Browsing category

ମହାନଗର

ଚିହ୍ନଟ ହେଲେ ୨ ସ୍ୱାଇନ୍ ଫ୍ଲୁ ରୋଗୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ରାଜ୍ୟରେ ୨ ଜଣ ସ୍ୱାଇନ୍ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି ।ସେମାନଙ୍କ ମଧ୍ୟରେ ଜଣେ ୩୮ ବର୍ଷୀୟ ପୁରୁଷ ଓ ଅନ୍ୟ ଜଣେ ୨୮ ବର୍ଷୀୟ ମହିଳା ଆକ୍ରାନ୍ତ ହୋଇଛନ୍ତି ।ଉଭୟେ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଥିବାର କହିଛନ୍ତି।

ବ୍ରଜରାଜନଗରରେ ବିଜେଡି ଜିତିଲା

ଭୁବନେଶ୍ୱର,୩/୬(ଏସ ଏସ ନିଉଜ)ବ୍ରଜରାଜନଗର ଉପ ନିର୍ବାଚନରେ ୬୫ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜେଡି ବିଜୟୀ ଲାଭ କରିଛି ।ଯଦିଓ ବିଧିବଦ୍ଧ ଭାବେ ଘୋଷଣା ହୋଇନାହିଁ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ ଙ୍କୁ ପରାସ୍ତ କରି ଅଳକା ବିଜୟ ଲାଭ କରିଛନ୍ତି ।ତେବେ ବିଜେପିର ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି ।

EDରେ ହାଜର ହେଲେ ପ୍ରଭାତ ତ୍ରିପାଠୀ

ଭୁବନେଶ୍ୱର,୩/୬(ଏସ ଏସ ନିଉଜ) EDରେ ହାଜର ହେଲେ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ।ପ୍ରଭାତ ତ୍ରିପାଠୀ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ଲିଙ୍କ୍‌ରେ ହାଜର ହେଲେ ପ୍ରଭାତ ତ୍ରିପାଠୀ। ଆଜି ହାଜର ହେବା ପାଇଁ ED ପକ୍ଷରୁ ନୋଟିସ୍ ହୋଇଥିଲା .।

ଗାଇଡଙ୍କ ଟିକେଟ କାଟିବା ଉପରେ କଟକଣା

ବାରଙ୍ଗ,୨/୬(ଏସଏସନିଉଜ)ଆଉ ଗାଇଡମାନେ ନନ୍ଦକାନନର ପ୍ରବେଶ ଟିକେଟ କାଟିପାରିବେନାହିଁ ।ଗୁରୁବାରଠାରୁ ଗାଇଡମାନଙ୍କ ଟିକେଟ କାଟିବା ଉପରେ ରୋକ ଲଗାଇଛନ୍ତି ନନ୍ଦନକାନନ କର୍ତୁପକ୍ଷ ।ଗୁରୁବାର ଅପରାହ୍ନରେ ରାଜସ୍ୱବିଭାଗର ରେଞର ସାବଗତିକାସାହୁ ଅଚାନକ ଟିକେଟ କାଉଂଟର ପାଖରେ ପହଂଚି ଗାଇଡମାନଙ୍କୁ ଟିକେଟ ନଦେବାକୁ କାଉଂଟରରେ ଥିବା କର୍ମଚାରୀମାନଙ୍କୁ କହିଥିଲେ ।ଏହା ଜାଣିବାପରେ ଗାଇଡମାନେ ଆସି ହାହୋ୍‌ଲା କରିଥିଲେ ।ରେଞର ଗାଇଡମାନଙ୍କୁ ବୁଝାସୁଜା ନକରିପାରିବାରୁ ବାଧ୍ୟ ହୋଇ ଉପନିର୍ଦ୍ଦେଶକ ଘଟଣାସ୍ଥଳରେ ପହଁଚିବା ସହ କଳାବଜାରୀ ରୋକିବା ସହ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି […]

ଗୋଟିଏ ଦିନରେ ୩ନାଗସାପ ଉଦ୍ଧାର

ମେଣ୍ଢାଶାଳ,୨/୬(ଏସଏସନିଉଜ)ଅତ୍ୟଧିକ ଗରମ ଓ ସୁର୍ଯ୍ୟତାପ ବୃଦ୍ଧି ଯୋଗୁ ସାପ ସବୁବାହାରି ବିଭିର୍ଣ ଲୋକଙ୍କ ଘରେ ପଶୁଥିବାର ଦେଖାଦେଇଛି ।ବୁଧବାରସନ୍ଧ୍ୟାରେ ମେଣ୍ଢାଶାଳ ଗ୍ରାମର ଅଭିନ୍ନମାନସିଂହ,ଗିରିଙ୍ଗାପୁଟ ଗ୍ରାମର ଟୁଟୁସାହୁଙ୍କ ଘରୁ ୬ଫୁଟ ଲମ୍ବର ତିନଟି ନାଗସାପ ଉଦ୍ଧାର ହୋଇଛି ।ମେଣ୍ଢାଶାଳ ଗ୍ରାମର ସାପଧରାଳି ସଂଯୁକ୍ତପାତ୍ର ୩ଟିନାଗାସପକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାବେଳେ ଗିରିଙ୍ଗାପୁଟରୁ ଧରା ହୋଇ ଥିବାସାପକୁ କୁକୁଡାମୁଣ୍ଡି ପାହଡରେ ଛାଡିଥିବାର ଜଣାପଡିଛି ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ସିଦ୍ଧେଶ୍ୱର ପାହାଡରେ ଗୋଟିକିଆ ଦନ୍ତା

ବାରଙ୍ଗ,୨/୬(ଏସଏସନିଉଜ)ଗୁରୁବାରଦିନ ସକାଳେ ନରାଜ ସିଦ୍ଧେଶ୍ୱର ପାହଡରେ ଗୋଟିଏ ବଣୁଆ ଦନ୍ତାହାତୀ ଥିବାର ଦେଖିବାକୁ ମିଳୁଛି ।ସକାଳେ ସ୍ଥାନୀୟ ଲୋକମାନେ ଏହାକୁ ଦେଖିବାପରେ ଦନ୍ତାକୁ ଦେଖିବାପାଇଁ ଦେଖଣାହାରୀଙ୍କର ଭୀଡ ଲାଗିରହିଥିଲା ।ଖବରପାଇ ଭଗିପୁର ବନଖଣ୍ଡ ଅଧିକାରୀ ଓ କର୍ମଚାରୀ ମାନେ ପହଁଂଚି ଗୋଟିକିଆ ବଣୁଆ ଦନ୍ତାହାତୀର ଗତିବିଧି ଉପରେ ନଜର ରଖିଥିଲେ ।ଏହି ଦନ୍ତାଟି ଆଠଗଡ ବନଖଣ୍ଡରୁ ବାହାରି ମହାନଦୀ ପାର ହୋଇ ଚନ୍ଦକା-ଡମପଡା ବନଖଣ୍ଡକୁ ଯାଉଥିବାବେଳେ ସକାଳ ହୋଇଯିବାରୁ ସିଦ୍ଧେଶ୍ୱର ପାହଡକୁ ଚାଲିଆସିଥିଲା ବୋଲି ଅନୁମାନ କରିଛି […]

କମିନି ନବୀନଙ୍କ କ୍ରେଜ

ଭୁବନେଶ୍ୱର,୧/୬(ଏସଏସନିଉଜ) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନୀତିରେ ୨୫ ବର୍ଷ ପୂରଣ କରିଛନ୍ତି । ବର୍ଷ ପରେ ବର୍ଷ ବିତିଛି, କିନ୍ତୁ କମିନି ନବୀନଙ୍କ କ୍ରେଜ । ଅପରାଜେୟର ରେକର୍ଡ ସହ ଓଡ଼ିଶାର ଶାସନଭାର ଧରିଛନ୍ତି ନବୀନ ।୨୫ ବର୍ଷ ପୂର୍ବ ଆଜିର ଦିନରେ ରାଜନୀତିରେ ପାଦ ଥାପିଥିଲେ ନବୀନ । ତାଙ୍କ ନେତୃତ୍ବରେ ବିଜୁ ଜନତା ଦଳ ଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡ଼ିଶାରେ କ୍ଷମତାସୀନ ରହିଛି । ତାଙ୍କ ନେତୃତ୍ବରେ ବିଜୁ ଜନତା […]

ଏଥର ବିଦେଶ ଫେରନ୍ତାଙ୍କ ଉପରେ ନଜର

ଭୁବନେଶ୍ୱର,୧/୬(ଏସଏସ ନିଉଜ)ଏଥର ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖିବେ ସରଜାର । ବିଶ୍ବର ୩୦ଟି ଦେଶରେ ମଙ୍କି ପକ୍ସ ବ୍ୟାପିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏବେ ବିଦେଶ ଫେରନ୍ତାଙ୍କ ତଥ୍ୟ ସଂଗ୍ରହ କରିବ ସ୍ବାସ୍ଥ୍ୟ ବିଭାଗ। ବିଶେଷ କରି ଆକ୍ରାନ୍ତ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ ନଜର ରଖିବ ସ୍ବାସ୍ଥ୍ୟ ବିଭାଗ ।

ସରିଲା ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ,୧/୬(ଏସ ଏସ ନିଉଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଶେଷ ହୋଇଛି । ଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିବାର ଜଣାପଡିଛି ।

ଜୁଲାଇ ୪ରୁ୮ OJEE

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)OJEE-୨୦୨୨ ପାଇଁ ପ୍ରକାଶ ପାଇଲା ପରୀକ୍ଷା ସୂଚୀଜୁଲାଇ ୪ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୮ ତାରିଖରେ ସରିବ।ପ୍ରତିଦିନସକାଳ ୯ଟାରୁ ଆରମ୍ଭ ହୋଇ ୩ଟି ସିଫ୍ଟରେ ପରୀକ୍ଷା ହେବ ।ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ୍ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ହେବ।ଜୁଲାଇ ୫ର ୧ମ ଓ ୨ୟ ସିଫ୍ଟରେ MCA/M.Sc ପରୀକ୍ଷା ଓ ଜୁଲାଇ ୫ରେ ୩ୟ ସିଫ୍ଟରେ M.Tech, M.Arch, M.Pharm, B.CAT ପରୀକ୍ଷା ହେବ।୬ ତାରିଖରେ ପ୍ରଥମ ୨ଟି ସିଫ୍ଟରେ […]