Browsing category

ମହାନଗର

୨୦କେଜି ଗଞ୍ଜେଇ ଜବତ

ଭୁବନେଶ୍ବର,୧୨/୬(ଏସ ଏସ ନିଉଜ) ଭୁବନେଶ୍ବର ରେଲୱେ ଷ୍ଟେସନରୁ ୨୦ କେଜି ଗଞ୍ଜେଇ ଜବତ ହୋଇଛି ।ଏହାସହ ଜଣକୁ ଗିରଫ କଲା RPF କ୍ରାଇମବ୍ରାଞ୍ଚ । ଜବତ ଗଞ୍ଜେଇର ଅନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଟ୍ରାଭେଲ ବ୍ୟାଗରେ ଖୋର୍ଦ୍ଧାରୁ ହରିଦ୍ବାର ଗଞ୍ଜେଇଚାଲାଣହେଉଥିଲା । କଳିଙ୍ଗ ଉତ୍କଳ ଏକ୍ସପ୍ରେସରେ ଯାଉଥିଲେ ଗଞ୍ଜେଇ ବେପାରୀ ।

ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ପୁରୀ,୧୨/୬(ଏସ ଏସ ନିଉଜ)ବିଳମ୍ବିତ ରାତିରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବିବାହ ଉତ୍ସବ।ସକାଳ ଧୂପ ନୀତି ବିଳମ୍ବ ଯୋଗୁଁ ମଦନମୋହନ-ରୁକ୍ମିଣୀଙ୍କ ବିବାହ ବିଳମ୍ବିତ ହୋଇଥିଲା।ଆଜି ବିଳମ୍ବରେ ହେଲା ଶ୍ରୀମନ୍ଦିରର ଦ୍ୱାରଫିଟା ।ଯାହାଫଳରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା।

ଜୁଲାଇ ୧ରୁ ଘରୋଇ ବସ ଧର୍ମଘଟ

ଭୁବନେଶ୍ୱର,୧୧/୬(ଏସ ଏସ ନିଉଜ) ଜୁଲାଇ ୧ରୁ ଘରୋଇ ବସ ଧର୍ମଘଟ ଦେବାକୁ ଚେତାବନୀ ଦେଇଛନ୍ତି ।ଦାବି ପୂରଣ ନ ହେଲେ ଧର୍ମଘଟ ନେଇ ଚେତାବନୀ ଦେଲା ଘରୋଇ ବସ ମାଲିକ ସଂଘ ସମ୍ପାଦକ ।୬ ମାସ ବିତିଥିଲେ ବି ରାଜ୍ୟ ସରକାର ୯ ଦଫା ଦାବି ପୂରଣ କରି ନାହାନ୍ତି। ବସ‌ରେ ପରମିଟ ତୃତୀୟ ପକ୍ଷକୁ ହସ୍ତାନ୍ତର କାର୍ଯ୍ୟକାରୀ ହେଉନି ବୋଲି ଅଭିଯୋଗ ଜରିଛନ୍ତି ।

ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ

ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।

ସ୍ତ୍ରୀଙ୍କୁ ମାରିଲେ, ଦୁଇ ଝିଅଙ୍କୁ ଆକ୍ରମଣ କଲେ

ଭୁବନେଶ୍ୱର, ୯/୬(ଏସଏସନିଉଜ) ଘାଟିକିଆରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ପାରିବାରିକ କଳହରୁ ନିଜ ସ୍ତ୍ରୀଙ୍କୁ ହତ୍ୟା କରିବା ପରେ ଦୁଇ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ସ୍ୱାମୀ ସଂଜିତ ଦାସ କରିଥିବାର ଜଣାପଡିଛି । ସଂଜିତ ଜଣେ ନିୟମିତ ନିଶା ସେବନକାରୀ ହୋଇଥିବାରୁ ସ୍ବାମୀ-ସ୍ତ୍ରୀଙ୍କ ଭିତରେ ନିୟମିତ ପାଟିତୁଣ୍ଡ ହେଉଥିଲା ବୋଲି ସ୍ଥାନୀୟ ଲୋକେ କହୁଛନ୍ତି।ଏହାସହ ଗତ ୪ ଦିନ ତଳେ ସ୍ତ୍ରୀ ପୁଣି ଏକ କନ୍ୟା ସନ୍ତାନ ଜନ୍ମ କରିବାକୁ ନେଇ ଘରେ କଳି ହେଉଥିଲା । […]

