Browsing category

ମହାନଗର

ବିଦ୍ୟାଳୟରେ ପାଳନ ହେଲା ଗୁରୁଦିବସ

ବାରଙ୍ଗ, ୫/୯(ଡିଏନଏ)ଭୁବନେଶ୍ବର ଓ ବାରଙ୍ଗ ବ୍ଲକର ବିଭିର୍ଣ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଟାନରେ ଗୁରୁଦିବସ ପାଳିତ ହୋଇଯାଇଛି।ଏହି ପରିପେକ୍ଷୀ ରେ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଛାତ୍ରଛାତ୍ରୀମାନେ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଫୁଲଚନ୍ଦନ ଦେଇ ଆଶୀର୍ବାଦ କାମନା କରିଥିଲେ।ବିଦ୍ୟାଳୟପ୍ରଧାନଶିକ୍ଷକ ଯୋଗେନ୍ଦ୍ର ସେନାପତି, ଶିକ୍ଷକ ସଂଗ୍ରାମକେଶରୀପଟ୍ଟନାୟକ,ସୁରେନ୍ଦ୍ରରେଡ୍ଡି,ସିଆରସିସି ଟୁକୁନାବେହେରା ସମେତ ଶିକ୍ଷୟିତ୍ରୀ ସୀମାରାଣୀବେହେରା ପ୍ରମୁଖ ଆୟୋଜିତକାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ପରେ ବକ୍ତୃତା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା।ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗନ୍ନାଥ ଭଞ,ଆଲୁମିନି କମିଟି ସଭାପତି ପବିତ୍ର […]

ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରେ କଂଗ୍ରେସନେତା

ମେଣ୍ଢାଶାଳ,୫/୯(ଡିଏନଏ)ସୋମବାର ଅପରାହ୍ନରେ ଜଟଣୀକଂଗ୍ରେସନେତା କ୍ୟାପଟେନ୍ ମନ୍ମଥ ରାଉତରାୟ ଅଚାନକ ମେଣ୍ଢାଶାଳ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ଫେରିଛନ୍ତି ।ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଲୋକ ବ୍ୟବସ୍ଥା, ଜଳଯୋଗାଣ ବ୍ୟବସ୍ଥା ଓ ପିରିଛନ୍ନ ଆଦି ବ୍ୟବସ୍ଥା ବିଷୟରେ ବୁଲିଦେଖିଥିଲେ ।୧୯୫୮ମସିହାରେ ଆରମ୍ଭ ହୋଇଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏହାଭିତରେ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ମାନ୍ୟତା ପାଇଥିଲେ ସୁଦ୍ଧା ଫ୍ଟାପକ୍ୱାଟର ଗୁଡିକ ଜରାଜିନ୍ନ ଅବସ୍ଥାରେ ଥିବା,ବର୍ତମାନ ସ୍ୱାସ୍ଥ୍ୟକେନ୍ଦ୍ରରେ ୭ଜଣ ଡାକ୍ତରଥାଇ ସଠିକଭାବେ ସ୍ୱାସ୍ଥ୍ୟସେବା ନମିଳିବା ବିଷୟରେ ସ୍ୱାସ୍ଥ୍ୟକେନ୍ଦ୍ରଦାୟିତ୍ୱରେ ଥିବା ଡାକ୍ତର ମୋହନହେମ୍ରମଙ୍କ ସହ ଆଲୋଚନା କରିଥିଲେ ।ଏହି […]

ଗଙ୍ଗାରେ ଡଙ୍ଗାବୁଡ଼ି

ଭୁବନେଶ୍ୱର,୫/୯(ଏସଏସନିଉଜ)ଗଙ୍ଗାନଦୀରେ ଡଙ୍ଗା ବୁଡ଼ି ୧୦ଜଣ ନିଖୋଜ ହୋଇଛନ୍ତି ।ଶାହାପୁର ଥାନା ଦାନପୁର ନିକଟରେ ଡଙ୍ଗା ବୁଡ଼ିବାରୁ ଏହି ଅଘଟଣ ଘଟିଛି ।ସୂଚନାନୁସାରେ ଡଙ୍ଗାଟିରେ ୫୦ରୁ ୫୫ ଜଣ ଯାତ୍ରୀ ଥିଲେ ।  

ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯(ଏସଏସନିଉଜ) ଆସନ୍ତାକାଲି ଭୁବନେଶ୍ୱର ଫେରିବେ ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି ।ଏଥିପାଇଁ ୫୦ହଜାର ଲୋକ ସ୍ୱାଗତ କରିବାକୁ ଆସିବାର ସାମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି କମିସିନେରେଟ ପୋଲିସ୩ ଘଣ୍ଟା ପୂର୍ବରୁ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି । ଏଥିସହିତ ସବୁ ଛକରେ ପୋଲିସ ଫୋର୍ସ ମୁତୟନ ସହ ପାର୍କିଂ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି ଝନାପଡିଛି ।

ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ

ଭୁବନେଶ୍ୱର,୫/୯(ଏସଏସନିଉଜ)ପୁଣି ନକଲି ଲୁଣ ଓ ସର୍ଫ କାରଖାନା ଠାବ ହୋଇଛି ।ପାହାଳ ଥାନା ଅଧିନସ୍ଥ ଶିବଶକ୍ତିନଗରରୁ ନକଲି କାରଖାନା ଠାବ ହୋଇଛି ।ପାହାଳ ପୋଲିସ ଦ୍ୱାରା ଚଢ଼ାଉ କରାଯାଇ ବ୍ୟାପକ ଅପମିଶ୍ରିତ ସାମଗ୍ରୀ ଜବତ କରାଯାଇଥିବାର ଜଣାପଡିଛି ।

