାମଣ ହ୍ରାସପାଇବାପରେ ଧୀରେ ଧୀରେ ଭାରତୀୟ ଅର୍ଥନୀତିରେ ସୁଧାର ଆସୁଛି । ଏବେ ଆମେରିକା ବିଶ୍ୱର ସବୁଠୁ ବଡ଼ ଅର୍ଥନୀତି ।ଆମେରିକା ପଛକୁ ଚୀନ, ଜାପାନ, ଜର୍ମାନୀ ଅଛନ୍ତି । ଭାରତ ପଞ୍ଚମ ଓ ବ୍ରିଟେନ ଷଷ୍ଠ ସ୍ଥାନରେ ଅଛନ୍ତି ।.ବିଶ୍ୱ ଅର୍ଥନୀତିରେ ବ୍ରିଟେକୁ ପଛରେ ପକାଇଲା ଭାରତ । ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହେଲା ଭାରତ । ୧୦ ବର୍ଷ ପୂର୍ବରୁ ଏକାଦଶ ସ୍ଥାନରେ ଥିଲା ଭାରତ ।  

ଆଜିଠୁ ସୁପର-୪ ମୁକାବିଲା

ଭୁବନେଶ୍ୱର,୩/୯(ଏସଏସନିଉଜ)ଏସିଆ କପ୍‌ରେ ଆଜିଠୁ ସୁପର-୪ ମୁକାବିଲାହେବ । ସୁପର-୪ରେ ଅଛନ୍ତି ଭାରତ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ପାକିସ୍ତାନ ।ସୁପର-୪ରେ ହେବ ମୋଟ ୬ଟି ମ୍ୟାଚ୍ । ସମସ୍ତଙ୍କ ସହ ମ୍ୟାଚ୍ ଖେଳିବେ ୪ଟି ଯାକ ଟିମ୍ । ଟପ୍‌-୨ରେ ଥିବା ଟିମ୍ ଫାଇନାଲକୁ ଯିବେ ।

ନନ୍ଦନକାନନରେ ଅଳିଆଗାଡିକୁ ପିଟିଲା ବେଟାରୀଗାଡି

ବାରଙ୍ଗ,୨/୯(ଏସଏସନିଉଜ)ବିବାଦ ନନ୍ଦନକାନନର ପିଛା ଛାଡୁନଥିବାବେଳେ ଶୁକ୍ରବାରଦିନ ଆଉ ଏକ ବିବାଦରେ ନନ୍ଦନକାନନ ଛନ୍ଦି ହୋଇଛି ।ବେଟାରୀଚାଳିତ ଗାଡି ଓ ଅଳିଆଗାଡି ମଧ୍ୟରେ ଧକ୍କାହୋଇଛି ।ନନ୍ଦନକାନନରେ ଚାଲୁଥିବା ବେଟାରୀ ଚାଳିତ ଗାଡିଚାଳକଙ୍କ ବେପରୁୱା ଗାଡିଚାଳନା ଯୋଗୁ ସୈାଭାଗ୍ୟବଶତ ପର୍ଯ୍ୟଟକ ମାନେ ନିଶ୍ଚିତ ଦୁର୍ଘଟଣାରୁ ବଂଚିଯାଇଛନ୍ତି ଓ ନନ୍ଦନକାନନକୁ ଏକ ବଡ ବିପଦରୁ ମୁକ୍ତି ମିଳିଛି ।ଏହିଭଳି ବହୁ ଘଟଣାମାନ ନନ୍ଦନକାନନରେ ଘଟୁଥିଲେ ମଧ୍ୟ ମୁଖିଆମାନେ ଆଖିବୁଜିନ୍ଥେôବାର ଦେଖିବାକୁ ମିଳିଛି । ଦ୍ରୁତଗତିରେ ଯାଇ ବେଟାରୀଚାଳିତ ଗାଡିଟିି ଅଳିଆବୋଝେଇ ଗାଡିର […]

ଅଚାନକ ଆସିଲେ ବିଡିଓ

ବାରଙ୍ଗ,୨/୯(ଏସଏସନିଉଜ)ଅଚାନକ ବିଡିଓ ଆସି ପଂଚାୟତ କାର୍ଯ୍ୟାଳୟରେ ପହଁଚିଯାଇଥିଲେ ।କାଗଜପତ୍ର ଯାଂଚ କରିଥିଲେ ।ଆଉ ଯାହା ଦେଖିଲେ ସେଥିରେ ବିତୃଷ୍ନା ହୋଇ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ତାଗିଦ କରିଥିଲେ । ଏମିତି ଏକ ଘଟଣା ଶୁକ୍ରବାରଦିନ ଘଟିଥିଲା । ଭୁବନେଶ୍ବରବ୍ଲକ ବିଡିଓ ସମ୍ପଦଦଳେଇ ହଠାତ ଦାଢା ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ପଞ୍ଚାୟତ କାର୍ଯ୍ୟଶୈଳୀର ସମୀକ୍ଷା କରିଥିଲେ ।ଏହାସହିତ ପଞ୍ଚାୟତ କାର୍ଯ୍ୟନିର୍ବାହୀଅଧିକାରୀଙ୍କ କାର୍ଯ୍ୟକୁନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।ପଞ୍ଚାୟତନିର୍ବାଚନ ପରେ ନୂତନସରପଞ୍ଚ ଦାୟିତ୍ବ ନେଇସାରିଥିବାବେଳେ ଏପର୍ଯ୍ୟନ୍ତ ପଞ୍ଚାୟତର କୈାଣସି ଉନ୍ନତିମୂଳକକାର୍ଯ୍ୟ ହୋଇନଥିବା ନେଇ […]

ଜିଲ୍ଲାପରିଷଦ ସଭ୍ୟଙ୍କ କାର ଜାଲିଦେଲେ

ଖୋର୍ଦ୍ଧା,୨/୯(ଏସଏସନିଉଜ) ୯ ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କ କାର୍ ଜାଳିଦେଲେ ଦୁର୍ବୃତ୍ତ।ବଡ଼ପୋଖରିଆ ପଞ୍ଚାୟତ ଅଫିସ୍ ପରିସରରେ କାର୍ ଜାଳିଦେଲେ ଦୁର୍ବୃତ୍ତ।ପୂର୍ବ ଶତ୍ରୁତାରୁ ଜାଳି ଦେଇଥିବା ସନ୍ଦେହ କରାଯାଉଠିବାବେଳେ ପୋଲିସର ପହଁଚି ତଦନ୍ତ ଆରମ୍ଭ କରିଛି ।

ପୁଣି ପୋଲିସ ହାତରେ ୩ମଦବ୍ୟବସାୟୀ

ବାରଙ୍ଗ,୧/୯(ଏସଏସନିଉଜ)ଗତକିଛିଦିନ ହେବ ବାରଙ୍ଗ ଥାନା ଅଧିକାରୀ ଆକାଶଚନ୍ଦ୍ରରଣା ବାରଙ୍ଗ ଅଂଚଳରେ ଦେଶୀମଦ କାରବାରରେ ରୋକ ଲଗାଇବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ବାରଙ୍ଗଥାନା ପୋଲିସ ଚୋରାଦେଶୀମଦ ବିକ୍ରି କରିବା ଅଭିଯୋଗରେ ଗୁରୁବାର ଦୁଇଟି ଭିନ୍ନ ଭିନ୍ନ ମାମଲାରେ ୩ଜଣଙ୍କୁ ଗିରଫକରି କୋର୍ଟଚାଲାଣ କରିଛି।ଗତକିଛିଦିନ ହେବ ବାରଙ୍ଗ ପୋଲିସ ର ଦେଶୀମଦ କାରବାରକୁ ରୋକିବାପାଇଁ ହେଉଥିବା ପ୍ରୟାସ ଚୋରାମଦବ୍ୟବସାୟୀମାନଙ୍କ ପାଇଁ ଭାଳେଣୀ ପଡିବାକୁ ଲାଗିଛି । ପ୍ରକାଶଯେ, ପଞ୍ଚୁପାଳଗ୍ରାମ ସାମଲସାହିରେ ଦେଶୀ ମଦ ବିକ୍ରି କରୁଥିବା ବେଳେ ଚୌଦ୍ଵାର […]

କେନ୍ଦୁପାଟଣାରେ ଫୁଟିଲା ବ୍ରହ୍ମକମଳ

ବାରଙ୍ଗ,୧/୯(ଏସଏସନିଉଜ)ନନ୍ଦନକାନନ ଥାନା ଅନ୍ତର୍ଗତ କେନ୍ଦୁପାଟଣା ଗ୍ରାମର ଗ୍ରାମ ସଭାପତି ପ୍ରଦୀପ୍ତ କୁମାର ବେଉରାଙ୍କ ଘର ଅଗଣାରେ ପୁଜାପାଉଥିବା ବୃନ୍ଦାବତୀଙ୍କ ନିକଟରେ ଥିବା ଏକ ସିମେଣ୍ଟ କୁଣ୍ଡରେ ଗୁରୁବାର ରାତି ୮ଟାରେ ଏକକାଳୀନ ୨ଟି ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି।ଏହି ଖବର ପ୍ରଚାରିତ ହେବାପରେ ସମାଜସେବୀମାୟାଧର ନୟକ, ବସୁଦେବ ବାରିକ ଙ୍କ ସମେତ ଦାଢାପଞ୍ଚାୟତର ବହୁ ଆଧ୍ୟାତ୍ମିକ ମହିଳା ଓ ପୁରୁଷ ବେଉରାଙ୍କ ବାସଭବନରେ ପହଞ୍ଚି ବ୍ରହ୍ମକମଳ ଫୁଲ ଦେଖିଥିଲେ।ଏହି ଫୁଲଟି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅତିପ୍ରିୟ […]

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନିଶମ ବିଭାଗର ମକଡ୍ରିଲ

ଭୁବନେଶ୍ୱର,୧/୯(ଏସଏସନିଉଜ)ବଡ଼ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ମକଡ୍ରିଲ କଲା ଅଗ୍ନିଶମ ବିଭାଗ ।ସ୍ତ୍ରୀ ଓ ପ୍ରସୂତି ବିଭାଗରେ ୱାର୍ମ ଅଫ କଲେ ଅଗ୍ନିଶମ କର୍ମଚାରୀ । Skylift ଜରିଆରେ ଡେମୋ ଦେଖାଉଛନ୍ତି କର୍ମଚାରୀ । ସୁରକ୍ଷା କର୍ମଚାରୀ ମାନଙ୍କୁ ମଧ୍ୟ ଏ ନେଇ ତାଲିମ ଦିଆଯିବ ବୋଲି ଜଣାପଡିଛି ।  

ପୁଲିସ ହାତରେ ବଡ଼ ସୁରାକ

ଭୁବନେଶ୍ୱର, ୧/୯(ଏସଏସନିଉଜ) ଶାସ୍ତ୍ରୀନଗର ଶୁଭଶ୍ରୀ ହତ୍ୟା ମାମଲାରେ ପୁଲିସ ହାତରେ ଲାଗିଲା ବଡ଼ ସୁରାକ । ଅଟକ ଥିବା ଯୁବକଙ୍କୁ ହତ୍ୟା ଦିନ ଫୋନ୍ କରିଥିଲେ ଶୁଭଶ୍ରୀ । ମୃତ୍ୟୁର ଅଧ ଘଣ୍ଟା ପୂର୍ବରୁ ଶୁଭଶ୍ରୀଙ୍କ ଫୋନରୁ ଯାଇଥିଲା ଶେଷ କଲ୍ । ଶୁଭଶ୍ରୀଙ୍କ ଶେଷ କଲ୍ ଅବଧି ଥିଲା ମାତ୍ର ୨୭ ସେକେଣ୍ଡ ବୋଲି ପୋଲିସ ଜାଣୀବାକୁ ପାଇଛି ।