ରଜରେ ଛୁଇଁବ ମୌସୁମୀ

ଭୁବନେଶ୍ୱର, ୧୨/୬(ଏସ ଏସ ନିଉଜ)ଆସନ୍ତା ୪ରୁ ୫ ଦିନ ଭିତରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଯାହାଫଳରେ ପାଗ ଧୀରେ ଧୀରେ ଅନୁକୂଳ ହେଉଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ମଙ୍ଗଳବାରଠାରୁ ରଜ ପର୍ବ ଆରମ୍ଭ ହେଉଛି। ଏହା ଭିତରେ ମୌସୁମୀ ଆଗମନର ସମ୍ଭାବନା ରହିଥିବାବେଳେ ଏବେଠୁ ରାଜ୍ୟରେ ପ୍ରାକ୍‌ ମୌସୁମୀର ପ୍ରଭାବ ଆରମ୍ଭ ହୋଇଯାଇଛି। ତେବେ ପୂର୍ବ ଆକଳନ ମୁତାବକ ଜୁନ୍‌ ୧୨ରେ ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ସମ୍ଭବ ହୋଇନାହିଁ।

Comments (0)
Add Comment