Browsing category

ମହାନଗର

ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ

ଭୁବନେଶ୍ୱର,୧୪/୩(ଏସ ଏସ ନିଉଜ)ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀଯନ୍ତ୍ରୀ ଅଜୟମିଶ୍ରଙ୍କ ଘରେ ସୋମବାର ଭିଜିଲାନ୍ସ ରେଡ୍‌ କରିଛି।ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅଜୟ  ମିଶ୍ରଙ୍କ ଘର ସମେତ ଅଳସୁଆ ତରାଣୀ ନଗର, ରଘୁନାଥପୁରରେ ତିନିମହଲାକୋଠା,ଢେଙ୍କାନାଳ ,ତାଙ୍କ କାର୍ଯ୍ୟାଳୟ ଆଦି ୬ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ରେଡ୍ ଚାଲିଛି ।ଏଥିରେ ୫ଜଣ ଡିଏସ୍‌ପି ଓ ୧୧ଜଣ ଇନସ୍‌ପେକ୍ଟର ଚଢ଼ାଉରେ ସାମିଲ ଅଛନ୍ତି ।

କଟୁରି ଚୋଟ ପକାଇ ବନ୍ଧା ହେଲେ ଯୁବକ

ମେଣ୍ଢାଶାଳ,୧୩/୩(ଏସଏସନିଉଜ)ଗୁଣିଗାରେଡିକୁ କେନ୍ଦ୍ରକରି ଧାରୁଆ କଟୁରିରେ ଆକ୍ରମଣ ହୋଇଛି ମେଣ୍ଢାଶାଳ ଫାଣ୍ଡି ଅଧିନସ୍ଥ ବାରାପିଟା ଗ୍ରାମରେ । ନାଜିର ପିଙ୍ଗୁଆଙ୍କ ଧାରୁଆ କଟୁରୀ ଚୋଟରେ ସେହି ଗ୍ରାମର ପ୍ରଧାନ ସମାଡ଼ ନାମକ ବ୍ୟକ୍ତି ଗରୁତର ଆହତ ହୋଇ ପ୍ରଥମେ ମେଣ୍ଢାଶାଳ ସ୍ୱାସ୍ତ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଛନ୍ତି । ଆହତଙ୍କ ପରିବାର ଠାରୁ ଅଭିଯୋଗ ପାଇଁ ମେଣ୍ଢାଶାଳ ଫାଣ୍ଡି ପୋଲିସ ପହଂଚି ନାଜିରକୁ ଗିରଫକରି କୋର୍ଟ ଚାଲାଣ କରିବା ସହ କଟୁରିକୁ […]

ବାସୁଦେବଙ୍କ ପୀଠରେ ବ୍ଲକ ଅଧକ୍ଷ

ମେଣ୍ଢାଶାଳ,୧୩/୩(ଏସଏସନିଉଜ) ନବନିର୍ବାଚିତ ଭୁବନେଶ୍ୱର ବ୍ଲକ ଅଧକ୍ଷ ନିରୂପମା ସାହୁ ଶନିବାର ବିଳମ୍ବିତ ରାତିରେ ମେଣ୍ଢାଶାଲ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ଦର୍ଶନ ପାଇଁ ଆସିଥିଲେ । ମନ୍ଦିରରେ ପହଂଚି ବାସୁଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ଭିକ୍ଷା ମଧ୍ୟ କରିଥିଲେ ।ତାଙ୍କ ସହ କିଛି ନବନିର୍ବାଚିତ ପଂଚୟତ ପ୍ରତିନିଧି ମଧ୍ୟ ସାଙ୍ଗରେ ରହିଥିଲେ ।ଭୁବନେଶ୍ୱର ବ୍ଲକର ସମସ୍ତ ଗ୍ରାମପଂଚାୟତରେ ନିରପେକ୍ଷ କାର୍ଯ୍ୟ କରି ଜନସାଧାରଣଙ୍କୁ ସଠିକ ସେବା ସୁଚାରୁପେ କରିବାପାଇଁ ଠାକୁର(୍‌କ ଆଶ୍ରିର୍ବାଦ ନେଇଥିବାର ଦେଖିବାକୁ ମିଳିଥିଲା […]

୩ ସହରରେ ଲାଗିଲା ଲକଡାଉନ

  ଭୁବନେଶ୍ୱର, ୧୩/୩(ଏସ ଏସ ନିଉଜ)କରୋନା ପୁଣି ତାର କରାଳ ରୂପ ଚୀନ୍‌ରେ ଦେଖାଇଛି ।ଦକ୍ଷିଣ ଚୀନର ବୈଷୟିକ ହବ ଭାବେ ବେଶ ପରିଚିତ ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି ।ଏହାସହ ଶାଂଡୋଙ୍ଗ ପ୍ରାନ୍ତର ଚୁଚେଙ୍ଗ ଏବେ ଲକଡାଉନରେ ରହିଛି।ଫଳରେ ସହରରେ ବସବାସ କରୁଥିବା ପାଖାପାଖି ୧କୋଟି ୭୦ ଲକ୍ଷ ଲୋକେ ଘରେ କବାଟ କିଳି ରହିବାକୁ ବାଧ୍ୟ ହୋଇଛନ୍ତି। ସେପଟେ ଚୀନ୍‌ର ଜେଲିନ ପ୍ରାନ୍ତରେ ଗତ ଶୁକ୍ରବାରଠାରୁ ଲକଡାଉନ ଜାରି ରହିଛି। […]

ବିବାହିତା ମହିଳାଙ୍କୁ ବଳାତ୍କାର ଉଦ୍ୟମ କରି ବନ୍ଧାହେଲେ ଦୁଇ ଯୁବକ

ଖୁଣ୍ଟୁଣୀ, ୧୩/୩ ( ଏସ ଏସ ନିଉଜ) ଶନିବାର ରାତିରେ ଜଣେ ବିବାହିତ ମହିଳା ଘରେ ଏକୁଟିଆ ଥିବାବେଳେ ଦୁଇ ଯୁବକ ଘରେ ପଶି ବଳାତ୍କାର ଉଦ୍ୟମ କରିଥିବାର ଅଭିଯୋଗ ଗୁରୁଡ଼ିଝାଟିଆ ଥାନାରେ ହୋଇଥିଲା। ଏହି ଘଟଣା କୋଲଥପଙ୍ଗି ଗ୍ରାମରେ ଘଟିଥିଲା ।ମହିଳାଙ୍କ ସ୍ୱାମୀ ନିକଟସ୍ଥ ଏକ କାରଖାନାରେ କାର୍ଯ୍ୟ କରୁଥିବାରୁ ସେ କୋଲଥପଙ୍ଗି ଗ୍ରାମରେ ଭଡାରେ ରହୁଛନ୍ତି । ଶନିବାର ତାଙ୍କ ସ୍ୱାମୀ କାରଖାନାକୁ ଯାଇଥିବା ବେଳେ ଯୁବକ ଦୁଇଜଣ ମହିଳାଙ୍କୁ ଏକାକୀ ଦେଖି ତା […]

ପୁଣି ମୂର୍ତ୍ତି ଚୋରି

ପୁରୀ, ୧୩/୩(ଏସଏସନିଉଜ) ବୀରନରସିଂହପୁରର ଗୋପୀନାଥଙ୍କ ମନ୍ଦିର ଗ୍ରିଲ୍ କାଟି ଦୁର୍ବୃତ୍ତମାନେ ଗୋପୀନାଥଙ୍କ ଚଳନ୍ତି ପ୍ରତିମା, ବାବା ଲୋକନାଥ, ଦୋଳଗୋବିନ୍ଦ, ମା’ ବନଦୁର୍ଗା ଓ କନକ ଦୁର୍ଗାଙ୍କ ୫ଟି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଥିବାନେଇ ପୁଜକ ବିଜୟାନନ୍ଦ ପଣ୍ଡା ଚନ୍ଦନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ତେବେ ଚୋରୀ ହୋଇଥିବା ଅଷ୍ଟଧାତୁ ମୂର୍ତ୍ତିର ଓଜନ ଦେଢ଼ ଟନ୍‌ରୁ ଅଧିକ ଓ ଆନୁମାନିକ ମୂଲ୍ୟ ୫୦ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।ଖବର ପାଇ ଥାନା ଅଧରକାରୀଙ୍କ ସହ ଏସ୍‌ଡିପିଓ […]

ମହିଳାଙ୍କୁ ସାମର୍ଥ୍ୟ ଯୋଗାଇଦେବା ଲକ୍ଷ୍ୟରେ ଡବ୍ଲ୍ୟୁଟିସି

ଭୁବନେଶ୍ୱର,୧୨/୩(ଏସ ଏସ ନିଉଜ)ଡବ୍ଲ୍ୟୁଟିସି ଭୁବନେଶ୍ୱର ଏକ ବାଣିଜ୍ୟ ସୁବିଧାଜନକ ସଂସ୍ଥା ଭାବରେ ସକ୍ରିୟ ଭାବେ ଜଡ଼ିତ ହୋଇଅଛି ଯାହାକି ଓଡ଼ିଶାର ବିଶ୍ୱବ୍ୟାପୀ ପ୍ରୋତ୍ସାହନ ଦେବା ସହିତ ଏମଏସଏମଇଗୁଡ଼ିକୁ ସ୍ଥାନୀୟ ଭାବେ ଆବଶ୍ୟକୀୟ ସାମର୍ଥ୍ୟ ଯୋଗାଇଦେବା ପାଇଁ ଲକ୍ଷ୍ୟ ରଖିଛି | ବିଶ୍ୱ ବାଣିଜ୍ୟ କେନ୍ଦ୍ର ଭୁବନେଶ୍ୱର ଏହିପରି MSME DI ସହିତ ମିଳିତ ଭାବରେ କଟକ ରେ 11 ମାର୍ଚ୍ଚ 2022 ରେ IDCO ଟାୱାରରେ ମହିଳା ଉଦ୍ୟୋଗୀମାନଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । […]

ବାଣପୁର ଏନଏସି ଅଞ୍ଚଳରେ ୧୪୪

ବାଣପୁର,୧୨/୩(ଏସଏସନିଉଜ)ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡ଼ି ମଡ଼ାଇବା ଘଟଣାପରେ ଉତ୍ତେଜନା ଲାଗି ରହିଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି । ଖୋର୍ଦ୍ଧା ଉପ-ଜିଲ୍ଲାପାଳ ଅନିର୍ଦ୍ଧିଷ୍ଟ କାଳ ପର‌୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଥିବାର ସୁଚନା ଦେବାସହ ସନ୍ଧ୍ୟା ୬ଟା ପରେ ୫ରୁ ଅଧିକ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ।ଏହି ଘଟଣାରେ ଆଇଆଇସିଙ୍କ ସହ ୭ ପୋଲିସ କର୍ମଚାରୀ, ୧୫ ଜଣ […]

ହଟିଲା କଟକଣା, ରବିବାର ବି ଜଗାଦର୍ଶନ

ପୁରୀ, ୧୨/୩(ଏସଏସନିଉଜ) ମାର୍ଚ୍ଚ ୨୦ରୁ ରବିବାର ବି ଶ୍ରୀମନ୍ଦିର ଖୋଲା ରହିବ । ସାଧାରଣ ଭକ୍ତ ସବୁଦିନ ଭଳି ରବିବାର ଦିନ ବି ଜଗା ଦର୍ଶନ କରିପାରିବେ । କରୋନା ପାଇଁ ଲାଗିଥିବା କଟକଣାକୁ ହଟାଯାଇଛି ।ଏହାଫଳରେ ମଙ୍ଗଳ ଆଳତୀରୁ ପହୁଡ଼ ପର୍ଯ୍ୟନ୍ତ ଭକ୍ତଙ୍କୁ ମିଳିବ ଦର୍ଶନ। ବଡ଼ସିଂହାର ବେଶ ଦର୍ଶନ କରି ପାରିବେ ଭକ୍ତ । କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ଛତିଶା ନିଯୋଗ ବୈଠକରେ ରବିବାର ଦିନ ମଧ୍ୟ ଜଗାଦର୍ଶନକୁ ଅନୁମତି ଦେବାକୁ ଛତିଶାନିଯୋଗ […]

ଉଦ୍ଧାର ବଜ୍ରକାପ୍ତା ଓ ଶାବକ ନନ୍ଦନକାନନ ଆସିଲା

ବାରଙ୍ଗ,୧୨/୩(ଏସ ଏସ ନିଉଜ) ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ଆସିଲା ଦେଓଗଡ଼ରୁ ଉଦ୍ଧାର ହୋଇଥିବା ବଜ୍ରକାପ୍ତା ଓ ଶାବକ।ଗତ ୭ ତାରିଖରେ ଦେଓଗଡ଼ ଜିଲ୍ଲା ବାରାକୋଟ ଅଞ୍ଚଳରେ ବଜ୍ରକାପ୍ତା ଚୋରା ଚାଲାଣ ହେଉଥିବା ଖବର ପାଇ ଦେଓଗଡ଼ ପୋଲିସ ଚଢ଼ଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିଲା।ଉଦ୍ଧାର ପରଦିନ ଅର୍ଥାତ ୮ ତାରିଖ ଦିନ ଉକ୍ତ ବଜ୍ରକାପ୍ତାଟି ଏକ ଶାବକ ଜନ୍ମ ଦେଇଥିଲା।ମା ଓ ଶାବକର ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଦେଓଗଡ […]