Browsing category

ମହାନଗର

ମନ୍ଦିର ହୁଣ୍ଡିରୁ ଲୁଟିନେଲେ ଦୁର୍ବୃତ୍ତ

ପିପିଲି,୮/୭(ଏସଏସନିଉଜ) ବିଳମ୍ବିତ ରାତିରେ ପିପିଲି ଗୋବର୍ଦ୍ଧନପୁର ଶନି ମନ୍ଦିରରୁ ଚୋରି ହୋଇଥିବାର ଅଭିଯୋଗ ହୋଇଛି ।ଚୋରମନାେ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିନେଇଛନ୍ତି ଦୁର୍ବୃତ୍ତ ।ଏହାସହ ଗତିଶ୍ବର ଶିବ ମନ୍ଦିରର ହୁଣ୍ଡି ତାଡ଼ିନେଇ ଦାନ ଟଙ୍କା ନେବା ପରେ ଦୟା ନଦୀରେ ହୁଣ୍ଡି ବାକ୍ସ ଚୋରମାନେ ଫିଙ୍ଗି ଦେଇଥିବାର ଜଣାପଡିଛି ।ଖବରପାଇ ପିପିଲି ପୋଲିସର ତଦନ୍ତ ଆରମ୍ଭ କରିଛି ।

ନଈକୁ ଖସିପଡ଼ିଲା କାର୍‌

ଭୁବନେଶ୍ୱର,୮/୭(ଏସଏସନିଉଜ) ଢେଲ୍‌ବା ନଦୀର ପ୍ରଖର ସ୍ରୋତରେ ପଡ଼ି ଭାସିଯିବାରୁ ୯ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି ।ଡେରାଡୁନ୍‌: ପଞ୍ଜାବରୁ ୧୧ଜଣ ପର୍ଯ୍ୟଟକଙ୍କୁ ନେଇ ଆଜି ସକାଳେ ଉତ୍ତରାଖଣ୍ଡର ରାମନଗର ଅଭିମୁଖେ ଯାଉଥିବା ବେଲେ କାରଟି ନଦୀକୁ ଖସିପଡିଥିଲା । ଖବର ପାଇ ଉତ୍ତରଖଣ୍ଡ ପୁଲିସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।୨ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯଇଥିବାବେଳେ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ଜଣାପଡିଛି ।

ଦକ୍ଷିଣମୋଡ଼ ବେଳେ ବଡ଼ ରଥର ମୁଖ୍ୟ କାଠ ଭାଙ୍ଗିଗଲା

ଢେଙ୍କାନାଳ ,୮/୭(ଏସଏସନିଉଜ) ବୁଧବାର ମହାପ୍ରଭୁଙ୍କ ରଥକୁ ଦକ୍ଷଣମୋଡ଼ କରାଯାଉଥିବା ବେଳେ ବଡରଥର ମୁଖ୍ୟକାଠ ଭାଙ୍ଗିଯାଇଥିଲା ।ପରେ ଗୁରୁବାର ଦିନ କ୍ରେନ୍ ଦ୍ବାରା ଦକ୍ଷିଣମୋଡ଼ କରାଯାଇଥିଲା । ଏହି ଘଟଣା ବାଜିଚୌକ୍ ସ୍ଥିତ ଶ୍ରୀ ଗୁଣ୍ତିଚା ମନ୍ଦିର ନିକଟରେ ଦେଖିବାକୁ ମିଳିଛି ।ବଡ଼ ରଥର ଭିତର ପାର୍ଶ୍ବରେ ଥିବା ମୁଖ୍ୟ କାଠ(ମୁଷଳୀ) ଭାଙ୍ଗିଯିବାରୁ ରଥ ପୂର୍ବ ପାଖକୁ ଢଳିକରି ରହିଥିଲା ।ଯାହାଫଳରେ ରଥ ଦକ୍ଷିଣମୋଡ଼ ହୋଇପାରିଲା ନାହିଁ। ଗୁରୁବାର ସକାଳୁ ସେବାୟତମାନେ ରଥକୁ ମରାମତି କରି ଦକ୍ଷିଣମୋଡ଼ କରିବା […]

ବଢିଲା କାରୋନା!

