Browsing category

ମହାନଗର

ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ

କଟକ,୨୩/୫(ଏସ ଏସ ନିଉଜ)ଜୋର ଧରିଲା କଟକ ମେୟର ସୁବାସ ସିଂଙ୍କ ମାଲକାନଗିରି ଉପାଖ୍ୟାନ ।କାମ ନକଲେ ଅଫିସରଙ୍କୁ ମାଲକାନଗିରି ପଠାଇଦେବାକୁ ସୁବାସ ଧମକ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ନବରଙ୍ଗପୁରରେ ସୁବାସ ସିଂଙ୍କ ପୋଷ୍ଟର ଦାହ କଲା ଜିଲ୍ଲା ଯୁବ କଂଗ୍ରେସ ।ସୁବାସ ସିଂଙ୍କୁ ଅବିଭକ୍ତ କୋରାପୁଟରେ ପୁରାଇ ନଦେବାକୁ ମଧ୍ୟ ଚେତାବନୀ ମଧ୍ୟ ଦେଇଛନ୍ତି ।

ଶରତ ପଟ୍ଟନାୟକ ହେଲେ ନୂଆ ପିସିସି

ଭୁବନେଶ୍ୱର,୨୩/୫(ଏସ ଏସ ନିଇଜ) ଶରତ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ପିସିସି ସଭାପତି ।ଶରତ ପଟ୍ଟନାୟକଙ୍କୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧି ନିଯୁକ୍ତି ଦେଇଛନ୍ତି।

ସଫାରୀ କର୍ମଚାରୀଙ୍କ ଦାଦାଗିରି , ପର୍ଯ୍ୟଟକଙ୍କୁ ଛେଚିଲେ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନ ରେ ଘରୋଇକରଣରେ ଦିଆଯାଇଥିବା ସଫାରୀକୁ ନେଇ ଏବେ ବିବାଦ ଛାଡୁନାହିଁ ।ଟେଣ୍ଡର ସମୟରେ ହୋଇଥିବା ସର୍ତକୁ ଖିଲାପ କରି ବିନାକାଗଜପତ୍ରରେ ବିପଦସଂକୁଳ ଅବସ୍ଥାରେ ଚାଲୁଥିବା ବସରେ ପର୍ଯ୍ୟଟକ ମାନଙ୍କୁ ନେଇ ଯାତ୍ରାକରିବା ବିବାଦରେ ଛନ୍ଦି ହୋଇଥିବାବେଳେ ରବିବାରଦିନ ପର୍ଯ୍ୟଟକ ମାନଙ୍କୁ ମରଣାତ୍ମ‌କ ଆକ୍ରମଣ କରିବା ଘଟଣା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରକଶ ଯେ,ରବିବାର ଦିନ ଛତିଶଗଡ ରାୟପୁର ୨୬ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିବାକୁ ଆସି ସଫାରୀରେ ବୁଲିବାପାଇଁ ଅପରାହ୍ନ ସୁଦ୍ଧା ସଫାରୀ […]

ଧନ୍ୟବାଦ ! ନନ୍ଦନକାନନ ଡାକ୍ତରବାବୁ

ବାରଙ୍ଗ,୨୨/୫(ଏସଏସନିୟୁଜ) ନନ୍ଦନକାନନକର୍ତୁପକ୍ଷ ଜବନ୍ତୁମାନଙ୍କ ସ୍ୱସ୍ଥ୍ୟରେ ଉନ୍ନତି ଆଣିବାପାଇଁ ବହୁବିଧ ଯୋଜନା କରିଛନ୍ତି ।ବିଶେଷଜ୍ଞମାନଙ୍କଠାରୁ ଆରମ୍ଭ କରି ସେମାନଙ୍କ ପାଇଁ ଗାଡି ଓ ସବୁପ୍ରକାରର ସୁବିଧା ମଧ୍ୟ କରିଛନ୍ତି ।ଏହାପରେ ବି ସେମାନଙ୍କର କେତେ ଖାମଖିଆଲ ମନୋଭାବ ରହିଛି ତହା ଆଜି ପ୍ରମାଣ ଦେଇଛି ।ପ୍ରାଣୀଉଦ୍ୟାନ ନନ୍ଦନକାନନ ଚିକିତ୍ସକଙ୍କ ଦାୟିତ୍ବହୀନତା ଯୋଗୁଁ ୬୩ନମ୍ବର ଏନକ୍ଲୋଜରରେ ଥିବା ଏକ ମାଈ ଜଳହସ୍ତୀକୁ ଦୁର୍ଦଶା ଭୋଗିବାକୁ ପଡିଛି ।୪ବର୍ଷର ଏହି ଜଳହସ୍ତୀଟି ଅସୁସ୍ଥ ଥିବାର ଖବର ପାଇ ରବିବାରଦିନ ସକାଳେ ତାର […]

