Browsing category

ମହାନଗର

ଆଜବେଷ୍ଟସ ଭାଙ୍ଗି ଲୁଟିଲେ ଦୁର୍ବୁତ

ଜଟଣୀ, ୧୬/୬(ଏସଏସନିଉଜ)ମଧୁସୁଧନନଗରରେ ରହୁଥିବା କିଶୋର କୁମାର ସାହୁ ନାମକ ବ୍ୟକ୍ତଙ୍କ ଘର ଆଜବେଷ୍ଟସ ଭାଙ୍ଗି ସୁନାଅଳଙ୍କାର ଟଙ୍କା ଚୋରୀ ହୋଇଥିବାର ଜଟଣୀଥାନାରେ ଅଭିଯୋଗ ହୋଇଛି ।କିଶୋର ପରିବାରସହ ସମ୍ପକିୟଙ୍କ ଘରପ୍ରତିଷ୍ଠା ଭୋଜିରେ ଯୋଗଦେବାକୁ ଯାଇଥିଲେ ।ଘରକୁ ଫେରି ଦେଖିବାବେଳକୁ ଘରଭିତରେ ଥିବା ଅଲମିରା ଭଙ୍ଗାଯାଇ ସୁନାଚେନ, ସୁନାମୁଦି, କଙ୍କଣ,ଦୁଇହଳ ରୁପାପାଉଁଜି ସହ ନଗଦ୯୦ହଜାରେଟଙ୍କା ଦୁର୍ବୁତମାନେ ନେଇଯାଇଛନ୍ତିା ଏସର୍ମ୍ପକରେ କିଶୋରଙ୍କ ପତ୍ନୀ ଅନ୍ନପୁର୍ଣା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

କାମ ନିମ୍ନମାନର ଅଭିଯୋଗ

କଟକ ,୧୬/୬(ଏସଏସନିଉଜ)ସରକାର ସାଧାରଣଲୋକଙ୍କ ହିତ ପାଇଁ ବହୁବିଧ ଯୋଜନାମାନ କରିଚାଲିଛନ୍ତି ।ଏହାର ସୁଫଳ କିପରି ସାଧାରଣଲୋକଙ୍କ ପାଖରେ ପହଁଚିପାରିବ ସେଥିପାଇଁ ଅଧିକାରୀମାନଙ୍କୁ ମଧ୍ୟ ତାଗିଦ କରିଚାଲିଛନ୍ତି ।ଏହାସତ୍ୱେ କେତେକ କ୍ଷେତ୍ରରେ ଅଧିକାରୀମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ସାଧାରଣ ଲୋକ ସରକାରୀ ଫାଇଦାରୁ ବଂଚିତ ହେଉଛନ୍ତି ।ଯାହାର ଉଦାହରଣ ଏବେ ଦେଖିବାକୁ ମିଳିଛି ।କଟକ ସଦର ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ମନରେଗା ଯୋଜନାରେ ନିର୍ମାଣ ଚାଲିଛି ଅଳିଆ ଆବର୍ଜ୍ଜନା ବସ୍ତୁ ରଖିବା ପାଇଁ କୁଣ୍ଡ ।କେନ୍ଦ୍ରସରକାରଙ୍କର ଅନୁଦାନରେ […]

ବଦଳିଲେ ୧୧ ଜିଲ୍ଲାପାଳ

ଭୁବନେଶ୍ବର,୧୬/୬(ଏସଏସନିଉଜ) ରାଜ୍ୟ ସରକାର। ଆଜି ଉଭୟ ବରିଷ୍ଠ ଓ କନିଷ୍ଠ ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିବାନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କମିସନର,ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସଂପଦ ବିଭାଗ ଯୁଗ୍ମ ସଚିବ,କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ ଓଏସ୍‌ଏମ୍‌ସିଏଲ୍‌ରେ ପରିଚାଳନା ନିର୍ଦ୍ଦେଶକ,ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସଂଗଠନ (ଓଏଭିଏସ୍‌) ଏସ୍‌ପିଡି ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି […]

କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ରାଜଧାନୀରେ ବୁଲା କୁକୁର ବନ୍ଧ୍ୟାକରଣରେ ନିଷ୍ଠୁରତା ଅଭିଯୋଗ।ଏହାକୁ ନେଇ ସଂପୃକ୍ତ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଏମସି।ଏହାସହ ପ୍ରାଣୀ ଚିକିତ୍ସକଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିବାର ଜଣାପଡିଛି ।

୪ ମାସ ପାଇଁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ଆଜିଠୁ ୪ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଛି ।ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ। ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ ସୂଚନା ଦେଇଛନ୍ତି ।

ଜିତିଲେ ରାହୁଲ

ଭୁବନେଶ୍ୱର୧୫/୬(ଏସ ଏସ ନିଉଜ)ଜୀବନ ଯୁଦ୍ଧରେ ରାହୁଲର ‘ମହାବିଜୟ’ ହୋଇଛି। ସଫଳ ହୋଇଛି ୧୦୦ ଘଣ୍ଟାର ଅପରେସନ।୧୦୦ଘଣ୍ଟାରୁ ଅଧିକ ସମୟର ଅପରସେନ ପରେ ଉଦ୍ଧାର ହେଲା ରାହୁଲ । ଛତିଶଗଡର ଜାଞ୍ଜଗିରି-ଚାମ୍ପାରେ ଫସିଥିବା ରାହୁଲ ଉଦ୍ଧାର ହୋଇଛି । ଯବାନ ଅନୀଲଙ୍କ ହାତରେ ରାହୁଲକୁ ଉଦ୍ଧାର କରାଯାଇଛି । ରାହୁଲକୁ ବୋରୱେଲରୁ ଟନେଲକୁ ଅଣାଯିବା ପରେ ବାହାରକୁ ଅଣାଯାଇଥିଲା । ବାହାରେ ଥିବା ମେଡିକାଲ ଟିମ୍ ତୁରନ୍ତ ତାଙ୍କୁ ମେଡିକାଲ ସହାୟତା ଯୋଗାଇଥିଲେ । ବାଧକ ସାଜିଥିବା ପଥର […]

ପୁଣି ଧରିଲେ ସାପ

ମେଣ୍ଢାଶାଳ,୧୪/୬(ଏସଏସନିଉଜ)ଗିରିଙ୍ଗାପୁଟ ଗ୍ରାମର କୁସଜେନାଙ୍କ ଘରେ ପଶିଥିବା ଏକ ୫ଫୁଟ ଲମ୍ବର ନାଗସାପ ଓ ବିଂଝଗିରି ଗ୍ରାମର ନାରାୟଣ ଲାବ୍ରାଙ୍କ ଘରୁ ଏକ ଏକ ବିଶାଳକାୟ ତମ୍ପସାପ ଟି ଉଦ୍ଧାର ହୋଇଛି ।ସାପଟି ଘର ଭିତରେ ଥିବାର ଜାଣିବାପରେ ମେଣ୍ଢାଶାଳ ଗ୍ରାମର ସାପଧାରାଳି ସଂଯୁକ୍ତପାତ୍ରଙ୍କ ପାଖକୁ ଖବର ଦିଆଯାଇଥିଲା ।ସେ କାଳବିଳମ୍ଭ ନକରି ସାପଟିକୁ ଧରିବାପାଇଁ ତାଙ୍କ ଘରପାଖରେ ପହଁଚିଥରଲେ ।ସାପଦୁଇଟିକୁ ଧରି ଚନ୍ଦକା ଜଙ୍ଗଲରେ ଛାଡିଥିବାର ଜଣାପଡିଛି । (ପଦ୍ମଚରଣବଡଜେନାଙ୍କ ରିପୋର୍ଟ)  

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ

ପୁରୀ,୧୪/୬(ଡିଏନଏ) ଦେବସ୍ନାନ ପୂର୍ଣ୍ଣିମାରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଥିଲେ ଶ୍ରୀଜିଉ । ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ ରତ୍ନ ସିଂହାସନରେ ଚତୁର୍ଦ୍ଧାମୂର୍ତ୍ତି ଆଜି ଅଗଣିତ ଭକ୍ତଙ୍କୁ ସ୍ନାନବେଦୀରୁ ଗଜବେଶରେ ଦର୍ଶନ ଦେଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀସୁଭଦ୍ରା ଓ ଶ୍ରୀସୁଦର୍ଶନ ।ରଥଯାତ୍ରାର ଆଦ୍ୟପର୍ବ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ।ତେଣୁ ସଂପୂର୍ଣ୍ଣ ନୀତିବିଧି ସହକାରେ ଏହା ଅନୁଷ୍ଠିତ ହୋଇଥିଲା । ଦୁଇବର୍ଷ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି । ରାତି […]

ଶେଷ ପର୍ଯ୍ୟାୟରେ ରାହୁଲର ଉଦ୍ଧାର କାର୍ଯ୍ୟ

ଭୁବନେଶ୍ବର,୧୪/୬(ଏସଏସନିଉଜ) ଆଉ କିଛି ସମୟ ଭିତରେ ରାହୁଲ ସୁରକ୍ଷିତ ଭାବେ ଉଦ୍ଧାର ହେବ । ଦୀର୍ଘ ୯୦ ଘଣ୍ଟାରୁ ଅଧିକ ସମୟ ପରେ ମଧ୍ୟ ୮୦ ଫୁଟ୍ ଗଭୀର ନଳକୂପରେ ଖସି ପଡ଼ିଥିବା ୧୦ ବର୍ଷର ମୂକ ବଧିକ ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି। ଶେଷ ସମୟ ସୁଦ୍ଧା ରାହୁଲଙ୍କ ଅତି ନିକଟରେ ଉଦ୍ଧାରକାରୀ ଦଳ ପହଞ୍ଚି ସାରି ତା’ର ସ୍ବର ଶୁଣିଥିବାରୁ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ଉଦ୍ୟମ […]

ଧନ୍ୟବାଦ କୋଠା ଓ ରାସ୍ତା ବିଭାଜନ କଟକ !

ବାରଙ୍ଗ,୧୩/୬(ଏସଏସନିଉଜ) ବାରଙ୍ଗ-ବାଙ୍କୀ ରାସ୍ତାର ବାରଙ୍ଗ ପ୍ରେସକ୍ଳବ ସାମ୍ନାରେ ଗତକାଲି ପଥଚାରୀମାନଙ୍କ ସୁବିଧା ପାଇଁ ମରାଯାଇଛି ସୂଚନା ଫଳକ ।ଏଥିରେ ୩ଟିସ୍ଥାନକୁ ଉଲ୍ଲେଖ କରାଯାଇଛି ।ମରାଯାଇଥିବା ସ୍ଥାନଠାରୁ ତ୍ରିଶୂଳିଆ ୩.୮,କଟକ୧୧ ଓ ଗୋବିନ୍ଦପୁର ୩୬କିଲୋମିଟର ବୋଲି ଉଲେଖ ରହିଛି ।ବସ୍ତବକ୍ଷେତ୍ରରେ ସେହିଯାଗାଠାରୁ ଗୋବିନ୍ଦପୁର ମାତ୍ର ୧୧କିମି ଦୁରରେ ଥିବାବେଳେ ଲେଖାଯାଇଛି କିନ୍ତୁ ୩୫କିମି ।ଏହି ହିସାବ କଟକ କୋଠା ଓ ରାସ୍ତା ବିଭାଜନ ର ଅଧିକାରୀମାନେ କେଉଁଠୁ ପାଇଲେ ତାହା ଏଠାରେ ବୁଝାପଡୁନାହି ।ଏହି ରାସ୍ତାଦେଇ ପ୍ରତ୍ୟେହ କଟକ-ଭୁବନେଶ୍ୱର-ବାଙ୍କି-ଆଠଗଡ […]