Browsing category

ମହାନଗର

ବିଦାୟକାଳୀନ ସଭା

କଟକ,୩୧।୧(ଏସଏସନିଉଜ) ବାରଂଗ କୁଞ୍ଜବିହାରୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଶନିବାର ଉଦ୍ଭିଦ ବିଜ୍ଞାନର ପ୍ରାଧ୍ୟାପିକା ଏବଂ ବିଭାଗୀୟ ମୁଖ୍ୟ ଡକ୍ଟର ଦୀପ୍ତିମୟୀ ସାମଲଙ୍କ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି। ଷ୍ଟାଫ ଆସୋସିଏସନର ସେକ୍ରେଟାରୀ ପ୍ରକାଶ କୁମାର ପରିଡା ଓ କୋଷାଧ୍ୟକ୍ଷ ଦେବପ୍ରକାଶ ପାତ୍ରଙ୍କର ତତ୍ତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଶେଖ୍ ନୈମୁଦ୍ଦିନ୍ ପୌରହିତ୍ୟ କରିଥିବା ବେଳେ ପ୍ରାଧ୍ୟାପକ ଅନୀଲ କୁମାର ପାଢୀ ସଂଯୋଜନା କରିଥିଲେ । ଡକ୍ଟର ସାମଲଂକ ଦୀର୍ଘ ଏକ […]

ଦିନିକିଆ ସେମିନାର

ଭୁବନେଶ୍ଵର,୩୧।୧(ଏସଏସନିଉଜ)ବାରଙ୍ଗ କୁଞ୍ଜ ବିହାରୀ କଲେଜରେଖୋର୍ଦ୍ଧାର ଅର୍ଥନୀତି ବିଭାଗ ଆୟୋଜନରେ ଭାରତରେ ନାରୀଙ୍କ ବିରୋଧରେ ଅପରାଧ ଓ ଆର୍ଥିକ ବିକାଶ ଶୀର୍ଷକ ଏକ ସେମିନାର ଶୁକ୍ରବାର ଦିନ ଅନୁଷ୍ଟିତ ହୋଇଯାଇଛି।ଏହି ସେମିନାରରେ କଟକ ରେଭେନ୍‌ସହ ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗର ସହାୟକ ପ୍ରାଧ୍ୟାପକ ଡ଼ଃ କୃତ୍ତି ରଞ୍ଜନ ପଳ୍ଟାସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀଙ୍କ ବିରୋଧରେ ଅପରାଧ ଓ ଭାରତର ଆର୍ଥିକ ବିକାଶ ମଧ୍ୟରେ ଥିବା ଗଭୀର ସମ୍ପର୍କ ବିଷୟରେ ଆଲୋଚନା କରି ଲିଙ୍ଗ ସମବେଦନଶୀଳ ନୀତି ଓ […]

ସହରୀକରଣ ପ୍ରସ୍ତାବ….

କଟକ, ୩୧।୧(ଏସଏସନିଉଜ) ବାରଙ୍ଗବ୍ଲକ ଅନ୍ତର୍ଗତ ଦୁଇଟି ପଂଚାୟତ ମଝିରେ ସିଡିଏ ଟାଉନ ପ୍ଲାନିଂ ପ୍ରସ୍ତାବକୁ ନେଇ ଶନିବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷ ରୁ ଏକ ଆଲୋଚନା ଶିବିର ଅନୁଷ୍ଟିତ ହୋଇଯାଇଛି।ବାରଙ୍ଗ ବ୍ଲକ ସଭାଗୃହରେ ସିଡିଏ କର୍ତ୍ତୃପକ୍ଷଙ୍କ ତରଫରୁ ଆୟୋଜିତ ଜନଶୁଣାଣିରେ ରାମଦାସପୁର ପଂଚାୟତର ରତାଗଡ, ରତାଗଡ-ଲେଙ୍କାସାହି ଏବଂ ମଧୁପୁର ପଂଚାୟତର ଚଣ୍ଡୀପ୍ରସାଦ, ନୂଆସାହି ଆଦି ଗ୍ରାମର ଶତାଧିକ ମହିଳା,ପୁରୁଷ ସମେତ ବହୁ ଜନସାଧାରଣ ଯୋଗଦେଇ ନିଜ ନିଜ କ୍ଷୋଭ ପ୍ରକାଶ କରିଥିଲେ।ବିଶେଷ କରିପ୍ରସ୍ତାବିତ ଟାଉନ ପ୍ଲାନିଂ […]

ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୩୧ ପୁରସ୍କାର

ଭୁବନେଶ୍ଵର,୩୧।୧(ଏସଏସନିଉଜ)ନାଲକୋରେ ଅନୁଷ୍ଠିତ ଫୁଲ ପ୍ରଦର୍ଶନୀରେ ରାଜ୍ୟ ଉଦ୍ଭିଦ ଉଦ୍ୟାନ ଉତ୍କୃଷ୍ଟତା ପ୍ରଦର୍ଶନ କରିଛି।ପାତ୍ରଯୁକ୍ତ ଗଛ ଏବଂ କଟ୍ ଫୁଲ ବର୍ଗରେ ମୋଟ ୩୧ଟି ପୁରସ୍କାର ହାସଲ କରିଛି।ସେଥିପାଇଁ ଉଦ୍ୟାନକୁ ୧୫ଟି ପ୍ରଥମ ପୁରସ୍କାର, ୭ଟି ଦ୍ୱିତୀୟ ପୁରସ୍କାର ଏବଂ ୮ଟି ମେରିଟ୍ ପୁରସ୍କାର ସହିତ କଟ୍ ଫ୍ଲାୱାର ବିଭାଗରେ ସମ୍ମାନଜନକ “କିଙ୍ଗ୍ ଅଫ୍ ଦି ଶୋ” ଟାଇଟଲ୍ ହାସଲ କରିବାରେ ସକ୍ଷମ ହୋଇଛି ବୋଲି ଉପ ନିର୍ଦ୍ଦେଶକ ସନତ କୁମାର ନାରାୟଣ ସୂଚନା ଦେଇଛନ୍ତି।

ରଘୁନାଥପୁରରେ ହିନ୍ଦୁ ସମ୍ମିଳନୀ

ଭୁବନେଶ୍ୱର,୩୧।୧(ଏସଏସନିଉଜ)ରଘୁନାଥପୁର ବଡଭାଗବତ ଗୃହ ପ୍ରାଙ୍ଗଣରେ ସମଗ୍ର ହିନ୍ଦୁ ସମାଜ ଆନୁକୁଲ୍ୟରେ ହିନ୍ଦୁସମ୍ମିଳନୀ ଶନିବାର ଦିନ ଆୟୋଜିତ ହୋଇଯାଇଛି।ଏଥିରେ ଗାୟତ୍ରୀ ଯଜ୍ଞ,ହନୁମାନ ଚାଳିଶା ପାଠ ଓ ହିନ୍ଦୁତ୍ବ ଓ ହିନ୍ଦୁ ଏକତା ପାଇଁ ବୌଦ୍ଧିକ ଆଲୋଚନାଚକ୍ର ଓ ସମ୍ମିଳନୀ ଅନୁଷ୍ଟିତ ହୋଇଥିଲା। ବିଜୟ କୁମାର ରାଉତରାୟଙ୍କ ସଂଯୋଜନାରେ ଆୟୋଜିତ ସମ୍ମିଳନୀରେ ବିଷ୍ଣୁ ପ୍ରସାଦ ସେଠୀ,ମାଳିକା କଥାକାର ପଦ୍ମନାଭ ବେହେରା, ଡ.ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ହିନ୍ଦୁ ସମାଜର ସାଂପ୍ରତିକ ପରିସ୍ଥିତିରେ କର୍ତ୍ତବ୍ୟ ଓ ସନାତନ […]

ଆଜିଠୁ ଯୋରନ୍ଦା ମେଳା…

କଟକ,୩୧।୧(ଏସଏସନିଉଜ)ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା ଆରମ୍ଭ ହୋଇଛି।ମହଣ ମହଣ ଘିଅରେ ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ଦୀପ।ଲକ୍ଷାଧିକ ମହିମା ସାଧୁ ଓ ଭକ୍ତଙ୍କ ସମାଗମ ହେବା ସମ୍ଭାବନା ରହିଛି।ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟାରିକେଟର ବ୍ୟବସ୍ଥା ହୋଇଥିବା ବେଳେ ସିସିଟିଭି ନଜରରେ ସମସ୍ତେ ରହିବା ପାଇ ବ୍ୟବସ୍ଥା ହୋଇଛି।

ଖୁବ୍‌ଶୀଘ୍ର ଖୁଲାସା….

ଭୁବନେଶ୍ଵର,୩୦।୧(ଏସଏସନିଉଜ)ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଖୁଲାସା ହେବ କହିଲେ ଆଇନ ମନ୍ତ୍ରୀ ପ୍ରୁଥିରାଜ୍ ହରିଚନ୍ଦନ।ଦୀପାଳିଦାସଙ୍କ ବୟାନ ଉପରେ ଆଇନ ମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହୁଛନ୍ତିଯେ,ଦୀପାଳିଙ୍କ ମନ୍ତବ୍ୟ ଗଣମାଧ୍ୟମରେ ଦେଖିଲି। ପରିବାର ଲୋକଙ୍କ ସନ୍ଦେହକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି।ମାମଲାର ସତ୍ୟତା, ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ନେଇ ଆମୂଳଚୂଳ ତଦନ୍ତ ହେବ।ତଦନ୍ତକୁ ବନ୍ଦ କରିବାକୁ ଗତ ସରକାର ଚେଷ୍ଟା କରିଥିଲେ।ତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିବା ପରେ ପୁନଃ ତଦନ୍ତ ଆରମ୍ଭ ହୋଇଛି।ଖୁବ୍‌ଶୀଘ୍ର ହତ୍ୟାକାଣ୍ଡର ଖୁଲାସା […]