ଶ୍ରୀରାମଲୀଳା ମଣ୍ଡପର ହେଲା ଭୁମିପୁଜା 

ବାରଙ୍ଗ,୨୨/୫(ଏସଏସନିୟୁଜ) ବାରଙ୍ଗଅଂଚଳର ଅଗ୍ରଣୀ ରାମଳିଳା ଅନୁଷ୍ଠାନ ମଧୁପୁରର ଶ୍ରୀଶ୍ରୀସୀତାକାନ୍ତ ରାମଳୀଳାସମିତି ପାଇଁ ମଧୁପୁର ଗ୍ରାମ୍ୟକମିଟି ତରଫରୁ ରବିବାର ସକାଳେ ଶ୍ରୀରାମଲୀଳା ମଣ୍ଡପର ଭୁମିପୁଜା ଉସ୍‌ବ ଅନୁଷ୍ଠିତହୋଇଯାଇଛି ।ଏହି ଭୁମିପୁଜା ଉସ୍‌ବରେ ଗାଁର ମୁରବୀମାନେ ଯୋଗଦେଇଥିଲେ ।ଭାସ୍କର ଚନ୍ଦ୍ର ପ୍ରଧାନ କର୍ତା ରୂପେ ଯୋଗଦେଇ ପୂଜର୍ଜନା କରିଥିଲେ।ସନ୍ଧ୍ୟାରେ ଗ୍ରାମ୍ୟକମିଟି ତରଫରୁ ରାମଳୀଳାସମିତିର ଯୁବକମାନଙ୍କଦ୍ୱାରା ଗ୍ରାମବାସୀ ମାନଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା କରିଥିଲେ ।ଏଥିରେ ବହୁ ଲୋକପ୍ରତିନିଧିମାନଙ୍କ ସହ ଆଖପାଖ ଗାଁର ବହୁ ମୁରବୀମାନେ ଯୋଗଦଇଥିଲେ ।ସନ୍ଧ୍ୟା ସମୟରେ ଗ୍ରାମର […]

ଉଦଯାପିତ ହେଲା ଜେପିଏଲ କ୍ରିକେଟଟୁର୍ଣାମେଂଟ

ବାରଙ୍ଗ,୨୨/୫(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ଜରିପାଟଣା ଗାଁରେ ମା ସୁନାଦେଇ କ୍ରିକେଟକ୍ଲବ ଆନୁଲୁଲ୍ୟରେ ଚାଲିଥିବା ଜେପିଏଲ କ୍ରିକେଟଟୁର୍ଣାମେଂଟ ରବିବାରଦିନ ଉଦଯାପିତ ହୋଇଯାଇଛି ।ଦିନିକିଆ ଏହି ଟୁର୍ଣାମେଂଟରେ ଅଯୋଧ୍ୟା ୱାରିୟର,ସାଇଲେଂଟକିଲର ଓମଗହାବୀରଫାଇଟର ନାମକ ତିନଟି ଟିମ ଅଂଶଗ୍ରହଣ କରିଥିଲା ।ଏଥିରେ ଅଯୋଧ୍ୟା ୱାରିୟର ବିଜୟ ଲାଭ କରିଥିବାବେଳେ ସାଇଲେଂଟକିଲର ରନ୍ସର୍ସଅପ ହୋଇଥିଲା ।ସନ୍ଧ୍ୟାରେ ଆୟୋଜିତ ପୁରସ୍କାରବିତରଣୀ ସଭାରେ ମୁଖ୍ୟଅତିଥିଭାବେ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ସୁବ୍ରତ ମହାପାତ୍ର ଯୋଗଦେଇ ବିଜୟୀଦଳକୁ ଟ୍ରଫିସହ ନଗଦ ୫ହାଜରେଟଙ୍କା ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପବିତ୍ର […]

ଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ ପାଇଁ ପ୍ରସ୍ତୁତି

ବ୍ରହ୍ମଗିରି,୨୨/୫(ଏସଏସନିଉଜ) ଆଜି ପବିତ୍ର ଭଉଁରି ।ଆରମ୍ଭ ହୋଇଛି ଶ୍ରୀଅଲାରନାଥଙ୍କ ସର୍ବାଙ୍ଗ ଚନ୍ଦନ ବେଶ । କର୍ପୁର, କେଶର, ଜାଇଫଳ, କୁଙ୍କୁମ, କସ୍ତୁରୀ ଆଦି ଦ୍ରବ୍ୟ ମିଶି ପ୍ରସ୍ତୁତ ଚନ୍ଦନ ଘୋରା ଆରମ୍ଭ କରିଛନ୍ତି ୧୧ ଜଣ ବିମାନବଡୁ ସେବାୟତ ଓ ଶ୍ରୀ ଜୀଉଙ୍କ ବେଶ ୫ଜଣ ସେବାୟତ କରୁଥିବାବେଳେ ସନ୍ଧ୍ୟା ୫ଟା ସୁଦ୍ଧା ବେଶ ଶେଷ ହେବ ବୋଲି ଜଣାଯାଇଛି।  

ଝୁଲନ୍ତା ଅବସ୍ଥାରେ ବେଲଗଛରୁ ମୃତଦେହ ଉଦ୍ଧାର

ବାରଙ୍ଗ,୨୨/୫(ଏସଏସନିୟୁଜ)ବାରଙ୍ଗଥାନା ଅର୍ନ୍ତଗତ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ବେଲଗଛରୁ ଏକ ଝୁଲନ୍ତା ଅବସ୍ଥାରେ ଜଣେ ବ୍ୟକ୍ତିର ମୃତଦେହକୁ ବାରଙ୍ଗଥାନାପୋଲିସ ଉଦ୍ଧାର କରିଛି ।ମୃତ ବ୍ୟକ୍ତି ହେଉଛନ୍ତି କଲିକତାର ଦିଲିପ ହାସଦା(୪୨) । ସେ ରାମଦାସପୁରର କାଳିଆଶୁଣିଠାକୁରାଣି ପଛପଟରେ ଥିବା ଏକ ଘରୋଇ ପାଇପ କମ୍ପାନୀରେଶ୍ରମିକଭାବେ କାର୍ଯ୍ୟକରିବା ସହ ପିଲାଛୁଆଧରି କମ୍ପାନି ପକ୍ଷରୁ ମିଳିଥିବା ଘରେ ରହୁଥିଲେ ।ରବିବାର ସକାଳେ ରହୁଥିବା ଘରଠାରୁ ଅଳ୍ପଦୁରରେ ଥିବା ଏକ ବେଲଗଛରେ ଗାମୁଛା ଲଗାଇ ଝୁଲୁଥିବାର ଶୈାଚପାଇଁ ଯାଇଥିବା କିଛି […]

ଚୋରି ଘଟଣାରେ ୨ ଗିରଫ

ବାରଙ୍ଗ,୨୧/୫(ଏସଏସନିୟୁଜ)ବାରଙ୍ଗ ଥାନା ଅନ୍ତର୍ଗତ କୁହ୍ନେଇପଡ଼ା ଗ୍ରାମର ସୁଧିର କୁମାର ପାତ୍ରଙ୍କ ଅଫିସ ଘରୁ ଗତ ଫେବୃଆରୀ ୨୨ ତାରିଖ ରାତିରେ ୧୫ ହଜାର ଟଙ୍କା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିଥିଲେ।ଏହି ଘଟଣାରେ ବାରଙ୍ଗ ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସୂଚନା ମୁତାବକ ଗତ ଫେବୃଆରୀ ୨୨ ତାରିଖରେ ସୁଧିର କୁମାର ପାତ୍ରଙ୍କ ଘରୁ କେହି ଦୁର୍ବୃତ୍ତ ତାଙ୍କର ଅଫିସ ଝରକା ତାଡ଼ି ଘରେ ପଶି ୧୫ ହଜାର ଟଙ୍କା […]

କମିଲା ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ରସରକାର ।ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର […]