ଭୁବନେଶ୍ୱର,୩୧।୩(ଏସଏସନିଉଜ)ପ୍ରାଣୀଉଦ୍ୟାନ ନନ୍ଦନକାନନ ୨୦୨୫-୨୬ ଆର୍ଥିକ ବର୍ଷରେ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆସିଥିବା ସହ ଅଧିକ ପରିମାଣର ରାଜସ୍ୱ ଆଦାୟ କରିପାରିଛି।୨୦୨୫-୨୬ ଆର୍ଥିକ ବର୍ଷରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ୩୯,୭୬,୬୧୫ ଜଣ ପର୍ଯ୍ୟଟକ ଆସିଥିବା ବେଳେ ସମୁଦାୟ ୨୬.୩୧ କୋଟି ଟଙ୍କାର ରାଜସ୍ୱ ଆଦାୟ କରାଯାଇପାରିଛି।ଯାହାକି ଏକ ଇତିହାସ ସୃଷ୍ଟି କରିଛି।ରେ ସର୍ବାଧିକ।ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ୩୭,୯୬,୩୪୧ ଜଣ ଓ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ୧,୮୦,୨୭୪ ଜଣ ପର୍ଯ୍ୟଟକ ପରିଭ୍ରମଣରେ ଆସିଥିଲେ।ଏହି ଆର୍ଥିକ ବର୍ଷରେ ଆସିଥିବା ପର୍ଯ୍ୟଟକ ମଧ୍ୟରେ୩୩,୪୮,୯୩୩ ଜଣ ବୟସ୍କ,୬,୨୬,୬୪୬ ଜଣ ପିଲା ଏବଂ୧୦୩୬ ଜଣ ବିଦେଶୀ ନାଗରିକ ଥିଲେ।ତେବେ ସମୁଦାୟ ଆୟ ମଧ୍ୟରେ ପରିଦର୍ଶକଙ୍କ ପ୍ରବେଶ ଶୁଳ୍କ, ପାର୍କିଂ, କ୍ୟାମେରା ଶୁଳ୍କ ଇତ୍ୟାଦିରୁ ୧୬.୨୭ କୋଟି ଟଙ୍କା, ଆଉଟସୋର୍ସିଂ ସୁବିଧାରୁ ୯.୮୧ କୋଟି ଟଙ୍କା, ପ୍ରାଣୀ ଗ୍ରହଣ କାର୍ଯ୍ୟକ୍ରମରୁ ୦.୨୩ କୋଟି ଟଙ୍କା ଆମଦାନୀ କରାଯାଇ ପାରିଛି ବୋଲି ଉପ ନିର୍ଦ୍ଦେଶକ ଅଭୟ କୁମାର ଦଳାଇ ସୂଚନା ଦେଇଛନ୍ତି।