ଅଟୋ ସହ ୧୫୦ଲିଟର ଦେଶୀମଦ ଜବତ

ବାରଙ୍ଗ,୮/୫(ଏସଏସନିଉଜ)ବାଙ୍କୀ ପଟରୁ ଅଙ୍ଗାରପଡା ଦେଇ ଯାଉଥିବା ଏକ ଦେଶୀ ମଦ ବୋଝେଇ ଅଟୋକୁ ମେଣ୍ଢାଶାଳ ଫାଣ୍ଡି ପୋଲିସ ମଙ୍ଗଳବାର ରାତିରେ ଜବତ କରିଛି ।ବିଶେଷ ସୁତ୍ରରୁ ଖବର ପାଇ ପୋଲିସ ଅଙ୍ଗାର ପଡା ଗାଁ ମୁଣ୍ଡରେ ଜଗିରହିଥିଲେ ।ଏହି ସମୟରେ ଓଆର ୦୨-ବିଜି-୬୯୪୨ ନମ୍ବର ଅଟୋଟି ଦ୍ରୁତଗତିରେ ଆସୁଥିବାବେଳେ ତାକୁ ରୋକିଥିଲେ ।ଅଟୋରେ ଥିବା ୬ଟି ବ୍ଲାଡରରେ ଥିବା ୧୫୦ଲିଟର ଦେଶୀ ମଦ କୁ ଜବତ କରିବା ସହ ଅଟୋ ଚାଳକ ରମେଶ ସ୍ୱାଇଁଙ୍କୁ ଗିରଫ କରି […]

ଆରମ୍ଭ ହେଲା ଗୁଳିବିଦ୍ଧ ହାତୀର ଚିକିତ୍ସା

ନରସିଂହପୁର, ୯/୬(ଏସଏସନିଉଜ)ନରସିଂହପୁର ଜୟପୁର ସଂରକ୍ଷିତ ଜଙ୍ଗଲ ଅଧୀନ ତାମେରା ନାଳ ନିକଟରେ ପଡ଼ିରହିଥିବା ଗୁଳିବିଦ୍ଧ ଦନ୍ତାହାତୀକୁ ପ୍ରାଣୀ ଚିକିତ୍ସକମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ଚିକିତ୍ସା ଆରମ୍ଭ କରିଛି ।ହାତୀ ଦେହର ବିଭିନ୍ନ ସ୍ଥାନରେ ୫ଟି ଗୁଳି ବାଜିବାସହ ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡ଼ରେ ଆଘାତ ଲାଗିଛି।ତେବେ ଶିକାରୀମାନେ ହାତୀଦାନ୍ତ ନେବା ପାଇଁ ଏପରି କାଣ୍ଡ କରିଥିବାର ଅଭିଯୋଗ ହୋଇଛି ।ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ଜିଲ୍ଲା ପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, […]

ପୁଲିସ ପଞ୍ଝାରେ ସୁପାରି କିଲର୍‌

ଜଟଣୀ, ୯/୬(ଏସଏସନିଉଜ) ଜଟଣୀ ଥାନା ପୁଲିସ ହାତରେ ଧରାପଡିଛନ୍ତି ୩ କୁଖ୍ୟାତ ଅପରାଧୀ ।ସେମାନେ ହେଲେ କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ଧର୍ମେନ୍ଦ୍ର ରାଉତ ଓରଫ ବିକ୍ରମ ,ଦୀପ୍ତିରଂଜନ ଜେନା ଓରଫ ଦୀପୁ ଏବଂ ଏୟାରଫିଲ୍ଡ ଥାନା ସୁନ୍ଦରପଦା ଅଞ୍ଚଳର ସନ୍ତୋଷ ମାର୍ଥା ଓରଫ କୁନ୍ଥା । ପୁଲିସ ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ୧୩ଟି ଗୁଳି, ଗୋଟିଏ କାର୍‌, ଗୋଟିଏ ବାଇକ୍ ଓ ୩ଟି ମୋବାଇଲ୍ ଜବତ କରିଛି।ତେବେ କେନ୍ଦ୍ରାପଡ଼ାର ବିକ୍ରମ ଓ ଦୀପୁ ସୁପାରି କିଲର୍ […]

ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ

କଟକ,୯/୬(ଏସଏସନିଉଜ)ଦେଶରରେ କେତକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢୁଥିବାବେଳେ ଏବେ କଟକର ଏକ ଘରୋଇ ଶିକ୍ଷାନୁଷ୍ଠାନରୁ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସିଏମସି ୫୯ ନମ୍ବର ୱାର୍ଡରେ ଥିବା ଛାତ୍ରାବାସରୁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ଛାତ୍ରାବାସରୁ କିଛି ପିଲାଙ୍କୁ ଜ୍ୱର ଓ ଥଣ୍ଡା ହେବାରୁ କରାଯାଇଥିବା ୫୬ ଜଣଙ୍କ ଆଣ୍ଟିଜେନ୍ ଟେଷ୍ଟ ମଧ୍ୟରୁ ୧୩ ଜଣ ଛାତ୍ର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।  

୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଦଳ

ଭୁବନେଶ୍ୱର,୮/୬(ଏସ ଏସ ନିଉଜ)୧୦ରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ।ଦର୍ଶକଙ୍କ ମଧ୍ୟରେ ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ସାଉଥ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ୍ | ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି | କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏଥିପାଇଁ ୧୦ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ। ହୋଟେଲ ବୁକିଂ ସରିଥିବା ବେଳେ ଏନର୍ଜି ଓ ଡାଏଟ ଫୁଡ୍ ପାଇଁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ […]