Browsing category

ମହାନଗର

କେକେଙ୍କ ମୁହଁ ମୁଣ୍ଡରେ କ୍ଷତ!

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ବଲିଉଡର ଲୋକପ୍ରିୟ ଗାୟକ କ୍ରିଷ୍ଣକୁମାର କୁନ୍ନାଟ ଓରଫ କକ କୋଲକାତାର ଏକ ଲାଇଭ ଶୋରେ ଗୀତ ଗାଉଥିବା ବେଳେ ଅସୁସ୍ଥ ହୋଇପଡି ତଳେ ପଡିଯାଇଥିଲେ । ଏହାପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ତାଙ୍କୁ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।କେକେଙ୍କ ମୃତ୍ୟୁକୁ ନେଇ ଏବେ ବଢୁଛି ସସ୍ପେନ୍ସ ।ପଞ୍ଚନାମା ବେଳେ କେକେଙ୍କ ମୁହଁ, ମୁଣ୍ଡରେ ଆଘାତ ଚିହ୍ନ […]

ବାରବାଟୀ ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା

କଟକ,୧/୬(ଏସ ଏସ ନିଉଜ) ବାରବାଟୀରେ ହେବାକୁ ଥିବା ଟି-ଟ୍ୱେଣ୍ଟି ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ମାମଲା ଦାୟର ହୋଇଛି ।ମ୍ୟାଚ୍ ବନ୍ଦ ପାଇଁ ଦାୟର ହେଲା ଜନସ୍ୱାର୍ଥ ମାମଲା ।ଢେଙ୍କାନାଳ ଭୁବନର ଜନୈକ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ଦାୟର କରାଯାଇଥିବାବେଳେ ରାଜ୍ୟ ସରକାର, ଈଉଉଓ ଆଦି ୧୫ ଜଣଙ୍କୁ ପକ୍ଷଭୁକ୍ତ କରି ମାମଲା ଦାୟର ହୋଇଥିବାର ଜଣାପଡିଛି ।

ସୋନିଆ ରାହୁଲଙ୍କୁ ଇଡି ନୋଟିସ !

ଭୁବନେଶ୍ୱର,୧/୫(ଏସ ଏସ ନିଉଜ) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନୋଟିସ ଜରିକରିଛି ।ସୋନିଆଙ୍କ ସହ ରାହୁଲ ଗାନ୍ଧିଙ୍କୁ ମଧ୍ୟ ଇଡି ନୋଟିସ କରୁଥିବାର ଚର୍ଚ୍ଚା ଧରୁଛି ।ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟଙ୍କୁ ନୋଟିସ କଲା ଇଡି ।ସୋନିଆ, ରାହୁଲଙ୍କୁ ନୋଟିସ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରଚାର ଚାଲିଛି ।

ସମ୍ପତ୍ତିତାଲିକା ପ୍ରକାଶ କଲେ ରାଜ୍ୟସଭାପ୍ରାର୍ଥୀ

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ସମ୍ପତ୍ତିତାଲିକା ପ୍ରକାଶ କରିଛନ୍ତି ରାଜ୍ୟସଭାପ୍ରାର୍ଥୀ ।ମାନସ ମଙ୍ଗରାଜଙ୍କ ନାଁରେ ୩ କୋଟିର ସମ୍ପତ୍ତି ଥିବାବେଳେ ପତ୍ନୀଙ୍କ ନାଁରେ ୪.୮ କୋଟିର ସମ୍ପତ୍ତି ରହିଛି । ସୁଲତା ଦେଓଙ୍କ ନାଁରେ ୧.୧ କୋଟିର ସମ୍ପତ୍ତି ରହିଥିବା ବେଳେ ସ୍ବାମୀଙ୍କ ନାଁରେ ୫୮ ଲକ୍ଷର ସମ୍ପତ୍ତି ରହିଛି ।ସେହିଭଳି ଭାବେ ସସ୍ମୀତ ପାତ୍ରଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କା ହୋଇଥିବା ବେଳେ ପତ୍ନୀଙ୍କ ନାଁରେ ୧.୫ କୋଟିର ସମ୍ପତ୍ତି ରହିଥିବାର ପାର୍ଥିମାନେ ପ୍ରକାଶ କରିଛନ୍ତି ।

କମର୍ସିଆଲ ଗ୍ୟାସ୍ ଦର କମିଲା

ଭୁବନେଶ୍ୱର,୧/୬(ଏସ ଏସ ନିଉଜ)ଦେଶରେ ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ଦର।୧୯ କିଲୋ LPG ସିଲିଣ୍ଡର ୧୩୫ ଟଙ୍କା କମ୍ ହେଲା ।ଘରୋଇ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ନଥିବାବେଳେ ନୂଆ ସିଲିଣ୍ଡର ଦର ଆଜି ଠାରୁ ଲାଗୁ ହେବ ବୋଲି ଜଣାପଡିଛି ।