ଭୁବନେଶ୍ବର,୮/୭(ଏସଏସନିଉଜ) ପୁଣି ରାଜ୍ୟରେ କରୋନା ସଂକ୍ରାମଣ ବଢିବାରେ ଲାଗିଛି । ଗତକାଲି ୪୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୪୭୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ସେଥିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦୁଇଶହ ଟପିଛି ।ଏମାନଙ୍କ ମଧ୍ୟରୁ ୨୭୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୯୪ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୪୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର […]

ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର,୮/୭(ଏସଏସନିଉଜ) ଶୁକ୍ରବାର ଦିନିକିଆ ଓଡ଼ିଶା ଗସ୍ତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆସି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବାପରେ ବିଜେପି ଓବିଜେଡିର ନେତାମାନେ ମୁର୍ମୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି।ବିମାନବନ୍ଦରରେ ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ଭିଡ଼ ପରିଲକ୍ଷିତ ହୋଇଛି।ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେବା ପାଇଁ ବିଜେଡି ଓ ବିଜେପି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ପାରମ୍ପରିକ ନୃତ୍ୟ ପାଇକ ନାଚ, ବାଘ ନାଚ ଓ ଘୋଡ଼ା ନାଚରେ ଦ୍ରୌପଦୀ […]

ମୋ ଭଉଣୀକୁ ମାରିଦେଲେ!

ମେଣ୍ଢାଶାଳ,୭/୭(ଏସଏସନିଉଜ) ମୋ ଭଉଣୀକୁ ତାର ଶାଶୁଘର ଲୋକ ମାରିଦେଇଛନ୍ତି ।ମାରିଦେଇ ଆତ୍ମହତ୍ୟାର ରୁପ ଦେଉଛନ୍ତି ବୋଲି ଗୁରୁବାରଦିନ ଚନ୍ଦକାଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ଭାଇ ସନାତନବେହେରା । ସନାତନ କରିଥିବା ଅଭିଯୋଗ ଅନୁଯାୟୀ କଟକସଦରଥାନା ଅର୍ନ୍ତଗତ ପ୍ରତାପନଗରୀଗ୍ରାମର କେଶବବେହେରାଙ୍କ ଝିଅ ମିଲୀ (୨୮) ଗତ ୪ବର୍ଷତଳେ ଚନ୍ଦକାଥାନା ଅର୍ନ୍ତଗତ ଭୋଳାଗ୍ରାମର ଫାଲଗୁନିନାୟକଙ୍କ ପୁଅ ମନୋଜକୁ ପ୍ରେମବିବାହ କରିଥିଲେ ।ବିବାହର କିଛିଦିନ ପରେ ଯୈାତୁକ ପାଇଁ ଡଲି ଉପରେ ତାର ଶାଶୁୁଘର ଲୋକ ମାରଧର କରିବାସହ ଅକଥନୀୟ ଅତ୍ୟାଚାର […]

ଗଛଲଗାଇଲେ ସରପଂଚ

ମେଣ୍ଢାଶାଳ,୭/୭(ଏସଏସନିଉଜ)ମେଣ୍ଢାଶାଳ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରଧାନଶିକ୍ଷୟତ୍ରୀ ରତ୍ନମଞରୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମେଣ୍ଢଶାଳସରପଂଚ କୈାଶଲ୍ୟା ବଳିଆର ସିଂହ, ,ଅବସରପ୍ରାପ୍ତସେନାକର୍ମଚାରୀ ପ୍ରଭାତକୁମାର ରାଉତରାୟ ,ବରିଷ୍ଟ ଶିକ୍ଷକ ଦେବଦତ ନନ୍ଦ, ପ୍ରଫୁଲକୁମାର ପାତ୍ର, ସ୍କୁଲକମିଟି ଅଧକ୍ଷ ରମାକାନ୍ତ ମହାପାତ୍ର ,ସନ୍ତେଷ ମହାରଣା, ସନ୍ତୋଷକୁମାରସାହୁ, ନିଳକଣ୍ଠବାରିକ, ରମେଶ ବେହେରା,ପ୍ରଶନ୍ନଦାସ,ସସ୍ମିତାବାହିନିପତିଙ୍କ ସମେତ ସ୍କୁଲକମିଟିର ସଦସ୍ୟମାନେ ଯୋଗଦେଇ ପରିବେଶର ସୁରକ୍ଷା ପାଇଁ ଗୋଟେ ଗୋଟେ ବୃକ୍ଷରୋପଣ କରିଥିଲେ ।ଏହାପରେ ସ୍କୁଲର ଛାତ୍‌ୀଛାତ୍ରମାନେ ସ୍କୁଲ ଖେଳପଡିଆରେ […]