ନବନିର୍ମାଣ କୃଷକସଂଗଠନର ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୭।୧(ଏସଏସନିଉଜ)ଧାନକିଣାରେ ଅବ୍ୟବସ୍ଥା, ପ୍ରଦୂଷଣ ସାର୍ଟିଫିକେଟ ଆଳରେ ମାତ୍ରାଧିକ ତଣ୍ଡ ଏବଂ ବିଜୁଳି ଟାରିଫକୁ ନେଇ ନବନିର୍ମାଣ କୃଷକ ସଂଗଠନର ଓଡ଼ିଶାବନ୍ଦ ଡାକରା ଦିଆଯାଇଛି। ୨୮ତାରିଖ ସକାଳ ୬ରୁ ଦିନ ୨ଟାଯାଏଁ ୮ଘଣ୍ଟିଆ ବନ୍ଦଡାକରା ଦିଆଯାଇଛି ।ନବନିର୍ମାଣ କୃଷକସଂଗଠନର ଓଡ଼ିଶା ବନ୍ଦ ଡାକରାକୁ ବିଜେପିର ତାଚ୍ଛଲ୍ୟ କରିଛି।ନକଲି ଚାଷୀଙ୍କ ଆନ୍ଦୋଳନ ବୋଲି କହିଲେ ବିଜେପି ମୁଖପାତ୍ର ମନୋଜ ମହାପାତ୍ର।ନବନିର୍ମାଣ କୃଷକ ସଂଗଠନର ନେତା ଚାଷ ଜାଣିନାହାନ୍ତି।ଧାନ କି ବାଳୁଙ୍ଗା ଏମାନେ ଚିହ୍ନି ପାରିବେନାହିଁ।ବିଜେଡି ସମୟରେ ଚାଷୀ ହତାଶ ହେଉଥିଲେ […]

ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୭।୧(ଏସଏସନିଉଜ)ପୁରୀ ବାଲିସାହି ଶ୍ୱେତଗଙ୍ଗାଠାରେ ପିଣ୍ଡ ଦାନ କରିବେ ରାଷ୍ଟ୍ରପତି ବୋଲିସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଅରବିନ୍ଦ ପାଢୀ।ଫେବ୍ରୁଆରୀ ୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ପିଣ୍ଡଦାନ କରିବେ।ପିଣ୍ଡଦାନ ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ। ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ବାଗତ କରିବେ।ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ।ସେଦିନ ସକାଳ ୪ଟା ସୁଦ୍ଧା ଜୟବିଜୟ ଦ୍ୱାରଫିଟା ନୀତି କରାଯିବ।ସୁରକ୍ଷା ଦୃଷ୍ଟି କୋଣରୁ ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ।କୌଣସି ଭକ୍ତ […]

ବୋମା ଭିଡ଼ିଲା ବେଳେ ବିସ୍ଫୋରଣ:-ଡିସିପି

ଭୁବନେଶ୍ବର,୨୭।୧(ଏସଏସନିଉଜ) ଏୟାରଫିଲ୍ଡଥାନା ଆଜାଦନଗର ବିସ୍ଫୋରଣ ଘଟଣାରେ ଅପରାଧିକ କାର୍ଯ୍ୟ ପାଇଁ ବୋମା ଭିଡ଼ିଲା ବେଳେ ବିସ୍ଫୋରଣ ଘଟିଥାଇପାରେ ବୋଲି ଫିଲ୍ଡ ଭିଜିଟ୍‌ ପରେ ପ୍ରତିକ୍ରିୟା ରଖିଲେ ଭୁବନେଶ୍ବର ଡିସିପି । ଅପରାଧିକ ପୃଷ୍ଠଭୂମି ଦେଖିଲା ପରେ ଏପରି ଆଶଙ୍କା କରାଯାଉଛି ବୋଲି କହିଛନ୍ତି।ମୁଖ୍ୟ ଅଭିଯୁକ୍ତ ସେହନବାଜ ମଲିକ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି।ନୟାପଲ୍ଲୀ, ମୈତ୍ରିବିହାର ଥାନା ଅଞ୍ଚଳରେ ଅପରାଧିକ ମାମଲା ରହିଛି।ହତ୍ୟା ଉଦ୍ୟମ ଓ ବିସ୍ଫୋରଣ ଘଟାଇବା ପରି ମାମଲା ରହିଛି।ସେହନବାଜ, ତାଙ୍କ ମାଆ, ବାନ୍ଧବୀ […]