Browsing category

ମହାନଗର

ପୁଣି ଜବତ ହେଲା ୧ କୋଟି ୪୦ ଲକ୍ଷ ଟଙ୍କା

ଭୁବନେଶ୍ବର,୯/୪(ଏସ ଏସ ନିଉଜ) ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳ ଭଇଜାଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।କାର୍ତ୍ତିଶ୍ବରଙ୍କ ଦ୍ବିତୀୟ ପତ୍ନୀ କଳ୍ପନାଙ୍କ ଭଉଣୀଙ୍କ ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୦ ଲକ୍ଷ ଟଙ୍କାଜବତ କରିଛି ଭିଜିଲାନ୍ସ ।ତଦନ୍ତ ସମୟରେ କଳ୍ପନାଭଉଣୀ ଘରେ ଟଙ୍କା ଥିବାର ମାନିଥିଲେ ।ବର୍ତ୍ତମାନ ସୁଦ୍ଧା ମୋଟ୍ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି ।

ଆଜି ମାଉସୀ ଘରକୁ ଯିବେ ପ୍ରଭୁ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୯/୪(ଏସ ଏସ ନିଉଜ) ଆଜି ପବିତ୍ର ଅଶୋକାଷ୍ଟମୀ ରେ ଗଡିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ରଥରେ ବସି ମାଉସୀ ଘରକୁ ଯିବେ ଶ୍ରୀଲିଙ୍ଗରାଜ ।ଦିନ ୩ ଟା ୩୦ରେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ୫ ଦିନ ଧରି ହେବାକୁ ଥିବା ରୁକୁଣା ରଥଯାତ୍ରା ପାଇଁ ଏକାମ୍ରକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି ।

ପ୍ରଶିକ୍ଷଣ ବେଳେ ହାତୀ ଆକ୍ରମଣ

ବାରଙ୍ଗ,୮/୪(ଏସଏସନିଉଜ)ଚନ୍ଦକାଡମପଡା ଅଭୟାରଣ୍ୟରେ ଶୁକ୍ରବାରଦିନ ଏସଓଜି ଯବାନଙ୍କ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଚାଲିଥିଲା । ପିଠାଗାଡ଼ିଆ ଅଞ୍ଚଳରେ କରାଯାଇଥିବା କ୍ୟାମ୍ପ ରେ ୮୮ଜଣ ଯବାନ ରହିଥିଲେ ।ଏହି ଯବାନମାନଙ୍କୁ କମ୍ଭିଂ ଅପରେସନ ପ୍ରଶିକ୍ଷଣ ଦିଆଯାଉଥିଲା ।ଯବାନମାନେ ପ୍ରଶିକ୍ଷଣ ନେଉଥିବାବେଳେ ହଠାତ ଏକ ଜଙ୍ଗଲିହାତୀ ଜଣେ ଯବାନଙ୍କ ସାମ୍ନାକୁ ପଳାଇ ଆସିଥିଲା ।ଫଳରେ ହାତୀ ଆକ୍ରମଣରେ ଏହି ଯବାନଙ୍କ ହାତ ଓ ପାଦରେ କ୍ଷତ ସୃଷ୍ଟି ହୋଇଥିଲା ।ଏହି ଘଟଣାକୁ କିଛିଦୁରରେ ଥିବା ଅନ୍ୟ ଜଣେ ଯବାନ ଦେଖିବାପରେ ଅନ୍ୟମାନଙ୍କୁ […]