ଚାଷୀଙ୍କୁ ମିଳିଲା ପିଏମ କିଷାନ କିସ୍ତି

ଭୁବନେଶ୍ୱର,୩୧/୫(ଏସଏସନିଉଜ)ଚାଷୀଙ୍କ ଖାତାକୁ ଗଲା ପିଏମ୍ କିଷାନ ସମ୍ମାନ ନିଧି ଏକାଦଶ କିସ୍ତି। ଦେଶର ପ୍ରାୟ ୧୦ କୋଟି ଚାଷୀଙ୍କ ଖାତାକୁ ଗଲା ୨୧ ହଜାର କୋଟି। ସରକାରଙ୍କ ୮ ବର୍ଷ ପୂର୍ତ୍ତି ଅବସରରେ ସିମଲାରେ ସ୍ୱତନ୍ତ୍ର କାର‌୍ୟ୍ୟକ୍ରମରେ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ।ଏହିଅବସରରେ ଗରିବ କଲ୍ୟାଣ ସମ୍ମେଳନରେ ମୋଦିଙ୍କ ଉଦବୋଧନ ଦେଇ ଗତ ୮ ବର୍ଷ ହେଲାଣି ନିଜକୁ କେବେ ପ୍ରଧାନମନ୍ତ୍ରୀ ବୋଲି ଭାବିନି। ଲୋକଙ୍କ ପ୍ରଧାନ ସେବକ ଭାବେ ସେବା କରି ଚାଲିଛି। ଭାରତବାସୀଙ୍କୁ […]

ଦୋହଲିଲା ଦିଲ୍ଲୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ପ୍ରବଳ ପବନ ଓ ଝଡ ବର୍ଷାରେ ଦିଲ୍ଲୀ ଦୋହଲିଗଲାସୋମବାର ସନ୍ଧ୍ୟାରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି।ଫଳରେ ପ୍ରବଳ ବର୍ଷା ସାଙ୍ଗକୁ ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି ।ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିଛି। ଯାହାଫଳରେ ଯାତାୟାତରେ ପ୍ରବଳ ଅସୁବିଧା ଦେଖା ଦେଇଛି। ସେପଟେ ଓସ୍ତ ଗଛ ପଡି ଜଣେ ୬୫ ବର୍ଷୀୟା ବୃଦ୍ଧା ଓ ଘର ବାଲକୋନିର […]

ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ

ଭୁବନେଶ୍ୱର,୩୧/୫(ଏସଏସ ନିଉଜ)ଆଜି ରାଜ୍ୟସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ ।ବିଧାନସଭା ପ୍ରକୋଷ୍ଠରେ ଦିନ ୧୧ଟାରେ ପ୍ରାର୍ଥିପତ୍ର ଦାଖଲ ପାଇଁ ବ୍ୟବସ୍ଥା କରାଯାଇଛି।ଓଡ଼ିଶାରୁ ସସ୍ମିତ ପାତ୍ର, ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ନିରଞ୍ଜନ ବିଶି  ପ୍ରାର୍ଥିପତ୍ର ଦାଖଲ କରିବେ।

ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ

ଝାରସୁଗୁଡା,୩୧/୫(ଏସଏସ ନିଉଜ)ବ୍ରଜରାଜନଗର ବିଧାନସଭା ଆସନ ଉପନିର୍ବାଚନ ପାଇଁ ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ହେବ ଭୋଟ ଗ୍ରହଣ ।ଭୋଟ ପାଇଁ ୨୭୯ ବୁଥ୍‌, ସେଥିମଧ୍ୟରୁ ୨୨ଟି ନୂଆ ବୁଥ୍‌ ।୩୦ଟି ଆଦର୍ଶ ବୁଥ୍‌ ଏବଂ ୫ଟି ପିଙ୍କ୍ ବୁଥ୍ ବ୍ୟବସ୍ଥା ।୬୦ଟି ସମ୍ବେଦନଶୀଳ ବୁଥ୍, ୧୪୫ ବୁଥରେ ୱେବକାଷ୍ଟିଂ ।ମତାଧିକାର ସାବ୍ୟସ୍ତ କରିବେ ମୋଟ ୨,୧୪,୮୭୮ ଭୋଟର ।

୧ରୁ ଅନଲାଇନ ଟିକେଟ ବୁକିଂ

କଟକ,୩୦/୫(ଏସ ଏସ ନିଉଜ)କଟକ ବାରବାଟିରେ ହେବାକୁ ଥିବା ଟି -୨୦ ମ୍ୟାଚ ପାଇଁ ୧ ତାରିଖ ଦିନ ୧୧ ଟା ରୁ ଆରମ୍ଭ ଅନଲାଇନ୍ ଟିକେଟ ବୁକିଂ ।୮ ତାରିଖ ଦିନ ଟିକେଟ ରିଡେମ୍ପସନ୍ କାଉଣ୍ଟରରୁ ସଂଗ୍ରହ କରିପାରିବେ ଦର୍ଶକ । ଅନଲାଇନ୍ ରେ ସମୁଦାୟ ୫ ହଜାର ଟିକେଟ ଉପଲବ୍ଧ ରହିବାସହ ଜଣେ ବ୍ୟକ୍ତି ସର୍ବାଧିକ ୨ ଟି ଟିକେଟ ନେଇପାରିବ ବୋଲି ଜଣାପଡିଛି ।