Browsing category

ମହାନଗର

ସାବଧାନ ହୋଇଯାଆନ୍ତୁ!

ଭୁବନେଶ୍ୱର, ୧୩/୬(ଏସନିଉଜ)ସାବଧାନ ହୋଇଯାଆନ୍ତୁ ! ଖୁବଶୀଘ୍ର କାର‌୍ୟ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ିଚାଳକମାନେ ଆଉ ଖସି ପାରିବେନି । ପରିବହନ ବିଭାଗ ପକ୍ଷରୁ ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥରେ ନିୟୋଜିତ […]

ଏଥର ଜମିବ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୩/୬(ଏସନିଉଜ) ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଏଥର ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ।ଏଥର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବବୋଲି କହିଛନ୍ତି ।

୩ଘଣ୍ଟା ପରେ ବାହାରିଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡିର ପଚରାଉଚରା ଶେଷ ହୋଇଛି ।ପ୍ରାୟ ୩ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ସମନ କରିଥିଲା ଇଡି।

ଯୁବକର ଉନ୍ମତ୍ତ କାଣ୍ଡ

ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)ରାଜଧାନୀରେ ମାନସିକ ଅନଗ୍ରସର ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି । ଭିଏସ୍ଏସ୍ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣଙ୍କ ଆକ୍ରମଣ କରିଛି ।ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମାନସିକ ଅନଗ୍ରସର ଯୁବକର ଘର ଛତିଶଗଡ଼ ବୋଲି ଜଣାପଡିଛି ।

କଡା କାର୍ଯ୍ୟାନୁଷ୍ଠାନର ସୂଚନା ଦେଲେ ପିସିସିଏଫ୍

ଆଠଗଡ଼,୧୩/୬(ଏସ ଏସ ନିଉଜ)ଆଠଗଡ଼ ବଡ଼ମ୍ବା ରେଞ୍ଜରେ ୨ ହାତୀ କଙ୍କାଳ ମିଳିବା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ର ସୂଚନା ଦେଲେ ପିସିସିଏଫ୍ ଶଶି ପଲ୍ ।ଦରକାର ପଡ଼ିଲେ ଆଠଗଡ଼ DFO ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି କହିଲେ ।ଏଯାବତ ଏହି ଘଟଣାରେ ଜଣେ ରେଞ୍ଜରଙ୍କ ସମେତ ୫ ଜଣ ସସ୍ ପେଣ୍ଡ ହୋଇଛନ୍ତି ।

ସ୍ନାନଯାତ୍ରା ପ୍ରସ୍ତୁତି ଆରମ୍ଭ

ପୁରୀ,୧୩/୬(ଏସଏସନିଉଜ)ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ସ୍ନାନଯାତ୍ରା ପାଇଁ ଆରମ୍ଭ କଲେ ପ୍ରସ୍ତୁତି ପର୍ବ । ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ ।ଆଜି ଦଇତାପତି ସେବକ ମାନେ ସେନାପଟା ଲାଗି ନୀତି ସମ୍ପାଦନା କରିବେ।

ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

କଟକ,୧୨/୬(ଏସଏସନିଉଜ)ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର‌୍ୟ୍ୟ ୧୪୯ ରନ୍ ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ୬ ୱିକେଟ ହରାଇ ହାସଲ କରିନେଇଛି । ଦଳ ପକ୍ଷରୁ ହେନରିକ କ୍ଲାସେନ […]

ପ୍ରଥମେ ବ୍ୟାଟିଂ କରିବ ଭାରତ

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଟସ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଭାରତ – ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ । ଟସ ଜିତିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ।ମ୍ୟାଚ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି ।

ବାରବାଟୀ ଅଭିମୁଖେ ୨ ଟିମ୍

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ବାରବାଟୀ ଅଭିମୁଖେ ଯାଉଛନ୍ତି ୨ ଟିମ୍ ।ସ୍ବତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମ ଯାଉଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ ଟିମ୍।ସନ୍ଧ୍ୟା ୭ଟାରେ ବାର ବାଟୀରେ ଉଭୟ ଟିମ୍ ମୁହାଁମୁହିଁ ହେବେ ।