ବନ୍ଧାହେଲେ ଧୋକବାଜ ପ୍ରେମିକ

ମେଣ୍ଢାଶାଳ,୭/୭(ଏସଏସନିଉଜ)ଜଣେ ନାବାଳିକାକୁ ପ୍ରେମଜାଲରେ ପକାଇ ପ୍ରଥମେ ପ୍ରେମ କଲେ ।ଏହାପରେ ବିବହାର ପ୍ରତିଶୃତି ଦେଇ ଶାରରୀକ ସର୍ମ୍ପକ ରଖିଲେ ।ଯେତେବେଳେ ନାବାଳିକା ଜଣଙ୍କ ଗର୍ଭବତୀ ହୋର ଜଣାପଡିଲା ତାପରେ ଗର୍ଭନଷ୍ଟ କରିବାକୁ ବାଧ୍ୟ କଲେ ।ନାବାଳିକା ଜଣଙ୍କ ବାରଣ କରିବାରୁ ଧୋକାବାଜ ପ୍ରେମିକ ଆଉ ଧରାଦେଇନଥିଲେ ।ନାବାଳିକା ଜଣଙ୍କ ଫୋନ କରି କଥାହେବାକୁ ଚେଷ୍ଟାକରିବାରୁ ଜୀବନରେ ମାରିଦେବାକୁ ଧାମକ ଦେଇଥିଲେ ।ଏହାପରେ ନାବାଳିକା ଜଣଙ୍କ ଘଟଣା ବିଷୟରେ ପରିବାରରେ ଜଣାଇବାପରେ ବୁଧବାରଦିନ ପରିବାର ପକ୍ଷରୁ ଚନ୍ଦକାଥାନାରେ ଲିଖିତ […]

ବ୍ରାଉନସୁଗାର ଜବତ

କଟକ,୭/୭(ଏସଏସନିଉଜ) କଟକ ଫୁଲନଖରା ଛକରୁ ୪୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଫ୍ଲାଇଙ୍ଗ ସ୍କ୍ବାଡ । ଜବତ ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ୪୨ ଲକ୍ଷ ହେବ ବୋଲି ଜଣାପଡିଛି । ବ୍ୟବସାୟ ପାଇଁ ଅପେକ୍ଷା କରିଥିବାବେଳେ କୈାଣସି ସୁତ୍ରରୁ ଖବର ପାଇ ଫ୍ଲାଇଙ୍ଗ ସ୍କ୍ବାଡ ଫୁଲନଖରା ଛକରୁ ନିଆଳି ଅଂଚଳର ଏହି ବ୍ୟବସାୟୀ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା ।  

ହତ୍ୟା କରି ବିଲରେ ଫିଙ୍ଗି ଦେଲେ ଦୁର୍ବୃତ୍ତ!

ବାଲିପାଟଣା, ୭/୭(ଏସଏସନିଉଜ) ଶିଶିଲୋ ବୋଧଖଣ୍ଡି ନିକଟ ଧନୁଆ ନଦୀ ବନ୍ଧକଡ଼ ବିଲରେ ପଡିଥିବା ଆଶିଷ ଓଝା (୨୧)ଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି ।ପୋଲିସ ସାଇଣ୍ଟିଫିକ ଟିମ ଧରି ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ସମୟରେ ମୁଣ୍ଡରେ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିବାର ଜାଣିବାକୁ ପାଇଛି ।ତେବେ ଭଉଣୀ ବାହାଘର ପାଇଁ ଆଶିଷ ଆଜି ବରଧରା ଯାଇଥାନ୍ତେ। କିନ୍ତୁ ବୁଧବାର ରାତି ରେ କେହିତାଙ୍କୁ ଫୋନକରିଡାକିବାରୁ ସେ ଘରୁ ସାଇକେଲ ନେଇ ପଳାଇ ଆସିଥିଲେ […]