Browsing category

ମହାନଗର

ଖୋଲିଲା ଷ୍ଟାଡିୟମର ଗେଟ୍

କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍ ରହିଛି ।

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କ ସ୍ବାସ୍ଥାବସ୍ଥାର ନୀରିକ୍ଷଣ ପାଇଁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲ୍‌ରେ ରଖାଯିବ ବୋଲି ସୂଚନା ମିଳିଛି ।

ଆରମ୍ଭ ହେବ ୪୩ ଦିନ ଯାତ୍ରା

ଭୁବନେଶ୍ୱର,୧୨/୬(ଏସଏସ ନିଉଜ)ଜୁନ୍ ୩୦ ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୧ ତାରିଖ ୨୦୨୨ ଅର୍ଥାତ୍ ରକ୍ଷାବନ୍ଧନରେ ଶେଷ ହେବ। ଏହା ହେଉଛି ଦୁନିଆର ଏକମାତ୍ର ଶିବଲିଙ୍ଗ ଯାହା ଚନ୍ଦ୍ରର ଆଲୋକ ଉପରେ ନିର୍ଭର କରି ବଢିଥାଆନ୍ତି ଏବଂ ସଂକୁଚିତ ହୋଇଥାନ୍ତି। ପ୍ରତିବର୍ଷ ଶ୍ରାବଣ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ଶିବଲିଙ୍ଗ ଏଠାରେ ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହା ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ଆକାରରେ ଯଥେଷ୍ଟ କମିଯାନ୍ତି।

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ

ପୁରୀ,୧୨/୬(ଏସ ଏସ ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଥିବାବେଳେ , ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ମ୍ୟାଚ୍ ଦେଖିବେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ବାରବାଟୀ ଆସୁଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ୧ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦାଦା ।ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ବୋଲି ଜଣାପଡିଛି ।

ପୁଣି ଜଳିଲା

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ) ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ।

ରଜରେ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨/୬(ଏସ ଏସ ନିଉଜ)ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ ହେଉଛି। ଏହା ଭିତରେ ମୌସୁମୀ ଆଗମନର ସମ୍ଭାବନା ରହିଥିବାବେଳେ ଏବେଠୁ ରାଜ୍ୟରେ ପ୍ରାକ୍‌ ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି। ତେବେ ପୂର୍ବ ଆକଳନ ମୁତାବକ ଜୁନ୍‌ ୧୨ରେ ମୌସୁମୀ ବାୟୁ ଓଡ଼ିଶା […]

୨୦କେଜି ଗଞ୍ଜେଇ ଜବତ

ଭୁବନେଶ୍ବର,୧୨/୬(ଏସ ଏସ ନିଉଜ) ଭୁବନେଶ୍ବର ରେଲୱେ ଷ୍ଟେସନରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି ।ଏହାସହ ଜଣକୁ ଗିରଫ କଲା RPF କ୍ରାଇମବ୍ରାଞ୍ଚ । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଟ୍ରାଭେଲ ବ୍ୟାଗରେ ଖୋର୍ଦ୍ଧାରୁ ହରିଦ୍ବାର ଗଞ୍ଜେଇଚାଲାଣହେଉଥିଲା । କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଯାଉଥିଲେ ଗଞ୍ଜେଇ ବେପାରୀ ।

ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ,୧୨/୬(ଏସ ଏସ ନିଉଜ)ବିଳମ୍ବିତ ରାତିରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବିବାହ ଉତ୍ସବ।ସକାଳ ଧୂପ ନୀତି ବିଳମ୍ବ ଯୋଗୁଁ ମଦନମୋହନ-ରୁକ୍ମିଣୀଙ୍କ ବିବାହ ବିଳମ୍ବିତ ହୋଇଥିଲା।ଆଜି ବିଳମ୍ବରେ ହେଲା ଶ୍ରୀମନ୍ଦିରର ଦ୍ୱାରଫିଟା ।ଯାହାଫଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଜୁଲାଇ ୧ରୁ ଘରୋଇ ବସ ଧର୍ମଘଟ

ଭୁବନେଶ୍ୱର,୧୧/୬(ଏସ ଏସ ନିଉଜ) ଜୁଲାଇ ୧ରୁ ଘରୋଇ ବସ ଧର୍ମଘଟ ଦେବାକୁ ଚେତାବନୀ ଦେଇଛନ୍ତି ।ଦାବି ପୂରଣ ନ ହେଲେ ଧର୍ମଘଟ ନେଇ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ ସମ୍ପାଦକ ।୬ ମାସ ବିତିଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରି ନାହାନ୍ତି। ବସ‌ରେ ପରମିଟ ତୃତୀୟ ପକ୍ଷକୁ ହସ୍ତାନ୍ତର କାର୍ଯ୍ୟକାରୀ ହେଉନି ବୋଲି ଅଭିଯୋଗ ଜରିଛନ୍ତି ।