Browsing category

ମହାନଗର

ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

କଟକ,୧୨/୬(ଏସଏସନିଉଜ)ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର‌୍ୟ୍ୟ ୧୪୯ ରନ୍ ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ୬ ୱିକେଟ ହରାଇ ହାସଲ କରିନେଇଛି । ଦଳ ପକ୍ଷରୁ ହେନରିକ କ୍ଲାସେନ […]

ପ୍ରଥମେ ବ୍ୟାଟିଂ କରିବ ଭାରତ

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଟସ ଜିତି ବୋଲିଂ କରିବ ଦକ୍ଷିଣ ଆଫ୍ରିକା । ଭାରତ – ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତୀୟ ଟିମ ପ୍ରଥମେ ବ୍ୟାଟିଂ କରିବ । ଟସ ଜିତିବା ପରେ ଏହି ନିଷ୍ପତ୍ତି ନେଇଛନ୍ତି ଦକ୍ଷିଣ ଆଫ୍ରିକା ଅଧିନାୟକ ।ମ୍ୟାଚ ପାଇଁ ଉଭୟ ଦଳ ଅପରିବର୍ତ୍ତିତ ରହିଛି ।

ବାରବାଟୀ ଅଭିମୁଖେ ୨ ଟିମ୍

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଭୁବନେଶ୍ୱରରୁ ବାରବାଟୀ ଅଭିମୁଖେ ଯାଉଛନ୍ତି ୨ ଟିମ୍ ।ସ୍ବତନ୍ତ୍ର ବସ୍ ଯୋଗେ ବାରବାଟୀ ଷ୍ଟାଡିୟମ ଯାଉଛନ୍ତି ଭାରତ ଏବଂ ଦକ୍ଷିଣ ଆଫ୍ରିକା ୨ ଟିମ୍।ସନ୍ଧ୍ୟା ୭ଟାରେ ବାର ବାଟୀରେ ଉଭୟ ଟିମ୍ ମୁହାଁମୁହିଁ ହେବେ ।

ଖୋଲିଲା ଷ୍ଟାଡିୟମର ଗେଟ୍

କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍ ରହିଛି ।

ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧୀ

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ଅସୁସ୍ଥ ହୋଇ ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ।ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ଓ ତାଙ୍କ ସ୍ବାସ୍ଥାବସ୍ଥାର ନୀରିକ୍ଷଣ ପାଇଁ ତାଙ୍କୁ ଆଉ କିଛି ଦିନ ହସ୍ପିଟାଲ୍‌ରେ ରଖାଯିବ ବୋଲି ସୂଚନା ମିଳିଛି ।

ଆରମ୍ଭ ହେବ ୪୩ ଦିନ ଯାତ୍ରା

ଭୁବନେଶ୍ୱର,୧୨/୬(ଏସଏସ ନିଉଜ)ଜୁନ୍ ୩୦ ରୁ ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୧ ତାରିଖ ୨୦୨୨ ଅର୍ଥାତ୍ ରକ୍ଷାବନ୍ଧନରେ ଶେଷ ହେବ। ଏହା ହେଉଛି ଦୁନିଆର ଏକମାତ୍ର ଶିବଲିଙ୍ଗ ଯାହା ଚନ୍ଦ୍ରର ଆଲୋକ ଉପରେ ନିର୍ଭର କରି ବଢିଥାଆନ୍ତି ଏବଂ ସଂକୁଚିତ ହୋଇଥାନ୍ତି। ପ୍ରତିବର୍ଷ ଶ୍ରାବଣ ଶୁକ୍ଲ ପକ୍ଷର ପୂର୍ଣ୍ଣିମା ଦିନ ଶିବଲିଙ୍ଗ ଏଠାରେ ପୂର୍ଣ୍ଣ ହୋଇଥାନ୍ତି ଏବଂ ଏହା ପରବର୍ତ୍ତୀ ଅମାବାସ୍ୟା ପର୍ଯ୍ୟନ୍ତ ଆକାରରେ ଯଥେଷ୍ଟ କମିଯାନ୍ତି।

ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ

ପୁରୀ,୧୨/୬(ଏସ ଏସ ନିଉଜ) ଗାଧୋଇବା ବେଳେ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ ହୋଇଥିବାର ଅଭିଯୋଗ ହୋଇଛି । ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ଗାଧୋଉଥିବା ବେଳେ ପର୍ଯ୍ୟଟକ ଜଣଙ୍କ ନିଖୋଜ ହୋଇଥିବାବେଳେ , ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।

ମ୍ୟାଚ୍ ଦେଖିବେ ସୌରଭ ଗାଙ୍ଗୁଲି

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ)ବାରବାଟୀ ଆସୁଛନ୍ତି BCCI ସଭାପତି ସୌରଭ ଗାଙ୍ଗୁଲି । ୧ଟା ୧୫ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସଂଧ୍ୟା ୫ଟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଦାଦା ।ଏହା ପରେ ବାରବାଟୀ ଯାଇ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଦେଖିବେ ବୋଲି ଜଣାପଡିଛି ।

ପୁଣି ଜଳିଲା

ଭୁବନେଶ୍ୱର,୧୨/୬(ଏସ ଏସ ନିଉଜ) ମାର୍କେଟ୍‌ ବିଲ୍ଡିଂ ନିକଟରେ ଥିବା କେଶରୀ ମଲ୍‌ର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଛି।ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନାହିଁ। ଅଗ୍ନିକାଣ୍ଡ ଯୋଗୁ ପୁରା ମଲ୍‌ ଧୂଆଁମୟ ହୋଇଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ପ୍ରୟାସ ଚଳାଇଛନ୍ତି। ।

ରଜରେ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨/୬(ଏସ ଏସ ନିଉଜ)ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ ହେଉଛି। ଏହା ଭିତରେ ମୌସୁମୀ ଆଗମନର ସମ୍ଭାବନା ରହିଥିବାବେଳେ ଏବେଠୁ ରାଜ୍ୟରେ ପ୍ରାକ୍‌ ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି। ତେବେ ପୂର୍ବ ଆକଳନ ମୁତାବକ ଜୁନ୍‌ ୧୨ରେ ମୌସୁମୀ ବାୟୁ ଓଡ଼ିଶା […]