ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ

ଭୁବନେଶ୍ୱର,୨୩/୬(ଏସ ଏସ ନିଉଜ)ନାମାଙ୍କନରେ ଦସ୍ତଖତ କଲେ ୨ ମନ୍ତ୍ରୀ ।ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ରରେ ଦସ୍ତଖତ କଲେ ଓଡ଼ିଶାର ୨ କ୍ୟାବିନେଟ ମନ୍ତ୍ରୀଟୁକୁନି ସାହୁ ଓ ଜଗନ୍ନାଥ ସାରକା ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦସ୍ତଖତ କଲେ ।ଅନ୍ୟପଟେ ଆଜି ଦିଲ୍ଲୀ ଗସ୍ତ କରିବେ ବିଜେପିର ୧୦ ଜଣ ବିଧାୟକ।ସନ୍ଧ୍ୟାରେ ଦିଲ୍ଲୀ ଗସ୍ତ କରିବା ନେଇ ସୂଚନା ମିଳିଛି ।ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ଦାଖଲ ବେଳେ ଉପସ୍ଥିତ ରହିବେ ବୋଲି ଜଣାପଡିଛି ।

Comments (0)
Add Comment