Browsing category

ମହାନଗର

ଉଠାଇନେଲା ପୋଲିସ

ଭୁବନେଶ୍ୱର,୧୧/୭(ଏସ ଏସ ନିଉଜ)ବିଜେବି କଲେଜ ସାମ୍ନାରୁ ରୁଚିକାଙ୍କ ମାଆଙ୍କୁ ଉଠାଇ ନେଲା ପୋଲିସ ।ଆତ୍ମହତ୍ୟା କରିଥିବା ରୁଚିକାଙ୍କ ମାଆଙ୍କୁ ଜବରଦସ୍ତ ଉଠାଇଲା ପୋଲିସ।ରୁଚିକାଙ୍କ ମାଆଙ୍କୁ ରାସ୍ତାରୁ ଘୋଷାଡ଼ି ଘୋଷାଡ଼ି ନେଲା ପୋଲିସ।ଝିଅକୁ ନ୍ୟାୟ ପାଇଁ ଧାରଣା ଦେଇଥିବା ମାଆଙ୍କୁ ଉଠାଇନେଲା।

ପୁଣି ହାତୀ ମୃତ

ଖୋର୍ଦ୍ଧା,୧୧/୭(ଏସ ଏସ ନିଉଜ) ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଦନ୍ତା ହାତୀ ମୃତୁ ବରଣ କରିଛି । ଜଙ୍କିଆ ନିକଟ ଗୋଳବାଇ ରାସ୍ତାର ଏକ ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରେ ଲାଗି ମୃତ ବରଣ କରିଛି ।ମୃତ ହାତୀକୁ ଆଉ ଗୋଟିଏ ହାତୀ ଜଗି ରହିଛି, ଘଟଣା ସ୍ଥଳରେ ବନ କର୍ମଚାରୀମାନେ ଜଗି ରହିଛନ୍ତି ।ବନ କର୍ମଚାରୀମାନେ ହାତୀ ଜଗି ରହିଥିବା ଅଞ୍ଚଳକୁ କାହାକୁ ଛାଡୁ ନାହାନ୍ତି।

ଅଟକିଗଲା କେବୁଲ କାର୍

ଭୁବନେଶ୍ୱର,୧୦/୭(ଏସଏସନିଉଜ) ତେହେରୀ ଜିଲ୍ଲାର ସୁରକଣ୍ଡା ଦେବୀ ମନ୍ଦିର ରୋପୱେରେ ଫସି ଯାଇଥିଲା ଟ୍ରଲି ।ଫଳରେ ୪୫ମିନଟ ପରେ ସୁରକ୍ଷିତଭାବେ ଉତ୍ତରାଖଣ୍ଡରେ ଜଣେ ବିଜେପି ବିଧାୟକଙ୍କ ସମେତ ୬୦ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସମସ୍ତ ଯାତ୍ରୀ ନିରାପଦରେ ବାହାରକୁ ଆସିଛନ୍ତି ଏବଂ ରୋପୱେ ବର୍ତ୍ତମାନ ସୁରୁଖୁରୁରେ ଚାଲୁଛି । ଟ୍ରଲିରେ କୌଣସି ଯାତ୍ରୀ ଫସି ନାହାଁନ୍ତି ବୋଲି ତେହେରୀର ଏସଏସପି ନବନୀତ ଭୁଲାର ଏଏନଆଇକୁ କହିଛନ୍ତି। ଅନ୍ୟପକ୍ଷରେ, କେବୁଲ କାରରୁ ଉଦ୍ଧାର ହୋଇଥିବା ବିଜେପି ବିଧାୟକ କିଶୋର […]

ବିଚାରାଧୀନ ବନ୍ଦୀଙ୍କମୃତ୍ୟୁ

ଭୁବନେଶ୍ୱର,୧୦/୭(ଏସଏସନିଉଜ) ଝାରପଡ଼ା ଜେଲରେ ବିଚାରାଧୀନ ବନ୍ଦୀ ମୀର ସୈରୁଦ୍ଦିନଙ୍କ ମୃତ୍ୟୁବରଣ କରିଚନ୍ତି ।୨୦୧୭ରୁ ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ରହୁଥିଲେ ।ଆଜି ସକାଳେ ପଡ଼ିଯିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା ।ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର ।ଅନ୍ୟପଟେ ହୃଦଘାତରେ ମୃତ୍ୟୁ ବୋଲି କହିଛନ୍ତି ଜେଲ୍ କର୍ତ୍ତୃପକ୍ଷ ।

ସ୍କୁଲ କ୍ୟାମ୍ପସ୍‌କୁ ସାମ୍ବାଦିକଙ୍କ ପ୍ରବେଶ ମନା!

ଭୁବନେଶ୍ୱର, ୧୦/୭(ଏସଏସନିଉଜ)ଏବେ ବିନା ଅନୁମତିରେ ଆଉ ସ୍କୁଲ କ୍ୟାମ୍ପସ୍ ଭିତରେ ପଶି ପିଲାମାନଙ୍କୁ କୌଣସି ପ୍ରଶ୍ନ ପଚାରି ପରିବେନି ଗଣମାଧ୍ୟମ ପ୍ରତିନିଧି। ଏନେଇ କଙ୍କଡାହାଡ ବ୍ଲକରେ ଥିବା ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଚିଠି କରିଛନ୍ତି ବ୍ଳକ୍ ଶିକ୍ଷାଧିକାରୀ । ସ୍କୁଲ ପରିସର ମଧ୍ୟକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନୁମତି ଦିଆନଯାଉ। ଯଦି କୌଣସି ଗଣମାଧ୍ୟମ ପ୍ରତିନିଧି କିମ୍ବା କ୍ୟାମେରାମେନ ଅନୁମତି ବିନା ସ୍କୁଲରେ ପଶନ୍ତି, ତାହାହେଲେ ପ୍ରଧାନ ଶିକ୍ଷକ ତୁରନ୍ତ ସେମାନଙ୍କ ନାଁରେ ଥାନାରେ ଏତଲା ଦିଅନ୍ତୁ। ଏଥିରେ […]

ବାହୁଡିଲେ ମହାବାହୁ

ବାରଙ୍ଗ,୯/୭(ଏସଏସନିଉଜ) ନନ୍ଦନକାନନ ଓ ବାରଙ୍ଗ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଶାନ୍ତିଶୃଙ୍ଖଳାରେ ବାହୁଡା ଯାତ୍ରା ଅନୁଷ୍ଟିତ ହୋଇଯାଇଛି।ପଦାସାହି ଭଗବତୀନଗର ଗ୍ରାମର ମା ନାଗେଶ୍ବରୀ ମନ୍ଦିରରୁ ବାହାରି ଭଗବତୀନଗର ଗାଁ ଦାଣ୍ଡ ରାସ୍ତାଦେଇ ଗ୍ରାମ ପରିକ୍ରମା କରି ଗ୍ରାମ ଭାଗବତ ଘର ନିକଟ ଜଗନ୍ନାଥ ମନ୍ଦିର ନିକଟକୁ ଫେରିଥିଲେ।ଭଗବତୀ ନଗର ଗ୍ରାମର ନିର୍ମାଲ୍ୟ ଭଞଙ୍କ ନେତୃତ୍ବରେ କୁନିକୁନି ପିଲାମାନେ ରଥ ଟାଣିଥିଲେ।୧ବର୍ଷର ଦୁଇ କୁନି ଝିଅଙ୍କ ରଥଟଣା ଦେଖିବାକୁ ଭିଡ ଜମିଥିଲା।ସେହିପରି ରଘୁନାଥପୁର ଗାଁମୁଣ୍ଡ ମାଉସୀମା ମନ୍ଦିରରୁ ରଥ ଟଣାଯାଇ […]

ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ

ଭୁବନେଶ୍ବର,୯/୭(ଏସଏସନିଉଜ) ଦିନକୁଦିନ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି ।ଏହାଭିତରେ କଟକ,ଭୂବନେଶ୍ୱର,ପୁରୀରେ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଭବିଷ୍ୟତରେ ଚିନ୍ତାଜନକ ସ୍ଥିତି ଉପୁଜିବାକୁ ଯାଉଛି ।ଯାହାଫଳରେ କଟକ,ଭୂବନେଶ୍ୱର,ପୁରୀ ରେଡ ଯୋନରେ ସାମିଲ ହୋଇଛି ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ କୋଭିଡ କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି।ଏହାସହ ମାସ୍କ ବାଧ୍ୟତାମୂଳକ କରାଯିବାସହ ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ […]

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ରଥଟଣା

ପୁରୀ,୯/୭(ଏସଏସନିଉଜ) ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ରଥଟଣା । ଗଜପତି ମହାରାଜ ଛେରାପହଁରା କରିବା ପରେ ଶ୍ରଦ୍ଧାଳୁମାନେ ପ୍ରଥମେ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ଆରମ୍ଭ କରିଛନ୍ତି ।ଆଜି ସଅଳ ସଅଳ ପହଣ୍ଡିବିଜେ ଆରମ୍ଭ ହୋଇଥିଲା। ତେବେ ପୁର୍ବ ନିର୍ଦ୍ଧାରିତ ସମୟ ପୁର୍ବରୁ ରତଟଣା ଆରମ୍ଭ ହୋଇଥିବାର ଜଣାପଡିଛି । ତେବେ ଜୁଲାଇ ୧୦ରେ ସୁନାବେଶ, ୧୧ରେ ଅଧରପଣା, ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।  

ଅଟକିଲା ଭସାପୋଲ

କୃଷ୍ଣପ୍ରସାଦ,୮/୭(ଏସ ଏସ ନିଉଜ)ମଝି ଚିଲିକାରେ ଅଟକିଲା ଭସାପୋଲ ।ଜହ୍ନିକୁଦାରୁ ସାତପଡ଼ା ଯାଉଥିବା ବେଳେ ଚିଲିକାରେ ଅଟକିଲା।୧୫ ବାଇକ୍, ୪ଟି ୪ ଚକିଆ ଗାଡ଼ି ସହ ୫୦ରୁ ଊର୍ଦ୍ଧ୍ୱ ଲୋକ ଅଛନ୍ତି ।ଉଦ୍ଧାର ଉଦ୍ୟମ ଜାରି ରହିଥିବାର ଜଣାପଡିଛି ।

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପରଲୋକ

ଭୁବନେଶ୍ୱର,୮/୭(ଏସ ଏସ ନିଉଜ)ଗୁଳିମାଡ଼ରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମୃତ।ଏକ ସଭାରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା।ନାରା ସହରରେ ଭାଷଣ ଦେବା ବେଳେ ଗୁଳିମାଡ଼ ହୋଇଥିଲା ।ସିଞ୍ଜୋ ଆବେଙ୍କ ପଛପଟୁ ଦୁର୍ବୃତ୍ତ ୨ ରାଉଣ୍ଡ ଗୁଳିମାଡ଼ କରିଥିଲା।ଜନସଭାକୁ ସମ୍ବୋଧନ କରିବା ସମୟରେ ହୋଇଥିଲା ଗୁଳିମାଡ ।