କେନ୍ଦୁପାଟଣା ବିଦ୍ୟାଳୟରେ ସହଯୋଗ–୨ତାଲିମ ଶିବିର

ବାରଙ୍ଗ,୮/୪(ଏସଏସନିଉଜ) ସର୍ବଶିକ୍ଷା ଅଭିଯାନ ତରଫରୁ ଭୁବନେଶ୍ବର ବ୍ଲକର ସମସ୍ତ ପ୍ରାଥମିକ,ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସମୂହ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ତିନି ଦିନିଆ ଏକ “ସହଯୋଗ–୨” ପ୍ରଶିକ୍ଷଣ ଶିବିର ବୁଧବାରଠାରୁ ଆରମ୍ଭ ହୋଇଛି।ଏହି ପରିପେକ୍ଷୀରେ ଦାଢାପଞ୍ଚାୟତ ଅନ୍ତର୍ଗତ ପଦାସାହି କ୍ଲଷ୍ଟର ଅଧିନ କେନ୍ଦୁପାଟଣା ଉତ୍କଳମଣି ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ବିଦ୍ୟାଳୟ ସ୍ତରୀୟ ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟସଭ୍ୟାମାନଙ୍କୁ ନେଇ ବୁଧବାର ଠାରୁ ପୂର୍ବାହ୍ନ ୧୦ଟାରୁ ୪ଟା ପର‌୍ୟ୍ୟନ୍ତ ୩ଦିନିଆ ଏକ “ସହଯୋଗ—୨” […]

ଓଲଟିଲା ବସ୍

ଭୁବନେଶ୍ୱର,୮/୪(ଏସଏସନିଉଜ)ଜୟଦେବ ବିହାର ଓଭର ବ୍ରିଜ ତଳେ ଡିଭାଇଡରରେ ପିଟି ହେବା ଫଳରେ ବସଟି ଓଲଟି ପଡିଛି । ବସରେ ଥିବା ୩୦ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆହତ ହୋଇଥିବା ଶ୍ରମିକଙ୍କୁ ଚିକିସ୍‌ାପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛିାବସଟି ନୟାପଲ୍ଲୀରୁ ପଟିଆ ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ଏପରି ଦୁର୍ଘଟଣା ଘଟି ରାସ୍ତା ଉପରେ ଗାଡ଼ିଟି ଓଲଟି ପଡ଼ିଥିଲା ।

ମୋଷ୍ଟ ୱାଣ୍ଟେଡ୍ ଉମର ଫାରୁକ୍ ଗିରଫ

କଟକ,୭/୪(ଏସଏସନିଉଜ) ତେଲେଙ୍ଗାନା ସରକାରଙ୍କ ମୋଷ୍ଟ ୱାଣ୍ଟେଡ ତାଲିକାରେ ନାଁ ଥିବା ମୋଷ୍ଟ ୱାଣ୍ଟେଡ ଉମର ଫାରୁକ୍ କଟକ ରେଲୱେ ଷ୍ଟେସନରୁ ଧରାପଡିଛି । ଆରପିଏଫ୍ ପକ୍ଷରୁ କଟକ ରେଲୱେ ଷ୍ଟେସନରୁ ଯାଞ୍ଚ ବେଳେ ଧରାପଡିଥିଲା ଉମର ଫାରୁକ । ଉମର ନାଁରେ ଏକାଧିକ ଅପରାଧିକ ମାମଲା ରହିଥିବାର ଜଣାପଡିଥିବାବେଳେ ଅନ୍ୟ ରାଜ୍ୟକୁ ଯାଉଥିବା ସମୟରେ ଧରାପଡିଥିଲା

ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ

ପୁରୀ,୬/୪(ଏସଏସନିଉଜ)ଶ୍ରୀମନ୍ଦିର ରୋଷଘର ଚୁଲିଭଙ୍ଗା ଘଟଣାର ପର୍ଦାଫାସ କରିଛି ପୋଲିସ ।ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ତାଙ୍କ ଘର ବେଗୁନିଆ ଥାନା ଅଞ୍ଚଳରେ ହୋଇଥିବାବେଳେ ବୟସ ୩୦ ବର୍ଷ ବୋଲି ଜଣପଡିଛି । ତଦନ୍ତ ପ୍ରକ୍ରିୟାରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ଅଭିଯୁକ୍ତର ପରିଚୟ ଓ ଠିକଣା ପୁଲିସ ପ୍ରକାଶ କରିନାହିଁ ।ତେବେ ସିସିଟିଭି ଆଧାରରେ ଗିରଫ ହୋଇଥିବା ଅଭିଯୁକ୍ତ  ଙ୍କୁ ଖୋର୍ଦ୍ଧାରୁ କାଲି ଗିରଫ କରାଯାଇଥିଲା । ମନ୍ଦିର ବୁଲିବା ପରେ ଭଲ […]

ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି

ବେଗୁନିଆ, ୬/୪(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ହୀରାପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁ, ପ୍ରସନ୍ନ ଶତପଥୀ ଏବଂ ନିରଞ୍ଜନ ଶତପଥୀଙ୍କ ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ଜିନିଷ ପତ୍ର ଲୁଟି ନେଇଥିବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି ।ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଘରର ପଛପଟ ଝରକା ଗ୍ରୀଲ ଏବଂ କବାଟ ତାଡି ଦୁର୍ବୃତ୍ତ ମାନେ ଘରେ ପଶି ଆଲମିରାରେ ଥିବା ୧୨ ଲକ୍ଷ ଟଙ୍କାର ସୁନା ଗହଣା ,ନଗଦ୧ ଲକ୍ଷ ଟଙ୍କା, କିଛି […]

ଧରାପଡ଼ିଲେ ୫ ମୂର୍ତ୍ତି ଚୋର

ଜଟଣୀ୬/୪(ଏସଏସନିଉଜ) ମନ୍ଦ୍‌ିରରୁ ମୁର୍ତୀଚୋରୀକରୁଥିବା ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହୋଇଛି ପୋଲିସ । ଗ୍ୟାଙ୍ଗର ୪ ସଦସ୍ୟ ହେଲେ ଜଟଣୀ ବାଲିଛକ ମୁଣ୍ଡିଆସାହି ଅଞ୍ଚଳରେ ରହୁଥିବା ରମେଶ ଜେନା.ବାଲିଛକ ମୁଣ୍ଡିଆ ସାହି ଅଞ୍ଚଳରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ମଡେଲ ଥାନା ଅନ୍ତର୍ଗତ ତରତୁଆ ମୁସଲିମ ସାହିର ମାଜିଦ୍ ଖାନ୍ , ନାଇଜର ପଛ ପଦନପୁର ଅଞ୍ଚଳରେ ରହୁଥିବା ବାଜପୁର ଗ୍ରାମର ପଦ୍ମଲୋଚନ ବେହେରା . ମଧୁସୂଦନ ନଗର ତାରିଣୀ ମନ୍ଦିର ନିକଟରେ ରହୁଥିବା ନିରାକାରପୁର ଥାନା ଅନ୍ତର୍ଗତ ରାମେଶ୍ବର […]

ଛାତ୍ରୀଙ୍କ ଅତ୍ମହତ୍ୟା,ସୁଇସାଇଡ ନୋଟ ଜବତକଲା ପୋଲିସ

କଟକ,୬/୪(ଏସଏସନିଉଜ)ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ଦ୍ବିତୀୟ ବର୍ଷ ଛାତ୍ରୀ ସୁରଭି ପଞ୍ଚପାଲ ଆତ୍ମହତ୍ୟା କରିଥିବାବେଳେ ତାଙ୍କର ସୁଇସାଇଡ୍ ନୋଟ୍ ସିଡିଏ ଫେଜ୍-୨ ଥାନା ପୁଲିସ ଜବତ କରିଛି। ୨୦ ବର୍ଷୀୟା ଝିଅ ସୁରଭି ହରିୟାଣା ପାନିପଥ ଜିଲ୍ଲା ଦହର ରିଫାଇନାରି ଟାଉନସିପ୍‌‌ର ହିରାସିଂହ ପଞ୍ଚପାଲଙ୍କର ଝିଅ । ଦେଢ଼ ସପ୍ତାହ ହେବ ହରିୟାଣାରୁ ବିଶ୍ବବିଦ୍ୟାଳୟକୁ ଆସିଥିବା ସହ ଲେଡିଜ୍ ହଷ୍ଟେଲର ତୃତୀୟ ମହଲାରେ ଗୋଟିଏ ରୁମରେ ଏକୁଟିଆ ରହୁଥିଲେ। ସୋମବାର ସନ୍ଧ୍ୟାରେ ରହୁଥିବା ରୁମ ଭିତର ପଟୁ […]