ହାତୀ ପାଇଲେ ଭ୍ୟାକସିନ

ବାରଙ୍ଗ,୩୧୰୩(ଏସଏସନିଉଜ)ପ୍ରତି ବର୍ଷ ଭଳି ଏଥର ମଧ୍ୟ ନନ୍ଦନକାନନରେ ଥିବା ହାତୀମାନଙ୍କୁ ଆନ୍ଥ୍ରାକ୍ସ ଭ୍ୟାକସିନ ଦିଆଯାଇଛି ।ଗୁରୁବାରଦିନ ନନ୍ଦନକାନନରେ ଥିବା ଛୋଟହାତୀ ମାମା ସହ ବଡହାତୀ ବାସନ୍ତିପ୍ରେମା,ହୀରାକୁ ଏହି ଭ୍ୟାକସିନ ଦିଆଯାଇଛୁ ।ଆନ୍ଥ୍ରାକ୍ସ ଏକ ଭୟାନକ ସଂକ୍ରମଣ ଜୀବାଣୁ ।ଏହି ରୋଗରେ ଆକ୍ରାନ୍ତ ହେଲେ ବଂଚିବା କଷ୍ଟସାଧ୍ୟ ହୋଇଥାଏ ।ତେଣୁ ହାତୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଆନ୍ଥ୍ରାକ୍ସ ସଂକ୍ରମଣରୁ ସେମାନଙ୍କୁ ରକ୍ଷା କରିବାପାଇଁ ପ୍ରତିସେଧକ ମୁଳକ ଭାବେ ଏହି ଭ୍ୟାକସିନ ନନ୍ଦନକାନନ ପଶୁଚିକିସ୍‌କମାନେ ପ୍ରଦାନ କରିଥିବାର ଜଣାପଡିଛି ।

Comments (0)
Add Comment