ଭାରସମ୍ୟ ହରାଇ ରାସ୍ତାରେ ଓଲଟିଲା ଗାଡି

ବାରଙ୍ଗ,୩/୪(ଏସଏସନିଉଜ) ଭାରସମ୍ୟ ହରାଇ ରବିବାରଦିନ ବରିମୁଣ୍ଡ କୁଆଖାଇ ନଦୀବନ୍ଧ ରାସ୍ତାରେ ରବିବାରଦିନ ଏକ ପାଇଖାନା ଟାଙ୍କି ସଫା ଗାଡି ଓଲଟିପଡିଥିଲା ।ଏହି ଗାଡିଟି ବରିମୁଣ୍ଡ ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘରୁ ଟାଙ୍କି ସଫା କରିସାରି ଫେରିଲା ବେଳକୁ ବନମାଳୀପୁର ନିକଟ କୁଆଖାଇ ବନ୍ଧରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।ଦ୍ରୁତଗତିରେ ଆସୁଥିବାରୁ ଏକ ବାଙ୍କ ରାସ୍ତାରେ ଗାଡିଟି ଯିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଡ୍ରାଇଭର ଓ ହେଲ୍ପର ଗାଡି ଭିତରେ ରହି ଯାଇଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ଉଭୟଙ୍କୁ ଗାଡି ଭିତରୁ ବାହାର କରିଥିଲେ ।

Comments (0)
Add Comment