Browsing category

ମହାନଗର

୯ରେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା

ଭୁବନେଶ୍ୱର, ୬/୪(ଏସଏସନିଉଜ) ଏପ୍ରିଲ ୯ରେ ଆରମ୍ଭ ହେବ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ।ଏଥିପାଇଁ ଖୋର୍ଦ୍ଧା ଜିଲ୍ଳାପାଳଙ୍କ ସହ ସମନ୍ୱୟ ବୈଠକରେ ମଙ୍ଗଳବାରଦିନ ରଥାଯାତ୍ରାର ନୀତିନିର୍ଘଣ୍ଟ ସ୍ଥିର ହୋଇଛି । ୯ ତାରିଖ ଦିନ ୧୨ଟା ୩୦ ରୁ ୧ଟା ୩୦ ମଧ୍ୟରେ ମହାପ୍ରଭୁଙ୍କ ପହଣ୍ଡି ଓ ରଥାରୂଢ ନୀତି ,ଅପରାହ୍ନ ୩ଟା ୩୦ ରୁ ରଥଟଣା ଆରମ୍ଭ ଓ ୧୩ରେ ବାହୁଡ଼ା ଯାତ୍ରା ହେବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।  

ମେଣ୍ଢାଶାଳରେ ମାଗଣା ଚକ୍ଷୁଚିକିସ୍‌। ଶିବିର

ବାରଙ୍ଗ,୪/୪(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମପଂଚାୟତର ସରପଂଚ କୈାଶଲ୍ୟାବଳିଆରସିଂହଙ୍କ ନେତୃତ୍ୱରେ ସୋମବାରଦିନ ରାଜୀବଗାନ୍ଧୀସେବାକେନ୍ଦ୍ରରେ ମାଗଣା ଚକ୍ଷୁଚିକିସ୍‌ାଶିବିର ଆନୁଷ୍ଠିତ ହୋଇଯାଇଛି ।ଡ.ପୁଜାଦାସ,ଡ. ନେହା,ଡ. ମନିଶା, ଡ.ଶଶିକାନ୍ତଦାସ,ଡ.ସଲିଲକୁମାରମହାନ୍ତି ପ୍ରମୁଖ ଯୋଗଦେ ଚକ୍ଷୁ ପରୀକ୍ଷା କରିଥିଲେ ।ଏହି ସିବିରରେ ୧୧୫ଜଣ ଚକ୍ଷୁରୋଗୀ ପରୀକ୍ଷାକରାଇଥିଲେ ।ନ୍ୟାୟବସରପଂଚ ଗୁଣ୍ଠବେହେରାଙ୍କ ସମେତ ସମସ୍ତ ୱାର୍ଡମେମ୍ବର ଏହାକୁ ପରିଚାଳନା କରିଥରଲେ ।ଏହି ଶିବିରରେ ମେଣ୍ଢାଶାଳ ,ଗିରିଙ୍ଗାପୁଟ, ହରିପୁର, କୁକୁଡାମୁଣ୍ଡି, ହରିଡାମଡା,ବାରାପିଟା ଗ୍ରାମରୁ ଚକ୍ଷୁରୋଗୀମାନେ ଯୋଗଦେଇଥିଲେ ।(ପଦ୍ମଚରଣ ବଡଜେନାଙ୍କ ରିପୋର୍ଟ)

ପ୍ରଧାନଶିକ୍ଷୟତ୍ରୀଙ୍କୁ ସମ୍ଭର୍ଦ୍ଧନା ଦେଲେ ପୁରାତନଛାତ୍ର

ମେଣ୍ଢାଶାଳ,୪/୪(ଏସଏସନିଉଜ)ଭୂବନେଶ୍ୱରବ୍ଲକ ଅଧିନସ୍ଥ ସରକାରୀ ବିଦ୍ୟାଳୟ ଅନ୍ଧାରୁଆଜଗନ୍ନାଥପ୍ରସାଦର ବରିଷ୍ଠ ପ୍ରଧା ଶିକ୍ଷୟତ୍ରୀ ସଂଯୁକ୍ତାମିଶ୍ରଙ୍କର ଅବସରକାଳିନ ସମ୍ଭର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଇଯାଇଛି ।୧୯୯୧ରୁ ମିଶ୍ର ଦୀର୍ଘ୩୧ବର୍ଷଧରି ଶିକ୍ଷକତା କରିବା ସହ ସମୟାନୁବତ୍ରିତା,କର୍ତବ୍ୟନିଷ୍ଠା,ଛାତ୍ରବସ୍‌ସଳ ତଥା ଅଭିଜ୍ଞ ଶିକ୍ଷୟତ୍ରୀଭାବେ ବେଶ ପରିଚିତ ଥିଲେ ।ତାଙ୍କର ଶିକ୍ଷାଦାନ ପ୍ରଣାଳୀ ଅତି ଉଚଚ କୋଟିର ରହିଥିଲା ।ଏହି ସଭା ରେ ବ୍ଲକ ଏବିଇଓ ରବିନ୍ଦ୍ରସାହୁ,ଅନ୍ଧାରୁଆ ସରପଂଚ ସୁର୍ଣଲତାବଳିଆରସିଂ,ପୁର୍ବତନସରପଂଚ ଦିଲିପତରାଇ,ପୁର୍ବତନସିଆରସିସି ଉମାକାନ୍ତ ବଡଜେନା.ଆଲୁମିନା ସଦସ୍ୟ କବିରାଜସାହୁ,ଏସମସିଚେୟାରମ୍ୟାନ ରବିନ୍ଦ୍ରସାହୁ,ସମାଜସେବୀଜ୍ଞାନରଞନପ୍ରଧାନ ଙ୍କ ସମେତ ଅନ୍ଧାରୁଆ କ୍ଲଷ୍‌ଟରର ସମସ୍ର […]

କାର ଉପରେ ଚଢିଲା ଟ୍ରକ- ୧ ମୃତ

ଭୁବନେଶ୍ୱର,୪/୪(ଏସଏସନିଉଜ) ଆଜି ପଳାଶୁଣୀ ରାସ୍ତାରେ ସିରିଜ୍‍ ଦୁର୍ଘଟଣା ଘଟିଛି ।ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କାର ଡ୍ରାଇଭର ଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଥିବାର ଜଣାପଡିଛି ।ପଳାଶୁଣି ଛକ ନିକଟରେ ବସ୍‍ ରହୁଥିବା ସ୍ଥାନରେ କାର ଉପରେ ହାଇୱା ଚଢିଯିବାରୁ ଡ୍ରାଇଭର ଜଣକ ଚାପି ହୋଇ ରହିଯାଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।ଟ୍ରକଟି କାର ସହ ଆହୁରି ୩ଟି ଗାଡିକୁ ମଧ୍ୟ ଧକ୍କା ଦେଇଥିବାରୁ ଏହି ଘଟଣାରେ ୩ ଜଣ ଗୁରୁତର […]

ଶୁଣିଲେନି ରେଞର,ଧାରଣାରେ ବସିଲେ ଅସ୍ଥାୟୀ କର୍ମଚାରୀ

ବାରଙ୍ଗ୩/୪(ଏସଏସନିଉଜ) ନନ୍ଦନକାନନକୁ ବୁଲିବାକୁ ଆସଥିବା ପର୍ଯ୍ୟଟକମାନଙ୍କୁ ଠିକାରେ ନେଇ ବ୍ୟବସାୟ କରୁଥିବା କର୍ମଚାରୀମାନେ ହଇରାଣ କରିବା ନିତିଦିନିଆ ଘଟଣାରେ ପରିଣତ ହେଇଗଲାଣି ।ଏମିତି ଏକ ଘଟଣା ଶନିବାରଦିନ ଘଟିଥିବାବେଳେ ଏହାକୁ ନିଜ ମୋଇବାଲରେ କଏଦ କରିବାର ପ୍ରୟାସ କରି ଜନ୍ତୁବିଭାଗର ଜଣେ ଅସ୍ଥାୟୀ କର୍ମଚାରୀ ବେଟାରୀଚାଳିତ ଗାଡିକୁ ଠିକାରେ ନେଇଥିବା କର୍ମଚାରୀମାନଙ୍କର ରୋଶର ଶିକାର ହେବାକୁ ପଡିଛି ।ଅଶ୍ଳିଳଭାଷାରେ ଗାଳିଗିଲଜ ସହ ନିର୍ଦ୍ଧୁମ ମାଡଖାଇ ବିଭାଗୀୟ ରେଞରଙ୍କୁ ଗୁହାରୀ କରଛନ୍ତି ।ହେଲେ ରେଞର କିଛି ନଶୁଣିବାରୁ ଏହାର […]

ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ଗାଡି

ବାରଙ୍ଗ,୩/୪(ଏସଏସନିଉଜ) ଭାରସମ୍ୟ ହରାଇ ରବିବାରଦିନ ବରିମୁଣ୍ଡ କୁଆଖାଇ ନଦୀବନ୍ଧ ରାସ୍ତାରେ ରବିବାରଦିନ ଏକ ପାଇଖାନା ଟାଙ୍କି ସଫା ଗାଡି ଓଲଟିପଡିଥିଲା ।ଏହି ଗାଡିଟି ବରିମୁଣ୍ଡ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଟାଙ୍କି ସଫା କରିସାରି ଫେରିଲା ବେଳକୁ ବନମାଳୀପୁର ନିକଟ କୁଆଖାଇ ବନ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦ୍ରୁତଗତିରେ ଆସୁଥିବାରୁ ଏକ ବାଙ୍କ ରାସ୍ତାରେ ଗାଡିଟି ଯିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଓ ହେଲ୍ପର ଗାଡି ଭିତରେ ରହି ଯାଇଥିଲେ । ସ୍ଥାନୀୟ […]

ନବନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା କଲେ ବିଧାୟକ

ବାରଙ୍ଗ,୩/୪(ଏସଏସନିଉଜ) ବିଜୁଜନତାଦଳ ପକ୍ଷରୁ ରବିବାରରାତିରେ ଗଣ୍ଡରପୁର ମିନି ଷ୍ଟାଡିୟମଠାରେ ପାଂଚପଂଚାୟତର ନବନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଉପଢୈକନ,ପୁଷ୍ପଗୁଛ ଓ ଜଗନ୍ନାଥଙ୍କ ଫଟୋଚିତ୍ରକୁ ପ୍ରଦାନ କରିଛନ୍ତି ।ଏଥିରେ ଭୁବନେଶ୍ୱରବ୍ଲକ ଅଧକ୍ଷା ନିରୁପମାସାହୁ,ଜିଲ୍ଲାପରିଷଦସଭ୍ୟା ବବିତାରାଉତ ,କଲ୍ୟାଣପୁରସରପଂଚ ଦେବରାଜଭାେଇ,ସମିତିସଭ୍ୟ ଭୁବନମୋହନଦାସଙ୍କ ସମେତ ରଘୁନାଥପୁର,ଇଞଣା,ବରିମୁଣ୍ଡ ଓ ଦାଢା ପଂଚାୟତର ନବନିର୍ବାଚିତ ସରପଂଚ, ସମିତିସଭ୍ୟମାନେ ଉପସ୍ଥିତ ଥିଲେ ।ଏହି ସମ୍ବର୍ଦ୍ଧନା ସଭାରେ ପାଂଚପଂଚାୟତର ବହୁ ପୁରୁଖା ତଥା ବିଜୁଜନତାଦଳର କର୍ମୀମାନେ ଉପସ୍ଥିତ ଥିଲେ ।

ମୋବସ-ବୁଲେଟ ମୁହାଁମୁହିଁ ଧକାରେ ଚାଲିଗଲା ଜଣଙ୍କ ଜୀବନ

ବାରଙ୍ଗ,୧/୪(ଏସ ଏସ ନିଉଜ)କଟକ ସୁବାଷ ବୋଷ ସେତୁ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି।ଅନ୍ୟଜଣେ ଗୁରୁତର ଅଛନ୍ତି।ସୂଚନାନୁସାରେ ଶୁକ୍ରବାର ରାତି ପ୍ରାୟ ୭ଟା ସମୟରେ ସୁବାଷ ବୋଷ ସେତୁ ଉପରେ କଟକରୁ ଭୁବନେଶ୍ୱର ଆଭିମୁଖେ ଆସୁଥିବା ଏକ ମୋ ବସ ସହିତ ବିପରୀତ ଦିଗରୁ ଆସୁଥିବା ଏକ ବୁଲେଟ ସହ ମୁହାମୁହିଁ ଧକ୍କା ହୋଇଥିଲା।ଧକ୍କା ହେବା ଫଳରେ ବୁଲେଟରେ ବସିଥିବା ଦୁଇଜଣଙ୍କ ମଧ୍ୟରୁ ଗାଡ଼ି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କୁ […]

ହାତୀ ପାଇଲେ ଭ୍ୟାକସିନ

ବାରଙ୍ଗ,୩୧୰୩(ଏସଏସନିଉଜ)ପ୍ରତି ବର୍ଷ ଭଳି ଏଥର ମଧ୍ୟ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଆନ୍ଥ୍ରାକ୍ସ ଭ୍ୟାକସିନ ଦିଆଯାଇଛି ।ଗୁରୁବାରଦିନ ନନ୍ଦନକାନନରେ ଥିବା ଛୋଟହାତୀ ମାମା ସହ ବଡହାତୀ ବାସନ୍ତିପ୍ରେମା,ହୀରାକୁ ଏହି ଭ୍ୟାକସିନ ଦିଆଯାଇଛୁ ।ଆନ୍ଥ୍ରାକ୍ସ ଏକ ଭୟାନକ ସଂକ୍ରମଣ ଜୀବାଣୁ ।ଏହି ରୋଗରେ ଆକ୍ରାନ୍ତ ହେଲେ ବଂଚିବା କଷ୍ଟସାଧ୍ୟ ହୋଇଥାଏ ।ତେଣୁ ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆନ୍ଥ୍ରାକ୍ସ ସଂକ୍ରମଣରୁ ସେମାନଙ୍କୁ ରକ୍ଷା କରିବାପାଇଁ ପ୍ରତିସେଧକ ମୁଳକ ଭାବେ ଏହି ଭ୍ୟାକସିନ ନନ୍ଦନକାନନ ପଶୁଚିକିସ୍‌କମାନେ ପ୍ରଦାନ କରିଥିବାର ଜଣାପଡିଛି ।

ଏପ୍ରିଲ ପହିଲାରୁ ସାଢେ ୭ରେ ଖୋଲିବ ନନ୍ଦନକାନନ

ବାରଙ୍ଗ ୩୧/୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନ ଓ ବଟାନିକାର୍ଲଗାର୍ଡେନ ଖୋଲିବା ସମୟସୀମାରେ ପରିବର୍ତନ ହେବାକୁ ଯାଉଛି ।ଏପ୍ରିଲ ପହିଲାରୁ ଏହି ନୁଆ ସମୟ ସୀମାରେ ଉଭୟପାର୍କ ଖୋଲିବ ।ଏବେ ୮ଟା ପରିବର୍ତେ ସକାଳ ସାଢେ୭ରେ ଉଭୟପାର୍କ ଖୋଲିବ । ଖରାଦିନ ପାଇଁ ଏପ୍ରିଲ ପହିଲାରୁ ସେପ୍ଟେମ୍ବର ୩୦ତାରିଖ ପର‌୍ୟ୍ୟନ୍ତ ସକାଳ ସାଢେ୭ରୁ ପର୍ଯ୍ୟଟକମାନଙ୍କ ପାଇଁ ନନ୍ଦନକାନନ ଖୋଲାଯାଇ ସନ୍ଧ୍ୟା ସାଢେ୫ ରେ ବନ୍ଦ କରାଯିବ ।ଏହି ସମୟଭିତରେ ପର‌୍ୟ୍ୟଟକମାନେ କୋଭିଡ ନୀୟାମା ନୁସାରେ ଉଭୟପାର୍କ ବୁଲିପାରିବେ ବୋଲି ଉପ-ନିର୍ଦ୍ଦେଶକ ସଞିତକୁମାର […]