Browsing category

ମହାନଗର

ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ଭୁବନେଶ୍ବର, ୩୦/୩(ଏସଏସନିଉଜ) ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ ଗୋବିନ୍ଦ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରୁଛି । ଭିଜିଲାନ୍ସ ଟିମ୍ ଭୁବନେଶ୍ୱର ପଟିଆସ୍ଥିତ ବାସେରା ଇମପ୍ରେସନ ପ୍ଲସ ଆପାର୍ଟମେଣ୍ଟ.ଗାୟତ୍ରୀ ବିହାରରେ ଥିବା ୨ ମହଲା ଘର, କଟକ କିଶୋରନଗର ପିନପୁର ଗାଁର ପୈତୃକ ଘର, କଟକ ଲାଲବାଗ ଆଲିସା ବଜାରରେ ଥିବା ଏକ ମହଲା ଘର, ନୟାଗଡ଼ କାର୍ଯ୍ୟାଳୟ ,ବାସଭବନ ସମେତ ଖୋର୍ଦ୍ଧା କୁନେଇ ୬ଟି […]

ରିମାଣ୍ଡରେ ଯିବେ ଶର୍ମିଷ୍ଠା ସହ ୪

ଭୁବନେଶ୍ୱର,୨୯/୩(ଏସଏସନିଉଜ) ଭଦ୍ରକ ଉପକାରାଗାରରେ ଆଜି କ୍ରାଇମବ୍ରାଞ୍ଚ ଟିମ୍ ପହଞ୍ଚିଛି । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ସହ ସମେତ ଝୁନା ଭୋଇ, ନିରଞ୍ଜନ ସେଠୀ, ରଞ୍ଜନ ନାୟକ ୪ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ଏହାପରେ ସେମାନଙ୍କଠାରୁ ମାନସଙ୍କ ହତ୍ୟାର ପୁଙ୍ଖାନୁପୁଙ୍ଖ ସମସ୍ତ ତଥ୍ୟ ବାହାର କରିବ ।ଦର୍ଘଦିନର ଲୁଚୁକାଳି ଖେଳ ମଧ୍ୟରେ ଶର୍ମିଷ୍ଠା ଓସହଯୋଗୀ ଝୁନା ଭୋଇ କଲିକତାରୁ ଫେରୁଥିବା ବେଳେ ଗତକାଲି ଭଦ୍ରକ ଜିଲ୍ଲା ନଳାଙ୍ଗରୁ ତାଙ୍କୁ କ୍ରାଇମବ୍ରାଞ୍ଚ ଧରିଥିଲା ।  

ଶେଷରେ ବନ୍ଧା ହେଲେ ଶର୍ମିଷ୍ଠା

ଭୁବନେଶ୍ୱର,୨୮/୩(ଏସଏସନିଉଜ)ଦୀର୍ଘ ଦିନର ଲୁଚକାଳି ଖେଳ ମଧ୍ୟରେ ଧରାପଡିଲେ ଶର୍ମିଷ୍ଠା । କୋଲକାତାରୁ ବସ୍‌ରେ ଭୁବନେଶ୍ୱର ଫେରିବା ବେଳେ ବସ ଅଟକାଇ ବସ ଭିତରୁ ଗିରଫ କରିଛି ପୋଲିସ ।ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଭଦ୍ରକ ଜିଲ୍ଲା ନଳାଙ୍ଗରୁ ଆଜି ଗିରଫ କଲା କ୍ରାଇମବ୍ରାଞ୍ଚ ଟିମ୍ । ଶର୍ମିଷ୍ଠାଙ୍କ ସହ ସହଯୋଗୀ ଝୁନା ଭୋଇକୁ କ୍ରାଇମବ୍ରାଞ୍ଚ ଓ ଭଦ୍ରକ ପୋଲିସର ମିଳିତ ଉଦ୍ୟମରେ ଗିରଫ କରାଯାଇଛି । ଶର୍ମିଷ୍ଠା […]

ଉଦଯାପିତ ହେଲା ହରିରାଜପୁର ପଞ୍ଚୁଦୋଳ ମେଳଣ

ଡେଲାଙ୍ଗ,୨୭/୩(ଏସ ଏସ ନିଉଜ)ଓଡ଼ିଶାର ପ୍ରସିଦ୍ଧ ହରିରାଜ ପୁର ପଞ୍ଚୁଦୋଳ ମେଳଣ ଉଦଯାପିତ ହୋଇଯାଇଛି।୨୪ତାରିଖ ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଏହି ମେଳଣ ରବିବାର ରାତିରେ ଗୋଧୂଳି ଲଗ୍ନରେ ଉଦଯାପିତ ହୋଇଯାଇଛି।ଠାକୁରଙ୍କ ହରିହର ଭେଟ ଦେଖିବା ପାଇଁ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଲାଗି ରହିଥିଲା ।ସନ୍ଧ୍ୟ।ରେ ହରିହର ଭେଟ ପରେ ନିମନ୍ତ୍ରିତ ହୋଇ ଆସିଥିବା ଠାକୁର ଙ୍କ ଦୋଳବିମାନ ନିଜ ଗ୍ରାମମୁଖେ ପ୍ରତ୍ୟାବର୍ତ୍ତନ କରିଥିଲେ ।ନିମନ୍ତ୍ରିତ ଦୋଳବିମାନ ଯିବା ପର୍ଯ୍ୟନ୍ତ ଥାନପତି ଶ୍ରୀ ପଶ୍ଚିମାସମ୍ଭୁ ସୋମନଥ ଓ ଭସର […]

ଜୁନ ୩୦ରୁ ଅମରନାଥ ଯାତ୍ରା

ଭୁବନେଶ୍ୱର,୨୭/୩(ଏସ ଏସ ନିଉଜ)କରୋନା ମହାମାରୀ ପାଇଁ ଦୀର୍ଘ ୨ ବର୍ଷ ହେବ ବନ୍ଦ ରହିଥିବା ଅମରନାଥ ଯାତ୍ରା ଜୁନ ୩୦ ରୁ ଆରମ୍ଭ ହେବାକୁ ଯାଉଛି । କରୋନା କଟକଣା ମଧ୍ୟରେ ୪୭ ଦିନ ଧରି ଚାଲିବାକୁ ଥିବା ଏହି ଅମରନାଥ ଯାତ୍ରାପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଥିବା ନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । କରୋନା କଟକଣା ପାଳନ କରି ଶ୍ରଦ୍ଧାଳୁ ମାନଙ୍କୁ ଯାତ୍ରା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରବିବାର ଦିନ ଅମରନାଥ […]

୨୯ରେ ବାରୁଣୀ ବୁଡ଼

  ସାକ୍ଷୀଗୋପାଳ,୨୭/୩(ଏସ ଏସ ନିଉଜ) ଏହି ଥାନା ଅନ୍ତର୍ଗତ ସାଗରସ୍ନାନ ଯାତ୍ରା ବା ବାରୁଣୀବୁଡ଼ ୨୯ତାରିଖରେ ହେବ ବୋଲି ନିଷ୍ପତି ହୋଇଛି।ଏଥିନିମନ୍ତେ ଆୟୋଜିତ ବୈଠକରେ ବରାଳ ବାଲୁଙ୍କେଶ୍ୱର ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ତପନ କୁମାର ଦାସଙ୍କ ଆହ୍ୱାନକ୍ରମେ ତହସିଲଦାର,ବିଡ଼ିଓ,ବ୍ଲକ ଅଧକ୍ଷ ପ୍ରମୁଖ ଯୋଗଦେଇଥିଲେ।ଏଥିରେ ବିଭିର୍ଣ ବିଷୟରେ ସବିଶେଷ ଆଲୋଚନା ହେବାସହ ବିଭିର୍ଣ ବିଭାଗର ଅଧିକାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ବୈଠକରେ ଦୁଇ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବାରୁଣୀ ସ୍ନାନର ତାରିଖକୁ ନେଇ ମତପାର୍ଥକ୍ୟ ଦେଖାଦେବାରୁ ପୁରୀ ମୁକ୍ତିମଣ୍ଡପର […]

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ପରଲୋକ

ବରଗଡ଼,୨୭/୩(ଏସଏସନିଉଜ) ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ୬୪ ବର୍ଷ ବୟସରେ ପରଲୋକ ଘଟିଛି। ଶନିବାର ହଠାତ୍ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ତାଙ୍କୁ ବରପାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିସ୍‌ାପାଇଁ ଭର୍ତ୍ତି କରାଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ୧୯୯୫ ବିଧାନସଭା ନିର୍ବାଚନରେ ସେ ବିଜେପୁର ଆସନରୁ ନିର୍ବାଚିତ ହୋଇ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ବରେ ରହି ଥିଲେ ।  

କାର୍ ମାଲିକଙ୍କୁ ନୋଟିସ କଲା ବାଣପୁର ପୋଲିସ

ଖୋର୍ଦ୍ଧା ୨୭/୩(ଏସଏସନିଉଜ) ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଧିରେଧିରେ ଅଡୁଆ ବଢ଼ିବାରେ ଲାଗିଛି । ଲୋକ ଏବଂ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଏବେ ଜେଲରେ ରହିଛନ୍ତି । ମାର୍ଚ୍ଚ ୧୨ ତାରିଖ ବାଣପୁର ବ୍ଲକ୍ ଅଧ୍ୟକ୍ଷ ନିର୍ବାଚନ ସମୟରେ ଜଗଦ୍ଦେବ ଏକ ଲ୍ୟାଣ୍ଡ ରୋଭର ଡିସକଭରି କାରରେ ଆସିଥିବାବେଳେ ଲୋକଙ୍କୁ ଓ ପୋଲିସକୁ ଗାଡି ମଡାଇଦେଇଥିଲେ ।ଏଥିରେ ଉତ୍ୟକ୍ତ ହୋଇ ଲୋକମାନେ ପ୍ରଶାନ୍ତଙ୍କୁ କାରରୁ ଭିଡି ଆଣି ମରଣାନ୍ତକ ଆକ୍ରମଣ […]

ପୁଣି ବଢ଼ିଲା ପେଟ୍ରୋଲ ଦର

ଭୁବନେଶ୍ୱର,୨୭/୩(ଏସ ଏସ ନିଉଜ) ୫ ଦିନରେ ୪ ଥର ବଢିଲାଣି ପେଟ୍ରୋଲ ଓ ଡିଜେଲ ଦର ।ପାଖାପାଖିସାଢେ ୩ ଟଙ୍କା ଲିଟର ପିଛାବୃଦ୍ଧିି ପାଇଛି।୫ଟି ରାଜ୍ୟର ନିର୍ବାଚନ ସରିବା ପରେ ଆଜି ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଓ ଡିଜେଲ ଦର ବଢିଛି । ଗତ ୬ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୫ ଦିନ ବଢିଛି ।ଯାହାକି ପାଖାପାଖି ସାଢ଼େ ୪ଟଙ୍କା ବଢ଼ିଛି ।

ସରିଲା ଭୋଟ ଗଣତି

ଭୁବନେଶ୍ୱର,୨୬/୩(ଏସ ଏସ ନିଉଜ)୨୮ ଜିଲ୍ଲାରେ ପୌର ନିର୍ବାଚନ ପାଇଁ ସରିଲା ଭୋଟ ଗଣତି।ମୋଟ ୯୭ ଅଧ୍ୟକ୍ଷ ପଦରୁ ବିଜେଡି ଖାତାକୁ ଯାଇଛି ୭୦। ବିଜେପି ଖାତାରେ ୧୫ ଟି ପାାଇ ଥିବାବେଳେ କଂଗ୍ରେସ ୫ଟି ପଦ ହାତେଇବାରେ ସକ୍ଷମ ହୋଇଛି ।ସେହିଁଭଳିଭାବେ  ସ୍ୱାଧୀନ ପାର୍ଥିମାନେ ୭ଟି ଜାଗାରେ ଅଧ୍ୟକ୍ଷ ପଦ ହାତେଇବାରେ ସକ୍ଷମ ହୋଇଛନ୍ତି ।