ଜଳିଗଲା ଟ୍ରାନ୍ସଫର୍ମର
ଭୁବନେଶ୍ୱର,୧୩/୬(ଏସନିଉଜ) ସହିଦ ନଗର ଥାନା ଅଞ୍ଚଳରେ ଜଳିଗଲା ଟ୍ରାନ୍ସଫର୍ମର । ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ଜଳିଯାଇଥିବା ସୂଚନାମୋଳିଛି । ରାସ୍ତାକଡରେ ଅଗ୍ନିକାଣ୍ଡ ଦେଖି ଲୋକମାନେ ଆତଙ୍କିତ ହୋଇଯାଇଥରଲେ । କେଉଁ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଲା ସେନେଇ ଜଣାପଡ଼ିନାହିଁ ।
Browsing category
ଭୁବନେଶ୍ୱର,୧୩/୬(ଏସନିଉଜ) ସହିଦ ନଗର ଥାନା ଅଞ୍ଚଳରେ ଜଳିଗଲା ଟ୍ରାନ୍ସଫର୍ମର । ଅଗ୍ନିକାଣ୍ଡରେ ଗୋଟିଏ ବାଇକ୍ ଜଳିଯାଇଥିବା ସୂଚନାମୋଳିଛି । ରାସ୍ତାକଡରେ ଅଗ୍ନିକାଣ୍ଡ ଦେଖି ଲୋକମାନେ ଆତଙ୍କିତ ହୋଇଯାଇଥରଲେ । କେଉଁ କାରଣ ଯୋଗୁ ଅଗ୍ନିକାଣ୍ଡ ଘଟିଲା ସେନେଇ ଜଣାପଡ଼ିନାହିଁ ।
ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ […]
ଭୁବନେଶ୍ୱର, ୧୩/୬(ଏସନିଉଜ) ଜୁନ ୧୫ କିମ୍ବା ୧୬ ରେ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ ବୋଲି ଭାରତୀୟ ପାଣିପାଗ ବିଭାଗର ବରିଷ୍ଠ ବୈଜ୍ଞାନିକ ଆର.କେ ଜେନାମଣି ସୂଚନା ଦେଇଛନ୍ତି । ୧୫ କିମ୍ବା ୧୬ ତାରିଖ ସୁଦ୍ଧା ଓଡ଼ିଶାରେ କିଛି ଅଞ୍ଚଳକୁ ମୌସୁମୀ ଛୁଇଁପାରେ । ପ୍ରଥମେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହେବା ନେଇ ଆଶା କରାଯାଉଛି । ସେ ଯାଏଁ ଓଡ଼ିଶାରେ ଏମିତି ଖରା ଜାରି ରହିବ ବୋଲି କହିଛନ୍ତି ।
ଭୁବନେଶ୍ୱର, ୧୩/୬(ଏସନିଉଜ)ସାବଧାନ ହୋଇଯାଆନ୍ତୁ ! ଖୁବଶୀଘ୍ର କାର୍ୟ୍ୟକାରୀ ହେବାକୁ ଯାଉଛି ସଫ୍ଟୱେର ଆଧାରିତ ରାଡାର ଇଣ୍ଟରସେପ୍ଟର ବ୍ୟବସ୍ଥା ।ଏହାଦ୍ୱାରା ଟ୍ରାଫିକ ନିୟମ ଉଲ୍ଲଂଘନ, ବେପରୁଆ ଓ ଦ୍ରୁତଗତିରେ ଗାଡ଼ି ଚଳାଉଥିବା ଗାଡ଼ିଚାଳକମାନେ ଆଉ ଖସି ପାରିବେନି । ପରିବହନ ବିଭାଗ ପକ୍ଷରୁ ଏହି ସଫ୍ଟୱେର ପ୍ରସ୍ତୁତ କରିବା ପାଇଁ ଆଇଆଇଟି, ଭୁବନେଶ୍ୱର ସ୍କୁଲ ଅଫ୍ ଇଲେକ୍ଟ୍ରିକାଲ ସାଇନ୍ସକୁ କୁହାଯାଇଛି । ତେବେ ଆସନ୍ତା ସପ୍ତାହରୁ ଏହାର ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି । ଜାତୀୟ ରାଜପଥରେ ନିୟୋଜିତ […]
ଭୁବନେଶ୍ୱର,୧୩/୬(ଏସନିଉଜ) ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଏଥର ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ।ଏଥର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବବୋଲି କହିଛନ୍ତି ।
ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଇଡିର ପଚରାଉଚରା ଶେଷ ହୋଇଛି ।ପ୍ରାୟ ୩ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ରାହୁଲ ଗାନ୍ଧି। ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ସମନ କରିଥିଲା ଇଡି।
ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)ରାଜଧାନୀରେ ମାନସିକ ଅନଗ୍ରସର ଯୁବକ ଉନ୍ମତ୍ତ କାଣ୍ଡ ଘଟାଇଛି । ଭିଏସ୍ଏସ୍ ନଗରରେ ଏକାଧିକ ବ୍ୟକ୍ତିଙ୍କୁ ଯୁବକ ଜଣଙ୍କ ଆକ୍ରମଣ କରିଛି ।ଯୁବକର ଛୁରାମାଡ଼ରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ମାନସିକ ଅନଗ୍ରସର ଯୁବକର ଘର ଛତିଶଗଡ଼ ବୋଲି ଜଣାପଡିଛି ।
ଆଠଗଡ଼,୧୩/୬(ଏସ ଏସ ନିଉଜ)ଆଠଗଡ଼ ବଡ଼ମ୍ବା ରେଞ୍ଜରେ ୨ ହାତୀ କଙ୍କାଳ ମିଳିବା ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ର ସୂଚନା ଦେଲେ ପିସିସିଏଫ୍ ଶଶି ପଲ୍ ।ଦରକାର ପଡ଼ିଲେ ଆଠଗଡ଼ DFO ତଦନ୍ତ ପରିସରଭୁକ୍ତ ହୋଇପାରନ୍ତି ବୋଲି କହିଲେ ।ଏଯାବତ ଏହି ଘଟଣାରେ ଜଣେ ରେଞ୍ଜରଙ୍କ ସମେତ ୫ ଜଣ ସସ୍ ପେଣ୍ଡ ହୋଇଛନ୍ତି ।
ଭୁବନେଶ୍ୱର,୧୩/୬(ଏସ ଏସ ନିଉଜ)ବିଧାନସଭାର ନୂଆ ବାଚସ୍ପତି ରୂପେ ଶପଥ ନେଲେ ବିକ୍ରମ କେଶରୀ ଆରୁଖ। ଘୋଷଣା କଲେ ଉପବାଚସ୍ପତି!
ପୁରୀ,୧୩/୬(ଏସଏସନିଉଜ)ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ରକ୍ଷକ ଦଇତାପତି ସ୍ନାନଯାତ୍ରା ପାଇଁ ଆରମ୍ଭ କଲେ ପ୍ରସ୍ତୁତି ପର୍ବ । ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଭକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ ।ଆଜି ଦଇତାପତି ସେବକ ମାନେ ସେନାପଟା ଲାଗି ନୀତି ସମ୍ପାଦନା କରିବେ।