ରେଳ ବ୍ରିଜ ତଳେ ଯୁବକଙ୍କ ମୃତଦେହ ଠାବ

ବାରଙ୍ଗ, ୪/୯(ଏସଏସନିଉଜ)ରାଜଧାନୀ ଉପକଣ୍ଠ ନନ୍ଦନକାନନ ଥାନା ଅନ୍ତର୍ଗତ କଳାଝାରି ଗ୍ରାମ ନିକଟ ପନ୍ଦରଫୁଙ୍କା ରେଳ ବ୍ରିଜ ତଳୁ ରବିବାର ଅପରାହ୍ନରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ।ଖବର ପାଇ ନନ୍ଦନକାନନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଛି।ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି।ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ନା,ସେ ଚଳନ୍ତା ଟ୍ରେନରୁ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ୍ୟତା ଜଣାପଡ଼ିବ। ତେବେ […]

ଚିଲିକାରେ ପୁଣି ଅଘଟଣ

ଭୁବନେଶ୍ୱର,୪/୯(ଏସଏସନିଉଜ)ଚିଲିକାରେ ପୁଣି ଅଘଟଣ ଘଟିଛି । କାଳିଜାଈ କୁଦାରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡ଼ିଯାଇ ୨ ଜଣ ମୃତ୍ୟୁବରଣ କରିଥିବାବେଳେ ୧୧ ଜଣ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ଗମ୍ଭାରୀ ଗାଁ ନିକଟ କାଳିଜାଈ କୁଦାରେ ଏହି ଅଘଟଣ ଘଟିଛି ।ଡଙ୍ଗାରେ ୧୩ ଜଣ ଯାତ୍ରୀ ଥିଲେ । ଏମାନେ ସମସ୍ତେ ଭୋଜି କରିବା ପାଇଁ କାଳିଜାଇ କୁଦାକୁ ଯାଇ ସଂଧ୍ୟାରେ ଏକ ଫେରୁଥିବା ବେଳେ ହଠାତ୍ ଡଙ୍ଗା ବୁଡ଼ି ଯାଇଥିଲା ।୧୧ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ […]

ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର,୪/୯(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିଲା ‘ଜୀବନବ୍ୟାପୀ ସାଧନା ସମ୍ମାନ’ ।ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭ୍‌ମେଣ୍ଟ୍ ସମ୍ମାନରେ ସମ୍ମାନିତ କରାଯାଇଛି ।ଉଲ୍ଲେଖନୀୟ ନେତୃତ୍ୱ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା ।

କାର୍ଯ୍ୟ ତଦାରଖ କଲେ ବିଧାୟକ

ବାରଙ୍ଗ,୩/୯(ଏସଏସନିଉଜ) ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତକୁମାର ରାଉତ ଶନିବାରଦିନ ଭୁବନେଶ୍ବର ବ୍ଲକଅନ୍ତର୍ଗତ କଲ୍ୟାଣପୁରପଞ୍ଚାୟତ ଗ୍ରସ୍ତକରି ହେଉଥିବା ସରକାରୀଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ବୁଲି ଦେôଖଥିଲେ। ଦୀର୍ଘଦିନଧରି ଏହି ପଞ୍ଚାୟତର ବେଣାଗାଡିଆଗ୍ରାମରେ ପାଣିସମସ୍ୟା ଲାଗିରହିଥିଲା।ନିର୍ବାଚନ ପରେ ନୂତନ ସରପଞ୍ଚ ଦେବରାଜଭୋଇ ଦାୟିତ୍ବ ନେବାପରେ ପ୍ରଥମେ ବେଣାଗାଡିଆ ଗ୍ରାମରେ ଲାଗିରହିଥିବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଆଜି ପାଣି ପାଇପ୍ କାର୍ଯ୍ୟ ଆରମ୍ଭ କରିଥିଲେ।ବିଧାୟକଙ୍କ ଗସ୍ତ ସମୟରେ ସରପଞ୍ଚ ଦେବରାଜ ଭୋଇ ,ସମିତିସଭ୍ୟ ଭୁବନମୋହନଦାସ,ଓ୍ବାର୍ଡସଭ୍ୟଙ୍କ ସମେତ ଗ୍ରାମବାସୀମାନେ ଉପସ୍ଥିତିଥିଲେ।

ଫରେଷ୍ଟର ନିଲମ୍ବିତ

କାମାକ୍ଷାନଗର,୪/୯(ଏସଏସନିଉଜ)ହାତୀ ମୃତ୍ୟୁ ଘଟଣାରେ ଦଦରାଘାଟି ଫରେଷ୍ଟର ସରୋଜ କୁମାର ବେହେରା ନିଲମ୍ବିତ ହୋଇଛନ୍ତି । ଫରେଷ୍ଟଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କଲେ ଢେଙ୍କାନାଳ ଡିଏଫଓ । କାର‌୍ୟ୍ୟରେ ଅବହେଳା ଅଭିଯୋଗରେ ଡିଏଫଓ ନିଲମ୍ବନ କରିଥିବା ସୂଚନାମିଳିଛି । ଖେସୋରା ଜଙ୍ଗଲରେ ବିଦ୍ୟୁତ୍ ଆଘାତରେ ହାତୀର ମୃତ୍ୟୁ ହୋଇଥିଲା ।